Biblia Todo Logo
Bib sou entènèt

- Piblisite -




ଦ୍ଵିତୀୟ ବିବରଣ 4:6 - ପବିତ୍ର ବାଇବଲ

6 ତେଣୁ ଏହି ବ୍ୟବସ୍ଥାସବୁ ପାଳନ କର ଏବଂ ସେଗୁଡ଼ିକ ଅଭ୍ୟାସ କର କାରଣ ବହୁତ ଦେଶମାନଙ୍କ ମଧ୍ୟରେ ଏହା ତୁମ୍ଭର ଜ୍ଞାନ ଓ ବୁଝାମଣା ହେବ। ଏହି ବ୍ୟବସ୍ଥା ଶୁଣିଲାପରେ ସେମାନେ କହିବେ ଯେ, ‘ଇସ୍ରାଏଲୀୟ ଲୋକମାନେ ମହାନ ଲୋକ ଯେଉଁମାନେ ଜ୍ଞାନୀ ଏବଂ ବୁଝାମଣା ଶକ୍ତି ଅଛି।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଏଣୁ ତୁମ୍ଭେମାନେ ତାହାସବୁ ପାଳ ଓ କର; କାରଣ ନାନା ଦେଶୀୟ ଲୋକମାନଙ୍କ ସାକ୍ଷାତରେ ଏହା ହିଁ ତୁମ୍ଭମାନଙ୍କର ଜ୍ଞାନ ଓ ବୁଦ୍ଧି ସ୍ଵରୂପ ହେବ; ସେମାନେ ଏହିସବୁ ବିଧି ଶୁଣି କହିବେ, ଏହି ମହାଗୋଷ୍ଠୀ ନିତା; ଜ୍ଞାନବାନ ଓ ବୁଦ୍ଧିମାନ ଲୋକ ଅଟନ୍ତି।

Gade chapit la Kopi

ଓଡିଆ ବାଇବେଲ

6 ଏଣୁ ତୁମ୍ଭେମାନେ ତାହାସବୁ ପାଳନ କର; କାରଣ ନାନା ଦେଶୀୟ ଲୋକମାନଙ୍କ ସାକ୍ଷାତରେ ଏହା ହିଁ ତୁମ୍ଭମାନଙ୍କର ଜ୍ଞାନ ଓ ବୁଦ୍ଧି ସ୍ୱରୂପ ହେବ; ସେମାନେ ଏହିସବୁ ବିଧି ଶୁଣି କହିବେ, ଏହି ମହାଗୋଷ୍ଠୀ ନିତାନ୍ତ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ ଅଟନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଏଣୁ ତୁମ୍ଭେମାନେ ତାହାସବୁ ପାଳନ କର; କାରଣ ନାନା ଦେଶୀୟ ଲୋକମାନଙ୍କ ସାକ୍ଷାତରେ ଏହା ହିଁ ତୁମ୍ଭମାନଙ୍କର ଜ୍ଞାନ ଓ ବୁଦ୍ଧି ସ୍ୱରୂପ ହେବ; ସେମାନେ ଏହିସବୁ ବିଧି ଶୁଣି କହିବେ, “ଏହି ମହାଗୋଷ୍ଠୀ ନିତାନ୍ତ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ ଅଟନ୍ତି।”

Gade chapit la Kopi




ଦ୍ଵିତୀୟ ବିବରଣ 4:6
27 Referans Kwoze  

ପରମେଶ୍ୱର ଲୋକମାନଙ୍କୁ କହିଲେ, ‘ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର, ତାହା ହିଁ ଜ୍ଞାନ ଅଟେ। ମନ୍ଦକାର୍ଯ୍ୟ କର ନାହିଁ, ତାହା ହିଁ ବୁଝିବା ଶକ୍ତି ଅଟେ।’”


ଜ୍ଞାନ ପରମେଶ୍ୱରଙ୍କ ପ୍ରତି ଭୟ ଓ ସମ୍ମାନରୁ ଆରମ୍ଭ ହୁଏ। ଯେଉଁମାନେ ତାଙ୍କର ଆଦେଶ ପାଳନ କରନ୍ତି, ସେମାନେ ଜ୍ଞାନୀ ଅଟନ୍ତି। ତାହାଙ୍କ ପ୍ରଶଂସା ସଦାକାଳ ପାଇଁ ଗାନ କରାଯିବ।


ପିଲାବେଳୁ ତୁମ୍ଭେ ପବିତ୍ର ଶାସ୍ତ୍ରଗୁଡ଼ିକୁ ଜାଣିଛ। ସେହି ଶାସ୍ତ୍ରଗୁଡ଼ିକ ତୁମ୍ଭକୁ ଜ୍ଞାନୀ କରି ପାରିବ ଓ ସେହି ଜ୍ଞାନ ଖ୍ରୀଷ୍ଟ ଯୀଶୁଙ୍କ ପ୍ରତି ବିଶ୍ୱାସ ମାଧ୍ୟମରେ ମୁକ୍ତି ଆଡ଼କୁ ଆଗେଇନେବ।


ସମଗ୍ର ପୃଥିବୀସ୍ଥ ଲୋକମାନେ ରାଜା ଶଲୋମନଙ୍କର ଜ୍ଞାନ ବିଷୟ ଶୁଣିଲେ। ସମସ୍ତ ଦେଶର ରାଜାଗଣ ଯେଉଁମାନେ ରାଜା ଶଲୋମନଙ୍କ ଜ୍ଞାନ ବିଷୟରେ ଶୁଣିଲେ, ସେମାନଙ୍କର ଜ୍ଞାନୀ ଲୋକମାନଙ୍କୁ ତାଙ୍କ ନିକଟକୁ ପଠାଇଲେ। ସେମାନଙ୍କ ନିକଟରୁ ସର୍ବଦେଶୀୟ ଲୋକେ ତାଙ୍କର ଜ୍ଞାନ କଥା ଶୁଣିବାକୁ ଆସିଲେ।


ତୁମ୍ଭମାନଙ୍କ ଭିତରେ ପ୍ରକୃତ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି? ତା'ହେଲେ ସେ ଧାର୍ମିକ ଜୀବନଯାପନ କରି ନିଜର ବିଜ୍ଞତା ଦେଖାଉ। ସେ ନମ୍ର ଭାବରେ ଭଲ କାମ କରିବା ଉଚିତ୍। ଜ୍ଞାନୀ ଲୋକ ଗର୍ବ କରେ ନାହିଁ।


ସେହି “ଜ୍ଞାନୀ ଲୋକମାନେ” ଲଜ୍ଜିତ ହେବେ, ସେମାନେ ଦ୍ୱନ୍ଦରେ ପଡ଼ିବେ ଓ ଫାନ୍ଦରେ ପଡ଼ିବା ପରି ଅନୁଭବ କରିବେ। ଦେଖ, ସେମାନେ ସଦାପ୍ରଭୁଙ୍କ ଶିକ୍ଷାକୁ ପ୍ରତ୍ୟାଖାନ କଲେ। ସେମାନଙ୍କୁ କିପରି “ଜ୍ଞାନୀ” ବୋଲି ବିବେଚନା କରାଯିବ?


ପ୍ରଥମେ ସଦାପ୍ରଭୁଙ୍କୁ ସମ୍ମାନ କରିବା ଏବଂ ସଦାପ୍ରଭୁଙ୍କ ବାକ୍ୟ ମାନି ଚଳିବା ଜଣେ ବ୍ୟକ୍ତି ଏହା ଶିକ୍ଷା କରିବା ଉଚିତ୍। ଏଥିରେ ତୁମ୍ଭର ବାସ୍ତବ ଜ୍ଞାନ ବୃଦ୍ଧି ଘଟିବ। କିନ୍ତୁ ନିର୍ବୋଧଲୋକମାନେ ଜ୍ଞାନ ଓ ଉପଦେଶକୁ ତୁଚ୍ଛ କରନ୍ତି।


ପରମେଶ୍ୱରଙ୍କର ଶିକ୍ଷାଗୁଡ଼ିକ ପାରଦର୍ଶୀ। ସେଗୁଡ଼ିକ ଲୋକମାନଙ୍କୁ ବଳଶାଳୀ କରେ। ସଦାପ୍ରଭୁଙ୍କର ବ୍ୟବସ୍ଥାକୁ ବିଶ୍ୱାସ କରାଯାଇପାରେ। ଏହା ମୂର୍ଖମାନଙ୍କୁ ଜ୍ଞାନୀ କରେ।


“ଅନ୍ୟ ଦେଶର ଲୋକମାନେ ତୁମ୍ଭମାନଙ୍କୁ ସୁଖୀ ବୋଲି କହିବେ। ତୁମ୍ଭର ଦେଶ ଉତ୍ତମ ଓ ମନୋହର ହେବ।” ଏହା ସର୍ବଶକ୍ତିମାନ୍ ସଦାପ୍ରଭୁ କହିଥିଲେ।


ଆଉ ଜ୍ଞାନ ଓ ବୁଦ୍ଧି ସମ୍ବନ୍ଧୀୟ ଯେକୌଣସି ବିଷୟରେ ରାଜା ସେହି ଗ୍ଭରି ଯୁବକଙ୍କୁ ପଗ୍ଭରୁଥିଲେ, ସେମାନେ ବିଜ୍ଞ ଉତ୍ତର ଦେଉଥିଲେ। ରାଜା ସମଗ୍ର ରାଜ୍ୟରେ ସମସ୍ତ ମନ୍ତ୍ରଜ୍ଞ ଓ ଗଣକମାନଙ୍କ ଅପେକ୍ଷା ସେମାନେ ଦଶଗୁଣ ଅଧିକ ଜ୍ଞାନୀ ବୋଲି ଜାଣିଲେ।


ଚତୁର ଲୋକମାନେ ଜ୍ଞାନୀ, କାରଣ ସେମାନେ ଯେପରି ଭାବରେ ରହନ୍ତି, ସେପରି ଚିନ୍ତା କରନ୍ତି। କିନ୍ତୁ ମୂର୍ଖମାନଙ୍କର ନିର୍ବୋଧତା ଏହି ଯେ, ଅନ୍ୟମାନଙ୍କୁ ଠକି କିପରି ବଞ୍ଚିବେ ସେହି କଥା ଭାବନ୍ତି।


“ମୁଁ କହିଲି, ହେ ମନ୍ତ୍ରଜ୍ଞଗଣଙ୍କ ଅଧ୍ୟକ୍ଷ ବେ‌‌ଲ୍‌‌‌‌ଟଶତ୍ସର, ମୁଁ ଜାଣେ, ପବିତ୍ର ଦେବଗଣର ଆତ୍ମା ତୁମ୍ଭ ଅନ୍ତରରେ ଅଛନ୍ତି ଓ କୌଣସି ନିଗୂଢ଼ ବାକ୍ୟ ବୁଝିବା ତୁମ୍ଭ ପାଇଁ କଷ୍ଟକର ନୁହେଁ, ଏଣୁ ଦୟାକରି ମୋତେ ମୋର ସ୍ୱପ୍ନ କଥା ଓ ତାହାର ଅର୍ଥ କୁହନ୍ତୁ।


ସେଥିପାଇଁ ତୁମ୍ଭେମାନେ ସମସ୍ତ ନିର୍ଦ୍ଦେଶ ଚୁକ୍ତି ଅନୁସାରେ ମାନିବା ଉଚିତ୍, ତେବେ ତୁମ୍ଭେମାନେ ଯେଉଁସବୁ କର୍ମ କରିବ ସେଥିରେ ତୁମ୍ଭେମାନେ ସମସ୍ତ କୁଶଳତା ପାଇବ।


ସେ ସେମାନଙ୍କୁ କହିଲେ, “ମୁଁ ଆଜି ତୁମ୍ଭମାନଙ୍କୁ ଯେଉଁସବୁ କଥା କହିଲି, ତୁମ୍ଭେମାନେ ସେଥିପ୍ରତି ଧ୍ୟାନ ଦିଅ। ଏବଂ ତୁମ୍ଭେମାନେ ତୁମ୍ଭମାନଙ୍କର ସନ୍ତାନମାନଙ୍କୁ ଏହା ଶିକ୍ଷା ଦେଇ ସେହି ବିଧି ଅନୁସାରେ ଚଳିବାକୁ ନିର୍ଦ୍ଦେଶ ଦିଅ।


କେବେବି ଏପରି ଭାବ ନାହିଁ ଯେ, ଏହିସବୁ କଥା ମୂଲ୍ୟହୀନ ବୋଲି। ସେଥିରେ ତୁମ୍ଭର ଜୀବନ ନିହିତ ଅଛି। ଏହି ଶିକ୍ଷା ଅନୁସରଣ କରି ତୁମ୍ଭେମାନେ ଯର୍ଦ୍ଦନ ସେପାରିସ୍ଥ ଯେଉଁ ଦେଶକୁ ଅଧିକାର କରିବାକୁ ଯାଉଅଛ, ସେଠାରେ ଦୀର୍ଘ ଜୀବନ ଲାଭ କରିବ।”


ତା'ପରେ ସଦାପ୍ରଭୁ ମୋର ପ୍ରଭୁ ମୋତେ କହିଲେ, “ଏହା ଯିରୁଶାଲମ ଅଟେ, ଯାହାକୁ ଆମ୍ଭେ ଦେଶମାନଙ୍କ ମଧ୍ୟରେ ସ୍ଥାପନ କରିଅଛୁ ଓ ତା'ର ଚତୁର୍ଦ୍ଦିଗରେ ଅନ୍ୟାନ୍ୟ ଦେଶଗୁଡ଼ିକ ଅଛି।


ଏପରିକି ଆମ୍ଭେ ଇଫ୍ରୟିମ ପାଇଁ 10,000 ନିୟମ ଲେଖିଲେ ମଧ୍ୟ ସେ ସେଗୁଡ଼ିକ ଅଜଣା ଦ୍ରବ୍ୟ ପରି ବିବେଚନା କରିବ।


ସଦାପ୍ରଭୁଙ୍କର ବ୍ୟବସ୍ଥାସବୁ ଯଥାର୍ଥ। ସେଗୁଡ଼ିକ ଲୋକଙ୍କୁ ସୁଖୀ କରାଏ। ସଦାପ୍ରଭୁଙ୍କ ଆଜ୍ଞା ନିର୍ମଳ। ଏହା ଲୋକମାନଙ୍କୁ ପ୍ରକୃତ ମାର୍ଗରେ ବଞ୍ଚିବା ପାଇଁ ସାହାଯ୍ୟ କରେ।


ଏହି ଉପଦେଶଗୁଡ଼ିକ ସେହି ଲୋକମାନଙ୍କୁ ଶିକ୍ଷା ଦେଇ ପାରିବ, ଯେଉଁମାନେ କି ଜ୍ଞାନ ଆହରଣ କରିବାକୁ ଗ୍ଭହାନ୍ତି। ଏହି ଉପଦେଶଗୁଡ଼ିକ ଯୁବା ଲୋକମାନଙ୍କୁ ଜ୍ଞାନ ଓ ଏହାକୁ କିପରି ବ୍ୟବହାର କରିବାକୁ ହୁଏ ସେମାନଙ୍କୁ ଶିକ୍ଷା ଦିଏ।


ଏପରିକି ବୁଦ୍ଧିମାନ ଲୋକମାନେ ଏହି ବାକ୍ୟଗୁଡ଼ିକ ଶୁଣିବା ଉଚିତ୍। ଏଥିରୁ ସେମାନେ ବହୁଜ୍ଞାନ ଲାଭ କରିବେ। ଶିକ୍ଷିତ ଲୋକମାନେ ଏପରିକି ଅଧିକ ବୁଝାମଣା ଶକ୍ତି ପାଇବେ।


ଧାର୍ମିକତା ରାଜ୍ୟକୁ ଉନ୍ନତି ଆଣିଥାଏ, ମାତ୍ର ପାପ ଯେକୌଣସି ଦେଶର ଅପମାନ ଅଟେ।


ସଦାପ୍ରଭୁ ନିଜର ଶିକ୍ଷା ବ୍ୟବସ୍ଥାକୁ ମହତ୍ ଓ ସମ୍ଭ୍ରାନ୍ତ କରି ସନ୍ତୁଷ୍ଟ ହେଲେ।


Swiv nou:

Piblisite


Piblisite