Biblia Todo Logo
Bib sou entènèt

- Piblisite -




ଦାନିୟେଲ 7:5 - ପବିତ୍ର ବାଇବଲ

5 “ଆଉ ତତ୍ପରେ ମୋ’ ସମ୍ମୁଖରେ ଦ୍ୱିତୀୟ ପଶୁକୁ ଦେଖିଲି ଯେ କି ଏକ ଭଲ୍ଲୁକ ସଦୃଶ ଥିଲା। ସେ ଏକ ପାର୍ଶ୍ୱରେ ଉଠାଗଲା ଓ ତାହାର ମୁଖରେ ଦନ୍ତ ମଧ୍ୟରେ ତିନି ଖଣ୍ତ ପଞ୍ଜରା ଥିଲା। ତାହାକୁ ଏହି କଥା କୁହାଗଲା, ‘ଉଠ, ଇଚ୍ଛା ଅନୁସାରେ ମାଂସ ଭକ୍ଷ୍ୟଣ କର।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଅନନ୍ତର ଦେଖ, ଆଉ ଗୋଟିଏ, ଅର୍ଥାତ୍, ଦ୍ଵିତୀୟ ପଶୁ ଭଲ୍ଲୁକର ସଦୃଶ ଥିଲା, ସେ ଏକ ପାର୍ଶ୍ଵରେ ଉଠାଗଲା ଓ ତାହାର ମୁଖରେ ଦ; ମଧ୍ୟରେ ତିନି ଖଣ୍ତ ପଞ୍ଜରା ଥିଲା; ଆଉ, ତାହାକୁ ଏହି କଥା କୁହାଗଲା, ଉଠ, ବହୁତ ମାଂସ ଖାଅ।

Gade chapit la Kopi

ଓଡିଆ ବାଇବେଲ

5 ଏଥିଉତ୍ତାରେ ଦେଖ, ଆଉ ଗୋଟିଏ, ଅର୍ଥାତ୍‍, ଦ୍ୱିତୀୟ ପଶୁ ଭଲ୍ଲୁକର ସଦୃଶ ଥିଲା, ସେ ଏକ ପାର୍ଶ୍ୱରେ ଉଠାଗଲା ଓ ତାହାର ମୁଖରେ ଦନ୍ତ ମଧ୍ୟରେ ତିନି ଖଣ୍ଡ ପଞ୍ଜରା ଥିଲା; ଆଉ, ତାହାକୁ ଏହି କଥା କୁହାଗଲା, ‘ଉଠ, ଅନେକ ଲୋକଙ୍କୁ ଗ୍ରାସ କର।’

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଏଥିଉତ୍ତାରେ ଦେଖ, ଆଉ ଗୋଟିଏ, ଅର୍ଥାତ୍‍, ଦ୍ୱିତୀୟ ପଶୁ ଭଲ୍ଲୁକର ସଦୃଶ ଥିଲା, ସେ ଏକ ପାର୍ଶ୍ୱରେ ଉଠାଗଲା ଓ ତାହାର ମୁଖରେ ଦନ୍ତ ମଧ୍ୟରେ ତିନି ଖଣ୍ଡ ପଞ୍ଜରା ଥିଲା; ଆଉ, ତାହାକୁ ଏହି କଥା କୁହାଗଲା, ‘ଉଠ, ଅନେକ ଲୋକଙ୍କୁ ଗ୍ରାସ କର।’

Gade chapit la Kopi




ଦାନିୟେଲ 7:5
14 Referans Kwoze  

“ପୁଣି ଆପଣଙ୍କ ପରେ ଆପଣଙ୍କଠାରୁ ଏକ ନ୍ୟୁନ ରାଜ୍ୟ ଉଠିବ ଓ ତାହା ହେଉଛି ରୌପ୍ୟମୟ ଅଂଶ ଓ ତାହାପରେ ପିତ୍ତଳମୟ ତୃତୀୟ ଏକ ରାଜ୍ୟ ଉଠିବ, ତାହା ସମଗ୍ର ପୃଥିବୀ ଉପରେ କର୍ତ୍ତୃତ୍ୱ କରିବ।


ଭାଲୁ ପାଖରୁ ତା’ ଛୁଆକୁ ଅପହରଣ କଲେ ସେ ଯେପରି ହିଂସ୍ର ହୁଏ, ଆମ୍ଭେ ସେହିପରି ହିଂସ୍ର ହୋଇ ସେମାନଙ୍କୁ ଆକ୍ରମଣ କରିବା। ଆମ୍ଭେ ସେମାନଙ୍କୁ ଆକ୍ରମଣ କରି ସେମାନଙ୍କର ବକ୍ଷକୁ ବିଦାରଣ କରିବା। ସିଂହ ଓ ଅନ୍ୟ ବନ୍ୟ ପ୍ରାଣୀ ଶିକାରକୁ ଚିରି ଖାଇଲା ପରି ଆମ୍ଭେ ସେମାନଙ୍କୁ ସେହିପରି ଖଣ୍ତ ବିଖଣ୍ତିତ କରିବା।


“ବର୍ତ୍ତମାନ, ହେ ଦାନିୟେଲ, ଆମ୍ଭେ ତୁମ୍ଭକୁ ସତ୍ୟ କଥା ଜଣାଇବା। ପାରସ୍ୟର ଆଉ ତିନି ରାଜା ଜନ୍ମ ନେବେ। ତା'ପରେ ଚତୁର୍ଥ ରାଜା ଯେ ଆସିବ, ସେ ସବୁଠାରୁ ଅଧିକ ଧନଶାଳୀ ହେବ। ଆଉ ଆପଣା ଧନରେ ବଳବାନ ହେବ ଓ ଗ୍ରୀସ୍ ରାଜ୍ୟ ବିରୁଦ୍ଧରେ ସମସ୍ତଙ୍କୁ ଉତ୍ତେଜିତ କରିବ।


ଉପାରସୀନର ଅର୍ଥ, ଆପଣଙ୍କ ରାଜ୍ୟ ବିଭକ୍ତ ହୋଇଅଛି ଆଉ ମାଦୀୟ ଓ ପାରସିକମାନଙ୍କୁ ଦତ୍ତ ହୋଇଅଛି।”


ହେ କ୍ଷେତ୍ରସ୍ଥ ସମସ୍ତ ପଶୁ ଓ ବନସ୍ତ ପଶୁଗଣ ତୁମ୍ଭେମାନେ ଆସ ଓ ଭକ୍ଷ୍ୟଣ କର।


ଛୁଆ ହରାଇଥିବା ଭଲ୍ଲୁକୀ ମନୁଷ୍ୟକୁ ପଛେ ଭେଟୁ ମାତ୍ର ନିଜ ଅଜ୍ଞାନତାରେ ମଗ୍ନ ମୂର୍ଖ ନ ଭେଟୁ।


ଇଲୀଶାୟ ପଛକୁ ଗ୍ଭହିଁ ବାଳକମାନଙ୍କୁ ଦେଖିଲେ। ସେ ସଦାପ୍ରଭୁଙ୍କ ନାମରେ ସେମାନଙ୍କୁ ଅଭିଶାପ ଦେଲେ। ତା'ପରେ ଦୁଇଟି ଭଲ୍ଲୁକ ଜଙ୍ଗଲରୁ ଆସି ସେମାନଙ୍କୁ ଆକ୍ରମଣ କଲେ ଓ ସେମାନଙ୍କ ମଧ୍ୟରୁ ବୟାଳିଶ୍ ଜଣଙ୍କୁ ଧରି ଚିରି ପକାଇଲେ।


ଏହି ପଶୁ ଚିତାବାଘ ଭଳି ଥିଲା। କିନ୍ତୁ ତା'ର ପାଦ ଭାଲୁ ପରି ଓ ପାଟି ସିଂହ ପରି ଥିଲା। ସେହି ବିଶାଳ ସାପ ସମୁଦ୍ରକୂଳରେ ରହି ତା'ର ସମସ୍ତ କ୍ଷମତା, ସିଂହାସନ ଓ ମହାନ ଅଧିକାର ତାହାକୁ ଦେଲା।


ପ୍ରଥମ ପଶୁଟି ସିଂହ ସଦୃଶ ଓ ଉତ୍କ୍ରୋଶପକ୍ଷୀର ଡେଣାପରି ତା'ର ଡେଣା ଥିଲା। ମୁଁ ନିରୀକ୍ଷଣ କରି ଦେଖିଲି, ତା'ର ଡେଣା ଉପୁଡ଼ାଗଲା। ଆଉ ସେ ପୃଥିବୀରୁ ଉଠାଗଲା। ମନୁଷ୍ୟ ପରି ଦୁଇ ପାଦରେ ତାକୁ ଠିଆ କରାଗଲା ଓ ତାକୁ ମନୁଷ୍ୟର ଅନ୍ତଃକରଣ ଦିଆଗଲା।


“ଏହା ପରେ ମୁଁ ତୃତୀୟ ପଶୁକୁ ଦେଖିଲି, ସେ ଚିତାବାଘ ସଦୃଶ ଥିଲା। ତା'ର ପୃଷ୍ଠ ଭାଗରେ ପକ୍ଷୀର ଗ୍ଭରି ଡେଣା ଥିଲା। ଆଉ ମଧ୍ୟ ତାହାର ଗ୍ଭରି ମସ୍ତକ ଥିଲା ଓ ତାକୁ ଶାସନ କରିବାକୁ ଅଧିକାର ଦିଆଗଲା।


Swiv nou:

Piblisite


Piblisite