Biblia Todo Logo
Bib sou entènèt

- Piblisite -




ଉପଦେଶକ 10:15 - ପବିତ୍ର ବାଇବଲ

15 ପ୍ରତ୍ୟେକ ମୂର୍ଖର ପରିଶ୍ରମ ତାହାକୁ କ୍ଳାନ୍ତ କରେ, କାରଣ କିପରି ନଗରକୁ ଯିବାକୁ ହୁଏ ତାହା ସେ ଜାଣେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ପ୍ରତ୍ୟେକ ମୂର୍ଖର ପରିଶ୍ରମ ତାହାକୁ କ୍ଳା; କରେ, କାରଣ କିରୂପେ ନଗରକୁ ଯିବାର ହୁଏ, ତାହା ସେ ଜାଣେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

15 ପ୍ରତ୍ୟେକ ମୂର୍ଖର ପରିଶ୍ରମ ତାହାକୁ କ୍ଳାନ୍ତ କରେ, କାରଣ କିପରି ନଗରକୁ ଯିବାର ହୁଏ, ତାହା ସେ ଜାଣେ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ପ୍ରତ୍ୟେକ ମୂର୍ଖର ପରିଶ୍ରମ ତାହାକୁ କ୍ଳାନ୍ତ କରେ, କାରଣ କିପରି ନଗରକୁ ଯିବାର ହୁଏ, ତାହା ସେ ଜାଣେ ନାହିଁ।

Gade chapit la Kopi




ଉପଦେଶକ 10:15
14 Referans Kwoze  

ଧାର୍ମିକ ଲୋକମାନେ ବିନଷ୍ଟ ହେଉଅଛନ୍ତି, ମାତ୍ର ସେ ବିଷୟରେ କେହି ମନୋଯୋଗ କରୁ ନାହାନ୍ତି। ପୁନଶ୍ଚ ଭକ୍ତମାନେ ନିଆ ଯାଉଅଛନ୍ତି ଓ ଧାର୍ମିକମାନେ ଆସନ୍ତା ବିପଦରୁ ନିଆ ଯାଉଅଛନ୍ତି। ଏହା ମଧ୍ୟ କେହି ବିବେଚନା କରୁ ନାହାନ୍ତି।


ମୁର୍ଖ ପଥରେ ଗମନ କଲାବେଳେ ତାହାର ବୁଦ୍ଧିର ଅଭାବ ଦେଖାଯାଏ। ପୁଣି ସେ ପ୍ରତ୍ୟେକକୁ କହେ ଯେ ସେ ମୂର୍ଖ।


ପରମେଶ୍ୱର ସେମାନଙ୍କୁ ବସତି ନଗରକୁ ଆଗେଇ ନେଲେ, ଯେଉଁଠାରେ ସେମାନେ ବାସ କରି ପାରିବେ।


ସେମାନଙ୍କ ମଧ୍ୟରୁ କେତେକ ଶୁଷ୍କ ମରୁଭୂମିରେ ଏଣେତେଣେ ଭ୍ରମଣ କଲେ। ସେମାନେ ସହରରେ ବାସ କରିବାକୁ ଏକ ସ୍ଥାନ ଖୋଜୁଥିଲେ, କିନ୍ତୁ ସେମାନେ ପାଇଲେ ନାହିଁ।


କିନ୍ତୁ ଖୁବ୍ ଶୀଘ୍ର ସେହି ଲୋକମାନେ ତାକୁ ଉପହାସ କରିବେ। ସେମାନେ ତା'ର ପରାଜୟ ବିଷୟରେ ଗପ କରିବେ। ସେମାନେ ତାକୁ ପରିହାସ କରି କହିବେ, ‘ତାକୁ ଧିକ୍, ଯିଏ ଅନ୍ୟ ଲୋକମାନଙ୍କର ଧନସମ୍ପତ୍ତିକୁ ନେଇଯାଏ। ଆଉ କେତେଦିନ ପର୍ଯ୍ୟନ୍ତ ସେ ଋଣ ସଂଗ୍ରହ ଦ୍ୱାରା ଧନୀ ହେବ? ସର୍ବଶେଷରେ ତା'ର ସମ୍ପଦସବୁ ତା’ ଉପରେ ବୋଝ ହେବ।’


ଅଖାଦ୍ୟ ପାଇଁ ତୁମ୍ଭେମାନେ କାହିଁକି ରୂପା ବ୍ୟୟ କରୁଅଛ। ପୁଣି ଯାହା ତୃପ୍ତିକର ନୁହେଁ ସେଥିପାଇଁ କାହିଁକି ପରିଶ୍ରମ କରୁଅଛ। ତେଣୁ ମନୋଯୋଗ ସହକାରେ ଆମ୍ଭ କଥା ଶୁଣ ଓ ଉତ୍ତମ ଦ୍ରବ୍ୟ ଭୋଜନ କର। ପୁଣି ପୁଷ୍ଟିକର ଦ୍ରବ୍ୟରେ ତୁମ୍ଭମାନଙ୍କର ଆତ୍ମାକୁ ସନ୍ତୁଷ୍ଟ ହେବାକୁ ଦିଅ।


କୁହ୍ରାଡ଼ି ଦନ୍ଥଡ଼ା ହେଲେ, ଯଦି ତା'ର ଦାଢ଼ ନ ପଜାଏ, ତେବେ ତାହାପରେ ଅଧିକ ବଳ ପ୍ରୟୋଗ କରିବାକୁ ହୁଏ। କିନ୍ତୁ ଜ୍ଞାନ ଜିନିଷକୁ ସହଜ ସାଧ୍ୟ କରିଦିଏ।


ମୂର୍ଖ ବହୁ କଥା କହେ। ତଥାପି କ’ଣ ହେବ ମନୁଷ୍ୟ ଜାଣେ ନାହିଁ। ଆଉ ତା'ପରେ କ’ଣ ଘଟିବ, କେହି ତାକୁ ଜଣାଇ ପାରିବ ନାହିଁ।


ହେ ଦେଖ, ତୁମ୍ଭର ରାଜା ଯେବେ ବାଳକ ହୁଏ ଓ ତୁମ୍ଭର ଅଧିପତିଗଣଙ୍କ ପ୍ରଭାତରେ ଭୋଜନ କରନ୍ତି। ତେବେ ଏହା ତୁମ୍ଭ ପ୍ରତି ବହୁତ ଖରାପ।


Swiv nou:

Piblisite


Piblisite