Biblia Todo Logo
Bib sou entènèt

- Piblisite -




ଦ୍ଵିତୀୟ ବିବରଣ 7:5 - ପବିତ୍ର ବାଇବଲ

5 “ମାତ୍ର ତୁମ୍ଭେମାନେ ସେମାନଙ୍କ ପ୍ରତି ଏରୂପେ ବ୍ୟବହାର କରିବ। ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦି ସକଳ ଭଗ୍ନ କରିବ ଓ ସେମାନଙ୍କ ସ୍ମରଣାର୍ଥକ ପ୍ରସ୍ତର ସବୁ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତିସଳକ ହାଣି ପକାଇବ। ପୁଣି ସେମାନଙ୍କ ଖୋଦିତ ପ୍ରତିମାସବୁ ଅଗ୍ନିରେ ଦ‌‌ଗ୍‌‌ଧ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ମାତ୍ର ତୁମ୍ଭେମାନେ ସେମାନଙ୍କ ପ୍ରତି ଏରୂପ ବ୍ୟବହାର କରିବ; ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦିସକଳ ଭଗ୍ନ କରିବ ଓ ସେମାନଙ୍କ ସ୍ତମ୍ଭସକଳ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତିସକଳ ହାଣି ପକାଇବ, ପୁଣି ସେମାନଙ୍କ ଖୋଦିତ ପ୍ରତିମାସକଳ ଅଗ୍ନିରେ ଦଗ୍ଧ କରିବ।

Gade chapit la Kopi

ଓଡିଆ ବାଇବେଲ

5 ମାତ୍ର ତୁମ୍ଭେମାନେ ସେମାନଙ୍କ ପ୍ରତି ଏରୂପ ବ୍ୟବହାର କରିବ; ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦିସକଳ ଭଗ୍ନ କରିବ ଓ ସେମାନଙ୍କ ସ୍ତମ୍ଭସକଳ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତିସକଳ ହାଣି ପକାଇବ, ପୁଣି ସେମାନଙ୍କ ଖୋଦିତ ପ୍ରତିମାସକଳ ଅଗ୍ନିରେ ଦଗ୍ଧ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ମାତ୍ର ତୁମ୍ଭେମାନେ ସେମାନଙ୍କ ପ୍ରତି ଏରୂପ ବ୍ୟବହାର କରିବ; ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦିସକଳ ଭଗ୍ନ କରିବ ଓ ସେମାନଙ୍କ ସ୍ତମ୍ଭସକଳ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତିସକଳ ହାଣି ପକାଇବ, ପୁଣି ସେମାନଙ୍କ ଖୋଦିତ ପ୍ରତିମାସକଳ ଅଗ୍ନିରେ ଦଗ୍ଧ କରିବ।

Gade chapit la Kopi




ଦ୍ଵିତୀୟ ବିବରଣ 7:5
16 Referans Kwoze  

“ତୁମ୍ଭେମାନେ ସେମାନଙ୍କ ଦେବତାଗଣଙ୍କୁ ପୂଜା କରିବ ନାହିଁ। ସେମାନଙ୍କ ସମ୍ମୁଖରେ ପ୍ରଣାମ କରିବ ନାହିଁ, ସେମାନଙ୍କ କ୍ରିୟାନୁସାରେ କ୍ରିୟା କରିବ ନାହିଁ। ମାତ୍ର ସେମାନଙ୍କୁ ସମୂଳେ ଉତ୍ପାଟନ କରିବ। ସେମାନଙ୍କର ସ୍ତମ୍ଭସବୁ ଭାଙ୍ଗି ପକାଇବ।


ତେଣୁ ସେମାନଙ୍କର ଯଜ୍ଞବେଦି ସବୁ ଧ୍ୱଂସ କର। ସେମାନଙ୍କର ସ୍ତମ୍ଭସବୁ ଭାଙ୍ଗିଦିଅ। ସେମାନଙ୍କର ପବିତ୍ର କାଷ୍ଠ ସ୍ତମ୍ଭସବୁ କାଟି ପକାଇବ।


ମୂର୍ତ୍ତିଗୁଡ଼ିକ ସକାଶେ, କୌଣସି କୀର୍ତ୍ତୀସ୍ତମ୍ଭ ସ୍ଥାପନ କର ନାହିଁ, ଯାହାକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଘୃଣା କରନ୍ତି।


ମୁଁ ତୁମ୍ଭମାନଙ୍କର ପାପପୂର୍ଣ୍ଣ ବସ୍ତୁକୁ ଦ‌‌ଗ୍‌‌ଧ କଲି। ତୁମ୍ଭେମାନେ ଛାଞ୍ଚରେ ଢଳାଇଥିବା ବାଛୁରିକୁ ଅଗ୍ନିରେ ଦ‌‌ଗ୍‌‌ଧ କଲି। ତା'ପରେ ମୁଁ ଏହାକୁ ଚୂର୍ଣ୍ଣ କଲି ଏବଂ ଧୂଳି ପରି ସୂକ୍ଷ୍ମ ହେବା ପର୍ଯ୍ୟନ୍ତ ମୁଁ ଏହାକୁ ଦଳିଲି। ତା'ପରେ ଢାଞ୍ଚା ନିର୍ମିତ ବାଛୁରିର ଭସ୍ମକୁ ଜଳସ୍ରୋତରେ ନିକ୍ଷେପ କଲି। ଯାହା ପର୍ବତରୁ ଆସୁଥିଲା।


“ତୁମ୍ଭେମାନେ ସେମାନଙ୍କ ଦେବଗଣର ଖୋଦିତ ପ୍ରତିମା ସକଳ ଅଗ୍ନିରେ ଦ‌‌ଗ୍‌‌ଧ କରିବ। ତୁମ୍ଭେ ଯେମନ୍ତ ଫାନ୍ଦରେ ନ ପଡ଼ିବ ସେଥିପାଇଁ ସେ ସବୁରେ ଥିବା ରୂପା କି ସୁନା ପ୍ରତି ଲୋଭ କରିବ ନାହିଁ। କିଅବା ଆପଣା ନିମନ୍ତେ ତାହା ଗ୍ରହଣ କରିବ ନାହିଁ। କାରଣ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଘୃଣିତ ବସ୍ତୁ ଅଟେ।


“ତୁମ୍ଭେମାନେ ନିଜ ପାଇଁ ଦେବମୂର୍ତ୍ତି ନିର୍ମାଣ କରିବ ନାହିଁ। କିମ୍ବା ନିଜ ପାଇଁ ଖୋଦିତ ପ୍ରତିମା କି ସ୍ତମ୍ଭ ସ୍ଥାପନ କରିବ ନାହିଁ, ଆଉ ତାହା ନିକଟରେ ଦଣ୍ତ ପ୍ରଣାମ କରିବା ନିମନ୍ତେ ତୁମ୍ଭମାନଙ୍କ ଦେଶର କୌଣସି ଖୋଦିତ ପ୍ରସ୍ତର ରଖିବ ନାହିଁ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।


ଏହା ପରେ ମୋଶା ସେମାନେ ତିଆରି କରିଥିବା ବାଛୁରିକୁ ନେଇଗଲେ ଏବଂ ସେ ଏହାକୁ ନିଆଁରେ ତରଳାଇ ଦେଲେ। ଏହା ପରେ ସେ ପେଷି ଦେଲେ ଏବଂ ତାକୁ ପାଣିରେ ମିଶାଇ ଇସ୍ରାଏଲର ସମସ୍ତ ଲୋକଙ୍କୁ ସେହି ପାଣି ପିଆଇଲେ।


ତୁମ୍ଭେମାନେ ନିଜ ସମ୍ମୁଖରୁ ସେହି ଦେଶନିବାସୀ ସମସ୍ତଙ୍କୁ ତଡ଼ି ବାହାର କରିଦେବ ଓ ସେମାନଙ୍କର ସମସ୍ତ ଖୋଦିତ ମୂର୍ତ୍ତି ଧାତୁ ନିର୍ମିତ ମୂର୍ତ୍ତିଗୁଡ଼ିକ ନଷ୍ଟ କରିଦେବା ଉଚିତ୍ ଓ ସେମାନଙ୍କ ଉଚ୍ଚସ୍ଥଳୀଗୁଡ଼ିକୁ ବିନଷ୍ଟ କରିବା ଉଚିତ୍।


“ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ଯେଉଁ ଯଜ୍ଞବେଦି ନିର୍ମାଣ କରିବ, ତହିଁ ନିକଟରେ ଆଶେରାର ମୂର୍ତ୍ତି ବୋଲି କୌଣସି ପ୍ରକାର କାଠ ସ୍ଥାପନ କରିବ ନାହିଁ।


ଆସା ଉଚ୍ଚ ସ୍ଥାନରେ ଥିବା ବିଦେଶୀୟ ଯଜ୍ଞବେଦିକୁ ଉଠାଇ ଦେଲେ। ଆସା ଉଚ୍ଚସ୍ଥାନସବୁ ଦୂର କରିଦେଲେ ଓ ସ୍ମରଣାର୍ଥକ ପବିତ୍ର ପ୍ରସ୍ତରସବୁକୁ ଭାଙ୍ଗି ଚୂରମାର୍ କରିଦେଲେ। ଆଉ ଆସା ଆଶେରା ସ୍ତମ୍ଭ ସବୁକୁ ଭାଙ୍ଗି ଦେଲେ।


ସେମାନେ ଆପଣା ହସ୍ତକୃତ ଯଜ୍ଞବେଦି ପ୍ରତି ଦୃଷ୍ଟି ପକାଇବେ ନାହିଁ। ପୁଣି ଆପଣା ଅଙ୍ଗୁଳିକୃତ ଆଶେରା ମୂର୍ତ୍ତି ଅବା ସୂର୍ଯ୍ୟ ଦେବତାଗଣଗୁଡ଼ିକ ପ୍ରତି ଅନାଇବେ ନାହିଁ।


ପୁଣି ସେମାନେ ବାଲ୍ ମନ୍ଦିରରୁ ସ୍ମୃତି ସ୍ତମ୍ଭମାନ ବାହାର କରି ଆଣି ପୋଡ଼ି ପକାଇଲେ।


ପଲେଷ୍ଟୀୟ ଲୋକମାନେ ବାଲ୍-ପରାସୀ‌‌ମ୍‌‌ଠାରେ ସେମାନଙ୍କର ପ୍ରତିମାମାନଙ୍କୁ ଛାଡ଼ି ପଳାଇଗଲେ। ସେହି ପ୍ରତିମାମାନଙ୍କୁ ଜ୍ୱଳାଇ ଦେବା ନିମନ୍ତେ ଦାଉଦ ତାଙ୍କର ଲୋକମାନଙ୍କୁ ଆଦେଶ ଦେଲେ।


Swiv nou:

Piblisite


Piblisite