Biblia Todo Logo
Bib sou entènèt

- Piblisite -




ଦ୍ଵିତୀୟ ବିବରଣ 16:4 - ପବିତ୍ର ବାଇବଲ

4 ଏବଂ ସାତ ଦିନ ତୁମ୍ଭର ସବୁଆଡ଼େ ତାଡ଼ି ଦେଖା ନ ଯାଉ। ପ୍ରଥମ ଦିନର ସନ୍ଧ୍ୟା ସମୟରେ ତୁମ୍ଭେ ଯେଉଁ ବଳି ଉତ୍ସର୍ଗ କରିବ, ତହିଁର କିଛି ମାଂସ ପ୍ରଭାତ ପର୍ଯ୍ୟନ୍ତ ଅବଶିଷ୍ଟ ନ ରହୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ପୁଣି ସାତ ଦିନ ତୁମ୍ଭର ସମସ୍ତ ଅଞ୍ଚଳରେ ତାଡ଼ି ଦେଖା ନ ଯାଉ; ଅବା ପ୍ରଥମ ଦିନର ସନ୍ଧ୍ୟା ବେଳେ ତୁମ୍ଭେ ଯେଉଁ ବଳି ଉତ୍ସର୍ଗ କରିବ, ତହିଁର କିଛି ମାଂସ ରାତ୍ରିଯାକ ପ୍ରଭାତ ପର୍ଯ୍ୟନ୍ତ ଅବଶିଷ୍ଟ ନ ରହୁ।

Gade chapit la Kopi

ଓଡିଆ ବାଇବେଲ

4 ପୁଣି ସାତ ଦିନ ତୁମ୍ଭର ସମସ୍ତ ଅଞ୍ଚଳରେ ତାଡ଼ି ଦେଖା ନ ଯାଉ ଅବା ପ୍ରଥମ ଦିନର ସନ୍ଧ୍ୟା ବେଳେ ତୁମ୍ଭେ ଯେଉଁ ବଳି ଉତ୍ସର୍ଗ କରିବ, ତହିଁର କିଛି ମାଂସ ରାତ୍ରିଯାକ ପ୍ରଭାତ ପର୍ଯ୍ୟନ୍ତ ଅବଶିଷ୍ଟ ନ ରହୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ପୁଣି ସାତ ଦିନ ତୁମ୍ଭର ସମସ୍ତ ଅଞ୍ଚଳରେ ତାଡ଼ି ଦେଖା ନ ଯାଉ ଅବା ପ୍ରଥମ ଦିନର ସନ୍ଧ୍ୟା ବେଳେ ତୁମ୍ଭେ ଯେଉଁ ବଳି ଉତ୍ସର୍ଗ କରିବ, ତହିଁର କିଛି ମାଂସ ରାତ୍ରିଯାକ ପ୍ରଭାତ ପର୍ଯ୍ୟନ୍ତ ଅବଶିଷ୍ଟ ନ ରହୁ।

Gade chapit la Kopi




ଦ୍ଵିତୀୟ ବିବରଣ 16:4
9 Referans Kwoze  

ଯେତେବେଳେ ତୁମ୍ଭେମାନେ ଆମ୍ଭକୁ ବଳିଦାନର ରକ୍ତ ଉତ୍ସର୍ଗ କରିବ ସେ ସମୟରେ ତାଡ଼ିଯୁକ୍ତ ଦ୍ରବ୍ୟ ଆମ୍ଭକୁ ଉତ୍ସର୍ଗ କରିବ ନାହିଁ। “ଏହି ସମୟରେ ନିସ୍ତାରପର୍ବ ଉତ୍ସବର ବଳି ଦ୍ରବ୍ୟ ପ୍ରାତଃକାଳ ପର୍ଯ୍ୟନ୍ତ ରଖିବ ନାହିଁ।


ତୁମ୍ଭେ ନିଶ୍ଚିତ ତା'ର ମାଂସକୁ ସେହି ଦିନ ରାତ୍ରିରେ ଖାଇ ଶେଷ କରିବ। ଯଦି କିଛି ମାଂସ ପ୍ରଭାତ ପର୍ଯ୍ୟନ୍ତ ବଳିଯାଏ, ତେବେ ତାହାକୁ ନ ଖାଇ ଅଗ୍ନିରେ ଦ‌ଗ୍‌ଧ କରିବ।


ତେଣୁ ସାତ ଦିନ ପାଇଁ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ଖାଇବ। ଏବଂ ତୁମ୍ଭ ଦେଶରେ କୌଣସିଠାରେ ତାଡ଼ି ମିଶ୍ରିତ ରୋଟୀ ଯେପରି କେହି ନ ଖା’ନ୍ତି।


ଏହି ଉତ୍ସବରେ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ସାତ ଦିନ ପର୍ଯ୍ୟନ୍ତ ଖାଇବ। ବିଶେଷତଃ ପ୍ରଥମ ଦିନରେ ତୁମ୍ଭ ଗୃହରୁ ତାଡ଼ି ଦୂରରେ ରଖିବ। ଏହି ସାତ ଦିନ ମଧ୍ୟରେ ତୁମ୍ଭେମାନେ କେହି ତାଡ଼ି ଖାଇବ ନାହିଁ। ଯଦି କେହି ତାଡ଼ି ଭୋଜନ କରେ ତେବେ ସେ ତା'ର ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।


“ସେହି ରାତ୍ରିରେ, ତୁମ୍ଭେ ତା'ର ମାଂସକୁ ଅଗ୍ନିରେ ଦ‌ଗ୍‌ଧ କରି ତାଡ଼ି ଶୂନ୍ୟ ରୋଟୀ ଓ ତିକ୍ତ ଶାକ ସହିତ ତାହା ଭୋଜନ କରିବ।


ତା'ପରେ ଯୀଶୁ ଲୋକମାନଙ୍କୁ ଆଉ ଗୋଟିଏ କାହାଣୀ କହିଲେ: “ସ୍ୱର୍ଗରାଜ୍ୟ ଖମୀର ଭଳି। ଜଣେ ସ୍ତ୍ରୀଲୋକ ଗୋଟିଏ ବଡ଼ ପାତ୍ରରେ ଥିବା ଅଟାରେ ଖମୀର ମିଶାଇଲା। ସବୁତକ ରୋଟୀ ଫୁଲିବାରେ ଖମୀର କାମ ଦେଲା।”


ତୁମ୍ଭମାନଙ୍କୁ ସେହି ମେଷ ଶାବକକୁ ମାସର ଚତୁର୍ଦ୍ଦଶ ଦିନଯାଏ ନଜରରେ ରଖିବାକୁ ହେବ। ସେହି ଦିନ ଇସ୍ରାଏଲର ସମସ୍ତ ଲୋକମାନେ ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ପୂର୍ବରୁ ଏମାନଙ୍କୁ ହତ୍ୟା କରିବେ।


“ଯେତେବେଳେ ତୁମ୍ଭେମାନେ ପଶୁ ହତ୍ୟା କରିବ ତା'ର ରକ୍ତ ମୋ’ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। ତୁମ୍ଭେମାନେ ତାଡ଼ିଯୁକ୍ତ ରୋଟୀ ମୋତେ ଉତ୍ସର୍ଗ କରିବ ନାହିଁ। ଏବଂ ତୁମ୍ଭେ ଯେତେବେଳେ ବଳିର ମାଂସ ଖାଇବ ସେତେବେଳେ ସେହି ମାଂସକୁ ଗୋଟିଏ ଦିନରେ ଖାଇ ଶେଷ କରିବ। ତା’ ପରଦିନକୁ ବଳକା ମାଂସ ରଖିବ ନାହିଁ।


“ସଦାପ୍ରଭୁ ତୁମ୍ଭକୁ ଯେଉଁ ନଗର ଦେବେ ତହିଁର କୌଣସି ନଗର ମଧ୍ୟରେ ତୁମ୍ଭେମାନେ ନିସ୍ତାରପର୍ବୀୟ ବଳି ଉତ୍ସର୍ଗ କରିବା ଉଚିତ୍ ନୁହେଁ।


Swiv nou:

Piblisite


Piblisite