Biblia Todo Logo
Bib sou entènèt

- Piblisite -




ଦ୍ଵିତୀୟ ବିବରଣ 3:6 - ପବିତ୍ର ବାଇବଲ

6 ହି‌ଷ୍‌ବୋନର ରାଜା ସୀହୋନଙ୍କୁ ଯେପରି କରିଥିଲେ, ସେହିପରି ଏଠାରେ ଆମ୍ଭେ ସମସ୍ତଙ୍କୁ ଏପରି କି ସ୍ତ୍ରୀ ଓ ପିଲାମାନଙ୍କୁ ମଧ୍ୟ ବିନାଶ କଲୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଆମ୍ଭେମାନେ ହିଷ୍ବୋନ୍-ରାଜା ସୀହୋନ ପ୍ରତି ଯେରୂପ କରିଥିଲୁ, ସେରୂପ ସେମାନଙ୍କୁ ବର୍ଜିତ ରୂପେ ବିନଷ୍ଟ କଲୁ, ସ୍ତ୍ରୀ ଓ ବାଳକ ସମେତ ପ୍ରତ୍ୟେକ ବସତି ନଗର ବର୍ଜିତ ରୂପେ ବିନଷ୍ଟ କଲୁ।

Gade chapit la Kopi

ଓଡିଆ ବାଇବେଲ

6 ଆମ୍ଭେମାନେ ହିଷ୍‍ବୋନ-ରାଜା ସୀହୋନ ପ୍ରତି ଯେରୂପ କରିଥିଲୁ, ସେରୂପ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କଲୁ, ସ୍ତ୍ରୀ ଓ ବାଳକ ସମେତ ପ୍ରତ୍ୟେକ ବସତି ନଗର ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କଲୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଆମ୍ଭେମାନେ ହିଷ୍‍ବୋନ-ରାଜା ସୀହୋନ ପ୍ରତି ଯେରୂପ କରିଥିଲୁ, ସେରୂପ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କଲୁ, ସ୍ତ୍ରୀ ଓ ବାଳକ ସମେତ ପ୍ରତ୍ୟେକ ବସତି-ନଗର ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କଲୁ।

Gade chapit la Kopi




ଦ୍ଵିତୀୟ ବିବରଣ 3:6
12 Referans Kwoze  

ସେ ସମୟରେ ରାଜା ସୀହୋନଙ୍କର ସମସ୍ତ ସହର ଓ ସମସ୍ତ ନଗରମାନଙ୍କୁ ହସ୍ତଗତ କଲୁ ଏବଂ ନଗରବାସୀ ସ୍ତ୍ରୀ ଓ ବାଳକ ସମେତ ସମସ୍ତ ଲୋକମାନଙ୍କୁ ବଧ କଲୁ। କାହାରିକୁ ଜୀବିତ ରଖିଲୁ ନାହିଁ।


“ସଦାପ୍ରଭୁ ମୋତେ କହିଲେ, ‘ଅର୍ଣ୍ଣୋନ ଉପତ୍ୟକା ପାର ହେବା ପାଇଁ ପ୍ରସ୍ତୁତ ହୁଅ। ଆମ୍ଭେ ହି‌ଷ୍‌ବୋନର ରାଜା ଇମୋରୀୟ ସୀହୋନକୁ ଓ ତାଙ୍କ ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କଲୁ। ତେଣୁ ତାଙ୍କ ସହିତ ଯୁଦ୍ଧ କର ଓ ତାଙ୍କର ଦେଶ ଅଧିକାର କର।


ଆଉ ଇସ୍ରାଏଲର ସନ୍ତାନଗଣ ସେହିସବୁ ନଗରର ଦ୍ରବ୍ୟାଦି ଓ ପଶୁଗଣଙ୍କୁ ନିଜ ନିଜ ପାଇଁ ଲୁଟ୍ କରି ନେଲେ। କିନ୍ତୁ ସେମାନେ ସମସ୍ତ ଲୋକମାନଙ୍କୁ ସେମାନଙ୍କ ଖଣ୍ତା ଦ୍ୱାରା ହତ୍ୟା କଲେ। ସେମାନେ କୌଣସି ବ୍ୟକ୍ତିକୁ ଜୀବିତ ରହିବା ପାଇଁ ଦେଲେ ନାହିଁ।


ସଦାପ୍ରଭୁ ମୋତେ କହିଲେ, ‘ଓ‌ଗ୍‌କୁ ଭୟ କର ନାହିଁ, ମୁଁ ନିଷ୍ପତ୍ତି ନେଇଛି ଯେ ତାକୁ ତୁମ୍ଭମାନଙ୍କ ଆଗରେ ସମର୍ପଣ କରିବି। ମୁଁ ମଧ୍ୟ ତାଙ୍କର ସମସ୍ତ ଲୋକମାନଙ୍କୁ ଓ ଦେଶସବୁ ତୁମ୍ଭକୁ ଦେବି। ଇମ୍ମୋରୀୟ ରାଜା ସୀହୋନ ଯିଏକି ସଷବୋରେ ରାଜତ୍ୱ କରୁଥିଲେ, ସେହିପରି ତାହା ପ୍ରତି ମଧ୍ୟ କରିବ।’


ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କଠାରେ ପ୍ରତିଜ୍ଞା କଲେ: “ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଆମ୍ଭ ହସ୍ତରେ ସମର୍ପଣ କର, ତେବେ ଆମ୍ଭେ ସେମାନଙ୍କ ନଗରସବୁ ବିନାଶ କରିବୁ।”


ସଦାପ୍ରଭୁ ହି‌ଷ୍‌ବୋନ ନିବାସୀ ଇମୋରୀୟମାନଙ୍କ ରାଜା ସୀହୋନକୁ ଓ ଅଷ୍ଠାରୋତ୍ ନିବାସୀ ବାଶନର ରାଜା ଓ‌ଗ୍‌କୁ ଇଦ୍ରିୟୀରେ ପରାସ୍ତ କଲାପରେ।


ସମସ୍ତ ନଗର ଗୁଡ଼ିକ ସୁରକ୍ଷିତ ଥିଲା। ସେଗୁଡ଼ିକର ଉଚ୍ଚ ପ୍ରାଚୀର ଥିଲା, ଦ୍ୱାରଥିଲା ଓ ଅର୍ଗଳରେ ସୁରକ୍ଷିତ ଥିଲା। ଏପରି ମଧ୍ୟ କେତେକ ନଗର ଥିଲା ଯାହାର ପ୍ରାଚୀର ନ ଥିଲା।


ତୁମ୍ଭେ ଆସିବା ସମୟରେ ସାଥୀରେ ଖାଦ୍ୟ ଆଣି ନ ଥିଲ, ତୁମ୍ଭେ ତୁମ୍ଭମାନଙ୍କ ସହିତ ପିଇବା ପାଇଁ କୌଣସି ମଦ ଆଣି ନ ଥିଲ। କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କର ଯତ୍ନ ନେଇଥିଲେ। ସେ ଏପରି କରିଥିଲେ, କାରଣ ତୁମ୍ଭେମାନେ ବୁଝିପାରିବ ସେ ହେଉଛନ୍ତି ସଦାପ୍ରଭୁ ତୁମ୍ଭର ପରମେଶ୍ୱର।


Swiv nou:

Piblisite


Piblisite