Biblia Todo Logo
Bib sou entènèt

- Piblisite -




ଉପଦେଶକ 10:1 - ପବିତ୍ର ବାଇବଲ

1 କିଛି ମଲାମାଛି ଗନ୍ଧବଣିକର ସୁଗନ୍ଧି ତୈଳ ଦୁର୍ଗନ୍ଧ କରିପକାଏ। ଠିକ୍ ସେପରି ଅଳ୍ପ ମୂର୍ଖତା ଜ୍ଞାନ ଓ ସମ୍ଭ୍ରମଠାରୁ ଅଧିକ ଭାରି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ମଲା ମାଛି ଗନ୍ଧବଣିକର ସୁଗନ୍ଧି ତୈଳ ଦୁର୍ଗନ୍ଧ କରି ପକାଏ; ତଦ୍ରୂପ ଅଳ୍ପ ମୂର୍ଖତା ଜ୍ଞାନ ଓ ସମ୍ଭ୍ରମଠାରୁ ଅଧିକ ଭାରୀ।

Gade chapit la Kopi

ଓଡିଆ ବାଇବେଲ

1 ମଲା ମାଛି ଗନ୍ଧବଣିକର ସୁଗନ୍ଧି ତୈଳ ଦୁର୍ଗନ୍ଧ କରି ପକାଏ; ତଦ୍ରୂପ ଅଳ୍ପ ମୂର୍ଖତା ଜ୍ଞାନ ଓ ସମ୍ଭ୍ରମଠାରୁ ଅଧିକ ଭାରୀ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ମଲା ମାଛି ଗନ୍ଧବଣିକର ସୁଗନ୍ଧି ତୈଳ ଦୁର୍ଗନ୍ଧ କରି ପକାଏ; ତଦ୍ରୂପ ଅଳ୍ପ ମୂର୍ଖତା ଜ୍ଞାନ ଓ ସମ୍ଭ୍ରମଠାରୁ ଅଧିକ ଭାରୀ।

Gade chapit la Kopi




ଉପଦେଶକ 10:1
11 Referans Kwoze  

ଇସ୍ରାଏଲର ରାଜା ଶଲୋମନ କ’ଣ ଏପରି କାର୍ଯ୍ୟ କରି ପାପ କରି ନ ଥିଲେ? ଅନେକ ରାଷ୍ଟ୍ର ବା ଜାତି ମଧ୍ୟରେ ତାଙ୍କପରି ରାଜା କେହି ନ ଥିଲେ ଓ ସେ ଆପଣା ପରମେଶ୍ୱରଙ୍କ ପ୍ରିୟପାତ୍ର ଥିଲେ। ପରମେଶ୍ୱର ତାହାଙ୍କୁ ସମଗ୍ର ଇସ୍ରାଏଲ ଉପରେ ରାଜା କଲେ। ତଥାପି ବିଦେଶୀୟ ସ୍ତ୍ରୀମାନେ ତାହାଙ୍କୁ ହିଁ ପାପ କରାଇଲେ।


ଦ୍ରଷ୍ଟା ଯେହୂ ଯିହୋଶାଫ‌ଟଙ୍କୁ ଭେଟିବାକୁ ଗଲେ। ଯେହୂଙ୍କର ପିତାଙ୍କର ନାମ ହନାନି ଥିଲା। ଯେହୂ ରାଜା ଯିହୋଶାଫ‌ଟଙ୍କୁ କହିଲେ, “ତୁମ୍ଭେ କାହିଁକି ଦୁଷ୍ଟ ଲୋକମାନଙ୍କୁ ସାହାଯ୍ୟ କଲ? ସଦାପ୍ରଭୁ ଯେଉଁ ଲୋକମାନଙ୍କୁ ଘୃଣା କରନ୍ତି, ତୁମ୍ଭେ କାହିଁକି ସେହି ଲୋକମାନଙ୍କୁ ପ୍ରେମ କଲ? ସେଥିନିମନ୍ତେ ସଦାପ୍ରଭୁ ତୁମ୍ଭ ଉପରେ କ୍ରୋଧ କରିଅଛନ୍ତି।


“ଏହି ସବୁତକ ମସଲା ଓ ତୈଳ ମିଶାଇବା ପାଇଁ ଏକ ସୁଗନ୍ଧି ଦ୍ରବ୍ୟ ତିଆରି କରୁଥିବା ଯନ୍ତ୍ର ଆଣ। ତାହା ଅଭିଷେକାର୍ଥକ ପବିତ୍ର ତୈଳ ମିଶାଇବ।


ଏହି ଉଦ୍ଦେଶ୍ୟ ପାଇଁ ତାକୁ ଭଡ଼ାରେ ଅଣା ଯାଇଥିଲା, ଯାହା ଫଳରେ ମୁଁ ଭୟରେ ଏହା କରି ପାପ କରିବି ଏବଂ ତା'ପରେ ସେମାନେ ମୋର ନାମକୁ ଦୁର୍ନାମ ଓ ପରିହାସ କରିବା ପାଇଁ କାରଣ ପାଇବେ।


ତୁମ୍ଭେ ମୋର ଦୁଃଖକୁ ବୁଝି ପାରନ୍ତ। ମୋର ଦୁଃଖ ସମୁଦ୍ରର ସମସ୍ତ ବାଲିଠାରୁ ଅଧିକ ଭାରୀ ହୁଅନ୍ତା। ତେଣୁ ସେଥିପାଇଁ ମୋର କଥାସବୁ ମୂର୍ଖାମୀ ବୋଲି ଜଣା ପଡ଼ୁଛି।


ଯୁଦ୍ଧାସ୍ତ୍ର ଅପେକ୍ଷା ଜ୍ଞାନ ଉତ୍ତମ। ମାତ୍ର ଜଣେ ପାପୀ ଅନେକ ମଙ୍ଗଳ ନାଶ କରିପାରେ।


‘ମନେକର ଜଣେ ମନୁଷ୍ୟ କିଛି ମାଂସ ତା'ର ପୋଷାକର ଭାଙ୍ଗରେ ନିଏ। ଏହା ପବିତ୍ର ହେବ କାରଣ ଏହି ମାଂସ ବଳିଦାନର ଏକ ଅଂଶ ବିଶେଷ। କ’ଣ ସେହିସବୁ ବସ୍ତ୍ର ଯଦି ରୋଟୀ, ରନ୍ଧାଖାଦ୍ୟ, ତେଲ କି ଅନ୍ୟ କୌଣସି ଖାଦ୍ୟ ପଦାର୍ଥକୁ ସ୍ପର୍ଶ କରେ ତେବେ ସେ ସବୁ କ’ଣ ପବିତ୍ର ହୋଇଯିବ?’” ଯାଜକ ଉତ୍ତର ଦେଲେ, “ନାଁ,” ତାହା ହୋଇ ପାରିବ ନାହିଁ।


ତା'ପରେ ହାଗୟ କହିଲେ, “ଯଦି ଜଣେ ବ୍ୟକ୍ତି ଗୋଟିଏ ଶବକୁ ଛୁଏଁ ତେବେ ସେ କ’ଣ ଅପବିତ୍ର ହେବ? ବର୍ତ୍ତମାନ ସେ ଯଦି ଅନ୍ୟ ଜିନିଷଗୁଡ଼ିକୁ ଛୁଏଁ ସେଗୁଡ଼ିକ କ’ଣ ଅପବିତ୍ର ହୋଇଯିବ?” ଯାଜକ ଉତ୍ତର ଦେଲେ, “ହଁ, ସେହି ଜିନିଷ ଅପବିତ୍ର ହେବ।”


Swiv nou:

Piblisite


Piblisite