Biblia Todo Logo
Bib sou entènèt

- Piblisite -




ଦ୍ଵିତୀୟ ବିବରଣ 12:2 - ପବିତ୍ର ବାଇବଲ

2 ତୁମ୍ଭେମାନେ ଯେଉଁ ଗୋଷ୍ଠୀୟମାନଙ୍କୁ ଅଧିକାର କରିବ, ସେମାନଙ୍କର ଉଚ୍ଚ ପର୍ବତଗଣ ଉପରେ ଓ ଉପପର୍ବତ ସମୂହ ଉପରେ ଓ ପ୍ରତ୍ୟେକ ସତେଜ ବୃକ୍ଷ ତଳେ, ଯେଉଁସବୁ ସ୍ଥାନରେ ନିଜ ନିଜ ଦେବତାମାନଙ୍କୁ ପୂଜା କଲେ, ସେହି ସକଳ ସ୍ଥାନ ନିଶ୍ଚୟ ବିନଷ୍ଟ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ତୁମ୍ଭେମାନେ ଯେଉଁ ଯେଉଁ ଗୋଷ୍ଠୀୟ ଲୋକମାନଙ୍କୁ ଅଧିକାର କରିବ, ସେମାନେ ଉଚ୍ଚ ପର୍ବତଗଣ ଉପରେ ଓ ଉପ-ପର୍ବତସମୂହ ଉପରେ ଓ ପ୍ରତ୍ୟେକ ସତେଜ ବୃକ୍ଷ ତଳେ, ଯେଉଁ ଯେଉଁ ସ୍ଥାନରେ ଆପଣା ଆପଣା ଦେବତାମାନଙ୍କୁ ପୂଜା କଲେ, ସେହି ସକଳ ସ୍ଥାନ ନିଶ୍ଚୟ ବିନଷ୍ଟ କରିବ।

Gade chapit la Kopi

ଓଡିଆ ବାଇବେଲ

2 ତୁମ୍ଭେମାନେ ଯେଉଁ ଯେଉଁ ଗୋଷ୍ଠୀୟ ଲୋକମାନଙ୍କୁ ଅଧିକାର କରିବ, ସେମାନେ ଉଚ୍ଚ ପର୍ବତଗଣ ଉପରେ, ଉପ-ପର୍ବତସମୂହ ଉପରେ ଓ ପ୍ରତ୍ୟେକ ସତେଜ ବୃକ୍ଷ ତଳେ, ଯେଉଁ ଯେଉଁ ସ୍ଥାନରେ ଆପଣା ଆପଣା ଦେବତାମାନଙ୍କୁ ପୂଜା କଲେ, ସେହି ସକଳ ସ୍ଥାନ ନିଶ୍ଚୟ ବିନଷ୍ଟ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ତୁମ୍ଭେମାନେ ଯେଉଁ ଯେଉଁ ଗୋଷ୍ଠୀୟ ଲୋକମାନଙ୍କୁ ଅଧିକାର କରିବ, ସେମାନେ ଉଚ୍ଚ ପର୍ବତଗଣ ଉପରେ, ଉପପର୍ବତସମୂହ ଉପରେ ଓ ପ୍ରତ୍ୟେକ ସତେଜ ବୃକ୍ଷ ତଳେ, ଯେଉଁ ଯେଉଁ ସ୍ଥାନରେ ଆପଣା ଆପଣା ଦେବତାମାନଙ୍କୁ ପୂଜା କଲେ, ସେହି ସକଳ ସ୍ଥାନ ନିଶ୍ଚୟ ବିନଷ୍ଟ କରିବ।

Gade chapit la Kopi




ଦ୍ଵିତୀୟ ବିବରଣ 12:2
22 Referans Kwoze  

“ମାତ୍ର ତୁମ୍ଭେମାନେ ସେମାନଙ୍କ ପ୍ରତି ଏରୂପେ ବ୍ୟବହାର କରିବ। ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦି ସକଳ ଭଗ୍ନ କରିବ ଓ ସେମାନଙ୍କ ସ୍ମରଣାର୍ଥକ ପ୍ରସ୍ତର ସବୁ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତିସଳକ ହାଣି ପକାଇବ। ପୁଣି ସେମାନଙ୍କ ଖୋଦିତ ପ୍ରତିମାସବୁ ଅଗ୍ନିରେ ଦ‌‌ଗ୍‌‌ଧ କରିବ।


ପୁଣି ସେ ଉଚ୍ଚସ୍ଥଳୀରେ, ପର୍ବତ ଉପରେ ଓ ପ୍ରତ୍ୟେକ ହରି‌ତ୍‌ବର୍ଣ୍ଣ ବୃକ୍ଷତଳେ ବଳିଦାନ କଲେ ଓ ଧୂପ ଜଳାଇଲେ।


ସେମାନେ ପର୍ବତର ଅଗ୍ରଭାଗରେ ବଳି ଦିଅନ୍ତି ଓ ପାହାଡ଼ ଉପରେ ଥିବା ଅଲୋନ, ଲି‌ବ୍‌ନା ଓ ଏଲା ଗଛ ତଳେ ଧୂପ ଦିଅନ୍ତି। କାରଣ ସେହି ଗଛଗୁଡ଼ିକର ଛାୟା ତରୁଣ ଦେଖାଯାଏ। ତେଣୁ ତୁମ୍ଭର କନ୍ୟାମାନେ ଗଣିକା ପରି ସେହି ଗଛତଳେ ପଡ଼ି ରହନ୍ତି। ଏବଂ ତୁମ୍ଭର ବୋହୂମାନେ ଯୌନଭୋଗ ପାପ କରନ୍ତି।


ଯିହୁଦାରେ ଯୋଶିୟ ରାଜାଙ୍କ ଶାସନ କାଳରେ, ସଦାପ୍ରଭୁ ମୋତେ କହିଲେ, “ବିପଥଗାମିନୀ ଇସ୍ରାଏଲ ଯାହା କରିଅଛ, ତାହା କ’ଣ ତୁମ୍ଭେ ଦେଖିଅଛ? ସେ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ ଓ ପ୍ରତ୍ୟେକ ସବୁଜ ବୃକ୍ଷ ତଳେ ଯାଇ ବ୍ୟଭିଗ୍ଭର କରିଅଛି।


ରାଜା ଉଚ୍ଚସ୍ଥଳୀଗୁଡ଼ିକ ଅଶୁଚି କଲେ, ଯେଉଁସବୁ ଯିରୁଶାଲମର ପୂର୍ବରେ ବିନାଶ ପର୍ବତ ଉପରେ ଶଲୋମନଙ୍କ ଦ୍ୱାରା ଗଢ଼ା ହୋଇଥିଲା। ଇସ୍ରାଏଲର ରାଜା ଅଷ୍ଟାରୋତ ସମ୍ମାନାର୍ଥେ ସୀଦୋନୀୟମାନଙ୍କର ଭଣ୍ତ ଦେବୀଗଣ, କମୋଶ ପାଇଁ ମୋୟାବର ଭଣ୍ତ ଦେବତା ଏବଂ ମି‌ଲ୍‌‌‌କମ ପାଇଁ ଅମୋନୀୟମାନଙ୍କର ଭଣ୍ତ ଦେବତା ପାଇଁ ତିଆରି ହୋଇଥିଲା।


କିନ୍ତୁ ଏହାର ପ୍ରତିବଦଳରେ ତୁମ୍ଭେମାନେ ସେହି ଦେଶରେ ଲୋକମାନଙ୍କ ସହିତ କୌଣସି ନିୟମ କରିବା ଉଚିତ୍ ନୁହଁ। ତୁମ୍ଭେମାନେ ସେମାନଙ୍କର ଯଜ୍ଞବେଦି ସବୁ ଭାଙ୍ଗି ପକାଇବ। ମୁଁ ତୁମ୍ଭକୁ କହିଲି, କିନ୍ତୁ ତୁମ୍ଭେମାନେ କର୍ଣ୍ଣପାତ କଲ ନାହିଁ।


ତା’ ପରଦିନ ବାଲାକ୍ ବିଲିୟମକୁ ନେଇ ବାମୋତ ବାଲକୁ ଗଲା। ଆଉ ସେହିଠାରୁ ସେ ଲୋକମାନଙ୍କର ଏକତ୍ରିତ ସମାବେଶ ଦେଖିଲେ।


“ତୁମ୍ଭେମାନେ ସେମାନଙ୍କ ଦେବତାଗଣଙ୍କୁ ପୂଜା କରିବ ନାହିଁ। ସେମାନଙ୍କ ସମ୍ମୁଖରେ ପ୍ରଣାମ କରିବ ନାହିଁ, ସେମାନଙ୍କ କ୍ରିୟାନୁସାରେ କ୍ରିୟା କରିବ ନାହିଁ। ମାତ୍ର ସେମାନଙ୍କୁ ସମୂଳେ ଉତ୍ପାଟନ କରିବ। ସେମାନଙ୍କର ସ୍ତମ୍ଭସବୁ ଭାଙ୍ଗି ପକାଇବ।


କିନ୍ତୁ ସେ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇ ନ ଥିଲା। ତେଣୁ ଲୋକମାନେ ନାନା ଉଚ୍ଚସ୍ଥାନରେ ବଳିଦାନ କରୁଥିଲେ।


ସେମାନେ ମଧ୍ୟ ପ୍ରତ୍ୟେକ ଉଚ୍ଚ ପର୍ବତରେ ଓ ପ୍ରତ୍ୟେକ ସବୁଜ ବୃକ୍ଷମୂଳରେ ନିଜ ନିଜ ପାଇଁ ଉଚ୍ଚସ୍ଥଳୀ, ସ୍ତମ୍ଭ ଓ ଆଶେରା ସ୍ତମ୍ଭମାନ ନିର୍ମାଣ କଲେ।


ଏଥି ଉତ୍ତାରେ ସମସ୍ତ ଲୋକ ବାଲ୍ ମନ୍ଦିରକୁ ଗଲେ ଓ ସେଠାରେ ମନ୍ଦିରର ଯଜ୍ଞବେଦିଗୁଡ଼ିକ ଓ ବା‌ଲ୍‌‌‌ର ପ୍ରତିମାଗୁଡ଼ିକୁ ଭାଙ୍ଗି ଚୂର୍ଣ୍ଣ କରିଦେଲେ। ସେମାନେ ମଧ୍ୟ ବା‌ଲ୍‌‌‌ର ଯାଜକ ମତ୍ତନକୁ ଯଜ୍ଞବେଦି ସମ୍ମୁଖରେ ବଧ କଲେ। ତା'ପରେ ଯାଜକ ଯିହୋୟାଦା ସଦାପ୍ରଭୁଙ୍କ ମନ୍ଦିର ମରାମତି କାର୍ଯ୍ୟ ତଦାରଖ କରିବା ପାଇଁ ଲୋକମାନଙ୍କୁ ନିଯୁକ୍ତ କଲେ।


“‘ମାତ୍ର ତୁମ୍ଭେ ମୋତେ କହିପାର, “ଆମ୍ଭେମାନେ ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରୁଅଛୁ।” ମାତ୍ର ମୁଁ ଜାଣେ ହିଜକିୟ ସଦାପ୍ରଭୁଙ୍କ ପୂଜାସ୍ଥଳୀ ଯଜ୍ଞବେଦି ଓ ଉଚ୍ଚସ୍ଥଳୀ ଧ୍ୱଂସ କରି ଦେଇଛି। “ଆଉ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ କେବଳ ଯିରୁଶାଲମର ଯଜ୍ଞବେଦି ନିକଟରେ ପୂଜା କରିବାକୁ କହିଅଛି।”


“ହେ ଯିହୁଦା, ବହୁବର୍ଷ ପୂର୍ବେ ଆମ୍ଭେ ତୁମ୍ଭର ଯୁଆଳି ଭାଙ୍ଗି ତୁମ୍ଭର ବନ୍ଧନ ସବୁ ଚ୍ଛେଦନ କରିଅଛୁ। ଆଉ ତୁମ୍ଭେ କହିଛ, ‘ଆମ୍ଭେ ତୁମ୍ଭର ଦାସତ୍ୱ କର୍ମ କରିବୁ ନାହିଁ।’ ପ୍ରକୃତରେ ତୁମ୍ଭେ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ ଓ ପ୍ରତ୍ୟେକ ସବୁଜ ବୃକ୍ଷ ତଳେ ତୁମ୍ଭର ବ୍ୟଭିଗ୍ଭର କରି ଗ୍ଭଲିଅଛ।


“ନିଷ୍ଫଳ ପର୍ବତକୁ ଦେଖ। କେଉଁଠାରେ ତୁମ୍ଭେ ବ୍ୟଭିଗ୍ଭର କରି ନାହଁ? ଯେପରି ଜଣେ ଆରବୀୟ ଲୋକ ପ୍ରାନ୍ତରରେ ବସେ, ସେହିପରି ତୁମ୍ଭେ ସେମାନଙ୍କ ନିମନ୍ତେ ରାଜପଥରେ ବସିଅଛ। ଆଉ ତୁମ୍ଭେ ଆପଣା ଅବିଶ୍ୱାସନୀୟତା ଓ ଦୁଷ୍କର୍ମ ଦ୍ୱାରା ଦେଶକୁ ‘ଅଶୁଚି’ କରିଅଛ।


ସଦାପ୍ରଭୁ କହନ୍ତି, “ଯାହା ହେଉ ତୁମ୍ଭେ ଜାଣିବା ଉଚିତ୍ ଯେ, ତୁମ୍ଭେ ଭୁଲ୍ କରିଛ, ତୁମ୍ଭେ ବିଦେଶୀମାନଙ୍କ ପାଖକୁ ଯାଇ ଏବଂ ସେମାନଙ୍କ ସହିତ ପ୍ରତ୍ୟେକ ହରିତ୍ ବୃକ୍ଷତଳେ ବେଶ୍ୟାବୃତ୍ତି କରି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛ।” ତୁମ୍ଭେ ମୋର କଥା ମାନିଲ ନାହିଁ।


କାରଣ ସେମାନେ ନିଜର ଉଚ୍ଚସ୍ଥଳୀ ଦ୍ୱାରା ପରମେଶ୍ୱରଙ୍କୁ ବିରକ୍ତ କଲେ। ଏବଂ ଆପଣାମାନଙ୍କ ଖୋଦିତ ପ୍ରତିମାଦ୍ୱାରା ସେମାନେ ପରମେଶ୍ୱରଙ୍କୁ ଈର୍ଷାନ୍ୱିତ କଲେ।


ଯେତେବେଳେ ସେମାନଙ୍କର ସନ୍ତାନଗଣ ସେମାନଙ୍କୁ ମନେ ପକାନ୍ତି ସେତେବେଳେ ସେମାନେ ଉଚ୍ଚ ପର୍ବତର ସବୁଜ ବୃକ୍ଷ ପାଖରେ ଥିବା ବଳିଦାନ ଯଜ୍ଞବେଦି ଓ ପବିତ୍ର କାଠଖମ୍ବ ଦେଖନ୍ତି।


Swiv nou:

Piblisite


Piblisite