Biblia Todo Logo
Bib sou entènèt

- Piblisite -




ଦ୍ଵିତୀୟ ବିବରଣ 10:3 - ପବିତ୍ର ବାଇବଲ

3 “ତେଣୁ ମୁଁ ଏକ ସିନ୍ଦୁକଟିକୁ ଶିଟୀମ୍ କାଠରେ ପ୍ରସ୍ତୁତ କଲି ଏବଂ ପୂର୍ବପରି ଦୁଇଟି ପ୍ରସ୍ତର ଫଳକ ତିଆରି କରି ପର୍ବତ ଉପରକୁ ଗଲି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ତହୁଁ ମୁଁ ଶିଟୀମ କାଷ୍ଠରେ ଏକ ସିନ୍ଦୁକ ନିର୍ମାଣ କଲି ଓ ପ୍ରଥମ ପରି ଦୁଇ ପ୍ରସ୍ତର ଫଳକ ଖୋଳିଲି, ଆଉ ସେହି ଦୁଇ ପ୍ରସ୍ତର ଫଳକ ହସ୍ତରେ ନେଇ ପର୍ବତ ଉପରକୁ ଗଲି।

Gade chapit la Kopi

ଓଡିଆ ବାଇବେଲ

3 ତହୁଁ ମୁଁ ଶିଟୀମ୍‍ କାଷ୍ଠରେ ଏକ ସିନ୍ଦୁକ ନିର୍ମାଣ କଲି ଓ ପ୍ରଥମ ପରି ଦୁଇ ପ୍ରସ୍ତର ଫଳକ ଖୋଳିଲି, ଆଉ ସେହି ଦୁଇ ପ୍ରସ୍ତର ଫଳକ ହସ୍ତରେ ନେଇ ପର୍ବତ ଉପରକୁ ଗଲି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତହୁଁ ମୁଁ ଶିଟୀମ୍‍ କାଷ୍ଠରେ ଏକ ସିନ୍ଦୁକ ନିର୍ମାଣ କଲି ଓ ପ୍ରଥମ ପରି ଦୁଇ ପ୍ରସ୍ତର ଫଳକ ଖୋଳିଲି, ଆଉ ସେହି ଦୁଇ ପ୍ରସ୍ତର ଫଳକ ହସ୍ତରେ ନେଇ ପର୍ବତ ଉପରକୁ ଗଲି।

Gade chapit la Kopi




ଦ୍ଵିତୀୟ ବିବରଣ 10:3
7 Referans Kwoze  

ତହୁଁ ମୋଶା ପ୍ରଥମ ଫଳକ ପରି ଦୁଇଟି ଫଳକ କାଟିଲେ ଏବଂ ତା’ ପରଦିନ ପ୍ରଭାତରୁ ସେ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସୀନୟ ପର୍ବତ ଉପରକୁ ଗଲେ ଏବଂ ସେହି ପ୍ରସ୍ତର ଫଳକକୁ ନିଜ ସହିତ ନେଇଗଲେ।


“ଶିଟୀମ୍ କାଠର ଏକ ସିନ୍ଦୁକ ତିଆରି କର। ସେହି ପବିତ୍ର ସିନ୍ଦୁକ ଅଢ଼େଇ ହାତ ଲମ୍ବ, ଦେଢ଼ ହାତ ପ୍ରସ୍ଥ ଓ ଦେଢ଼ ହାତ ଉଚ୍ଚ ହେବ।


ରକ୍ତୀକୃତ ମେଷଚର୍ମ, ଶିଶୁକଚର୍ମ ଓ ଶିଟୀମ୍ କାଷ୍ଠ।


“ସେହି ସମୟରେ, ସଦାପ୍ରଭୁ ମୋତେ କହିଲେ, ‘ତୁମ୍ଭେ ପ୍ରଥମଟି ପରି ଆଉ ଦୁଇଟି ପ୍ରସ୍ତର ଫଳକ ପ୍ରସ୍ତୁତ କରିବା ଉଚିତ୍। ଏହା ପରେ ତୁମ୍ଭେ ଏହି ପର୍ବତ ଉପରେ ମୋ’ ପାଖକୁ ଆସ ଏବଂ ଆପଣା ପାଇଁ ଏକ କାଠ ସିନ୍ଦୁକ ନିର୍ମାଣ କର।


ଏଠାରେ ସୁଗନ୍ଧିତ ଦ୍ରବ୍ୟ ପୋଡ଼ିବା ପାଇଁ ଗୋଟିଏ ସୁନାର ବେଦୀ ଥିଲା। ‘ପୁରାତନ ନିୟମ ଗୋଟିଏ ପବିତ୍ର ବାକ୍ସ ଭିତରେ ଥିଲା। ବାକ୍ସ ସୁନାରେ ତିଆରି ହୋଇଥିଲା। ସେହି ବାକ୍ସ ଭିତରେ ସୁନାରେ ତିଆରି ମାନ୍ନା ରଖା ହୋଇଥିବା ଗୋଟିଏ ପାତ୍ର ଥିଲା। ହାରୋଣର ବାଡ଼ିଟି ଯେଉଁବାଡ଼ି ଉପରେ ନୂଆ ହୋଇ ପତ୍ର କଅଁଳି ଥିଲା। ସେହି ବାକ୍ସରେ ପୁରାତନ ନିୟମର ଦଶଆଜ୍ଞା ଲେଖାଥିବା ପ୍ରସ୍ତର ଫଳକମାନ ମଧ୍ୟ ଥିଲା।


ଏହା ପରେ ସେ ଶିଟୀମ୍ କାଠରେ ଏହାକୁ ବହିବା ପାଇଁ ସାଙ୍ଗୀ ପ୍ରସ୍ତୁତ କଲେ। ସେହି ସାଙ୍ଗୀ ଉପରେ ପିତ୍ତଳର ଆବରଣ ମଡ଼ାଇଲେ।


Swiv nou:

Piblisite


Piblisite