Biblia Todo Logo
Bib sou entènèt

- Piblisite -




ଉପଦେଶକ 1:15 - ପବିତ୍ର ବାଇବଲ

15 ତୁମ୍ଭେ ଏସବୁ ପରିବର୍ତ୍ତନ କରି ପାରିବ ନାହିଁ। ଯାହା ବଙ୍କା ତାହା ସଳଖ କରାଯାଇ ନ ପାରେ। ଯାହା ସେଠାରେ ନାହିଁ ତୁମ୍ଭେମାନେ ତାହା ଗଣି ପାରିବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ଯାହା ବଙ୍କା, ତାହା ସଳଖ କରାଯାଇ ନ ପାରେନ୍ତ ପୁଣି, ଯାହା ଅଭାବ, ତାହା ଗଣିତ ହୋଇ ନ ପାରେ।

Gade chapit la Kopi

ଓଡିଆ ବାଇବେଲ

15 ଯାହା ବଙ୍କା, ତାହା ସଳଖ କରାଯାଇ ନ ପାରେ ପୁଣି, ଯାହା ଅଭାବ, ତାହା ଗଣିତ ହୋଇ ନ ପାରେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ଯାହା ବଙ୍କା, ତାହା ସଳଖ କରାଯାଇ ନ ପାରେ ପୁଣି, ଯାହା ଅଭାବ, ତାହା ଗଣିତ ହୋଇ ନ ପାରେ।

Gade chapit la Kopi




ଉପଦେଶକ 1:15
10 Referans Kwoze  

ସମସ୍ତ ଉପତ୍ୟକାକୁ ପୂର୍ଣ୍ଣ କରି ଉଚ୍ଚ କର, ପର୍ବତ ଓ ଉପପର୍ବତଗୁଡ଼ିକୁ ସମାନ କର। ବକ୍ର ରାସ୍ତାକୁ ସଳଖ କର ଓ ରଗଡ଼ା ସ୍ଥାନଗୁଡ଼ିକୁ ମସୃଣ କର।


ମୁଁ ଜାଣେ ଯେ, ପରମେଶ୍ୱର ଯାହାକିଛି କରନ୍ତି, ତାହା ଅନନ୍ତକାଳସ୍ଥାୟୀ, ତାହା ବୃଦ୍ଧି ବା ହ୍ରାସ କରାଯାଇ ନ ପାରେ। ପରମେଶ୍ୱର ତାହା କରିଛନ୍ତି, ଯେପରି ଲୋକମାନେ ତାକୁ ସମ୍ମାନ ଦେବେ।


ତୁମ୍ଭ ଭିତରେ ଏପରି କେହି ନାହିଁ, ଯେକି ଚିନ୍ତାଗ୍ରସ୍ତ ହୋଇ ନିଜ ଜୀବନକାଳ ସହିତ ଘଡ଼ିଏ ହେଲେ ସମୟ ଯୋଗ କରି ପାରିବ।


ପ୍ରଭୁଙ୍କର ଆଜ୍ଞା ନ ହେଲେ, ଜଣେ ଯାହା କହିବାର ଘଟେ ନାହିଁ।


କିନ୍ତୁ ଯଦି ପରମେଶ୍ୱର ସ୍ଥିର କରନ୍ତି ସେମାନଙ୍କୁ ସାହାଯ୍ୟ କରିବେ ନାହିଁ। ତା'ହେଲେ କେହି ପରମେଶ୍ୱରଙ୍କୁ ଦୋଷ ଦେଇ ପାରିବ ନାହିଁ। ଯଦି ପରମେଶ୍ୱର ଲୋକଙ୍କଠାରୁ ନିଜକୁ ଲୁଚେଇ ରଖନ୍ତି, କେହି ତାଙ୍କୁ ଖୋଜି ପାଇବ ନାହିଁ। ପରମେଶ୍ୱର ଲୋକମାନଙ୍କର ଓ ଦେଶମାନଙ୍କର ଶାସନକର୍ତ୍ତା।


ପରମେଶ୍ୱର ତୁମ୍ଭକୁ ଜ୍ଞାନର ନିଗୂଢ଼ ରହସ୍ୟ ବିଷୟରେ କହନ୍ତେ ଏବଂ ସେ କହି ପାରନ୍ତେ କିପରି ଗୋଟିଏ ଗପର ଦୁଇଟି ପାଖ ରହିଛି। ଆୟୁବ, ତୁମ୍ଭେ ଶୁଣ, ପରମେଶ୍ୱର ତୁମ୍ଭକୁ ଦଣ୍ଡ ଦେଉ ନାହାନ୍ତି, ଯେତିକି ସେ ତୁମ୍ଭକୁ ଦେବା କଥା।


ପୁଣି ପୃଥିବୀ ନିବାସୀ ସମସ୍ତେ ତୁଚ୍ଛ ବସ୍ତୁ ସଦୃଶ। ଆଉ ସ୍ୱର୍ଗୀୟ ଶକ୍ତି ବଳରେ ପରମେଶ୍ୱର ନିଜ ଇଚ୍ଛାନୁସାରେ ପୃଥିବୀ ନିବାସୀମାନଙ୍କ ମଧ୍ୟରେ କାର୍ଯ୍ୟ କରନ୍ତି। କେହି ତାଙ୍କର ଶକ୍ତିଶାଳୀ ହସ୍ତ ବନ୍ଦ କରି ନ ପାରେ ଓ କେହି ତାଙ୍କୁ କିଛି ପ୍ରଶ୍ନ କରି ନ ପାରେ।


ମୋ’ ହୃଦୟରେ ମୁଁ ଜାଣିବାକୁ, ପରୀକ୍ଷା କରିବାକୁ ଏବଂ ଜ୍ଞାନର ପଶ୍ଚା‌‌‌ତ୍‌‌‌ଧାବନ କରିବାକୁ ଏବଂ ଏହାର ଉତ୍ତର ପାଇବାକୁ ମୁଁ ଗ୍ଭହିଁଲି। ମୁଁ ମଧ୍ୟ ଦୁଷ୍ଟତା ଓ ବୋକାମୀକୁ ଓ ମୂର୍ଖର ପାଗଳାମିକୁ ଜାଣିବା ପାଇଁ ଗ୍ଭହିଁଲି।


ଜଣେ କୃଷ୍ଣକାୟ କ’ଣ ଆପଣା ଚର୍ମର ବର୍ଣ୍ଣ ବଦଳାଇ ପାରିବ ଓ ଚିତାବାଘ କ’ଣ ନିଜର ଦେହର ଛାପ ବଦଳାଇ ପାରିବ? ତେଣୁ ହେ ଯିରୁଶାଲମ, ତୁମ୍ଭେ ସର୍ବଦା କୁକର୍ମ କରିବାରେ ଅଭ୍ୟସ୍ତ, ତୁମ୍ଭେ କେବେ ସୁକର୍ମ କରି ପାରିବ ନାହିଁ।


Swiv nou:

Piblisite


Piblisite