Biblia Todo Logo
Bib sou entènèt

- Piblisite -




ଦ୍ଵିତୀୟ ବିବରଣ 15:4 - ପବିତ୍ର ବାଇବଲ

4 ତଥାପି ତୁମ୍ଭ ଦେଶରେ କେହି ଗରିବ ହେବେ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ଦେଶ ଦେଇଛନ୍ତି। ଏବଂ ସଦାପ୍ରଭୁ ତୁମ୍ଭମାନଙ୍କୁ ଅନ୍ତରଭରା ଆଶୀର୍ବାଦ କରିଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ତଥାପି ତୁମ୍ଭ ମଧ୍ୟରେ କେହି ଦରିଦ୍ର ହେବ ନାହିଁ; କାରଣ ଆଜି ମୁଁ ତୁମ୍ଭକୁ ଯେସମସ୍ତ ଆଜ୍ଞା ମନୋଯୋଗ କରି ପାଳିବାକୁ ଆଜ୍ଞା ଦେଉଅଛି, ଯେବେ ତୁମ୍ଭେ କେବଳ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ରବରେ ଯନିପୂର୍ବକ ଅବଧାନ କରିବ;

Gade chapit la Kopi

ଓଡିଆ ବାଇବେଲ

4 ତଥାପି ତୁମ୍ଭ ମଧ୍ୟରେ କେହି ଦରିଦ୍ର ହେବ ନାହିଁ; କାରଣ ଆଜି ମୁଁ ତୁମ୍ଭକୁ ଯେଉଁ ସମସ୍ତ ଆଜ୍ଞା ପାଳିବାକୁ ଆଦେଶ ଦେଉଅଛି, ଯେବେ ତୁମ୍ଭେ କେବଳ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ରବ ଯତ୍ନପୂର୍ବକ ଶୁଣିବ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ତଥାପି ତୁମ୍ଭ ମଧ୍ୟରେ କେହି ଦରିଦ୍ର ହେବ ନାହିଁ; କାରଣ ଆଜି ମୁଁ ତୁମ୍ଭକୁ ଯେଉଁ ସମସ୍ତ ଆଜ୍ଞା ପାଳିବାକୁ ଆଦେଶ ଦେଉଅଛି, ଯେବେ ତୁମ୍ଭେ କେବଳ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ରବ ଯତ୍ନପୂର୍ବକ ଶୁଣିବ;

Gade chapit la Kopi




ଦ୍ଵିତୀୟ ବିବରଣ 15:4
10 Referans Kwoze  

ଯେ ଦରିଦ୍ରକୁ ଦାନ କରେ, ତାର ଅଭାବ ହେବ ନାହିଁ। ମାତ୍ର ଯେ ଆପଣା ଆଖି ବନ୍ଦ କରେ, ସେ ଅନେକ ଅଭିଶାପ ପାଇବ।


“ଏବଂ ସଦାପ୍ରଭୁ ତୁମ୍ଭମାନଙ୍କୁ ସମସ୍ତ ଉତ୍ତମ ଦ୍ରବ୍ୟରେ ପରିପୂର୍ଣ୍ଣ କରିବେ। ସେ ତୁମ୍ଭକୁ ଅନେକ ସନ୍ତାନରେ ପରିପୂର୍ଣ୍ଣ କରିବେ। ସେ ତୁମ୍ଭମାନଙ୍କୁ ଗୋବତ୍ସରେ ପରିପୂର୍ଣ୍ଣ କରିବେ। ସେ ତୁମ୍ଭର ଅମାର ଉତ୍ତମ ଫସଲରେ ପରିପୂର୍ଣ୍ଣ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଯେପରି ପ୍ରତିଜ୍ଞା କରିଥିଲେ।


ଏହି ଖାଦ୍ୟ ସକଳ ସେହି ଲେବୀୟ ଲୋକମାନଙ୍କର, କାରଣ ସେମାନଙ୍କର କୌଣସି ନିଜସ୍ୱ ସମ୍ପତ୍ତି ନାହିଁ। ଏହି ଖାଦ୍ୟ ମଧ୍ୟ ଅନ୍ୟ ଲୋକମାନଙ୍କ ପାଇଁ ବିଦେଶୀମାନଙ୍କ ପାଇଁ ପିତୃହୀନ ଓ ବିଧବାମାନେ ଆସି ଭୋଜନ କରି ତୃପ୍ତ ହେବେ। ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ।


ଯେଉଁ ଲୋକ ପ୍ରତିବାସୀକୁ ତୁଚ୍ଛ ବୋଧ କରେ, ସେ ପାପ କରେ ମାତ୍ର ଯେଉଁ ଜନ ଦରିଦ୍ରକୁ ଦୟା କରେ, ସେ ଧନ୍ୟ।


କିନ୍ତୁ ଏପରି ହେବ ଯଦି ତୁମ୍ଭେମାନେ ସଦାପ୍ରଭୁ ପରମେଶ୍ୱରଙ୍କର ଆଜ୍ଞା ଓ ବିଧିମାନ ପାଳନ କରି ଚଳିବ। ତୁମ୍ଭେମାନେ ସାବଧାନତା ସହକାରେ ମୁଁ ଆଜି ତୁମ୍ଭକୁ ଯେଉଁ ଆଜ୍ଞା ବିଧି କହୁଅଛି ତାହା ପାଳନ କରିବ।


“ସେହି ସମୟରେ ମୁଁ ସେହି ଗୋଷ୍ଠୀୟମାନଙ୍କୁ ନିର୍ଦ୍ଦେଶ ଦେଇ କହିଲି: ‘ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ବାସ କରିବାକୁ ଏହି ଯର୍ଦ୍ଦନ କୂଳସ୍ଥ ଦେଶ ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ତୁମ୍ଭମାନଙ୍କ ମଧ୍ୟରୁ ବୀର ଗୋଷ୍ଠୀୟମାନେ ସୂସଜ୍ଜ ହୋଇ ତୁମ୍ଭମାନଙ୍କ ଭାଇମାନଙ୍କର ଇସ୍ରାଏଲ-ସନ୍ତାନମାନଙ୍କ ସମ୍ମୁଖରେ ପାର ହୋଇଯିବେ।


“ଏବଂ ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମୋ’ ଉପରେ କ୍ରୋଧ ହେଲେ। ପୁଣି ମୁଁ ଯେପରି ଯର୍ଦ୍ଦନ ପାର ହୋଇ ନ ଯିବି ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଅଧିକାର କରିବାକୁ ଦେବେ, ସେହି ଉତ୍ତମ ଦେଶରେ ମୁଁ ଯେପରି ପ୍ରବେଶ ନ କରିବି, ଏଥିପାଇଁ ଶପଥ କଲେ।


Swiv nou:

Piblisite


Piblisite