Biblia Todo Logo
Bib sou entènèt

- Piblisite -




ଦ୍ଵିତୀୟ ବିବରଣ 12:1 - ପବିତ୍ର ବାଇବଲ

1 “ଏହି ନିୟମ ବିଧିସବୁ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ଏହି ନୂତନ ଦେଶରେ ମାନିବାକୁ ହେବ। ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କର ଅଧିକାର ନିମନ୍ତେ ଯେଉଁ ଦେଶ ଦେଇଛନ୍ତି, ସେହି ଦେଶରେ ଜୀବିତ ଥିବା ପର୍ଯ୍ୟନ୍ତ ତାଙ୍କର ଏହି ବିଧିସକଳ ମାନିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ଵର ତୁମ୍ଭକୁ ଯେଉଁ ଦେଶ ଅଧିକାର ନିମନ୍ତେ ଦେଇଅଛନ୍ତି, ସେହି ଦେଶରେ ତୁମ୍ଭମାନଙ୍କର ପୃଥିବୀରେ ଜୀବିତ ଥିବା ସମସ୍ତ ଦିନ ଯେସକଳ ବିଧି ଓ ଶାସନ ମାନ୍ୟ କରି ପାଳନ କରିବାକୁ ହେବ, ତାହା ଏହି।

Gade chapit la Kopi

ଓଡିଆ ବାଇବେଲ

1 ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଅଧିକାର ନିମନ୍ତେ ଦେଇଅଛନ୍ତି, ସେହି ଦେଶରେ ତୁମ୍ଭମାନଙ୍କର ଏହି ପୃଥିବୀରେ ଜୀବିତ ଥିବା ସମସ୍ତ ଦିନ ଯେଉଁ ସକଳ ବିଧି ଓ ଶାସନ ମାନ୍ୟ କରି ପାଳନ କରିବାକୁ ହେବ, ତାହା ଏହି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଅଧିକାର ନିମନ୍ତେ ଦେଇଅଛନ୍ତି, ସେହି ଦେଶରେ ତୁମ୍ଭମାନଙ୍କର ଏହି ପୃଥିବୀରେ ଜୀବିତ ଥିବା ସମସ୍ତ ଦିନ ଯେଉଁ ସକଳ ବିଧି ଓ ଶାସନ ମାନ୍ୟ କରି ପାଳନ କରିବାକୁ ହେବ, ତାହା ଏହି।

Gade chapit la Kopi




ଦ୍ଵିତୀୟ ବିବରଣ 12:1
16 Referans Kwoze  

ତାହା କର ତାହାହେଲେ ଲୋକମାନେ ସର୍ବଦା ତୁମ୍ଭକୁ ଭୟ କରିବେ ଓ ଭକ୍ତି କରିବେ ଯେଉଁ ଭୂମିରେ ସେମାନେ ବାସ କରୁଛନ୍ତି, ଯେଉଁ ଭୂମିକୁ ତୁମ୍ଭେ ସେମାନଙ୍କ ପୂର୍ବପୁରୁଷଙ୍କୁ ଦେଇଥିଲ।


ଆୟୁବ ଉତ୍ତର ଦେଲା, “ପୃଥିବୀରେ କ’ଣ ମନୁଷ୍ୟ ସଂଗ୍ରାମ କରେ ନାହିଁ? ତା'ର ଜୀବନ ହେଉଛି ଜଣେ ବେତନ ପାଉଥିବା ଶ୍ରମିକର ଜୀବନ ସଦୃଶ।


ମୁଁ ଜୀବନସାରା ସଦାପ୍ରଭୁଙ୍କର ପ୍ରଶଂସା କରିବି। ମୁଁ ଜୀବନସାରା ମୋର ପରମେଶ୍ୱରଙ୍କର ପ୍ରଶଂସାର ଗୀତ ଗାଇବି।


ମୁଁ ଜୀବନସାରା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି। ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବି।


ସାବଧାନ ହେବ, ତୁମ୍ଭେମାନେ ଆପଣା ଭୂମିରେ ବାସ କରିବା ଯାଏ ଓ ବଞ୍ଚି ରହିଥିବା ଯାଏ ଲେବୀୟମାନଙ୍କୁ ତ୍ୟାଗ କରିବ ନାହିଁ।


ଏହିସବୁ ପ୍ରମାଣିତ ବାକ୍ୟ, ନିୟମ, ବ୍ୟବସ୍ଥା ଯାହାକି ମୋଶା ଇସ୍ରାଏଲର ଲୋକମାନଙ୍କୁ ଦେଲେ, ଯେତେବେଳେ ମିଶରରୁ ବାହାରି ଆସିଲେ।


ଏପରି ସାବଧାନ ହୁଅ, ଯେତେବେଳେ ତୁମ୍ଭେମାନେ ସୂର୍ଯ୍ୟ, ଚନ୍ଦ୍ର, ତାରାଗଣକୁ ଆକାଶରେ ଦେଖ। ତୁମ୍ଭେମାନେ ସେମାନଙ୍କୁ ବିମୋହିତ ହୋଇ ପ୍ରଣାମ କରିବା ଓ ସେବା କରିବା ଉଚିତ୍ ନୁହେଁ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅନ୍ୟ ସମସ୍ତ ଜାତିଗଣ ଏହିସବୁ କରିବାକୁ ରଖିଛନ୍ତି।


“ହଁ ଦେଖ, ସଦାପ୍ରଭୁ ମୋର ପରମେଶ୍ୱର ମୋତେ ଯେପରି ଆଜ୍ଞା ଦେଲେ, ମୁଁ ସେହି ବ୍ୟବସ୍ଥାସବୁ ଶିକ୍ଷା ଦେଲି। ମୁଁ ତୁମ୍ଭମାନଙ୍କୁ ସେହିପରି ବ୍ୟବସ୍ଥା ଓ ବିଧି ଶିକ୍ଷା ଦେଇଅଛି, ଯେପରି ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେହି ଦେଶରେ ତୁମ୍ଭେମାନେ ସେମାନଙ୍କ ଅନୁସାରେ ବାସ କରିବ।


ଏଥିପାଇଁ ତୁମ୍ଭେମାନେ ସମସ୍ତ ବ୍ୟବସ୍ଥା ଓ ବିଧି ପାଳନ କରିବ, ଯାହା ମୁଁ ତୁମ୍ଭମାନଙ୍କୁ ଆଜି କହିବି।


ମୁଁ ଆଶା କରୁଛି ଯେ, ମୁଁ ବୋଧହୁଏ ତୁମ୍ଭର ନିୟମ ଅପରିବର୍ତ୍ତନୀୟ ଭାବରେ ଅଧିକ ମାନିବି।


ମୁଁ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଅଟେ; ମୋର ବିଧି ରୂପ ପଥରେ ଗ୍ଭଲ ଓ ମୋର ବିଧି ସକଳ ରକ୍ଷା କରି ପାଳନ କର।


“ସେହି ସମୟରେ ମୁଁ ସେହି ଗୋଷ୍ଠୀୟମାନଙ୍କୁ ନିର୍ଦ୍ଦେଶ ଦେଇ କହିଲି: ‘ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ବାସ କରିବାକୁ ଏହି ଯର୍ଦ୍ଦନ କୂଳସ୍ଥ ଦେଶ ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ତୁମ୍ଭମାନଙ୍କ ମଧ୍ୟରୁ ବୀର ଗୋଷ୍ଠୀୟମାନେ ସୂସଜ୍ଜ ହୋଇ ତୁମ୍ଭମାନଙ୍କ ଭାଇମାନଙ୍କର ଇସ୍ରାଏଲ-ସନ୍ତାନମାନଙ୍କ ସମ୍ମୁଖରେ ପାର ହୋଇଯିବେ।


ମୋଶା ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ଡାକି ଏକତ୍ରିତ କଲେ ଏବଂ ସେମାନଙ୍କୁ କହିଲେ, “ହେ ଇସ୍ରାଏଲୀୟ ଲୋକମାନେ ଶୁଣ, ମୁଁ ତୁମ୍ଭକୁ ସଦାପ୍ରଭୁଙ୍କର ବ୍ୟବସ୍ଥା ଓ ବିଧି ସବୁ କହୁଅଛି। ଏହି ବିଧିସବୁ ଗ୍ରହଣ କର ଓ ପାଳନ କର।


Swiv nou:

Piblisite


Piblisite