Biblia Todo Logo
Bib sou entènèt

- Piblisite -




ଦ୍ଵିତୀୟ ବିବରଣ 26:6 - ପବିତ୍ର ବାଇବଲ

6 ସେଥିରେ ମିସ୍ରୀୟ ଲୋକମାନେ ଆମ୍ଭମାନଙ୍କ ପ୍ରତି ଦୌରାତ୍ମ୍ୟ କଲେ ଓ ଆମ୍ଭମାନଙ୍କୁ କଷ୍ଟ ଦେଇ କଠିନ ପରିଶ୍ରମ କରାଇଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ତହିଁରେ ମିସ୍ରୀୟ ଲୋକମାନେ ଆମ୍ଭମାନଙ୍କ ପ୍ରତି ଦୌରାତ୍ମ୍ୟ କଲେ ଓ ଆମ୍ଭମାନଙ୍କୁ କ୍ଳେଶ ଦେଇ କଠିନ ଦାସତ୍ଵ କରାଇଲେ।

Gade chapit la Kopi

ଓଡିଆ ବାଇବେଲ

6 ତହିଁରେ ମିସ୍ରୀୟ ଲୋକମାନେ ଆମ୍ଭମାନଙ୍କ ପ୍ରତି ଦୌରାତ୍ମ୍ୟ କଲେ ଓ ଆମ୍ଭମାନଙ୍କୁ କ୍ଳେଶ ଦେଇ କଠିନ ଦାସତ୍ୱ କରାଇଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ତହିଁରେ ମିସରୀୟ ଲୋକମାନେ ଆମ୍ଭମାନଙ୍କ ପ୍ରତି ଦୌରାତ୍ମ୍ୟ କଲେ ଓ ଆମ୍ଭମାନଙ୍କୁ କ୍ଳେଶ ଦେଇ କଠିନ ଦାସତ୍ୱ କରାଇଲେ।

Gade chapit la Kopi




ଦ୍ଵିତୀୟ ବିବରଣ 26:6
11 Referans Kwoze  

ମିଶରୀୟ ଲୋକମାନେ ସେମାନଙ୍କୁ କଠିନ ପରିଶ୍ରମ ଦ୍ୱାରା ଅବମାନିତ କରିବାକୁ ସ୍ଥିର କଲେ। ତେଣୁ ମିଶରୀୟମାନେ ସେମାନଙ୍କ ପାଇଁ କ୍ରୀତଦାସ ମୁନିବମାନଙ୍କୁ ନିଯୁକ୍ତି ଦେଲେ। ସେମାନେ ପିଥୋମ୍ ଓ ରାମିଷେଷ୍ ନିର୍ମାଣ କଲେ, ଯେଉଁଠାରେ ଫାରୋ ଖାଦ୍ୟ ଶସ୍ୟ ରଖୁଥିଲେ।


ମିଶରୀୟମାନେ ଇସ୍ରାଏଲୀୟମାନଙ୍କର ଜୀବନ ଦୁର୍ବିସହ କଲେ। ସେମାନେ ସେମାନଙ୍କୁ କାଦୁଅ ଓ ଇଟା ତିଆରି କରିବା ପାଇଁ ବାଧ୍ୟ କଲେ। ସେମାନଙ୍କୁ ମଧ୍ୟ ବିଲରେ କଠିନ ପରିଶ୍ରମ କରାଇଲେ। ସେମାନେ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ଅଧିକ ପରିଶ୍ରମ କରିବାକୁ ବାଧ୍ୟ କଲେ।


କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କୁ ଏକ ଲୁହା ତରଳା ଯାଉଥିବା ଚୁଲ୍ଲାରୁ କାଢ଼ି ଆଣିବା ତୁଲ୍ୟ, ମିଶରରୁ ବାହାର କରି ଆଣିଛନ୍ତି। ଏବଂ ସେ ତୁମ୍ଭମାନଙ୍କୁ ତାଙ୍କର ମୂଲ୍ୟବାନ ଲୋକ ହେବା ପାଇଁ ଆଣିଛନ୍ତି, ତୁମ୍ଭେମାନେ ଯେପରି ଆଜି ହୋଇଛ।


ମୁଁ ଫାରୋଙ୍କ ନିକଟକୁ ଯାଇ ତୁମ୍ଭେ ଯାହା କହିବାକୁ ମୋତେ କହିଥିଲ, ମୁଁ କହିଲି। କିନ୍ତୁ ସେହି ସମୟଠାରୁ ସେ ତୁମ୍ଭର ଲୋକମାନଙ୍କ ପାଇଁ ନିଷ୍ଠୁର ହେଲେ। କିନ୍ତୁ ତୁମ୍ଭେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ କିଛି କଲ ନାହିଁ।”


ଇସ୍ରାଏଲୀୟ ବଂଶୀୟ କାର୍ଯ୍ୟାଧ୍ୟକ୍ଷମାନେ ଜାଣିଲେ ଯେ ସେମାନେ ଅସୁବିଧାରେ ପଡ଼ିଗଲେ ଏବଂ ସେମାନେ ଜାଣିଲେ ଯେ ସେମାନେ ପୂର୍ବପରି ସେତିକି ସଂଖ୍ୟକ ଇଟା ତିଆରି କରି ପାରିବେ ନାହିଁ।


ତେଣୁ ଏହି ଲୋକମାନଙ୍କୁ କଠିନ ପରିଶ୍ରମ କରାଇ ସେମାନଙ୍କୁ ସର୍ବଦା ବ୍ୟସ୍ତ ରଖ। ଯେଉଁଥିରେ ସେମାନେ ମିଥ୍ୟା କଥା ଶୁଣିବାକୁ ସମୟ ପାଇବେ ନାହିଁ।”


ତେଣୁ ଫାରୋ ତାଙ୍କର ସମସ୍ତ ଲୋକମାନଙ୍କୁ ଆଜ୍ଞା ଦେଲେ, “ଇସ୍ରାଏଲର ସମସ୍ତ ନବଜାତ ବାଳକମାନଙ୍କୁ ନୀଳ ନଦୀରେ ଫୋପାଡ଼ି ଦିଅ। କିନ୍ତୁ ତୁମ୍ଭେ କନ୍ୟା ସନ୍ତାନଗଣଙ୍କୁ ଜୀବିତ ରଖିପାର।”


“ଯେଉଁ ସମୟରେ ତୁମ୍ଭେମାନେ ଏବ୍ରୀୟା ସ୍ତ୍ରୀମାନଙ୍କର ଧାତ୍ରୀ କାର୍ଯ୍ୟ କରିବ ଓ ସେମାନଙ୍କର ପିଲା ଜନ୍ମ କରିବାରେ ସାହାଯ୍ୟ କରିବ, ପୁତ୍ର ସନ୍ତାନ ଥିଲେ ସେମାନଙ୍କୁ ମାରିଦେବ ଓ କନ୍ୟା ସନ୍ତାନ ହେଲେ ସେମାନଙ୍କୁ ଜୀବିତ ରଖିବ।”


ଏହା ପରେ ଜଣେ ନୂତନ ରାଜା ମିଶରରେ ରାଜତ୍ୱ କଲେ। ସେହି ରାଜା ଯୋଷେଫଙ୍କୁ ଜାଣି ନ ଥିଲେ।


ଏହା ପରେ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପୂର୍ବପୁରୁଷଙ୍କର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲୁ। ଆଉ ସଦାପ୍ରଭୁ ଆମ୍ଭମାନଙ୍କର ଡାକ ଶୁଣିଲେ ଓ ଆମ୍ଭମାନଙ୍କର କଷ୍ଟକୁ ହୃଦୟଙ୍ଗମ କଲେ ଓ ଉପଦ୍ରବ ଶ୍ରମ ଦେଖିଲେ।


ବହୁ ବର୍ଷପୂର୍ବେ ଆମ୍ଭର ପୂର୍ବପୁରୁଷ କିପରି ମିଶରକୁ ଗଲେ ଓ ମିଶରରେ ଦୀର୍ଘକାଳ ବାସ କଲେ ଓ ମିଶରୀୟମାନେ ଆମ୍ଭମାନଙ୍କ ପ୍ରତି ଓ ଆମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଯେଉଁ କୁବ୍ୟବହାର କଲେ, ତାହା ତୁମ୍ଭେ ଜାଣ।


Swiv nou:

Piblisite


Piblisite