Biblia Todo Logo
Bib sou entènèt

- Piblisite -




ଉପଦେଶକ 12:5 - ପବିତ୍ର ବାଇବଲ

5 ଆହୁରି ସେମାନେ ଉଚ୍ଚସ୍ଥାନ ବିଷୟରେ ଭୟ କରିବେ ଓ ପଥରେ ତ୍ରାସ ହେବେ। ଆଉ ତୁମ୍ଭର ବାଳ ବାଦାମ ବୃକ୍ଷର ପୁଷ୍ପ ତୁଲ୍ୟ ଧଳା ଗତିରେ ପରିଣତ କରିବ। ତୁମ୍ଭର ଗତି ଝିଣ୍ଟିକାର ଗତି ସଦୃଶ ହେବ ଓ ତୁମ୍ଭେ ତୁମ୍ଭର ବଞ୍ଚିବାର ଇଚ୍ଛା ହରାଇବ। ଏବଂ ତା'ପରେ ତୁମ୍ଭେ ତୁମ୍ଭର ଚିରନିବାସକୁ (କବରକୁ) ଗମନ କରିବ। ଶୋକକାରୀମାନେ ଏକତ୍ରିତ ହୋଇ ତୁମ୍ଭର ମୃତ ଶରୀରକୁ କବର ସ୍ଥାନକୁ ନେବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଆହୁରି, ସେମାନେ ଉଚ୍ଚ ସ୍ଥାନ ବିଷୟରେ ଭୀତ ହେବେ ଓ ପଥରେ ତ୍ରାସ ହେବ; ଆଉ, ବାଦାମ ବୃକ୍ଷ ପୁଷ୍ପିତ ହେବ ଓ ଫଡ଼ିଙ୍ଗ ଆପଣା ଭାରରେ ଭାରଗ୍ରସ୍ତ ହେବ ଓ କାମନା ନିସ୍ତେଜ ହେବ; କାରଣ ମନୁଷ୍ୟ ଆପଣା ଚିର ନିବାସକୁ ଯାଏ ଓ ଶୋକକାରୀମାନେ ପଥରେ ଭ୍ରମଣ କରନ୍ତି;

Gade chapit la Kopi

ଓଡିଆ ବାଇବେଲ

5 ଆହୁରି, ସେମାନେ ଉଚ୍ଚ ସ୍ଥାନ ବିଷୟରେ ଭୀତ ହେବେ ଓ ପଥରେ ତ୍ରାସ ହେବ; ଆଉ, ବାଦାମ ବୃକ୍ଷ ପୁଷ୍ପିତ ହେବ ଓ ଫଡ଼ିଙ୍ଗ ଆପଣା ଭାରରେ ଭାରଗ୍ରସ୍ତ ହେବ ଓ କାମନା ନିସ୍ତେଜ ହେବ; କାରଣ ମନୁଷ୍ୟ ଆପଣା ଚିର ନିବାସକୁ ଯାଏ ଓ ଶୋକକାରୀମାନେ ପଥରେ ଭ୍ରମଣ କରନ୍ତି;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଆହୁରି, ସେମାନେ ଉଚ୍ଚସ୍ଥାନ ବିଷୟରେ ଭୀତ ହେବେ ଓ ପଥରେ ତ୍ରାସ ହେବ; ଆଉ, ବାଦାମ ବୃକ୍ଷ ପୁଷ୍ପିତ ହେବ ଓ ଫଡ଼ିଙ୍ଗ ଆପଣା ଭାରରେ ଭାରଗ୍ରସ୍ତ ହେବ ଓ କାମନା ନିସ୍ତେଜ ହେବ; କାରଣ ମନୁଷ୍ୟ ଆପଣା ଚିର ନିବାସକୁ ଯାଏ ଓ ଶୋକକାରୀମାନେ ପଥରେ ଭ୍ରମଣ କରନ୍ତି;

Gade chapit la Kopi




ଉପଦେଶକ 12:5
19 Referans Kwoze  

“ମୁଁ ହୁଏତ କବରକୁ ମୋର ନୂଆ ଘର ବୋଲି ଆଶା କରିବି। ମୁଁ ଆଶା କରୁଛି, ମୋର ବିଛଣା ଅନ୍ଧକାରରେ ବିଛାଇବି।


ମୁଁ ଜାଣେ ତୁମ୍ଭେ ମୃତ୍ୟୁ ଆଡ଼କୁ କଢ଼ାଇ ଦେବ। ପ୍ରତ୍ୟେକ ଜୀବିତ ବ୍ୟକ୍ତି ନିଶ୍ଚୟ ମରିବେ।


ପାଚିଲା କେଶ ଶୋଭାଜନକ ମୁକୁଟ। ତାହା ଧର୍ମ ପଥରେ ପ୍ରାପ୍ତ ହୁଏ।


ବର୍ତ୍ତମାନ ମୁଁ ବୃଦ୍ଧ ଓ ମୋର ବାଳ ପାଚିଯାଇଛି। ମୋତେ ପରିତ୍ୟାଗ କର ନାହିଁ, ପରମେଶ୍ୱର। ମୋ’ ସାଙ୍ଗରେ ରୁହ, ମୁଁ ଯେପରି ତୁମ୍ଭର ଶକ୍ତି ଏବଂ ମହାନତା ବିଷୟରେ ଭବିଷ୍ୟତ ବଂଶଧରଙ୍କ ଆଗରେ କହି ପାରିବି।


ସେହି ପାଚିଲାବାଳିଆ ଓ ବୃଦ୍ଧ ଲୋକମାନେ ଆମ୍ଭମାନଙ୍କ କଥାରେ ଏକମନ ହେବେ, ଏପରିକି ତୁମ୍ଭର ପିତାଙ୍କଠାରୁ ଆହୁରି ବୃଦ୍ଧ ଲୋକମାନେ ମଧ୍ୟ ଆମ୍ଭ ସହିତ ଅଛନ୍ତି।


“ବୃଦ୍ଧ ଲୋକଙ୍କୁ ସମ୍ମାନ ଦିଅ। ସେମାନେ ତୁମ୍ଭ ପାଖକୁ ଆସିଲେ ଛିଡ଼ା ହୋଇଯାଅ, ଛିଡ଼ା ହୋଇ ଥିଲେ ତାଙ୍କୁ ସମାଦର କରିବ। ତୁମ୍ଭେମାନେ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ଭୟ କରିବା ଉଚିତ୍। ମୁଁ ନିତ୍ୟ ସଦାପ୍ରଭୁ ଅଟେ।


ପ୍ରତ୍ୟେକ ଲୋକ ଥରେ ମରିବା ଦରକାର। ଜଣେ ମଲାପରେ ତାହାର ବିଗ୍ଭର ହୁଏ।


ଏହା ପରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ଯଥା, “ହେ ଯିରିମିୟ, ତୁମ୍ଭେ କଅଣ ଦେଖୁଅଛ?” ମୁଁ ସଦାପ୍ରଭୁଙ୍କୁ ଉତ୍ତର ଦେଇ କହିଲି, “ମୁଁ ବାଦାମ ବୃକ୍ଷର ଏକ ଦଣ୍ଡ ଦେଖୁଅଛି।”


ତୁମ୍ଭର ଜନ୍ମ ସମୟରେ ଆମ୍ଭେ ବହନ କରିଥିଲୁ। ପୁଣି ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ତୁମ୍ଭକୁ ବହନ କରିବୁ। ପକ୍ୱକେଶ ହେବା ପର୍ଯ୍ୟନ୍ତ ଆମ୍ଭେ ବହନ କରିବୁ। କାରଣ ଆମ୍ଭେ ତୁମ୍ଭକୁ ସୃଷ୍ଟି କରିଅଛୁ। ତେଣୁ ଆମ୍ଭେ ବହନ କରିବା ଓ ତୁମ୍ଭକୁ ଉଦ୍ଧାର କରିବା।


ତୁମ୍ଭେ କୌଣସି କାର୍ଯ୍ୟ କର, ତାହା ଆପଣା ସମସ୍ତ ଶକ୍ତି ସହିତ କର। କାରଣ ତୁମ୍ଭେ ଯେଉଁ କବରକୁ ଯାଉଅଛ, ସେଠାରେ କିଛି କାର୍ଯ୍ୟ, ଯୋଜନା, ବୁଦ୍ଧି, ଜ୍ଞାନ ନାହିଁ।


ଯୁବକମାନଙ୍କ ବଳ ସେମାନଙ୍କର ଭୂଷଣ। ବୃଦ୍ଧମାନଙ୍କର ପକ୍ୱ କେଶ ସେମାନଙ୍କର ଶୋଭା।


ଆମ୍ଭର ପିତା ଏକ ଦୁଃଖୀ ବୃଦ୍ଧ ଲୋକ, ସେ ଯେତେବେଳେ ଦେଖିବେ ବିନ୍ୟାମୀନ ଆମ୍ଭ ସହିତ ନାହିଁ। ଏହା ଆମ୍ଭର ଦୋଷ ହେବ। ଆମ୍ଭ ଯୋଗୁଁ ସେ ଦୁଃଖୀ ମଣିଷ ପରି ମୃତ୍ୟୁବରଣ କରିବେ।


ଯଦି ତୁମ୍ଭେ ମୋର ଆର ପୁତ୍ରକୁ ମୋ'ଠାରୁ ଦୂରେଇ ନିଅ। ଏବଂ ଯଦି ତା'ର କିଛି ହୁଏ, ତେବେ ମୁଁ ଦୁଃଖରେ ମରିଯିବି।’


କିନ୍ତୁ ଯାକୁବ ତାକୁ କହିଲେ, “ମୁଁ ବିନ୍ୟାମୀନକୁ ତୁମ୍ଭ ସହିତ ଛାଡ଼ିବି ନାହିଁ। ତା'ର ଭାଇ ମରିଯାଇଛି। ସେ ଜଣେ କେବଳ ରହିଯାଇଛି। ଯଦି ସେ ତୁମ୍ଭ ସହିତ ମିଶରକୁ ଯାଏ ଏବଂ ରାସ୍ତାରେ କିଛି ଗୋଟିଏ ହୋଇଯାଏ, ତେବେ ତୁମ୍ଭେ ମୋତେ ଶୋକରେ ମୋର ଏହି ପକ୍ୱ କେଶରେ କବରକୁ ପଠେଇ ଦେବ।”


ସେମାନେ କିଅବା ସେମାନଙ୍କର ପୂର୍ବପୁରୁଷ ଜାଣି ନ ଥିବା ଦେଶୀୟମାନଙ୍କ ମଧ୍ୟରେ ସେମାନଙ୍କୁ ଛିନ୍ନଭିନ୍ନ କରିବା। ସେମାନଙ୍କୁ ସଂହାର ନ କରିବା ଯାଏ ସେମାନଙ୍କ ପଛରେ ‌‌ଖ‌ଡ଼୍‌ଗ ପଠାଇବା।”


Swiv nou:

Piblisite


Piblisite