Biblia Todo Logo
Bib sou entènèt

- Piblisite -




ଦ୍ଵିତୀୟ ବିବରଣ 27:3 - ପବିତ୍ର ବାଇବଲ

3 ତୁମ୍ଭେମାନେ ସେଠାରେ ପ୍ରବେଶ କରିବା ମାତ୍ରେ, ତୁମ୍ଭେମାନେ ଏହିସବୁ ନିୟମ ସେହି ପ୍ରସ୍ତର ଉପରେ ଲେଖିବା ଉଚିତ୍। ଏହାକର ଯେତେବେଳେ ତୁମ୍ଭେମାନେ ଯର୍ଦ୍ଦନ ନଦୀ ପାର ହୋଇ ସେହି ଦେଶରେ ପ୍ରବେଶ କରିବାକୁ ଯାଉଛ, ଯାହା ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭଙ୍କୁ ଦେଉଛନ୍ତି। ଦୁ‌‌ଗ୍‌‌ଧମଧୁପ୍ରବାହୀତ ହେଉଥିବାର ଦେଶ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କର ସଦାପ୍ରଭୁ ପରମେଶ୍ୱର ଯେହେତୁ ପ୍ରତିଜ୍ଞା କରିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ପୁଣି ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ଵର ତୁମ୍ଭ ନିକଟରେ ଯେଉଁ ପ୍ରତିଜ୍ଞା କରିଅଛନ୍ତି, ତଦନୁସାରେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭକୁ ଯେଉଁ ଦୁଗ୍ଧମଧୁପ୍ରବାହୀ ଦେଶ ଦେବେ, ତହିଁ ମଧ୍ୟରେ ତୁମ୍ଭେ ଯେପରି ପ୍ରବେଶ କରି ପାରିବ, ଏଥିପାଇଁ ପାର ହେବା ସମୟରେ ତୁମ୍ଭେ ସେହି ପ୍ରସ୍ତରଗୁଡ଼ିକ ଉପରେ ଏହି ବ୍ୟବସ୍ଥାର ସମସ୍ତ କଥା ଲେଖିବ।

Gade chapit la Kopi

ଓଡିଆ ବାଇବେଲ

3 ପୁଣି ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ୱର ତୁମ୍ଭ ନିକଟରେ ଯେଉଁ ପ୍ରତିଜ୍ଞା କରିଅଛନ୍ତି, ତଦନୁସାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶ ଦେବେ, ତହିଁ ମଧ୍ୟରେ ତୁମ୍ଭେ ଯେପରି ପ୍ରବେଶ କରି ପାରିବ, ଏଥିପାଇଁ ପାର ହେବା ସମୟରେ ତୁମ୍ଭେ ସେହି ପ୍ରସ୍ତରଗୁଡ଼ିକ ଉପରେ ଏହି ବ୍ୟବସ୍ଥାର ସମସ୍ତ କଥା ଲେଖିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ପୁଣି ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ୱର ତୁମ୍ଭ ନିକଟରେ ଯେଉଁ ପ୍ରତିଜ୍ଞା କରିଅଛନ୍ତି, ତଦନୁସାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶ ଦେବେ, ତହିଁ ମଧ୍ୟରେ ତୁମ୍ଭେ ଯେପରି ପ୍ରବେଶ କରି ପାରିବ, ଏଥିପାଇଁ ପାର ହେବା ସମୟରେ ତୁମ୍ଭେ ସେହି ପ୍ରସ୍ତରଗୁଡ଼ିକ ଉପରେ ଏହି ବ୍ୟବସ୍ଥାର ସମସ୍ତ କଥା ଲେଖିବ।

Gade chapit la Kopi




ଦ୍ଵିତୀୟ ବିବରଣ 27:3
14 Referans Kwoze  

ସେହି ସ୍ଥାନରେ ଯିହୋଶୂୟ ପ୍ରସ୍ତର ଫଳକ ଉପରେ ମୋଶାଙ୍କ ବ୍ୟବସ୍ଥା ପୁସ୍ତକ ଲେଖିଲେ। କାରଣ ତାହା ଇସ୍ରାଏଲ ଲୋକମାନଙ୍କୁ ଦେଖାଇବାକୁ ଯିହୋଶୂୟ ଏହା କଲେ।


ଏହା ପରେ ସେ ଆମ୍ଭମାନଙ୍କୁ ଏହି ସ୍ଥାନକୁ ଆଣିଛନ୍ତି ଓ ଏହି ଦେଶ ଦୁ‌‌ଗ୍‌‌ଧମଧୁପ୍ରବାହୀ ଦେଶ ଆମ୍ଭମାନଙ୍କୁ ଦେଇଛନ୍ତି।


“ପ୍ରଭୁ କହିଲେ, ଭବିଷ୍ୟତରେ ମୋ’ ଲୋକମାନଙ୍କ ସହିତ ମୁଁ ଏହି ଚୁକ୍ତି କରିବି। ମୁଁ ମୋ’ ନିୟମଗୁଡ଼ିକୁ ସେମାନଙ୍କ ହୃଦୟରେ ରଖିବି। ମୁଁ ମୋ’ ନିୟମଗୁଡ଼ିକୁ ସେମାନଙ୍କ ମନରେ ଲେଖିବି।”


ଯେବେ ସଦାପ୍ରଭୁ ଆମ୍ଭମାନଙ୍କଠାରେ ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଆମ୍ଭମାନଙ୍କୁ ସେହି ଦେଶକୁ ଆଣିବେ ଓ ତାହା ଆମ୍ଭମାନଙ୍କୁ ଦେବେ, ସେହି ଦେଶ ଦୁ‌ଗ୍‌ଧମଧୁପ୍ରବାହୀ ଅଟେ।


ପୁଣି ସେମାନେ ବର୍ଣ୍ଣନା କରି ତାହାଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଦେଶକୁ ପଠାଇଥିଲ, ଆମ୍ଭେମାନେ ସେଠାକୁ ଯାଇଥିଲୁ। ଏହା ଏକ ଦୁ‌ଗ୍‌ଧ-ମଧୁର ଦେଶ। ଏହା ହେଉଛି ସେହି ଦେଶର ଫଳ।


“ହେ ସଦାପ୍ରଭୁ, ତୁମ୍ଭେ ଯେଉଁ ଦୁ‌ଗ୍‌ଧମଧୁପ୍ରବାହୀ ଦେଶ ସେମାନଙ୍କୁ ଦେବା ପାଇଁ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଥିଲ, ତାହା ସେମାନଙ୍କୁ ଦେଲ।


“ଆମ୍ଭେ ତୁମ୍ଭର ପୂର୍ବପୁରୁଷମାନଙ୍କୁ ଶପଥ କରି କହିଥିଲୁ, ଆମ୍ଭେ ତୁମ୍ଭମାନଙ୍କୁ ଏକ ଦୁ‌ଗ୍‌ଧମଧୁର ଉର୍ବର ଦେଶ ଦେବା ଓ ତାହା ତୁମ୍ଭେମାନେ ଆଜି ସୁଦ୍ଧା ଉପଭୋଗ କରୁଛ। ଯେକେହି ଏହି ନିୟମ ପାଳନ ନ କରିବ ସେ ଶାପଗ୍ରସ୍ତ ହେବ।” ମୁଁ ଯିରିମିୟ ଉତ୍ତରରେ କହିଲି, “ହେ ସଦାପ୍ରଭୁ ଆମେନ୍।”


ଆଉ ତୁମ୍ଭେ ସେଗୁଡ଼ିକୁ ଚିହ୍ନ ରୂପେ ନିଜ ହସ୍ତରେ ଓ ତୁମ୍ଭ କପାଳରେ ବାନ୍ଧିବା ଉଚିତ୍।


ମୁଁ ତୁମ୍ଭଙ୍କୁ କହିଲି, ସେମାନଙ୍କର ଭୂମି ତୁମ୍ଭେ ଅକ୍ତିଆର କରିବ, ମୁଁ କହିବି ଏହା ତୁମ୍ଭେ ଅକ୍ତିଆର କର। ଏହା ଗୋଟିଏ ଭୂମି ଯେଉଁଠାରେ ଦୁଧ ଓ ମଧୁ ବହି ଯାଉଥାଏ। “ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ। ଏବଂ ମୁଁ ଅନ୍ୟ ଦେଶଗୁଡ଼ିକଠାରୁ ତୁମ୍ଭମାନଙ୍କୁ ପୃଥକ କଲି।


ତେଣୁ ହେ ଇସ୍ରାଏଲ, ଶୁଣ ଓ ତାହା ପାଳନ କରିବାକୁ ମନୋଯୋଗ କର, ତହିଁରେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭକୁ ଯେଉଁପରି ପ୍ରତିଜ୍ଞା କରିଛନ୍ତି; ସେହିପରି ଦୁ‌‌ଗ୍‌‌ଧମଧୁପ୍ରବାହୀ ଦେଶରେ ତୁମ୍ଭର ମଙ୍ଗଳ ହେବ ଓ ତୁମ୍ଭେମାନେ ଅଧିକ ବର୍ଦ୍ଧିଷ୍ଣୁ ହେବ।


Swiv nou:

Piblisite


Piblisite