Biblia Todo Logo
Bib sou entènèt

- Piblisite -




ଦ୍ଵିତୀୟ ବିବରଣ 26:8 - ପବିତ୍ର ବାଇବଲ

8 ତା'ପରେ ସଦାପ୍ରଭୁ ବଳବାନ ହସ୍ତ ଦ୍ୱାରା ଓ ବିସ୍ତୀର୍ଣ୍ଣ ବାହୁ ଦ୍ୱାରା ଓ ମହାତ୍ରାସ ଦ୍ୱାରା ଓ ନାନା ଚିହ୍ନ ଦ୍ୱାରା, ଆଶ୍ଚର୍ଯ୍ୟ କର୍ମମାନ ଦ୍ୱାରା ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ପୁଣି ସଦାପ୍ରଭୁ ବଳବାନ ହସ୍ତ ଦ୍ଵାରା ଓ ବିସ୍ତୀର୍ଣ୍ଣ ବାହୁ ଦ୍ଵାରା ଓ ମହାତ୍ରାସ ଦ୍ଵାରା ଓ ନାନା ଚିହ୍ନ ଦ୍ଵାରା ଓ ଆଶ୍ଚର୍ଯ୍ୟକର୍ମ ଦ୍ଵାରା ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଲେ।

Gade chapit la Kopi

ଓଡିଆ ବାଇବେଲ

8 ପୁଣି ସଦାପ୍ରଭୁ ବଳବାନ ହସ୍ତ ଦ୍ୱାରା, ବିସ୍ତୀର୍ଣ୍ଣ ବାହୁ ଦ୍ୱାରା, ମହାଭୟ ଓ ନାନା ଚିହ୍ନ ପୁଣି ଆଶ୍ଚର୍ଯ୍ୟ କର୍ମ ଦ୍ୱାରା ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ପୁଣି ସଦାପ୍ରଭୁ ବଳବାନ ହସ୍ତ ଦ୍ୱାରା, ବିସ୍ତୀର୍ଣ୍ଣ ବାହୁ ଦ୍ୱାରା, ମହାଭୟ ଓ ନାନା ଚିହ୍ନ ପୁଣି ଆଶ୍ଚର୍ଯ୍ୟକର୍ମ ଦ୍ୱାରା ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଲେ।

Gade chapit la Kopi




ଦ୍ଵିତୀୟ ବିବରଣ 26:8
15 Referans Kwoze  

ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ମିଶରରେ ତୁମ୍ଭମାନଙ୍କ ସାକ୍ଷାତରେ ଯେ ସକଳ କର୍ମ କରିଅଛନ୍ତି, ସେହିପରି ପରୀକ୍ଷାସିଦ୍ଧ ପ୍ରମାଣଦ୍ୱାରା ଓ ଚିହ୍ନଦ୍ୱାରା ଓ ଆଶ୍ଚର୍ଯ୍ୟ କର୍ମଦ୍ୱାରା, ଯୁଦ୍ଧଦ୍ୱାରା, ପରାକ୍ରାନ୍ତ ହସ୍ତଦ୍ୱାରା, ବିସ୍ତାରିତ ବାହୁଦ୍ୱାରା ଓ ଭୟଙ୍କର ଆଶ୍ଚର୍ଯ୍ୟ କର୍ମଦ୍ୱାରା ଅନ୍ୟ ଦେଶୀୟ ଲୋକଙ୍କ ମଧ୍ୟରୁ ଆପଣା ନିମନ୍ତେ ଏକ ଗୋଷ୍ଠୀ ଗ୍ରହଣ କରିବାକୁ ଆସି ଉପକ୍ରମ କରିଅଛନ୍ତି।


ଏକଥା ତୁମ୍ଭେ ଭୁଲିବ ନାହିଁ ଯେ ତୁମ୍ଭେମାନେ ମିଶରରେ, ଏକଦା ଦାସ ଥିଲ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ପରାକ୍ରାନ୍ତ ହସ୍ତଦ୍ୱାରା ତୁମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ। ସେ ତୁମ୍ଭମାନଙ୍କୁ ମୁକ୍ତକଲେ। ଏହି ହେତୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ବିଶ୍ରାମ ଦିନ ପାଳନାର୍ଥେ ତୁମ୍ଭମାନଙ୍କୁ ଆଜ୍ଞା ଦେଇଛନ୍ତି।


ମୋଶା ଲୋକମାନଙ୍କୁ କହିଲେ, “ଏହି ଦିବସକୁ ମନେରଖ, ତୁମ୍ଭେମାନେ ମିଶରରେ ଦାସ ଥିଲ, ସଦାପ୍ରଭୁଙ୍କର ମହାନ୍ ଶକ୍ତି ତୁମ୍ଭମାନଙ୍କୁ ଏହି ଦିନ ମୁକ୍ତ କରିଥିଲା। ତେଣୁ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ଭକ୍ଷ୍ୟଣ କରିବ।


ତେଣୁ ଠିକ୍ ସେହି ଦିନ, ସଦାପ୍ରଭୁ ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ମିଶରରୁ ଆଗେଇ ନେଲେ। ସୈନ୍ୟ ଶ୍ରେଣୀବଦ୍ଧ ଲୋକମାନେ ମିଶର ପରିତ୍ୟାଗ କଲେ।


430 ବର୍ଷପରେ ସେହି ଦିନରେ ସଦାପ୍ରଭୂଙ୍କ ସୈନ୍ୟ ସମୁହ ମିଶରରୁ ବିଦାୟ ନେଲେ।


ଇସ୍ରାଏଲୀୟ ଲୋକମାନେ ରାମିଷେ‌ଷ୍‌ଠାରୁ ସୁ‌କ୍‌କୋତକୁ ଯାତ୍ରା କଲେ। ସେମାନେ ପିଲାମାନଙ୍କୁ ଛାଡ଼ି ମୋଟରେ 600,000 ଲୋକ ଥିଲେ।


ଯେ ନିଜର ଅ‌‌ଦ୍‌‌ଭୂତ ଶକ୍ତି ବଳରେ ନିଜର ଦକ୍ଷିଣ ହସ୍ତ ସାହାଯ୍ୟରେ ମୋଶାଙ୍କୁ ପରିଗ୍ଭଳିତ କଲେ ଓ ନିଜ ପାଇଁ ଅନନ୍ତକାଳସ୍ଥାୟୀ ନାମ ସ୍ଥାପନ ଉଦ୍ଦେଶ୍ୟରେ ସେମାନଙ୍କ ସମ୍ମୁଖରେ ଜଳକୁ ଦୁଇଭାଗ କଲେ, ସେ କାହାନ୍ତି?


ତେଣୁ ଇସ୍ରାଏଲୀୟ ଲୋକମାନଙ୍କୁ କୁହ, ‘ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭମାନଙ୍କୁ ରକ୍ଷା କରିବା। ଆମ୍ଭେ ତୁମ୍ଭକୁ ମୁକ୍ତ କରିବା। ତୁମ୍ଭେମାନେ ମିଶରବାସୀମାନଙ୍କର ଆଉ ଦାସ ହୋଇ ରହିବ ନାହିଁ। ଆମ୍ଭେ ଆମ୍ଭର ମହାନ ଶକ୍ତି ପ୍ରୟୋଗ କରି ମିଶରବାସୀମାନଙ୍କୁ ଭୟଙ୍କର ଭାବେ ଦଣ୍ଡ ଦେବା। ଏହା ପରେ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ କବଳରୁ ରକ୍ଷା କରିବା।


ସଦାପ୍ରଭୁ ମୋଶାଙ୍କୁ ମିଶରରେ ମହାନ ଆଶ୍ଚର୍ଯ୍ୟ କର୍ମମାନ କରିବାକୁ ପଠାଇଲେ। ଫାରୋ, ତାଙ୍କର ସମସ୍ତ ଦାସ ଏବଂ ମିଶରର ସମସ୍ତ ଲୋକ ସେହିସବୁ ଆଶ୍ଚର୍ଯ୍ୟ କର୍ମମାନ ଦେଖିଲେ।


କୌଣସି ଭବିଷ୍ୟ‌ଦ୍‌ବକ୍ତା ଆଜି ପର୍ଯ୍ୟନ୍ତ ଏପରି ମହା ଆଶ୍ଚର୍ଯ୍ୟ କର୍ମମାନ କରି ନାହାନ୍ତି ଯାହା ମୋଶା କରି ଦେଖାଇଛନ୍ତି। ମୋଶାଙ୍କ ଦ୍ୱାରା ହୋଇଥିବା ସେହି ସମସ୍ତ ଆଶ୍ଚର୍ଯ୍ୟ କର୍ମମାନ ସମସ୍ତ ଇସ୍ରାଏଲ ଲୋକ ଦେଖିଛନ୍ତି।


ତୁମ୍ଭେ ସେହି ଅଲୌକିକ ଶକ୍ତି, ଅ‌‌ଦ୍‌‌ଭୂତ ଲକ୍ଷଣ, ବଳବାନ୍ ହସ୍ତ ଓ ବିସ୍ତୀର୍ଣ୍ଣ ବାହୁ ଦ୍ୱାରା ତୁମ୍ଭର ଇସ୍ରାଏଲ ଲୋକଙ୍କୁ ମିଶର ଦେଶରୁ ବାହାର କରି ଆଣିଲ।


Swiv nou:

Piblisite


Piblisite