Biblia Todo Logo
Bib sou entènèt

- Piblisite -




ଦ୍ଵିତୀୟ ବିବରଣ 2:5 - ପବିତ୍ର ବାଇବଲ

5 ସେମାନଙ୍କ ସହିତ ଯୁଦ୍ଧ କର ନାହିଁ, ମୁଁ ତୁମ୍ଭମାନଙ୍କୁ ସେହି ଦେଶ ଦେବି ନାହିଁ। ଏପରିକି ସେହି ଭୂମିରୁ ପାଦେ ମଧ୍ୟ ଭୂମି ତୁମ୍ଭମାନଙ୍କୁ ଦେବି ନାହିଁ। କାରଣ ମୁଁ ସେହି ପର୍ବତମୟ ଦେଶ ସେୟୀରକୁ, ଏଷୌକୁ ଉତ୍ତରାଧିକାରୀ ସୁତ୍ରରେ ଦେଇଅଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେମାନଙ୍କ ସହିତ ବିରୋଧ କର ନାହିଁ; କାରଣ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ ଦେଶରୁ କିଛି ଦେବା ନାହିଁ। ଏକ ପାଦ ପରିମିତ ଭୂମି ହିଁ ଦେବା ନାହିଁ; ଯେହେତୁ ଆମ୍ଭେ ଏଷୌକୁ ଅଧିକାରାର୍ଥେ ସେୟୀର ପର୍ବତ ଦେଇଅଛୁ।

Gade chapit la Kopi

ଓଡିଆ ବାଇବେଲ

5 ସେମାନଙ୍କ ସହିତ ଯୁଦ୍ଧ କର ନାହିଁ; କାରଣ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ ଦେଶରୁ କିଛି ଦେବା ନାହିଁ। ଏକ ପାଦ ପରିମିତ ଭୂମି ହିଁ ଦେବା ନାହିଁ; ଯେହେତୁ ଆମ୍ଭେ ଏଷୌକୁ ଅଧିକାରାର୍ଥେ ସେୟୀର ପର୍ବତ ଦେଇଅଛୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେମାନଙ୍କ ସହିତ ଯୁଦ୍ଧ କର ନାହିଁ; କାରଣ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ ଦେଶରୁ କିଛି ଦେବା ନାହିଁ। ଏକ ପାଦ ପରିମିତ ଭୂମି ହିଁ ଦେବା ନାହିଁ; ଯେହେତୁ ଆମ୍ଭେ ଏଷୌକୁ ଅଧିକାରାର୍ଥେ ସେୟୀର ପର୍ବତ ଦେଇଅଛୁ।

Gade chapit la Kopi




ଦ୍ଵିତୀୟ ବିବରଣ 2:5
13 Referans Kwoze  

ଏବଂ ଇ‌‌ସ୍‌‌ହାକକୁ ଦୁଇଟି ପୁତ୍ର ଦେଲି, ସେମାନେ ହେଲେ, ଯାକୁବ ଓ ଏଷୌ। ଏବଂ ଏଷୌକୁ ସେୟୀର ପର୍ବତ ଓ ତା'ର ପାର୍ଶ୍ୱବର୍ତ୍ତୀ ଭୂମି ଦେଲି। ଯାକୁବ ଏବଂ ତାଙ୍କର ସନ୍ତାନମାନେ ସେଠାରେ ବାସ କଲେ ନାହିଁ। ସେମାନେ ବାସ କରିବାକୁ ମିଶରକୁ ପଳାଇ ଗଲେ।


ଏଷୌ ମଧ୍ୟ ଇଦୋମ ନାମରେ ଡକା ଯାଉଥିଲେ। ଏବଂ ଏହି ନାମ ସେୟୀରରେ ରହିଲା।


ପରମେଶ୍ୱର ଗୋଟିଏ ମନୁଷ୍ୟଠାରୁ ସମୁଦାୟ ମନୁଷ୍ୟ ଜାତିକୁ ତିଆରି କରିଛନ୍ତି। ସେଥିପାଇଁ ସେମାନେ ପୃଥିବୀର ସର୍ବତ୍ର ରହନ୍ତି। ସେ ସେମାନଙ୍କ ପାଇଁ ପୂର୍ବରୁ ନିର୍ଦ୍ଧାରିତ ସମୟ ଓ ସ୍ଥାନର ସୀମା ମଧ୍ୟ ସ୍ଥିର କରିଛନ୍ତି,


ପରମେଶ୍ୱର ତାହାଙ୍କୁ କିଛି ଦେଲ ନାହିଁ। ଏପରିକି ଗୋଟିଏ ଫୁଟ ଜାଗା ମଧ୍ୟ ନୁହେଁ। ସେତେବେଳେ ତାହାଙ୍କର କିଛି ପିଲାପିଲି ନ ଥିଲା। ପରମେଶ୍ୱର ତାହାଙ୍କୁ ଓ ତାହାଙ୍କର ଭବିଷ୍ୟତ୍ ଉତ୍ତରାଧିକାରୀଙ୍କୁ ଏହି ଭୂମି ଏକ ଅଧିକାର ରୂପେ ଦେବା ପାଇଁ ପ୍ରତିଜ୍ଞା କରିଥିଲେ।


ଏବଂ ତୁମ୍ଭେ ମନୁଷ୍ୟମାନଙ୍କ ମଧ୍ୟରୁ ବିତାଡ଼ିତ ହେବ। କ୍ଷେତ୍ରସ୍ଥ ପଶୁମାନଙ୍କ ମଧ୍ୟରେ ତୁମ୍ଭେ ବାସ କରିବ ଓ ଗୋରୁ ପରି ତୃଣ ଭୋଜନ କରିବ। ଏହିରୂପେ ତୁମ୍ଭ ଉପରେ ସାତ ବର୍ଷ ଅତିକ୍ରମ କରିଯିବ। ଶେଷରେ ଯେ ସର୍ବୋପରିସ୍ଥ ପରମେଶ୍ୱର ସମଗ୍ର ମନୁଷ୍ୟ ଉପରେ ପ୍ରଭୁତ୍ୱ କରନ୍ତି ଓ ଯାହାକୁ ଯାହା ଇଚ୍ଛା ତାକୁ ସେ ତାହା ଦିଅନ୍ତି, ଏହା ତୁମ୍ଭେ ଜାଣିବ।”


ତୁମ୍ଭେ ମନୁଷ୍ୟମାନଙ୍କ ସଙ୍ଗ ମଧ୍ୟରୁ ବିତାଡ଼ିତ ହେବ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସହିତ ବାସ କରିବ ଏବଂ ଆଉ ତୁମ୍ଭେ ଗୋରୁମାନଙ୍କ ପରି ତୃଣ ଭୋଜନ କରି ବଞ୍ଚିବ ଓ ଆକାଶର କାକରରେ ତିନ୍ତିବ। ଏହିରୂପେ ତୁମ୍ଭ ଉପରେ ସାତ ବର୍ଷ ଅତିକ୍ରମ କରିବ। ଶେଷରେ ତୁମ୍ଭେ ଅନୁଭବ କରିବ ଯେ, ସେ ସର୍ବୋପରିସ୍ଥ ପରମେଶ୍ୱର ଯାହାକୁ ଇଚ୍ଛା କରନ୍ତି, ତାକୁ ରାଜ୍ୟ ଦାନ କରନ୍ତି।


ଆମ୍ଭେ ଆମ୍ଭର ମହାପରାକ୍ରମ ଓ ବିଶାଳ ଶକ୍ତିଶାଳୀ ବାହୁ ଦ୍ୱାରା ଏହି ପୃଥିବୀ ଓ ପୃଥିବୀ ନିବାସୀ ସକଳ ମନୁଷ୍ୟ ଓ ପଶୁ ସୃଷ୍ଟି କରିଅଛୁ। ଆଉ ଆମ୍ଭେ ଆପଣା ସ୍ୱଇଚ୍ଛାରେ ଯାହାକୁ ଉଚିତ୍ ମନେ କରିବୁ, ଏହା ଦେଇ ପାରିବୁ।


ସର୍ବୋପରିସ୍ଥ ପରମେଶ୍ୱର ଯେତେବେଳେ ଗୋଷ୍ଠୀୟ ଲୋକମାନଙ୍କୁ ସେମାନଙ୍କ ଅଧିକାର ଦେଲେ, ଯେତେବେଳେ ସେ ମନୁଷ୍ୟ ସନ୍ତାନମାନଙ୍କୁ ପୃଥକ କଲେ। ସେତେବେଳେ ସେ ଇସ୍ରାଏଲର ସଂଖ୍ୟା ଅନୁସାରେ ସୀମା ସ୍ଥାପନ କଲେ।


ଏଷୌର ଲୋକମାନଙ୍କୁ, ତୁମ୍ଭେମାନେ ଖାଉଥିବା ଖାଦ୍ୟ ଓ ପିଉଥିବା ପାଣି ପାଇଁ ମୁଦ୍ରା ଦେବାକୁ ହେବ।


ପରମେଶ୍ୱର ସେୟୀର ନିବାସୀ ଏଷୌ ସନ୍ତାନଗଣ ନିମନ୍ତେ ଠିକ୍ ସେହିପରି କରିଥିଲେ। ଅର୍ଥାତ୍ ସେମାନଙ୍କ ସମ୍ମୁଖରୁ ହୋରୀୟମାନଙ୍କୁ ବିନଷ୍ଟ କଲେ। ତହିଁରେ ସେମାନେ ସେମାନଙ୍କୁ ଅଧିକାରଚ୍ୟୁତ କରି ଆଜି ପର୍ଯ୍ୟନ୍ତ ସେହିଠାରେ ବାସ କରୁଛନ୍ତି।


ସେୟୀର ପର୍ବତସ୍ଥ ଇଦୋମୀୟମାନଙ୍କର ପୂର୍ବପୁରୁଷ ଏଷୌର ବଂଶାବଳୀ।


ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ସେୟୀର ପର୍ବତ ଆଡ଼େ ମୁଖ ରଖ ଓ ତାହା ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରି ଏହା କୁହ,


Swiv nou:

Piblisite


Piblisite