Biblia Todo Logo
Bib sou entènèt

- Piblisite -




ଦ୍ଵିତୀୟ ବିବରଣ 3:8 - ପବିତ୍ର ବାଇବଲ

8 “ଏହି ପ୍ରକାରରେ, ଆମ୍ଭେମାନେ ଯର୍ଦ୍ଦନର ପୂର୍ବ ପାରିସ୍ଥ ଇମୋରୀୟମାନଙ୍କ ଦୁଇ ରାଜାଙ୍କର ହାତରୁ ଅର୍ଣ୍ଣୋନ ଉପତ୍ୟକାଠାରୁ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ସମସ୍ତ ଦେଶ ହସ୍ତଗତ କଲୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ସେହି ସମୟରେ ଆମ୍ଭେମାନେ ଯର୍ଦ୍ଦନର ପୂର୍ବପାରିସ୍ଥ ଇମୋରୀୟମାନଙ୍କ ଦୁଇ ରାଜାଙ୍କର ହସ୍ତରୁ ଅର୍ଣ୍ଣୋନ୍-ଉପତ୍ୟକାଠାରୁ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ସମସ୍ତ ଦେଶ ହସ୍ତଗତ କଲୁ।

Gade chapit la Kopi

ଓଡିଆ ବାଇବେଲ

8 ସେହି ସମୟରେ ଆମ୍ଭେମାନେ ଯର୍ଦ୍ଦନର ପୂର୍ବପାରିସ୍ଥ ଇମୋରୀୟମାନଙ୍କ ଦୁଇ ରାଜାଙ୍କର ହସ୍ତରୁ ଅର୍ଣ୍ଣୋନ-ଉପତ୍ୟକାଠାରୁ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ସମସ୍ତ ଦେଶ ହସ୍ତଗତ କଲୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ସେହି ସମୟରେ ଆମ୍ଭେମାନେ ଯର୍ଦ୍ଦନର ପୂର୍ବପାରିସ୍ଥ ଇମୋରୀୟମାନଙ୍କ ଦୁଇ ରାଜାଙ୍କର ହସ୍ତରୁ ଅର୍ଣ୍ଣୋନ-ଉପତ୍ୟକାଠାରୁ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ସମସ୍ତ ଦେଶ ହସ୍ତଗତ କଲୁ।

Gade chapit la Kopi




ଦ୍ଵିତୀୟ ବିବରଣ 3:8
12 Referans Kwoze  

ଯର୍ଦ୍ଦନର ପୂର୍ବପାର୍ଶ୍ୱସ୍ଥ ଦେଶଗୁଡ଼ିକୁ ଇସ୍ରାଏଲର ଲୋକମାନେ ନିଜ ଅଧୀନକୁ ଆଣିଲେ। ଅର୍ଣ୍ଣୋନ୍ ପର୍ବତଠାରୁ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ଓ ଆରାବହଃର ପୂର୍ବ ଦିଗସ୍ଥ ସମସ୍ତ ରାଜାମାନଙ୍କୁ ପରାସ୍ତ କଲେ।


ରୁବେ‌ନ୍‌ର ବଂଶ, ଗାଦ୍ ଏବଂ ମନଃଶିର ଅର୍ଦ୍ଧ ବଂଶଧରମାନେ ସେମାନଙ୍କର ଦେଶକୁ ନେଇ ଯାଇଛନ୍ତି। ସଦାପ୍ରଭୁଙ୍କର ସେବକ ମୋଶା, ତାଙ୍କୁ ଏହି ଦେଶଗୁଡ଼ିକ ଦେଇଛନ୍ତି। ତାହା ଯର୍ଦ୍ଦନ ନଦୀର ପୂର୍ବ ଭାଗରେ।


ଇମୋରୀୟମାନଙ୍କ ରାଜା ସୀହୋନର ଓ ବାଶନର ରାଜା ଓ‌ଗ୍‌ର ଗିଲିୟଦ ଦେଶରେ ଊରିର ପୁତ୍ର ଗେବର; ସେ ଦେଶରେ ସେ ଏକମାତ୍ର ଦେଶାଧ୍ୟକ୍ଷ ଥିଲା।


ହେ ମୋର ପରମେଶ୍ୱର, ମୋର ପ୍ରାଣ ଆଜି ଦୁଃଖିତ କାରଣ ଏହି ସ୍ଥାନରୁ ଏହି ଛୋଟିଆ ପାହାଡ଼ରୁ ତୁମ୍ଭକୁ ମନେ ପକାଉଛି। ଯେଉଁଠାରେ ହର୍ମୋଣ ପର୍ବତ ଓ ଯର୍ଦ୍ଦନ ନଦୀ ପରସ୍ପରକୁ ଭେଟନ୍ତି।”


ଉତ୍ତର ଓ ଦକ୍ଷିଣ ଦିଗ ତୁମ୍ଭେ ସୃଷ୍ଟି କରିଅଛ। ତାବୋର ଓ ହର୍ମୋଣ ତୁମ୍ଭ ନାମରେ ଆହ୍ଲାଦିତ କରନ୍ତି।


ଏବଂ ସେମାନେ ତା'ର ଭୂମିକୁ ବାଶନର ରାଜା ଓ‌‌ଗ୍‌‌ର ଭୂମିକୁ ଅଧିକାର କଲେ। ଯର୍ଦ୍ଦନ ନଦୀର ପୂର୍ବ ଦିଗରେ ଇମୋରୀୟମାନଙ୍କର ଦୁଇ ରାଜା ଥିଲେ।


ଏହି ଦେଶ ଅରୋୟେରଠାରୁ ଅର୍ଣ୍ଣୋନ ଉପତ୍ୟକା ଧାରେ ଧାରେ ସିୟୋନ ପର୍ଯ୍ୟନ୍ତ ଅର୍ଥାତ ହର୍ମୋଣ ନାମକ ପର୍ବତ ପର୍ଯ୍ୟନ୍ତ ବିସ୍ତୃତ ଥିଲା।


ବାଲ୍-ହର୍ମୋଣ, ସନୀର ଓ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ବିସ୍ତୃତ ମନଃଶି ଗୋଷ୍ଠୀର ଅର୍ଦ୍ଧେକ ଲୋକ ବାସ କଲେ। ସେମାନେ ଏକ ବିଶାଳ ଗୋଷ୍ଠୀରେ ପରିଣତ ହେଲେ।


ପୃଥିବୀର ଗଭୀରରୁ ଆସୁଥିବା ପାଣିର ଗର୍ଜନ ମୁଁ ଶୁଣେ। ଯେତେବେଳେ ଜଳପ୍ରପାତ ଓଲଟ ପାଲଟ ହୋଇଯାଏ, ନିମ୍ନଭାଗର ଜଳସ୍ରୋତ ଶବ୍ଦ କରେ। ‘ସଦାପ୍ରଭୁ, ତୁମ୍ଭର ଢେଉଗୁଡ଼ିକ ଗୋଟିଏ ପରେ ଗୋଟିଏ ଆସେ, ମୋର ଚତୁର୍ପାର୍ଶ୍ୱରେ ଚୂର୍ଣ୍ଣ ହୋଇଯାଏ ଓ ମୋତେ ଟପିଯାଏ।


Swiv nou:

Piblisite


Piblisite