Biblia Todo Logo
Bib sou entènèt

- Piblisite -




ଦାନିୟେଲ 8:9 - ପବିତ୍ର ବାଇବଲ

9 ତା'ପରେ ସେହି ଶିଙ୍ଗଗୁଡ଼ିକୁ ମଧ୍ୟରୁ କ୍ଷୁଦ୍ର ଶିଙ୍ଗଟି ଦକ୍ଷିଣ, ପୂର୍ବ ଓ ରମ୍ୟଦେଶ ଆଡ଼କୁ ବଢ଼ିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ପୁଣି, ସେହି ଶୃଙ୍ଗମାନର ଗୋଟିକର ମଧ୍ୟରୁ ଗୋଟିଏ କ୍ଷୁଦ୍ର ଶୃଙ୍ଗ ଉତ୍ପନ୍ନ ହୋଇ ଦକ୍ଷିଣ ଓ ପୂର୍ବ ରମ୍ୟ ଦେଶ ଆଡ଼େ ଅତିଶୟ ବୃଦ୍ଧି ପାଇଲା।

Gade chapit la Kopi

ଓଡିଆ ବାଇବେଲ

9 ପୁଣି, ସେହି ଶୃଙ୍ଗମାନର ଗୋଟିକର ମଧ୍ୟରୁ ଗୋଟିଏ କ୍ଷୁଦ୍ର ଶୃଙ୍ଗ ଉତ୍ପନ୍ନ ହୋଇ ଦକ୍ଷିଣ ଓ ପୂର୍ବ ରମ୍ୟ ଦେଶ ଆଡ଼େ ଅତିଶୟ ବୃଦ୍ଧି ପାଇଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ପୁଣି, ସେହି ଶୃଙ୍ଗମାନର ଗୋଟିକର ମଧ୍ୟରୁ ଗୋଟିଏ କ୍ଷୁଦ୍ର ଶୃଙ୍ଗ ଉତ୍ପନ୍ନ ହୋଇ ଦକ୍ଷିଣ ଓ ପୂର୍ବ ରମ୍ୟ ଦେଶ ଆଡ଼େ ଅତିଶୟ ବୃଦ୍ଧି ପାଇଲା।

Gade chapit la Kopi




ଦାନିୟେଲ 8:9
12 Referans Kwoze  

“ଉତ୍ତର ଦେଶର ରାଜା ନିଜ ଇଚ୍ଛାନୁସାରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରିବ। ତା'ର ବିପକ୍ଷରେ କେହି ଠିଆ ହେବେ ନାହିଁ। ଆଉ ସେ ସେହି ପବିତ୍ର ଦେଶରେ ଠିଆ ହେବ ଓ ତାହା ହସ୍ତରେ ବିନାଶର ଶକ୍ତି ରହିବ।


“ସେହି ଶିଙ୍ଗଗୁଡ଼ିକ ବିଷୟରେ ଚିନ୍ତା କରୁଥିବା ବେଳେ, ମୁଁ ଅନ୍ୟ ଏକ ଶିଙ୍ଗ ଉଠିବାର ଦେଖିଲି। ତାହା କ୍ଷୁଦ୍ର ଥିଲା ଓ ଏହା ସମ୍ମୁଖରେ ପ୍ରଥମ ଶିଙ୍ଗମାନଙ୍କ ମଧ୍ୟରୁ ତିନି ଗୋଟି ଶିଙ୍ଗକୁ ସମୂଳେ ଉତ୍ପାଟିତ କଲା। ଏହା ମନୁଷ୍ୟର ଚକ୍ଷୁତୁଲ୍ୟ ଚକ୍ଷୁ ଥିଲା ଓ କ୍ଷୁଦ୍ର ଶିଙ୍ଗରେ ଏକ ପାଟି ଥିଲା। ସେହି ପାଟିଟି ଅହଂକାରପୂର୍ଣ୍ଣ କଥା କହୁଥିଲା।


ଦୁ‌ଗ୍‌ଧମଧୁ ପ୍ରବାହିତ ସବୁଠାରୁ ସୁନ୍ଦର ଦେଶସବୁକୁ ସେମାନଙ୍କୁ ନ ଆଣିବା ପାଇଁ ମୁଁ ମରୁଭୂମିରେ ସେମାନଙ୍କ ବିରୁଦ୍ଧରେ ପ୍ରତିଜ୍ଞା କଲି, ଯାହା ମୁଁ ସେମାନଙ୍କୁ ଆଗରୁ ପ୍ରତିଜ୍ଞା କରିଥିଲି।


ସେହି ଦିନ ମୁଁ ସେମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲି ଓ ସେମାନଙ୍କୁ ଏପରି ଏକ ଦେଶକୁ ନେଇଗଲି ଯେଉଁଠାରେ ଦୁ‌ଗ୍‌ଧ ମଧୁ ପ୍ରଚୁର ଥିଲା ଓ ଯେଉଁ ଦେଶ ସମସ୍ତ ଦେଶ ମଧ୍ୟରେ ଗୌରବମୟ ଥିଲା।


ପରମେଶ୍ୱରଙ୍କ ପବିତ୍ର ନଗର ଏପରି ଏକ ମନୋରମ ଉଚ୍ଚତାରେ ଅବସ୍ଥିତ। ଏହା ପୃଥିବୀର ସବୁ ଲୋକଙ୍କ ପ୍ରାଣରେ ଆନନ୍ଦ ସଞ୍ଚାର କରେ। ସିୟୋନ ପର୍ବତ ପ୍ରକୃତରେ ପରମେଶ୍ୱରଙ୍କ ପବିତ୍ର ପର୍ବତ ଅଟେ। ଏହା ସେହି ମହାନ ରାଜାଙ୍କର ପ୍ରଧାନ ନଗର ଅଟେ।


ସେଥିପାଇଁ ସେମାନଙ୍କୁ ସମଗ୍ର ଦେଶମାନଙ୍କରେ ଛିନ୍ନଭିନ୍ନ କଲି, ଯେଉଁଠାକୁ ସେମାନେ କେବେ ଯାଇ ନାହାନ୍ତି। ସେହି ଦେଶ ବିନା କାର୍ଯ୍ୟକଳାପରେ ଏକ ଉଚ୍ଛିନ୍ନ ଦେଶରେ ପରିଣତ ହେଲା। ସେମାନେ ଏକ ଆକାଂକ୍ଷିତ ଦେଶକୁ ଏକ ଉଚ୍ଛିନ୍ନ ଦେଶରେ ପରିଣତ କଲେ।”


“ଜଣେ ନିଷ୍ଠୁର ଓ ଘୃଣ୍ୟ ବ୍ୟକ୍ତି ତାଙ୍କ ପରେ ରାଜ୍ୟ ପ୍ରାପ୍ତ ହେବ। ମାତ୍ର ସେ ନିରାପଦ ସମୟରେ ଆସିବ ଓ ଗ୍ଭଟୁବାକ୍ୟଦ୍ୱାରା ରାଜ୍ୟ ପାଇବ।


ଆମ୍ଭେ ସଦାପ୍ରଭୁ କହୁଅଛୁ, “ଆମ୍ଭେ ତୁମ୍ଭମାନଙ୍କୁ ନିଜ ସନ୍ତାନ ପରି ବ୍ୟବହାର କରିବା, ନାନା ଦେଶୀୟମାନଙ୍କର ପରମ ରତ୍ନସ୍ୱରୂପ ଏକ ମନୋରମ ଦେଶ ତୁମ୍ଭମାନଙ୍କୁ ଦାନ କରିବା। ପୁଣି ଆମ୍ଭେ କହିଲୁ, ତୁମ୍ଭେମାନେ ଆମ୍ଭକୁ ‘ପିତା’ ବୋଲି ଡାକିବ ଓ ଆମ୍ଭକୁ ସର୍ବଦା ଅନୁସରଣ କରିବ।


ସେ ତାଙ୍କର ଲୋକ ସଂଖ୍ୟା ବଢ଼ାଇଲେ। ସେମାନେ ସେମାନଙ୍କର ଶତ୍ରୁଗଣଠାରୁ ଅଧିକ ଶକ୍ତିଶାଳୀ ହେଲେ।


Swiv nou:

Piblisite


Piblisite