Biblia Todo Logo
Bib sou entènèt

- Piblisite -




ଉପଦେଶକ 12:13 - ପବିତ୍ର ବାଇବଲ

13 ସାରକଥା ଏହି, ଆମ୍ଭେମାନେ ସବୁ ଶୁଣିଛୁ। ପରମେଶ୍ୱରଙ୍କୁ ଭୟ କର ଓ ତାଙ୍କର ଆଜ୍ଞାସବୁ ପାଳନ କର। କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ ଅଟେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ସାର କଥା ଏହି; ସବୁ ଶୁଣାଯାଇଅଛି; ପରମେଶ୍ଵରଙ୍କୁ ଭୟ କର ଓ ତାହାଙ୍କର ଆଜ୍ଞାସବୁ ପାଳନ କର; କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ।

Gade chapit la Kopi

ଓଡିଆ ବାଇବେଲ

13 ସାର କଥା ଏହି; ସବୁ ଶୁଣାଯାଇଅଛି; ପରମେଶ୍ୱରଙ୍କୁ ଭୟ କର ଓ ତାହାଙ୍କର ଆଜ୍ଞାସବୁ ପାଳନ କର; କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ସାର କଥା ଏହି; ସବୁ ଶୁଣାଯାଇଅଛି; ପରମେଶ୍ୱରଙ୍କୁ ଭୟ କର ଓ ତାହାଙ୍କର ଆଜ୍ଞାସବୁ ପାଳନ କର; କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ।

Gade chapit la Kopi




ଉପଦେଶକ 12:13
27 Referans Kwoze  

“ଏବେ ହେ ଇସ୍ରାଏଲ, ଶୁଣ! ସଦାପ୍ରଭୁ ତୁମ୍ଭ ପରମେଶ୍ୱର ବାସ୍ତବରେ ତୁମ୍ଭଠାରୁ କ’ଣ ଗ୍ଭହାନ୍ତି ଜାଣ? ସେ ଗ୍ଭହାନ୍ତି ତାଙ୍କର ବାକ୍ୟ ଅନୁସାରେ କର୍ମମାନ କର। ବିଧି ନିୟମ ପାଳନ କର। ପରମେଶ୍ୱର ଗ୍ଭହାନ୍ତି ତୁମ୍ଭେମାନେ ଅନ୍ତକରଣ ସହକାରେ ସଦାପ୍ରଭୁଙ୍କୁ ପ୍ରେମ କର ଓ ତାଙ୍କର ସେବା କର। ତାଙ୍କର ବ୍ୟବସ୍ଥା ଓ ଆଦେଶ ମାନି ଚଳ।


ହେ ମାନବ, ଯାହା ଉତ୍ତମ ତାହା ସଦାପ୍ରଭୁ ତୁମ୍ଭକୁ ଜଣାଇଛନ୍ତି। ଏହା ହିଁ ସଦାପ୍ରଭୁ ତୁମ୍ଭଠାରୁ ଇଚ୍ଛା କରନ୍ତି। ଅନ୍ୟମାନଙ୍କ ପ୍ରତି ଭଲହୁଅ, ବଦାନ୍ୟତା ଓ କରୁଣାକୁ ଭଲ ପାଅ, ପରମେଶ୍ୱରଙ୍କ ସହିତ ନମ୍ରତାର ସହିତ ବାସ କର।


ଏହା ଏପରି ଅଟେ ଯେ, ତୁମ୍ଭେମାନେ ତୁମ୍ଭମାନଙ୍କର ସନ୍ତାନଗଣ ଏବଂ ନାତିନାତୁଣୀଗଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ତୁମ୍ଭେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ଭୟ କରିବା ପାଇଁ ଏବଂ ତାଙ୍କର ସମସ୍ତ ଆଜ୍ଞା ଓ ନିୟମ ପାଳନ କରିବା ପାଇଁ ମୁଁ ଯାହା ତୁମ୍ଭମାନଙ୍କୁ ଦେଉଛି, ସେଥିପାଇଁ ଦୀର୍ଘଜିବୀ ହେବ।


ଜ୍ଞାନ ପରମେଶ୍ୱରଙ୍କ ପ୍ରତି ଭୟ ଓ ସମ୍ମାନରୁ ଆରମ୍ଭ ହୁଏ। ଯେଉଁମାନେ ତାଙ୍କର ଆଦେଶ ପାଳନ କରନ୍ତି, ସେମାନେ ଜ୍ଞାନୀ ଅଟନ୍ତି। ତାହାଙ୍କ ପ୍ରଶଂସା ସଦାକାଳ ପାଇଁ ଗାନ କରାଯିବ।


ପରମେଶ୍ୱର ଲୋକମାନଙ୍କୁ କହିଲେ, ‘ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର, ତାହା ହିଁ ଜ୍ଞାନ ଅଟେ। ମନ୍ଦକାର୍ଯ୍ୟ କର ନାହିଁ, ତାହା ହିଁ ବୁଝିବା ଶକ୍ତି ଅଟେ।’”


ସେ ଆପଣା ଅନୁସରଣକାରୀମାନଙ୍କ ବାଞ୍ଚା ପୂର୍ଣ୍ଣ କରନ୍ତି। ସେ ସେମାନଙ୍କର ଗୁହାରି ଶୁଣନ୍ତି ଏବଂ ସେମାନଙ୍କୁ ରକ୍ଷା କରନ୍ତି।


ଯଦିଓ ପାପୀ ଶତବାର ଦୁଷ୍କର୍ମ କରେ, ସେ ଦୀର୍ଘଦିନ ବଞ୍ଚେ। ତଥାପି ମୁଁ ନିଶ୍ଚୟ ସେମାନଙ୍କୁ ଜାଣେ ଯେଉଁମାନେ ପରମେଶ୍ୱରଙ୍କୁ ସମ୍ମାନ କରନ୍ତି। ନିଶ୍ଚିତରେ ସେମାନେ ଉନ୍ନତି କରିବେ।


ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ସେ ସେମାନଙ୍କୁ ସଦାସର୍ବଦା ଦୟା କରନ୍ତି।


ସଦାପ୍ରଭୁ ବିଷୟକ ଭୟ ଜୀବନଦାୟକ, ତାହା ଯେଉଁ ଲୋକଠାରେ ଥାଏ, ସେ ଶାନ୍ତିରେ ବାସ କରି ପାରିବ। ବିପଦ ତା'ର ନିକଟରେ ଯାଇ ପାରିବ ନାହିଁ।


ପ୍ରଥମେ ସଦାପ୍ରଭୁଙ୍କୁ ସମ୍ମାନ କରିବା ଏବଂ ସଦାପ୍ରଭୁଙ୍କ ବାକ୍ୟ ମାନି ଚଳିବା ଜଣେ ବ୍ୟକ୍ତି ଏହା ଶିକ୍ଷା କରିବା ଉଚିତ୍। ଏଥିରେ ତୁମ୍ଭର ବାସ୍ତବ ଜ୍ଞାନ ବୃଦ୍ଧି ଘଟିବ। କିନ୍ତୁ ନିର୍ବୋଧଲୋକମାନେ ଜ୍ଞାନ ଓ ଉପଦେଶକୁ ତୁଚ୍ଛ କରନ୍ତି।


ଯେଉଁ ଲୋକମାନେ ତାଙ୍କୁ ଭୟ କରନ୍ତି ଓ ବିଶ୍ୱସ୍ତ ପ୍ରେମରେ ଭରସା ରଖନ୍ତି, ସେ ସେମାନଙ୍କ ଉପରେ ସନ୍ତୁଷ୍ଟ ହୁଅନ୍ତି।


ଅନେକ ଫାମ୍ପା ସ୍ୱପ୍ନ ଏବଂ ଅନେକ ବାଗ୍ଭଳତା ଯୋଗୁଁ ଏସବୁ ଘଟେ। ମାତ୍ର ତୁମ୍ଭେ ପରମେଶ୍ୱରଙ୍କୁ ନିଶ୍ଚୟ ଭୟ କର।


ତା'ପରେ ସିଂହାସନ ମଧ୍ୟରୁ ଗୋଟିଏ ଉଚ୍ଚ ଧ୍ୱନି ଆସିଲା। ସେହି ଧ୍ୱନି କହିଲା: “ହେ ପରମେଶ୍ୱରଙ୍କର ସେବକମାନେ! ତୁମ୍ଭେମାନେ ସମସ୍ତେ ଆମ୍ଭମାନଙ୍କର ପରମେଶ୍ୱରଙ୍କର ପ୍ରଶଂସା କର! ହେ କ୍ଷୁଦ୍ର ଓ ମହାନ୍ ଲୋକମାନେ! ତୁମ୍ଭେମାନେ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରଶଂସା କର ଓ ତାହାଙ୍କୁ ସମ୍ମାନ ଦିଅ।”


ସମସ୍ତଙ୍କୁ ସମ୍ମାନ ଦିଅ। ପରମେଶ୍ୱରଙ୍କ ପରିବାରର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଭଲ ପାଅ। ପରମେଶ୍ୱରଙ୍କୁ ଭୟ କର ଓ ରାଜାଙ୍କୁ ସମ୍ମାନ ଦିଅ।


ପାପୀଗଣଙ୍କ ପ୍ରତି ଈର୍ଷାଳୁ ହୁଅ ନାହିଁ। ତୁମ୍ଭର ଜୀବନର ସମସ୍ତ ଦିନଗୁଡ଼ିକ ସଦାପ୍ରଭୁଙ୍କ ପ୍ରତି ସମ୍ମାନ ଓ ଭୟ କର।


ମୁଁ ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଉଅଛି, ତୁମ୍ଭେମାନେ ସେହି ବାକ୍ୟରେ ଆଉ କିଛି ମିଶାଅ ନାହିଁ। କିଅବା ତା'ଠାରୁ କିଛି ଊଣାକରି ପାଳନ କର ନାହିଁ। ସମ୍ପୂର୍ଣ୍ଣ ଭାବେ ସେହି ବାକ୍ୟମାନ ପାଳନ କର। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ଆଜ୍ଞା ମାନ।


ସଦାପ୍ରଭୁଙ୍କର ଦୂତ ଅବ୍ରହାମଙ୍କୁ କହିଲେ, “ତୁମ୍ଭର ପୁତ୍ରକୁ ହତ୍ୟା କର ନାହିଁ କି କିଛି ଆଘାତ କର ନାହିଁ। ବର୍ତ୍ତମାନ ମୁଁ ଦେଖି ପାରୁଛି ଯେ, ତୁମ୍ଭେ ପରମେଶ୍ୱରଙ୍କୁ ସମ୍ମାନ କରୁଛ ଏବଂ ତାଙ୍କର ଆଜ୍ଞା ମାନି ଚଳୁଛ। କାରଣ ତୁମ୍ଭେ ତୁମ୍ଭର ଏକମାତ୍ର ପୁତ୍ରକୁ ମୋ’ ସକାଶେ ଉତ୍ସର୍ଗ କରିବାକୁ କୁଣ୍ଠାବୋଧ କରି ନାହଁ।”


କିଏ ଜାଣେ ସେମାନଙ୍କ ଏହି କ୍ଷଣସ୍ଥାୟୀ ଜୀବନରେ, ମନୁଷ୍ୟ ଅଧିକ ଲାଭକରି କ’ଣ କରିପାରେ? କାରଣ ସେମାନଙ୍କର ଦିନଗୁଡ଼ିକ ଛାଇ ପରି ଗ୍ଭଲିଯିବ। କିଏ ଲୋକମାନଙ୍କୁ କହିପାରିବ, ସୂର୍ଯ୍ୟତଳେ ଭବିଷ୍ୟତରେ ଏଇ ପୃଥିବୀରେ କ’ଣ ହେବ?


ଜଣେ ମୂର୍ଖ ପରି ମାତାଲ୍ ହେବା ପର୍ଯ୍ୟନ୍ତ ମୁଁ ସ୍ଥିର କଲି ଦ୍ରାକ୍ଷାରସ ପିଇବା ପାଇଁ ଚେଷ୍ଟା କରିବି। ଯଦିଓ ସବୁବେଳେ ମୋର ମନ ବୁଦ୍ଧିର ସହିତ ମୋତେ ପରିଗ୍ଭଳନା କରୁଛି। ମୁଁ ଦେଖିବା ପାଇଁ ଗ୍ଭହିଁଲି। ଏହା କରିବା କ’ଣ ପୃଥିବୀର ଲୋକମାନଙ୍କ ପାଇଁ ମୂଲ୍ୟହୀନ।


କିନ୍ତୁ ତୁମ୍ଭେମାନେ ନିଶ୍ଚିତ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର। ମନ ପ୍ରାଣ ଦେଇ ସଦାପ୍ରଭୁଙ୍କ ସେବା କର, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ବଡ଼ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି।


ମୁଁ ଜାଣେ ଯେ, ପରମେଶ୍ୱର ଯାହାକିଛି କରନ୍ତି, ତାହା ଅନନ୍ତକାଳସ୍ଥାୟୀ, ତାହା ବୃଦ୍ଧି ବା ହ୍ରାସ କରାଯାଇ ନ ପାରେ। ପରମେଶ୍ୱର ତାହା କରିଛନ୍ତି, ଯେପରି ଲୋକମାନେ ତାକୁ ସମ୍ମାନ ଦେବେ।


ହସ୍ତ କାଢ଼ି ନ ନେଇ ତାକୁ ଧରି ରଖିବାରେ ତୁମ୍ଭର ମଙ୍ଗଳ। କାରଣ ଯେ ପରମେଶ୍ୱରଙ୍କୁ ସମ୍ମାନ କରେ, ସେ ଉଭୟ କରେ।


ଯେଉଁ ବ୍ୟକ୍ତି ଆଦେଶକୁ ମାନେ କୌଣସି ବିପଦକୁ ଜାଣିବ ନାହିଁ। ଜଣେ ଜ୍ଞାନୀଲୋକ ସମୟ ଏବଂ କ’ଣ ଠିକ୍ ତା'ର ଉପାୟ ଜାଣେ।


ଯେଉଁ ଦିନ ତୁମ୍ଭେ ହୋରେବରେ ସଦାପ୍ରଭୁ ପରମେଶ୍ୱରଙ୍କ ଛାମୁରେ ଛିଡ଼ା ହୋଇଥିଲ, ସେତେବେଳେ ସଦାପ୍ରଭୁ ମୋତେ କହିଲେ, ‘ଲୋକମାନଙ୍କୁ ଆମ୍ଭ ନିକଟରେ ଏକତ୍ରିତ କର। ଆମ୍ଭେ ଆପଣା ବାକ୍ୟ ସେମାନଙ୍କୁ ଶୁଣାଇବା ତହିଁରେ ସେମାନେ ପୃଥିବୀରେ ଯାବଜ୍ଜୀବନ ଆମ୍ଭକୁ ଭୟ କରିବା ଶିଖିବେ ଓ ଆପଣା ସନ୍ତାନମାନଙ୍କୁ ଶିଖାଇବେ।’


“ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଭୟ କରିବ। ତାଙ୍କର ଉପାସନା କରିବ। ତାହାଙ୍କଠାରେ ତୁମ୍ଭେ ଆସକ୍ତ ହେବ। ତାହାଙ୍କ ନାମରେ ତୁମ୍ଭେ ଶପଥ କରିବ।


ବର୍ତ୍ତମାନ ତୁମ୍ଭେ ସାବଧାନତାର ସହ ଓ ବିଶ୍ୱସ୍ତତାର ସହ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ସମସ୍ତ ଆଦେଶ ପାଳନ କରିବାର ସମୟ। ତାଙ୍କର ସମସ୍ତ ବ୍ୟବସ୍ଥା, ସମସ୍ତ ଆଜ୍ଞା, ନିଷ୍ପତ୍ତି ଓ ନିୟମକୁ ମାନି ଚଳ। ମୋଶାଙ୍କ ଲିଖିତ ସମସ୍ତ ନିୟମକୁ ପାଳନ କର। ତାହାହେଲେ ତୁମ୍ଭେ ସବୁ କ୍ଷେତ୍ରରେ ସଫଳ ହେବ ଓ ଯେଉଁ ସ୍ଥାନକୁ ଯିବ କୁଶଳ ପ୍ରାପ୍ତ ହେବ।


Swiv nou:

Piblisite


Piblisite