Biblia Todo Logo
Bib sou entènèt

- Piblisite -




ଦ୍ଵିତୀୟ ବିବରଣ 1:41 - ପବିତ୍ର ବାଇବଲ

41 “ଏହା ପରେ ତୁମ୍ଭେମାନେ କହିଲ, ‘ମୋଶା, ଆମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ। କିନ୍ତୁ ଏବେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କୁ ଯେପରି ଆଜ୍ଞା ଦେଇଛନ୍ତି, ସେହିପରି ଆମ୍ଭେ ଯୁଦ୍ଧ କରିବା।’ “ଏହା ପରେ ତୁମ୍ଭେମାନେ ନିଜ ନିଜର ଯୁଦ୍ଧଅସ୍ତ୍ର ଧରି ପର୍ବତ ଉପରକୁ ଯିବାକୁ ଅଗ୍ରସର ହେଲ। ତୁମ୍ଭେମାନେ ଭାବିଲ ଏହା ଆମ୍ଭମାନଙ୍କ ପାଇଁ ପାର୍ବତ୍ୟମୟ ଦେଶ ଅଧିକାର କରିବାକୁ ସୁବିଧା ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

41 ଏଥିରେ ତୁମ୍ଭେମାନେ ଉତ୍ତର କରି ମୋତେ କହିଲ, ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ; ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଆମ୍ଭମାନଙ୍କୁ ଯେସମସ୍ତ ଆଜ୍ଞା ଦେଇଅଛନ୍ତି, ଆମ୍ଭେମାନେ ତଦନୁସାରେ ଉଠି ଯାଇ ଯୁଦ୍ଧ କରିବୁ। ପୁଣି ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଯୁଦ୍ଧାସ୍ତ୍ର ବାନ୍ଧି ପର୍ବତ ଆରୋହଣ କରିବାକୁ ବ୍ୟଗ୍ର ହେଲ।

Gade chapit la Kopi

ଓଡିଆ ବାଇବେଲ

41 ଏଥିରେ ତୁମ୍ଭେମାନେ ଉତ୍ତର କରି ମୋତେ କହିଲ, “ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ; ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଯେଉଁ ସମସ୍ତ ଆଜ୍ଞା ଦେଇଅଛନ୍ତି, ଆମ୍ଭେମାନେ ତଦନୁସାରେ ଉଠି ଯାଇ ଯୁଦ୍ଧ କରିବୁ।” ପୁଣି ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଯୁଦ୍ଧାସ୍ତ୍ର ବାନ୍ଧି ପର୍ବତ ଆରୋହଣ କରିବାକୁ ବ୍ୟଗ୍ର ହେଲ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

41 ଏଥିରେ ତୁମ୍ଭେମାନେ ଉତ୍ତର କରି ମୋତେ କହିଲ, “ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ; ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଯେଉଁ ସମସ୍ତ ଆଜ୍ଞା ଦେଇଅଛନ୍ତି, ଆମ୍ଭେମାନେ ତଦନୁସାରେ ଉଠିଯାଇ ଯୁଦ୍ଧ କରିବୁ।” ପୁଣି ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଯୁଦ୍ଧାସ୍ତ୍ର ବାନ୍ଧି ପର୍ବତ ଆରୋହଣ କରିବାକୁ ବ୍ୟଗ୍ର ହେଲ।

Gade chapit la Kopi




ଦ୍ଵିତୀୟ ବିବରଣ 1:41
4 Referans Kwoze  

ମନୁଷ୍ୟର ଅଜ୍ଞାନତା ନିଜର ଜୀବନକୁ ଧ୍ୱଂସ କରେ। କିନ୍ତୁ ତା'ପରେ ସେ ସଦାପ୍ରଭୁଙ୍କୁ ବଦନାମ କରେ।


ତହୁଁ ବିଲିୟମ ସଦାପ୍ରଭୁଙ୍କ ଦୂତକୁ କହିଲା, “ମୁଁ ପାପ କରିଅଛି, କାରଣ ତୁମ୍ଭେ ମୋ’ ବିପକ୍ଷରେ ପଥରେ ଠିଆ ହୋଇଅଛ। ଏହା ମୁଁ ଜାଣି ନ ଥିଲି। ମୋ’ ଯାତ୍ରା ଯଦି ତୁମ୍ଭ ଦୃଷ୍ଟିରେ ମନ୍ଦ ହୁଏ, ତେବେ ମୁଁ ଗୃହକୁ ଫେରିଯିବି।”


କିନ୍ତୁ ଯଦି ଜଣେ ବ୍ୟକ୍ତି ଇଚ୍ଛା କରି କିମ୍ବା ରାଗରେ ଅନ୍ୟଜଣକୁ ହତ୍ୟା କରେ, ତେବେ ହତ୍ୟାକାରୀ ନିଶ୍ଚିତ ମୃତ୍ୟୁଦଣ୍ଡ ପାଇବ। ତାକୁ ମୋର ଯଜ୍ଞବେଦି ପାଖରୁ ନେଇଯାଅ ଓ ହତ୍ୟା କର।


Swiv nou:

Piblisite


Piblisite