Biblia Todo Logo
Bib sou entènèt

- Piblisite -




ଦ୍ଵିତୀୟ ବିବରଣ 26:16 - ପବିତ୍ର ବାଇବଲ

16 “ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆଜି ତୁମ୍ଭକୁ ଏହିସବୁ ବିଧି ଓ ଶାସନ ପାଳନ କରିବାକୁ ଆଜ୍ଞା ଦେଉ ଅଛନ୍ତି। ଏଥିପାଇଁ ତୁମ୍ଭେ ଆପଣା ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ତାହା ସବୁ ପାଳନ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଆଜି ତୁମ୍ଭକୁ ଏହିସବୁ ବିଧି ଓ ଶାସନ ପାଳନ କରିବାକୁ ଆଜ୍ଞା ଦେଉଅଛନ୍ତି; ଏଥିପାଇଁ ତୁମ୍ଭେ ଆପଣା ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ତାହା ସବୁ ମାନିବ ଓ କରିବ,

Gade chapit la Kopi

ଓଡିଆ ବାଇବେଲ

16 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆଜି ତୁମ୍ଭକୁ ଏହିସବୁ ବିଧି ଓ ଶାସନ ପାଳନ କରିବାକୁ ଆଜ୍ଞା ଦେଉଅଛନ୍ତି; ଏଥିପାଇଁ ତୁମ୍ଭେ ଆପଣା ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ତାହା ସବୁ ମାନିବ ଓ କରିବ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆଜି ତୁମ୍ଭକୁ ଏହିସବୁ ବିଧି ଓ ଶାସନ ପାଳନ କରିବାକୁ ଆଜ୍ଞା ଦେଉଅଛନ୍ତି; ଏଥିପାଇଁ ତୁମ୍ଭେ ଆପଣା ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ତାହାସବୁ ମାନିବ ଓ କରିବ,

Gade chapit la Kopi




ଦ୍ଵିତୀୟ ବିବରଣ 26:16
17 Referans Kwoze  

“ମୋତେ ଯଦି ତୁମ୍ଭେ ପ୍ରେମ କର, ତେବେ ମୋର ଆଜ୍ଞା ଅନୁସାରେ ତୁମ୍ଭେ କାମ କରିବ।


“ଏହି ନିୟମ ବିଧିସବୁ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ଏହି ନୂତନ ଦେଶରେ ମାନିବାକୁ ହେବ। ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କର ଅଧିକାର ନିମନ୍ତେ ଯେଉଁ ଦେଶ ଦେଇଛନ୍ତି, ସେହି ଦେଶରେ ଜୀବିତ ଥିବା ପର୍ଯ୍ୟନ୍ତ ତାଙ୍କର ଏହି ବିଧିସକଳ ମାନିବ।


ମୁଁ ତୁମ୍ଭମାନଙ୍କୁ ଯାହାସବୁ କହିଛି, ସେ ସବୁ କଥା ପାଳନ କରିବା ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭେମାନେ ଦୃଢ଼ ବିଶ୍ୱାସ ରଖ। ଜଗତର ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।”


“ମୁଁ ଯାହା ତୁମ୍ଭମାନଙ୍କୁ ଆଜ୍ଞା ଦେଉଅଛି, ତାହା ସବୁ ତୁମ୍ଭେମାନେ ପାଳନ କରିବାକୁ ମନୋଯୋଗ କରିବ। ତୁମ୍ଭେମାନେ ତାହାଠାରୁ କିଛି ଊଣା କରିବ ନାହିଁ କି ତହିଁରେ କିଛି ଅଧିକ ଯୋଗ କରିବ ନାହିଁ।


“ତେଣୁ ତୁମ୍ଭେମାନେ ତାଙ୍କର ସମସ୍ତ ନିର୍ଦ୍ଦେଶ ମାନିବ, ମୁଁ ଯାହାସବୁ ତୁମ୍ଭମାନଙ୍କୁ କହିବି। ତେବେ ତୁମ୍ଭେମାନେ ଶକ୍ତିଶାଳୀ ହେବ ଏବଂ ଯେଉଁ ଦେଶ ଅଧିକାର କରିବାକୁ ଯର୍ଦ୍ଦନ ପାର ହୋଇ ଯାଉଅଛ ତହିଁରେ ପ୍ରବେଶ କରି ଅଧିକାର କରିବ।


“ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପ୍ରେମ କରିବା ଉଚିତ୍। ତୁମ୍ଭେମାନେ ତାଙ୍କର ବ୍ୟବସ୍ଥା, ବିଧି ଓ ଆଦେଶ ସବୁ ସର୍ବଦା ପାଳନ କରିବା ଉଚିତ୍।


ଆଉ ତୁମ୍ଭେମାନେ ସ୍ମରଣ କର ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଯେଉଁ ଗ୍ଭଳିଶ୍ ବର୍ଷ ପ୍ରାନ୍ତର ମଧ୍ୟରେ ତୁମ୍ଭମାନଙ୍କୁ ଯେଉଁ ଭଳି ଭାବରେ ଗମନ କରାଇ ଅଛନ୍ତି, ସେ ତୁମ୍ଭର ପରୀକ୍ଷା ନେବା ପାଇଁ ତୁମ୍ଭେମାନେ ତାଙ୍କର ଆଜ୍ଞାପାଳନ କରିବ କି ନାହିଁ ଏବଂ ତୁମ୍ଭର ମନ ଜାଣିବା ପାଇଁ ଏହା କରିଛନ୍ତି।


ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ତୁମ୍ଭ ପ୍ରତି ଆଦିଷ୍ଟ ସମସ୍ତ ଆଜ୍ଞା ଓ ତାହାଙ୍କ ଶିକ୍ଷା ଓ ତାହାଙ୍କ ବିଧି ଯତ୍ନପୂର୍ବକ ପାଳନ କରିବ।


ଏଣୁ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବ।


“ଏହିସବୁ ଆଜ୍ଞା, ବ୍ୟବସ୍ଥା ଓ ବିଧି ତୁମ୍ଭମାନଙ୍କୁ ଶିକ୍ଷା ଦେବା ପାଇଁ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ମୋତେ କହିଲେ। ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ସେଦି ଦେଶରେ ତୁମ୍ଭେମାନେ ଏହି ବ୍ୟବସ୍ଥା ପାଳନ କରିବା ଉଚିତ୍।


କିନ୍ତୁ ସେହି ସ୍ଥାନରେ ଯେବେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ଅନ୍ୱେଷଣ କରିବ। ତେବେ ତୁମ୍ଭେମାନେ ଯଦି ହୃଦୟତାର ସହକାରେ ତାଙ୍କୁ ଅନ୍ୱେଷଣ କର ତେବେ ତୁମ୍ଭେ ତାଙ୍କୁ ପାଇପାରିବ।


ତୁମ୍ଭେମାନେ ଆଜି ସଙ୍କଳ୍ପ କରିଅଛ ଯେ, ସେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ହେବେ ଓ ତୁମ୍ଭେ ତାହାଙ୍କ ପଥରେ ଗ୍ଭଲିବ ଓ ତାଙ୍କର ବିଧି, ଆଜ୍ଞା, ଶାସନ ମାନି ଚଳିବ ଏବଂ ତାହାଙ୍କ ସ୍ୱର ଶୁଣ।


“ଏବେ ହେ ଇସ୍ରାଏଲ, ଶୁଣ! ସଦାପ୍ରଭୁ ତୁମ୍ଭ ପରମେଶ୍ୱର ବାସ୍ତବରେ ତୁମ୍ଭଠାରୁ କ’ଣ ଗ୍ଭହାନ୍ତି ଜାଣ? ସେ ଗ୍ଭହାନ୍ତି ତାଙ୍କର ବାକ୍ୟ ଅନୁସାରେ କର୍ମମାନ କର। ବିଧି ନିୟମ ପାଳନ କର। ପରମେଶ୍ୱର ଗ୍ଭହାନ୍ତି ତୁମ୍ଭେମାନେ ଅନ୍ତକରଣ ସହକାରେ ସଦାପ୍ରଭୁଙ୍କୁ ପ୍ରେମ କର ଓ ତାଙ୍କର ସେବା କର। ତାଙ୍କର ବ୍ୟବସ୍ଥା ଓ ଆଦେଶ ମାନି ଚଳ।


Swiv nou:

Piblisite


Piblisite