Biblia Todo Logo
Bib sou entènèt

- Piblisite -




ଦ୍ଵିତୀୟ ବିବରଣ 1:25 - ପବିତ୍ର ବାଇବଲ

25 ସେମାନେ କିଛି ଫଳଧରି ସେହି ସ୍ଥାନରୁ ଆମ୍ଭମାନଙ୍କ ନିକଟକୁ ଆସିଲେ। ସେମାନେ ସେହି ଦେଶ ବିଷୟରେ ଆମ୍ଭମାନଙ୍କୁ କହିଲେ, ‘ସଦାପ୍ରଭୁ ଆମ୍ଭର ପରମେଶ୍ୱର ଆମ୍ଭମାନଙ୍କୁ ଏକ ଉତ୍ତମ ଦେଶ ଦେଇଛନ୍ତି।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ଆଉ ସେମାନେ ହସ୍ତରେ ସେହି ଦେଶର କିଛି କିଛି ଫଳ ଘେନି ଆମ୍ଭମାନଙ୍କ ନିକଟକୁ ଆଣିଲେ ଓ ଆମ୍ଭମାନଙ୍କୁ ସମ୍ଵାଦ ଦେଇ କହିଲେ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଆମ୍ଭମାନଙ୍କୁ ଯେଉଁ ଦେଶ ଦେବେ, ତାହା ଉତ୍ତମ ଦେଶ।

Gade chapit la Kopi

ଓଡିଆ ବାଇବେଲ

25 ଆଉ ସେମାନେ ହସ୍ତରେ ସେହି ଦେଶର କିଛି କିଛି ଫଳ ଘେନି ଆମ୍ଭମାନଙ୍କ ନିକଟକୁ ଆଣିଲେ ଓ ଆମ୍ଭମାନଙ୍କୁ ସମ୍ବାଦ ଦେଇ କହିଲେ, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଯେଉଁ ଦେଶ ଦେବେ, ତାହା ଏକ ଉତ୍ତମ ଦେଶ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ଆଉ ସେମାନେ ହସ୍ତରେ ସେହି ଦେଶର କିଛି କିଛି ଫଳ ଘେନି ଆମ୍ଭମାନଙ୍କ ନିକଟକୁ ଆଣିଲେ ଓ ଆମ୍ଭମାନଙ୍କୁ ସମ୍ବାଦ ଦେଇ କହିଲେ, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଯେଉଁ ଦେଶ ଦେବେ, ତାହା ଏକ ଉତ୍ତମ ଦେଶ।”

Gade chapit la Kopi




ଦ୍ଵିତୀୟ ବିବରଣ 1:25
6 Referans Kwoze  

ଏଥିନିମନ୍ତେ ଆମ୍ଭେ ସେମାନଙ୍କୁ ମିଶରୀୟମାନଙ୍କଠାରୁ ରକ୍ଷା କରିବା ପାଇଁ ମର୍ତ୍ତ୍ୟକୁ ଯିବା। ଆମ୍ଭେ ସେମାନଙ୍କୁ ସେହି ଭୂମିରୁ ଏକ ଉତ୍ତମ ଭୂମିକୁ ନେଇଯିବା, ଯେଉଁଠାରେ ପ୍ରଚୁର ପରିମାଣରେ ଦୁ‌ଗ୍‌ଧ ଓ ମହୁର ବନ୍ୟା ଛୁଟୁଥିବ। ସେଠାରେ ସେମାନଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ। ତୁମ୍ଭେ ସେଠାରେ ଅସୁବିଧାରୁ ମୁକ୍ତ ରହିବ। ସମସ୍ତ ଉତ୍ତମ ଦ୍ରବ୍ୟମାନ ମିଳିବ। ବହୁଦେଶୀୟ ଲୋକମାନେ ସେଠାରେ ବାସ କରୁଥିବେ। କିଣାନୀୟ, ହିତ୍ତୀୟ, ଇମୋରୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟମାନେ ଯେଉଁ ସ୍ଥାନରେ ବାସ କରନ୍ତି ତୁମ୍ଭେମାନେ ସେହିଠାରେ ବାସ କରିବ।


ପୁଣି ସେହି ମାଟିର ଉତ୍କର୍ଷଣ ଖୋଳ, ଉର୍ବର କି ଅନୁର୍ବର। ତହିଁ ମଧ୍ୟରେ ବୃକ୍ଷ ଅଛି କି ନାହିଁ, ତାହା ଦେଖ। ଆଉ ତୁମ୍ଭେମାନେ ସାହସୀ ହୋଇ ସେହି ଦେଶର ଫଳରୁ କିଛି ସଙ୍ଗରେ ଆଣ।” ସେହି ସମୟରେ ପ୍ରଥମ ଦ୍ରାକ୍ଷାଫଳ ପାଚିବାର ଥିଲା।


ପୁଣି ସେମାନେ ବର୍ଣ୍ଣନା କରି ତାହାଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଦେଶକୁ ପଠାଇଥିଲ, ଆମ୍ଭେମାନେ ସେଠାକୁ ଯାଇଥିଲୁ। ଏହା ଏକ ଦୁ‌ଗ୍‌ଧ-ମଧୁର ଦେଶ। ଏହା ହେଉଛି ସେହି ଦେଶର ଫଳ।


ଆଉ ଏହି ଦୁଇଲୋକ ଇସ୍ରାଏଲ ଲୋକମାନଙ୍କର ସମସ୍ତ ମଣ୍ତଳୀକି କହିଲେ, “ଆମ୍ଭେମାନେ ଯେଉଁ ଦେଶ ଅନୁସନ୍ଧାନ କରିବାକୁ ଯାଇଥିଲୁ, ତାହା ଅତ୍ୟନ୍ତ ଉତ୍ତମ ଦେଶ।


ଏହା ପରେ ସେମାନେ ସେହି ପର୍ବତମୟ ଦେଶକୁ ଗଲେ ଓ ଇଷ୍କୋଲ ଉପତ୍ୟକାରେ ପହଞ୍ଚିଲେ ଏବଂ ସେହି ଦେଶରେ ଗୁପ୍ତ ଦୃଷ୍ଟି ରଖିଲେ।


“କିନ୍ତୁ ତୁମ୍ଭେ ସେ ଦେଶକୁ ଯିବାକୁ ମନା କରିଦେଲ। ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ଆଜ୍ଞା ବିରୁଦ୍ଧରେ ବିଦ୍ରୋହାଚରଣ କଲ।


Swiv nou:

Piblisite


Piblisite