Biblia Todo Logo
Bib sou entènèt

- Piblisite -




ଦ୍ଵିତୀୟ ବିବରଣ 1:11 - ପବିତ୍ର ବାଇବଲ

11 ତୁମ୍ଭେମାନେ ଏବେ ଯେତେ ଅଛ, ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ପରମେଶ୍ୱର ତୁମ୍ଭମାନଙ୍କୁ ସହସ୍ରଗୁଣ କରନ୍ତୁ। ସେ ଯେପରି ତୁମ୍ଭମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି, ସେହିପରି ଆଶୀର୍ବାଦ କରନ୍ତୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ତୁମ୍ଭେମାନେ ଏବେ ଯେତେ ଅଛ, ସଦାପ୍ରଭୁ ତୁମ୍ଭମାନଙ୍କ ପୈତୃକ ପରମେଶ୍ଵର ତୁମ୍ଭମାନଙ୍କୁ ତହିଁର ସହସ୍ରଗୁଣ କରନ୍ତୁ ଓ ସେ ଯେରୂପ ତୁମ୍ଭମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି, ତଦ୍ରୂପ ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ।

Gade chapit la Kopi

ଓଡିଆ ବାଇବେଲ

11 ତୁମ୍ଭେମାନେ ଏବେ ଯେତେ ଅଛ, ସଦାପ୍ରଭୁ ତୁମ୍ଭମାନଙ୍କ ପୈତୃକ ପରମେଶ୍ୱର ତୁମ୍ଭମାନଙ୍କୁ ତହିଁର ସହସ୍ର ଗୁଣ କରନ୍ତୁ ଓ ସେ ଯେରୂପ ତୁମ୍ଭମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି, ତଦ୍ରୂପ ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ତୁମ୍ଭେମାନେ ଏବେ ଯେତେ ଅଛ, ସଦାପ୍ରଭୁ ତୁମ୍ଭମାନଙ୍କ ପୈତୃକ ପରମେଶ୍ୱର ତୁମ୍ଭମାନଙ୍କୁ ତହିଁର ସହସ୍ର ଗୁଣ କରନ୍ତୁ ଓ ସେ ଯେରୂପ ତୁମ୍ଭମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି, ତଦ୍ରୂପ ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ।

Gade chapit la Kopi




ଦ୍ଵିତୀୟ ବିବରଣ 1:11
16 Referans Kwoze  

ସଦାପ୍ରଭୁ ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ ଅଧିକରୁ ଅଧିକ ବୃଦ୍ଧି କରନ୍ତୁ।


ମୁଁ ତୁମ୍ଭକୁ ଆଶୀର୍ବାଦ କରିବି। ଆକାଶର ତାରାତୁଲ୍ୟ ଓ ସମୁଦ୍ର କୂଳର ଅସଂଖ୍ୟ ବାଲି ତୁଲ୍ୟ ତୁମ୍ଭର ବଂଶଧର ବଢ଼ାଇବି। ଏବଂ ତୁମ୍ଭର ଲୋକମାନେ ଯେଉଁ ସହର ଅଧିକାର କରିଛନ୍ତି ସେହି ସହରରେ ବାସ କରିବ।


ଆମ୍ଭେ ଆକାଶର ତାରାଗଣ ପରି ତୁମ୍ଭର ବଂଶ ବୃଦ୍ଧି କରି ସେମାନଙ୍କୁ ଏହିସବୁ ଦେଶ ଦେବା ଓ ତୁମ୍ଭ ବଂଶଦ୍ୱାରା, ପୃଥିବୀସ୍ଥ ସମସ୍ତ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ।


ତା'ପରେ ସଦାପ୍ରଭୁ କହିଲେ, “ଏହିରୂପେ ହାରୋଣ ଓ ତାଙ୍କର ସନ୍ତାନଗଣ ଇସ୍ରାଏଲୀୟମାନଙ୍କ ଉପରେ ଆମ୍ଭର ନାମ ରଖିବେ, ତହିଁରେ ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା।”


କିନ୍ତୁ ଯୋୟାବ ରାଜାଙ୍କୁ କହିଲେ, “ଏବେ ଯେତେ ଲୋକ ଅଛନ୍ତି ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ସେମାନଙ୍କୁ 100 ଗୁଣ ବୃଦ୍ଧି କରାନ୍ତୁ ଓ ମୋ’ ପ୍ରଭୁ ମହାରାଜାଙ୍କ ଚକ୍ଷୁ ତାହା ଦେଖୁ। କାହିଁକି ରାଜା ସେହି କାର୍ଯ୍ୟ କରିବାକୁ ଗ୍ଭହାନ୍ତି?”


ପୈତୃକ ପରମେଶ୍ୱର, ସାହାଯ୍ୟ କରିବେ ଏବଂ ସର୍ବଶକ୍ତିମାନ ପରମେଶ୍ୱର ସ୍ୱର୍ଗରୁ ତୁମ୍ଭଙ୍କୁ ଆଶୀର୍ବାଦ ଦେବେ। ଆକାଶରୁ, ଗଭୀର ସାଗରରୁ, ଗର୍ଭାଶୟ ସ୍ତନ ବାରିଧିରୁ ମଙ୍ଗଳ ଦେଇ ତୁମ୍ଭକୁ ଆଶୀର୍ବାଦ କରିବେ।


କିନ୍ତୁ ପରମେଶ୍ୱର ବିଲିୟମକୁ କହିଲେ, “ତୁମ୍ଭେ ସେମାନଙ୍କ ସହିତ ଯିବା ଉଚିତ୍ ନୁହଁ, ତୁମ୍ଭେ ସେହି ଲୋକମାନଙ୍କୁ ଅଭିଶାପ ଦେବା ଉଚିତ୍ ନୁହଁ। କାରଣ ଇସ୍ରାଏଲ ମୋର ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଅଛି।”


ମନେରଖ, ଅବ୍ରହାମ, ଇ‌ସ୍‌ହାକ ଏବଂ ଯାକୁବ, ତୁମ୍ଭର ସେବକଗଣ। ତୁମ୍ଭେ ନିଜେ ପ୍ରତିଜ୍ଞା କରିଅଛ, ‘ଆକାଶରେ ଥିବା ତାରାମାନଙ୍କ ପରି ତୁମ୍ଭମାନଙ୍କର ବଂଶ ବୃଦ୍ଧି ହେବ ଏବଂ ମୁଁ ପ୍ରତିଜ୍ଞା କରିଥିବା ଭୂମି ତୁମ୍ଭମାନଙ୍କୁ ଦେବି। ସେହି ଭୂମି ଅନନ୍ତକାଳ ତୁମ୍ଭମାନଙ୍କର ହେବ।”’


ଏହା ପରେ ପରମେଶ୍ୱର ତାଙ୍କୁ ବାହାରକୁ ନେଲେ ଓ କହିଲେ, “ଊର୍ଦ୍ଧ୍ୱରେ ଆକାଶକୁ ଦେଖ ଏବଂ ତାରାଗଣ ଗଣନା କର, ତୁମ୍ଭେ ଯଦି ତାକୁ ଗଣନା କରି ପାରିବ।” ଏବଂ ସେ ମଧ୍ୟ କହିଲେ, “ତୁମ୍ଭର ବଂଶଧର ତାରାଗଣ ପରି ବହୁସଂଖ୍ୟକ ହେବେ।”


କିନ୍ତୁ ଯୋୟାବ ଉତ୍ତର ଦେଲେ, “ସଦାପ୍ରଭୁ ତାଙ୍କର ଦେଶକୁ 100 ଗୁଣ ବର୍ଦ୍ଧିତ କରନ୍ତୁ। ମହୋଦୟ, ସମଗ୍ର ଇସ୍ରାଏଲର ଲୋକ ଆପଣଙ୍କ ଦାସ ଅଟନ୍ତି।” ହେ ମୋର ମହାଶୟ ଓ ରାଜା, ଆପଣ କାହିଁକି ଏହା କରିବାକୁ ଇଚ୍ଛା କରୁଅଛନ୍ତି? ଏହା ଦ୍ୱାରା ଆପଣ ଇସ୍ରାଏଲର ଲୋକମାନଙ୍କୁ ପାପ ଦୋଷରେ ଦୋଷୀ କରାଇବେ।”


ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ଏହି ଦେଶ ଦେଇଅଛୁ, ଏହାସବୁ ତୁମ୍ଭମାନଙ୍କର, ଯାଅ ଏବଂ ଏହାକୁ ଅଧିକାର କର। ଆମ୍ଭେ ତୁମ୍ଭର ପୂର୍ବପୁରୁଷ ଯଥା: ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବକୁ ଏହା ଦେବା ପାଇଁ ଶପଥ କରିଥିଲୁ, ଆମ୍ଭେ ସେମାନଙ୍କୁ ଓ ସେମାନଙ୍କର ବଂଶଧରମାନଙ୍କୁ ଏହି ଦେଶମାନ ଦେବା ପାଇଁ ଶପଥ କରିଥିଲୁ।‌’”


ବର୍ତ୍ତମାନ ତୁମ୍ଭମାନଙ୍କର ସଂଖ୍ୟା ବେଶୀ ଏବଂ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କର ସଂଖ୍ୟା ବୃଦ୍ଧି କରିଛନ୍ତି, ତେଣୁ ତୁମ୍ଭେମାନେ ଆକାଶର ତାରାମାନଙ୍କ ତୁଲ୍ୟ ବହୁତ।


କିନ୍ତୁ ମୁଁ ଏକାକୀ ତୁମ୍ଭମାନଙ୍କର ସମସ୍ୟା, ବିବାଦ ଓ ଭାର ବୁଝି ପାରିବି ନାହିଁ।


ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସତୁରି ପ୍ରାଣୀ ସହିତ ମିଶରକୁ ଯାଇଥିଲେ। ମାତ୍ର ଏବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆକାଶ ମଣ୍ତଳର ତାରାଗଣ ପରି ତୁମ୍ଭମାନଙ୍କୁ ବହୁସଂଖ୍ୟକ କରିଛନ୍ତି।


ତୁମ୍ଭମାନଙ୍କର ସଂଖ୍ୟା ତାରାମାନଙ୍କ ପରି ବହୁତ ହୋଇଥିବ କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଖୁବ୍ କମ ସଂଖ୍ୟକ ରହିଯିବେ। କାରଣ ତୁମ୍ଭେମାନେ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କର ବାକ୍ୟପ୍ରତି ଧ୍ୟାନ ଦେଲ ନାହିଁ।


ମୁଁ ତୁମ୍ଭକୁ ସେହି କ୍ଷେତ୍ରରେ ଉଦ୍ଭିଦ ପରି ବଢ଼ାଇଲି। ତହିଁରେ ତୁମ୍ଭେ ବୃଦ୍ଧି ପାଇ ଯୁବତୀ ହେଲ। ତୁମ୍ଭର ଋତୁସ୍ରାବ ହେଲା, ତୁମ୍ଭର ସ୍ତନଯୁଗଳ ସୁଢ଼ୋଳ ଓ ତୁମ୍ଭର କେଶ ଦୀର୍ଘ ହେଲା, କିନ୍ତୁ ତୁମ୍ଭେ ତଥାପି ବିବସନା ଓ ଉଲଗ୍ନ ଥିଲ।


Swiv nou:

Piblisite


Piblisite