Biblia Todo Logo
Bib sou entènèt

- Piblisite -




ଦ୍ଵିତୀୟ ବିବରଣ 26:11 - ପବିତ୍ର ବାଇବଲ

11 ଏହା ପରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ପ୍ରତି ଓ ତୁମ୍ଭ ପରିବାର ପ୍ରତି ଯେଉଁସବୁ ମଙ୍ଗଳ କରିଛନ୍ତି, ସେ ସବୁରେ ତୁମ୍ଭେ ଓ ଲେବୀୟ ଓ ତୁମ୍ଭ ମଧ୍ୟବର୍ତ୍ତୀ ବିଦେଶୀୟ ଲୋକ ତୁମ୍ଭେମାନେ ସମସ୍ତେ ଆନନ୍ଦ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭ ପ୍ରତି ଓ ତୁମ୍ଭ ପରିବାର ପ୍ରତି ଯେ ଯେ ମଙ୍ଗଳ କରିଅଛନ୍ତି, ସେ ସବୁରେ ତୁମ୍ଭେ ଓ ଲେବୀୟ ଓ ତୁମ୍ଭ ମଧ୍ୟବର୍ତ୍ତୀ ବିଦେଶୀୟ ଲୋକ, ତୁମ୍ଭେ ସମସ୍ତେ ଆନନ୍ଦ କରିବ।

Gade chapit la Kopi

ଓଡିଆ ବାଇବେଲ

11 ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ପ୍ରତି ଓ ତୁମ୍ଭ ପରିବାର ପ୍ରତି ଯେଉଁ ଯେଉଁ ମଙ୍ଗଳ କରିଅଛନ୍ତି, ସେହି ସବୁରେ ତୁମ୍ଭେ, ଲେବୀୟ ଓ ତୁମ୍ଭ ମଧ୍ୟବର୍ତ୍ତୀ ବିଦେଶୀୟ ଲୋକ, ତୁମ୍ଭେ ସମସ୍ତେ ଆନନ୍ଦ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ପ୍ରତି ଓ ତୁମ୍ଭ ପରିବାର ପ୍ରତି ଯେଉଁ ଯେଉଁ ମଙ୍ଗଳ କରିଅଛନ୍ତି, ସେହି ସବୁରେ ତୁମ୍ଭେ, ଲେବୀୟ ଓ ତୁମ୍ଭ ମଧ୍ୟବର୍ତ୍ତୀ ବିଦେଶୀୟ ଲୋକ, ତୁମ୍ଭେ ସମସ୍ତେ ଆନନ୍ଦ କରିବ।

Gade chapit la Kopi




ଦ୍ଵିତୀୟ ବିବରଣ 26:11
19 Referans Kwoze  

ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ପାଇଁ ଯେଉଁ ସ୍ଥାନ ନିର୍ଣ୍ଣୟ କରିବେ, ସେହି ସ୍ଥାନରେ ତାଙ୍କ ସମ୍ମୁଖରେ ତୁମ୍ଭେ ଓ ତୁମ୍ଭ ପୁତ୍ର ତୁମ୍ଭର କନ୍ୟା ଓ ତୁମ୍ଭର ଦାସ ଦାସୀ, ତୁମ୍ଭ ନଗର ଦ୍ୱାରର ଲେବୀୟ ଲୋକ ଓ ତୁମ୍ଭ ମଧ୍ୟରେ ଥିବା ବିଦେଶୀୟ ଲୋକ, ପିତୃହୀନ, ବିଧବା ସମସ୍ତେ ଆନନ୍ଦ କରିବ।


ସେହି ସ୍ଥାନରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କର ପରିବାର ସଦସ୍ୟଗଣ ସଦାପ୍ରଭୁଙ୍କ ଉପସ୍ଥିତିରେ ଭୋଜନ କରିବ। ତୁମ୍ଭକୁ ଯାହା ପ୍ରାପ୍ତି ହୋଇଛି ସେଥିରେ ଆନନ୍ଦିତ ହୁଅ, ଯେହେତୁ ସଦାପ୍ରଭୁ ତୁମ୍ଭଙ୍କୁ ଆଶୀର୍ବାଦ କରିଛନ୍ତି।


ପ୍ରଭୁଙ୍କଠାରେ ସର୍ବଦା ଆନନ୍ଦ କର। ମୁଁ ଆଉ ଥରେ କହେ, ଆନନ୍ଦ କର।


ଆମ୍ଭର ଦାସମାନେ ଆନନ୍ଦରେ ଗାନ କରିବେ କାରଣ ସେମାନଙ୍କ ହୃଦୟ ସୁଖରେ ପରିପୂର୍ଣ୍ଣ। ମାତ୍ର ତୁମ୍ଭେ ମନ୍ଦାଗ୍ଭରୀଗଣ ହୃଦୟର ଦୁଃଖ ନିମିତ୍ତ ବିଳାପ କରିବ। ଆଉ ମଧ୍ୟ ଆତ୍ମାର ବିରକ୍ତିଭାବ ଯୋଗୁଁ ହାହାକାର କରିବ।


“କାରଣ ତୁମ୍ଭେ ସର୍ବପ୍ରକାର ସମ୍ପତ୍ତି ବହୁଳରୂପେ ପାଇଲେ ହେଁ ଆନନ୍ଦ ଚିତ୍ତରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ସେବା କଲ ନାହିଁ।


ପ୍ରତ୍ୟେକ ଜିନିଷ ଉତ୍ତମ ଓ ସୁନ୍ଦର ହେବ। ଶସ୍ୟ ଏବଂ ନୂତନ ଦ୍ରାକ୍ଷାରସ ଯୁବକ ଯୁବତୀଙ୍କର ବଳ ବଢ଼ାଇବ।


ତୁମ୍ଭେମାନେ ଓ ତୁମ୍ଭମାନଙ୍କର ସନ୍ତାନ ସନ୍ତତିଗଣ ତୁମ୍ଭମାନଙ୍କର ଦାସଗଣ, ତୁମ୍ଭମାନଙ୍କର ଦାସୀଗଣ ତୁମ୍ଭମାନଙ୍କର ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକର କୌଣସି ଅଂଶ କି ଅଧିକାର ତୁମ୍ଭମାନଙ୍କ ମଧ୍ୟରେ ନ ଥିବା ହେତୁ ସେ ଏପରି ତୁମ୍ଭେ ସମସ୍ତେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ କରିବ।


ତୁମ୍ଭମାନଙ୍କ ମଧ୍ୟରେ ଆମ୍ଭେ ଆତ୍ମିକ ବୀଜ ବୁଣିଅଛୁ, ତେଣୁ ଜୀବିକା ନିର୍ବାହ ପାଇଁ ତୁମ୍ଭ ପାର୍ଥିବ ଧନରୁ କିଛି ପାଇବାକୁ କ’ଣ ଆମ୍ଭର ଅଧିକାର ନାହିଁ? ଏହା ଆମ୍ଭର ପ୍ରାପ୍ୟ।


ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ ସେହି ସ୍ଥାନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭେମାନେ ତାହା ଭୋଜନ କରିବ। ତୁମ୍ଭେ ଓ ତୁମ୍ଭର ପୁତ୍ର ତୁମ୍ଭର କନ୍ୟା ତୁମ୍ଭ ଦାସ ଓ ଦାସୀଗଣ ଏବଂ ନଗରଦ୍ୱାର ମଧ୍ୟବର୍ତ୍ତୀ ଲେବୀୟ ଲୋକ ସେହି ନୈବେଦ୍ୟ ଭୋଜନ କରିବ। ଯେଉଁଗୁଡ଼ିକ ତୁମ୍ଭମାନଙ୍କର କଠିନ ପରିଶ୍ରମର ଫଳ, ତହିଁରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭେ ଆନନ୍ଦ କରିବ।


ତୁମ୍ଭେ ମଙ୍ଗଳାର୍ଥକ ବଳିଦାନ ଉତ୍ସର୍ଗ କରି ସେଠାରେ ଭୋଜନ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ କରିବ।


ଆଉ ସେ ସେମାନଙ୍କୁ କହିଲେ, “ଘରକୁ ଯାଅ, ଚି‌କ୍‌କଣ ଦ୍ରବ୍ୟ ଭୋଜନ କର, ସୁମିଷ୍ଟ ଦ୍ରବ୍ୟ ପାନ କର ଓ ଯାହା ପାଇଁ ପ୍ରସ୍ତୁତି ହୋଇ ନାହିଁ, ତାହା ପାଇଁ କିଛି ପଠାଅ। କାରଣ ଆଜି ଆମ୍ଭମାନଙ୍କ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ। ତୁମ୍ଭେମାନେ ଦୁଃଖିତ ହୁଅ ନାହିଁ। ଯେଣୁ ସଦାପ୍ରଭୁଙ୍କ ଆନନ୍ଦ ତୁମ୍ଭମାନଙ୍କର ବଳ ହେବ।”


ତେଣୁ ମୁଁ ଅନୁଭବ କଲି ଯେ ବଞ୍ଚିଥିବା ପର୍ଯ୍ୟନ୍ତ ସେମାନେ ଖୁସୀ ରହିବା ଓ ସେମାନେ ନିଜକୁ ଉପଭୋଗ କରିବା ଛଡ଼ା ଅନ୍ୟ କିଛି ଲୋକମାନଙ୍କ ପାଇଁ ଅଧିକ ଉତ୍ତମ ନୁହେଁ।


ଯଦି ଜଣେ ବ୍ୟକ୍ତି ଖାଦ୍ୟ, ପାନୀୟ ଓ ଉତ୍ତମ ଦ୍ରବ୍ୟ ତା’ ପରିଶ୍ରମ ବଳରେ ଉପଭୋଗ କରି ପାରିଲା, ତେବେ ତାହା ପରମେଶ୍ୱରଙ୍କଠାରୁ ଉପହାର।


ମୁଁ ଦେଖିଛି ଯେ, ଏହି ସର୍ବୋତ୍ତମ ଜଣେ ବ୍ୟକ୍ତି ଏହା କରି ପାରିବ। ଏହି ପୃଥିବୀରେ ତା'ର ଅଳ୍ପ ଜୀବନ କାଳ ମଧ୍ୟରେ ଜଣେ ବ୍ୟକ୍ତି ଯାହା କାର୍ଯ୍ୟ କରେ, ସେ ଖାଇ ପିଇ ଉପଭୋଗ କରିବା ଉଚିତ୍। ପରମେଶ୍ୱର ତାହାଙ୍କୁ ଏହି ଅଳ୍ପକାଳ ଜୀବନ ଦେଇଛନ୍ତି ଏବଂ ତାହା ହିଁ ତା'ର ସବୁକିଛି।


ଖୁସୀ ହୁଅ ଯେତେବେଳେ ତୁମ୍ଭ ପାଖରେ ସମ୍ପତ୍ତି ଅଛି, କିନ୍ତୁ ଯେତେବେଳେ ତୁମ୍ଭେ ଦୁଃଖ ଅନୁଧ୍ୟାନ କର ପରମେଶ୍ୱର ଆମ୍ଭକୁ ଭଲ ସହିତ ଖରାପ ସମୟ ଦେଇଛନ୍ତି। ଯାହା ଫଳରେ କୌଣସି ଲୋକ ଭବିଷ୍ୟତରେ କ’ଣ ଘଟିବ ତାହା ଜାଣି ପାରିବ।


Swiv nou:

Piblisite


Piblisite