Biblia Todo Logo
Bib sou entènèt

- Piblisite -




ଦ୍ଵିତୀୟ ବିବରଣ 23:3 - ପବିତ୍ର ବାଇବଲ

3 “ଅମ୍ମୋନୀୟ କି ମୋୟାବୀୟ ଲୋକ ଏବଂ ତାଙ୍କର ଦଶ ପୁରୁଷ ପର୍ଯ୍ୟନ୍ତ ମଧ୍ୟ ସଦାପ୍ରଭୁଙ୍କ ଧାର୍ମିକ ସମାଜରେ ପ୍ରବେଶ କରି ପାରିବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଅମ୍ମୋନୀୟ କି ମୋୟାବୀୟ ଲୋକ ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ; ଦଶମ ପୁରୁଷ ପର୍ଯ୍ୟନ୍ତ ଚିରକାଳ ସେମାନଙ୍କର କେହି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ।

Gade chapit la Kopi

ଓଡିଆ ବାଇବେଲ

3 ଅମ୍ମୋନୀୟ କି ମୋୟାବୀୟ ଲୋକ ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ; ଦଶ ପୁରୁଷ ପର୍ଯ୍ୟନ୍ତ ଚିରକାଳ ସେମାନଙ୍କର କେହି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଅମ୍ମୋନୀୟ କି ମୋୟାବୀୟ ଲୋକ ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ; ଦଶ ପୁରୁଷ ପର୍ଯ୍ୟନ୍ତ ଚିରକାଳ ସେମାନଙ୍କର କେହି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ।

Gade chapit la Kopi




ଦ୍ଵିତୀୟ ବିବରଣ 23:3
11 Referans Kwoze  

ସେହି ସମୟରେ ଯେଉଁ ଯିହୁଦୀୟମାନେ ଅସଦୋଦ୍, ଅମ୍ମୋନ ଓ ମୋୟାବ ଦେଶୀୟ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନଙ୍କୁ ମୁଁ ଦେଖିଲି।


ମାତ୍ର ଯିରୁଶାଲମର ପ୍ରାଚୀରର ମରାମତି କାର୍ଯ୍ୟ ଅଗ୍ରସର ହେଉଅଛି ଓ ଗର୍ତ୍ତଗୁଡ଼ିକ ଭର୍ତ୍ତି ହେବା ପାଇଁ ଯାଉଅଛି, ଏହା ଶୁଣି ସ‌ନ୍‌ବଲ୍ଲଟ୍ ଓ ଟୋବିୟ, ପୁଣି ଆରବୀୟମାନେ ଓ ଅମ୍ମୋନୀୟମାନେ ଓ ଅ‌‌‌‌ସ୍‌‌‌‌ଦୋଦୀୟମାନେ ଅତିଶୟ ରାଗି ଗଲେ।


ଏହି ସମୟରେ ଅମ୍ମୋନୀୟ ଟୋବିୟ ତାହା ପାଖରେ ଥିଲା, ଆଉ ସେ କହିଲା, “ସେମାନେ ଯାହା ଗଢ଼ୁଛନ୍ତି, ବିଲୁଆ ଚଢ଼ିଗଲେ ସେ ସେମାନଙ୍କ ପଥର ପ୍ରାଚେରୀ ଭାଙ୍ଗି ପକାଇବ।”


ରକ୍ଷାକର୍ତ୍ତା କହିଲା, “ମୁଁ ଏହାକୁ କ୍ରୟ କରି ପାରିବି ନାହିଁ। ଯଦିଓ ଏହା ମୋର ଅଧିକାର ଅଟେ, ମୁଁ ଏହାକୁ ପାରିବି ନାହିଁ। ଯଦି ମୁଁ ଏହା କରେ, ମୁଁ ମୋର ଜମି ହୁଏତ ହରାଇପାରେ। ସେଥିପାଇଁ ତୁମ୍ଭେ ତାହା କିଣିପାର।”


ସଦାପ୍ରଭୁଙ୍କଠାରେ ଆସକ୍ତ ବିଦେଶୀ ନ କହୁ ଯେ, ସଦାପ୍ରଭୁ ମୋତେ ଆପଣା ଲୋକଠାରୁ ନିଶ୍ଚୟ ପୃଥକ ରଖିବେ। ପୁଣି ଜଣେ ନପୁଂସକ ନ କହୁ ଯେ, “ଦେଖ, ମୁଁ ଗୋଟିଏ ଶୁଷ୍କ ବୃକ୍ଷ, ମୁଁ ଫଳବତୀ ହୋଇ ପାରିବି ନାହିଁ।”


“ତୁମ୍ଭେ ଶୁଣିଛ ଯେ ଏ କଥା କୁହାଯାଇଛି: ‘ତୁମ୍ଭର ପଡ଼ୋଶୀଙ୍କୁ ପ୍ରେମ କର ଓ ଶତ୍ରୁମାନଙ୍କୁ ଘୃଣା କର।’


ଯଦି କୌଣସି ଲୋକର ପିତାମାତାଙ୍କର ବିବାହ ନିୟମାନୁଯାୟୀ ହୋଇ ନ ଥାଏ, ତେବେ ସେହିଲୋକ ଏବଂ ତାଙ୍କର ବଂଶଧରମାନେ ଦଶ ପୁରୁଷ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଧାର୍ମିକ ସମାଜରେ ପ୍ରବେଶ କରି ପାରିବେ ନାହିଁ।


ଅମ୍ମୋନ ସନ୍ତାନଗଣ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, “ହେ ଅମ୍ମୋନୀୟ ସନ୍ତାନଗଣ, ତୁମ୍ଭେମାନେ କ’ଣ ଭାବୁଛ ଇସ୍ରାଏଲର ପୁତ୍ର ନାହିଁ? ତାହାର ଉତ୍ତରାଧିକାରୀ କ’ଣ କେହି ନାହାନ୍ତି? ତେବେ ମି‌‌ଲ୍‌‌କମ୍ କାହିଁକି ଗା‌ଦ୍‌ର ଭୂମି ଅଧିକାର କରୁଅଛି ଓ ତାହାର ଲୋକମାନେ ତହିଁରେ ନଗର ସମୂହରେ ବାସ କରୁଅଛନ୍ତି?”


ତାହାର ସମସ୍ତ ବିପକ୍ଷମାନେ ସେମାନଙ୍କର ହସ୍ତ ପ୍ରସାରଣ କଲେ ଏବଂ ସମସ୍ତ ସୁନ୍ଦର ଜିନିଷ ନେଇଗଲେ। ସେ ବିଦେଶୀମାନଙ୍କୁ ତାହାର ପବିତ୍ର ମନ୍ଦିରରେ ପ୍ରବେଶ କରିବାର ପର୍ଯ୍ୟବେକ୍ଷଣ କଲେ। ସେହି ବିଦେଶୀମାନଙ୍କୁ ସଦାପ୍ରଭୁ ଧାର୍ମିକ ସମ୍ମେଳନୀରେ ଯୋଗଦେବାକୁ ଆଦେଶ ଦେଇଥିଲେ।


Swiv nou:

Piblisite


Piblisite