Biblia Todo Logo
Bib sou entènèt

- Piblisite -




ଦ୍ଵିତୀୟ ବିବରଣ 10:8 - ପବିତ୍ର ବାଇବଲ

8 ସେ ସମୟରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବହିବା ପାଇଁ ଓ ସଦାପ୍ରଭୁଙ୍କ ସେବାକର୍ମ ପାଇଁ ତାହାଙ୍କ ଛାମୁରେ ଠିଆ ହେବାକୁ ଓ ତାହାଙ୍କ ନାମରେ ଆଶୀର୍ବାଦ କରିବାକୁ ସଦାପ୍ରଭୁ ଆଜି ପର୍ଯ୍ୟନ୍ତ ଲେବୀ ପରିବାରବର୍ଗଙ୍କୁ ପୃଥକ କରିଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ସେସମୟରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବହିବା ପାଇଁ ଓ ସଦାପ୍ରଭୁଙ୍କ ସେବାକର୍ମ ପାଇଁ ତାହାଙ୍କ ଛାମୁରେ ଠିଆ ହେବାକୁ ଓ ତାହାଙ୍କ ନାମରେ ଆଶୀର୍ବାଦ କରିବାକୁ ସଦାପ୍ରଭୁ ଆଜି ପର୍ଯ୍ୟନ୍ତ ଲେବୀୟମାନଙ୍କୁ ପୃଥକ କରିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

8 ସେହି ସମୟରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବହିବା ପାଇଁ, ସଦାପ୍ରଭୁଙ୍କ ସେବା କର୍ମ ପାଇଁ ତାହାଙ୍କ ଛାମୁରେ ଠିଆ ହେବାକୁ ଓ ତାହାଙ୍କ ନାମରେ ଆଶୀର୍ବାଦ କରିବାକୁ ସଦାପ୍ରଭୁ ଆଜି ପର୍ଯ୍ୟନ୍ତ ଲେବୀୟମାନଙ୍କୁ ପୃଥକ କରିଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ସେହି ସମୟରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବହିବା ପାଇଁ, ସଦାପ୍ରଭୁଙ୍କ ସେବାକର୍ମ ପାଇଁ ତାହାଙ୍କ ଛାମୁରେ ଠିଆ ହେବାକୁ ଓ ତାହାଙ୍କ ନାମରେ ଆଶୀର୍ବାଦ କରିବାକୁ ସଦାପ୍ରଭୁ ଆଜି ପର୍ଯ୍ୟନ୍ତ ଲେବୀୟମାନଙ୍କୁ ପୃଥକ କରିଅଛନ୍ତି।

Gade chapit la Kopi




ଦ୍ଵିତୀୟ ବିବରଣ 10:8
39 Referans Kwoze  

ଏହା ପରେ ଲେବୀ ବଂଶଧର ଯାଜକମାନେ ତାହା ନିକଟକୁ ଆସିବେ କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ସେବାର୍ଥେ ଓ ସଦାପ୍ରଭୁଙ୍କ ନାମରେ ଆଶୀର୍ବାଦ କରଣାର୍ଥେ ସେମାନଙ୍କୁ ମନୋନୀତ କରିଅଛନ୍ତି। ଏଣୁ ସେମାନଙ୍କ ବାକ୍ୟ ଅନୁସାରେ ପ୍ରତ୍ୟେକ ବିରୋଧରେ ଓ ଆଘାତରେ ବିଗ୍ଭର ହେବ।


କାରଣ ସଦାପ୍ରଭୁଙ୍କ ନାମରେ ସେବା କରିବାକୁ ନିତ୍ୟ ଠିଆ ହେବା ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସମସ୍ତ ବଂଶଧର ମଧ୍ୟରୁ ତାହାକୁ ଓ ତାହାର ସନ୍ତାନଗଣକୁ ମନୋନୀତ କରିଅଛନ୍ତି।


“ଏହିରୂପେ ଯେତେବେଳେ ଛାଉଣି ଅଗ୍ରସର ହେବା ବେଳେ ହାରୋଣ ଓ ତାଙ୍କର ପୁତ୍ରଗଣ ପବିତ୍ର ସ୍ଥାନ ଓ ପବିତ୍ର ସମସ୍ତ ଆସବାବ ଦ୍ରବ୍ୟ ଢାଙ୍କି ଦେବେ। ତାହାପରେ କହାତ ପୁତ୍ରଗଣ ତାହା ବହନ କରିବା ପାଇଁ ଆସିବା ଉଚିତ୍। ସେଥିପାଇଁ ସେମାନେ ନିଶ୍ଚୟ କୌଣସି ପବିତ୍ର ବସ୍ତ୍ର ସ୍ପର୍ଶ କରିବେ ନାହିଁ, ନ ହେଲେ ସମାନେ ମୃତ୍ୟୁବରଣ କରିବେ। ପବିତ୍ର ତମ୍ବୁରେ ଏହା ହିଁ କହାତ ପୁତ୍ରଗଣର କର୍ତ୍ତବ୍ୟ ହେବ।


“ତୁମ୍ଭେ ଲେବୀ ଗୋଷ୍ଠୀର ସମସ୍ତ ଲୋକଙ୍କୁ ଆଣି ହାରୋଣ ସମ୍ମୁଖରେ ଉପସ୍ଥିତ କରାଅ, ସେମାନେ ତାହାର ସେବା କରିବେ।


“ତୁମ୍ଭେ ମୋତେ ମନୋନୀତ କରି ନାହଁ, କିନ୍ତୁ ମୁଁ ତୁମ୍ଭକୁ ମନୋନୀତ କରିଛି। ମୁଁ ତୁମ୍ଭକୁ ଏହି କାର୍ଯ୍ୟ ଦେଇଛି, ଯେପରି ତୁମ୍ଭେ ଯାଇ ଫଳ ଫଳିବ। ମୁଁ ଗ୍ଭହେଁ, ତୁମ୍ଭ ଜୀବନରେ ଏହି ଫଳ ଲାଗିରହୁ। ସେଥିରେ ମୋ’ ନାମ ନେଇ ଯାହା ମାଗିବ, ପରମପିତା ତୁମ୍ଭକୁ ତାହା ଦେବେ।


ଏହା ପରେ ସଦାପ୍ରଭୁ କହିଲେ, “ହେ ଯିରିମିୟ, ତୁମ୍ଭେ ଯଦି ଫେରିବ ଓ ଆମ୍ଭର ସେବା କରିବ, ତେବେ ଆମ୍ଭେ ତୁମ୍ଭକୁ ପୁନର୍ବାର ଫେରାଇ ଆଣିବା। ପୁଣି ତୁମ୍ଭେ ଯଦି ମୂଲ୍ୟହୀନ କଥା ନ କହି ମୂଲ୍ୟବାନ୍ କଥା କହିବ, ତେବେ ତୁମ୍ଭେ ଆମ୍ଭର ମୁଖ ସ୍ୱରୂପ ହେବ। ସେମାନେ ତୁମ୍ଭ ପାଖକୁ ଫେରି ଆସିବେ। ମାତ୍ର ତୁମ୍ଭେ ସେମାନଙ୍କ ପାଖକୁ ଫେରିଯିବ ନାହିଁ।


ଯାଜକମାନେ ଓ ଲେବୀୟମାନେ ଉଠି ଛିଡ଼ା ହେଲେ ଓ ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ପରମେଶ୍ୱର ସେମାନଙ୍କ କଥା ଶୁଣିଲେ, ସେମାନଙ୍କର ପ୍ରାର୍ଥନା ସଦାପ୍ରଭୁଙ୍କ ପବିତ୍ର ଗୃହ ସ୍ୱର୍ଗରେ ପହଞ୍ଚିଲା।


ପରମେଶ୍ୱର ନିୟମସିନ୍ଦୁକ ବହିନେଇ ଯାଉଥିବା ଲେବୀୟମାନଙ୍କୁ ସାହାଯ୍ୟ କଲେ। ସେମାନେ ସାତ ଗୋଟି ବଳଦ ଓ ସାତୋଟି ମେଣ୍ଢାକୁ ଉତ୍ସର୍ଗ କଲେ।


ତା'ପରେ ହାରୋଣ ଆପଣା ହସ୍ତ ଉତ୍ତୋଳନ କରି ଲୋକମାନଙ୍କୁ ଆଶୀର୍ବାଦ କଲେ। ସେ ପାପାର୍ଥକ ବଳି, ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲାପରେ ସେ ଯଜ୍ଞବେଦି ତଳକୁ ଓହ୍ଲାଇ ଆସିଲେ।


କିନ୍ତୁ ପରମେଶ୍ୱର ମୋ’ ଜନ୍ମ ପୂର୍ବରୁ ମୋତେ ଅନୁଗ୍ରହ କରି ବାଛି ନେଇଥିଲେ। ସେ ସ୍ଥିର କରିଥିଲେ ଯେ, ମୁଁ ଅଣଯିହୂଦୀମାନଙ୍କୁ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର କହିବି।


“ସେଥିପାଇଁ ସେ ଲୋକମାନଙ୍କୁ ଛାଡ଼ି ବାହାରି ଆସ ସେମାନଙ୍କଠାରୁ ନିଜକୁ ଅଲଗା କରି ରଖ, ଯାହା ଅଶୁଦ୍ଧ, ତାହାକୁ ଛୁଅଁ ନାହିଁ, ତା'ହେଲେ ମୁଁ ତୁମ୍ଭମାନଙ୍କୁ ଗ୍ରହଣ କରିବି।”


ଯଦି କାହାକୁ ସେବା କରିବା ପାଇଁ ଅନୁଗ୍ରହ ଦାନ ମିଳିଛି ତେବେ ସେ ନିଜକୁ ସେବା ପାଇଁ ଅର୍ପଣ କରୁ। ଯଦି କାହାକୁ ଶିକ୍ଷା ବା ଉପଦେଶ ଦେବା ଅନୁଗ୍ରହ ଦାନ ମିଳିଛି, ତା'ହେଲେ ସେ ନିଜକୁ ପ୍ରଗ୍ଭର କାର୍ଯ୍ୟରେ ଲଗାଇ ଦେଉ।


ଖ୍ରୀଷ୍ଟ ଯୀଶୁଙ୍କ ଜଣେ କ୍ରୀତଦାସ ପାଉଲଙ୍କଠାରୁ ନମସ୍କାର।‌ ପରମେଶ୍ୱର ମୋତେ ତାହାଙ୍କର ପ୍ରେରିତ ଭାବରେ ଡାକିଲେ। ତାହାଙ୍କର ସୁସମାଗ୍ଭର ଲୋକମାନଙ୍କୁ କହିବା ପାଇଁ ମୁଁ ବଛା ହେଲି।


ସେମାନେ ପ୍ରଭୁଙ୍କର ସେବା ଓ ଉପବାସ କରୁଥିବା ସମୟରେ ପବିତ୍ରଆତ୍ମା ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋ’ ପାଇଁ ବର୍ଣ୍ଣ‌ବ୍‌‌ବା ଓ ଶାଉଲଙ୍କୁ ସ୍ୱତନ୍ତ୍ର ଭାବେ ପୃଥକ କର, କାରଣ ମୁଁ ସେମାନଙ୍କୁ ଗୋଟିଏ ବିଶେଷ କାର୍ଯ୍ୟ କରିବା ପାଇଁ ଆହ୍ୱାନ କରିଅଛି।”


“କିନ୍ତୁ ସମସ୍ତ ଲେବୀୟ ଯାଜକଗଣ, ସାଦୋକର ଭବିଷ୍ୟଦ୍ ବଂଶଧରଗଣ ଯେଉଁମାନେ ମୋର ପବିତ୍ର ସ୍ଥାନ ନିୟମ ଅନୁସରଣ କଲେ, ଯେତେବେଳେ ଇସ୍ରାଏଲୀୟମାନେ ମୋ'ଠାରୁ ବିପଥଗାମୀ ହେଲେ, ସେମାନେ ମୋ’ ପାଖକୁ ସେବା କରିବା ପାଇଁ ଆସିବାକୁ ସମର୍ଥ ହେବ। ସେମାନେ ମୋ’ ଉଦ୍ଦେଶ୍ୟରେ ମେଦ ଓ ରକ୍ତ ବଳିଦାନ ହୋଇଥିବା ପଶୁମାନଙ୍କର ଉତ୍ସର୍ଗ କରିବା ନିମନ୍ତେ ମୋ’ ସମ୍ମୁଖରେ ଠିଆ ହେବ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।


ଲେବୀୟମାନେ ମୋର ପବିତ୍ର ସ୍ଥାନ ସେବା କରିବା ପାଇଁ ବଚ୍ଛା ଯାଇଥିଲେ। ସେମାନେ ମନ୍ଦିରର ଫାଟକଗୁଡ଼ିକ ଜଗିଲେ। ସେମାନେ ମନ୍ଦିରରେ ସେବା କଲେ। ସେମାନେ ବଳିଦାନ ପାଇଁ ପଶୁଗୁଡ଼ିକ ମାରିଲେ ଏବଂ ଲୋକମାନଙ୍କ ପାଇଁ ହୋମବଳି କଲେ। ସେମାନେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଏବଂ ସେମାନଙ୍କୁ ସେବା କରିବା ପାଇଁ ବଛା ଯାଇଥିଲେ।


ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କର ମନ୍ଦିରରେ ଛିଡ଼ା ହୋଇଅଛ। ଯେଉଁମାନେ ତାଙ୍କ ପ୍ରାଙ୍ଗଣରେ ଛିଡ଼ା ହୋଇଅଛ, ତାଙ୍କର ଧନ୍ୟବାଦ କର।


ତୁମ୍ଭର ହାତ ମନ୍ଦିର ଆଡ଼କୁ ଉଠାଅ ଏବଂ ସଦାପ୍ରଭୁଙ୍କର ପ୍ରଶଂସା କର।


ତେଣୁ ହେ ମୋର ପୁତ୍ରଗଣ, ଆଉ ପରିଚର୍ଯ୍ୟା କର ନାହିଁ କି ଆଉ ସମୟ ନଷ୍ଟ କର ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କୁ ତାଙ୍କର ସେବାକାର୍ଯ୍ୟ ନିମନ୍ତେ ମନୋନୀତ କରିଅଛନ୍ତି। ସେ ତୁମ୍ଭମାନଙ୍କୁ ତାଙ୍କର ମନ୍ଦିରରେ ସେବାକାର୍ଯ୍ୟ କରିବା ଓ ସୁଗନ୍ଧିଧୂପ ଜଳାଇବା ନିମନ୍ତେ ମନୋନୀତ କରିଛନ୍ତି।”


ତେଣୁ ଲେବୀୟମାନଙ୍କୁ ଆଉ ପବିତ୍ର ତମ୍ବୁ କିଅବା ସେଥିରେ ବ୍ୟବହୃତ ସାମଗ୍ରୀଗୁଡ଼ିକୁ ବୋହିକରି ନେବାକୁ ପଡ଼ିବ ନାହିଁ।”


ତତ୍ପରେ ଯାଜକମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକକୁ ଯଥା ସ୍ଥାନରେ ଅର୍ଥାତ୍ ମନ୍ଦିରର ଗର୍ଭାଗାର ମହାପବିତ୍ର ସ୍ଥାନସ୍ଥ କିରୁବମାନଙ୍କ ପକ୍ଷତଳେ ରଖିଲେ।


“ଯେଉଁ ବ୍ୟକ୍ତି ଯାଜକର ବିଗ୍ଭର ଅବମାନନା କରିବାକୁ ସାହସ କରେ ଯିଏ କି ଛିଡ଼ା ହୁଏ ଓ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ସେବା କରେ, ତାକୁ ମୃତ୍ୟୁ ଦଣ୍ତ ଦିଆଯିବା ଉଚିତ୍। ତେଣୁ ତୁମ୍ଭେ ଇସ୍ରାଏଲରୁ କୁକର୍ମ ବାହାର କରିଦେବା ଉଚିତ୍।


ପବିତ୍ର ସିନ୍ଦୂକ, ମେଜ, ଦୀପରୁଖା, ଯଜ୍ଞବେଦି, ପବିତ୍ର ସ୍ଥାନର ସେବା ସମ୍ବନ୍ଧୀୟ ସକଳପାତ୍ର, ଏବଂ ପରଦା ସେମାନଙ୍କର ଦାୟିତ୍ୱରେ ରହିବ।


ପୁଣି ତାଙ୍କ ମସ୍ତକରେ ପଗଡ଼ି ରଖିଲେ, ପଗଡ଼ି ସମ୍ମୁଖରେ ସ୍ୱର୍ଣ୍ଣପତ୍ରର ପବିତ୍ର ମୁକୁଟ ଦେଲେ, ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏହା କଲେ।


ଏହା ପରେ ମୋଶା ବ୍ୟବସ୍ଥା ଲେଖି ଲେବୀ ବଂଶୀୟ ଯାଜକମାନଙ୍କୁ ଦେଲେ। ଯେଉଁମାନେ ସଦାପ୍ରଭୁଙ୍କର ନିୟମ-ସିନ୍ଦୁକ ବାହକ ଥିଲେ। ମୋଶା ଇସ୍ରାଏଲ ପ୍ରାଚୀନବର୍ଗମାନଙ୍କୁ ମଧ୍ୟ ଏହି ବ୍ୟବସ୍ଥା ଦେଲେ।


ଏହା ପରେ ଦାଉଦ କହିଲେ, “କେବଳ ଲେବୀୟମାନେ ନିୟମସିନ୍ଦୁକକୁ ବହି ନେଇ ପାରିବେ। କାରଣ ସଦାପ୍ରଭୁ ସେମାନଙ୍କୁ ନିୟମସିନ୍ଦୁକ ବହିନେବା ନିମନ୍ତେ ଓ ଚିରକାଳ ତାଙ୍କର ସେବା କରିବା ନିମନ୍ତେ ମନୋନୀତ କରିଅଛନ୍ତି।”


ହେ ସଦାପ୍ରଭୁଙ୍କର ସମସ୍ତ ଦାସଗଣ, ଯେଉଁମାନେ ରାତିସାରା ତାଙ୍କର ମନ୍ଦିରରେ ତାଙ୍କର ସେବା କରନ୍ତି, ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତୁ!


ସେହି ମୃତ ଲୋକଠାରୁ ଯେଉଁ ନଗର ନିକଟବର୍ତ୍ତୀ ହେବ, ତା'ର ପ୍ରାଚୀନବର୍ଗ ଗୋଠରୁ ଏପରି ବାଛୁରି ନେବେ ଯାହା କେବେ କାମ କରି ନାହିଁ କିଅବା ଯୁଆଳି ଟାଣି ନାହିଁ।


ଅମ୍ରାମଙ୍କ ପୁତ୍ରମାନେ ଥିଲେ ହାରୋଣ ଓ ମୋଶା। ହାରୋଣ ବିଶେଷ ରୂପେ ମନୋନୀତ କରାଯାଇଥିଲେ। ହାରୋଣ ଓ ତାଙ୍କର ବଂଶଧରମାନେ ଚିରକାଳ ନିମନ୍ତେ, ବିଶେଷ ରୂପେ ମନୋନୀତ ହୋଇଥିଲେ। ସଦାପ୍ରଭୁଙ୍କ ସେବାକାର୍ଯ୍ୟ ନିମନ୍ତେ ସବୁଠାରୁ ମହାପବିତ୍ର ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ସେମାନଙ୍କୁ ମନୋନୀତ କରାଯାଇଥିଲା। ସଦାପ୍ରଭୁ ସମ୍ମୁଖରେ ସୁଗନ୍ଧି ଧୂପ ଜଳାଇବା ନିମନ୍ତେ ହାରୋଣ ଓ ତାହାଙ୍କ ବଂଶ ମନୋନୀତ ହୋଇଥିଲେ। ସେମାନେ ଯାଜକରୂପେ ସଦାପ୍ରଭୁଙ୍କର ସେବାକାର୍ଯ୍ୟ କରିବା ନିମନ୍ତେ ମନୋନୀତ ହୋଇଥିଲେ। ଚିରକାଳ ପାଇଁ ସଦାପ୍ରଭୁଙ୍କ ନାମକୁ ବ୍ୟବହାର କରିବା ଓ ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ସେମାନେ ମନୋନୀତ ହୋଇଥିଲେ।


Swiv nou:

Piblisite


Piblisite