Biblia Todo Logo
Bib sou entènèt

- Piblisite -




ଦ୍ଵିତୀୟ ବିବରଣ 10:4 - ପବିତ୍ର ବାଇବଲ

4 ସଦାପ୍ରଭୁ ଏହି ପ୍ରସ୍ତର ଫଳକ ଉପରେ ସ୍ୱହସ୍ତରେ ପୂର୍ବପରି ଲେଖି ଦେଲେ। ସେ ତୁମ୍ଭମାନଙ୍କୁ ଅଗ୍ନି ମଧ୍ୟରୁ ଯେଉଁ ଦଶ ଆଜ୍ଞା କହିଥିଲେ। ତାହା ସେ ଲେଖି ଦେଲେ। ଏହା ପରେ ସଦାପ୍ରଭୁ ସେହି ପ୍ରସ୍ତର ଫଳକଦ୍ୱୟ ମୋତେ ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଅନନ୍ତର ସଦାପ୍ରଭୁ ପର୍ବତରେ ସମାଜ-ଦିନରେ ଅଗ୍ନି ମଧ୍ୟରୁ ଯେଉଁ ଦଶ ଆଜ୍ଞା ତୁମ୍ଭମାନଙ୍କୁ କହିଥିଲେ, ସେ ତାହା ପ୍ରଥମ ଲେଖାନୁସାରେ ସେହି ପ୍ରସ୍ତର ଫଳକରେ ଲେଖିଲେ; ତହୁଁ ସଦାପ୍ରଭୁ ତାହା ମୋତେ ଦେଲେ।

Gade chapit la Kopi

ଓଡିଆ ବାଇବେଲ

4 ଏଥିଉତ୍ତାରେ ସଦାପ୍ରଭୁ ପର୍ବତରେ ସମାଜ-ଦିନରେ ଅଗ୍ନି ମଧ୍ୟରୁ ଯେଉଁ ଦଶ ଆଜ୍ଞା ତୁମ୍ଭମାନଙ୍କୁ କହିଥିଲେ, ସେ ତାହା ପ୍ରଥମ ଲେଖାନୁସାରେ ସେହି ପ୍ରସ୍ତର ଫଳକରେ ଲେଖିଲେ; ତହୁଁ ସଦାପ୍ରଭୁ ତାହା ମୋତେ ଦେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଏଥିଉତ୍ତାରେ ସଦାପ୍ରଭୁ ପର୍ବତରେ ସମାଜ-ଦିନରେ ଅଗ୍ନି ମଧ୍ୟରୁ ଯେଉଁ ଦଶ ଆଜ୍ଞା ତୁମ୍ଭମାନଙ୍କୁ କହିଥିଲେ, ସେ ତାହା ପ୍ରଥମ ଲେଖାନୁସାରେ ସେହି ପ୍ରସ୍ତର ଫଳକରେ ଲେଖିଲେ; ତହୁଁ ସଦାପ୍ରଭୁ ତାହା ମୋତେ ଦେଲେ।

Gade chapit la Kopi




ଦ୍ଵିତୀୟ ବିବରଣ 10:4
10 Referans Kwoze  

ତା'ପରେ ସଦାପ୍ରଭୁ ମୋତେ ପରମେଶ୍ୱରଙ୍କ ଅଙ୍ଗୁଳି ଲିଖିତ ସେହି ଦୁଇ ପ୍ରସ୍ତର ଫଳକ ଦେଲେ। ସମସ୍ତ ବାକ୍ୟ ଯାହା ସଭାଦିନରେ ପର୍ବତର ଅଗ୍ନି ମଧ୍ୟରୁ ସଦାପ୍ରଭୁ ତୁମ୍ଭମାନଙ୍କୁ କହିଲେ, ତାହା ସବୁ ସେଠାରେ ଲିଖିତ ହେଲା।


ମୋଶା ସେଠାରେ ସଦାପ୍ରଭୁଙ୍କ ସହିତ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି ରହିଲେ। ମୋଶା କୌଣସି ଖାଦ୍ୟ କିମ୍ବା ପାନୀୟ ସେଠାରେ ଗ୍ରହଣ କଲେ ନାହିଁ। ଏବଂ ସେ ଚୁକ୍ତିର ବାକ୍ୟସବୁ ସେହି ଦଶଆଜ୍ଞା ପ୍ରସ୍ତର ଫଳକରେ ଖୋଦିତ କଲେ।


ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ପବିତ୍ର ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପଠାଇବେ। କାରଣ ତୁମ୍ଭେମାନେ ଏପରି କରିବାକୁ କହିଥିଲ। ଯେତେବେଳେ ତୁମ୍ଭେମାନେ ହୋରେବ ପର୍ବତ ନିକଟରେ ଏକତ୍ରିତ ହୋଇଥିଲ, ତୁମ୍ଭେମାନେ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲ। ଆମ୍ଭେ ଯେମନ୍ତ ମରୁ, ‘ଏଥିପାଇଁ ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କ ବାକ୍ୟ ପୁନର୍ବାର ନ ଶୁଣୁ କିଅବା ଏହି ମହାଗ୍ନି ଆଉ ଯେପରି ନ ଦେଖୁ, ନଚେତ୍ ଆମ୍ଭେ ସବୁ ମରିଯିବୁ।’


ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ପ୍ରଥମ ପ୍ରସ୍ତର ଫଳକ ପରି ଆଉ ଦୁଇଟି ପ୍ରସ୍ତର ଫଳକ ତିଆରି କର। ଆଗ ପ୍ରସ୍ତର ଫଲକରେ ଯାହା ଲେଖା ଥିଲା ଯାହା ତୁମ୍ଭେ ଚୂର୍ଣ୍ଣ କରିଛ ମୁଁ ଏହି ପ୍ରସ୍ତର ଫଳକରେ ତାହା ସବୁ ଲେଖିବି।


ତେଣୁ ସଦାପ୍ରଭୁ ସୀନୟ ପର୍ବତରେ ମୋଶାଙ୍କ ସହିତ କଥାବାର୍ତ୍ତା ନିୟମ ସ୍ୱରୂପେ ପରମେଶ୍ୱରଙ୍କ ଅଙ୍ଗୁଳି ଲିଖିତ ଦୁଇଟି ପ୍ରସ୍ତର ପଟା ଫଳକ ତାଙ୍କୁ ଦେଲେ।


Swiv nou:

Piblisite


Piblisite