Biblia Todo Logo
Bib sou entènèt

- Piblisite -




ଦାନିୟେଲ 7:27 - ପବିତ୍ର ବାଇବଲ

27 ଆଉ ରାଜତ୍ୱ, କର୍ତ୍ତୃତ୍ୱ ଓ ରାଜ୍ୟ ସମୂହର ମହିମା ସର୍ବୋପରିସ୍ଥ ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କୁ ଦତ୍ତ ହେବ। ତାଙ୍କର ରାଜ୍ୟ ଅନନ୍ତ କାଳ ପାଇଁ ସ୍ଥାୟୀ ହେବ ଓ ଅନ୍ୟ ସମସ୍ତ ଶାସକ ଗୋଷ୍ଠୀ ତାଙ୍କର ସେବା କରିବେ ଓ ତାଙ୍କର ଆଜ୍ଞାବହ ହେବେ।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

27 ଆଉ, ରାଜତ୍ଵ ଓ କର୍ତ୍ତୃତ୍ଵ ଓ ଆକାଶମଣ୍ତଳର ଅଧଃସ୍ଥିତ ରାଜ୍ୟସମୂହର ମହିମା, ସର୍ବୋପରିସ୍ଥଙ୍କର ପବିତ୍ର ଲୋକମାନଙ୍କୁ ଦତ୍ତ ହେବ; ତାହାଙ୍କର ରାଜ୍ୟ ଅନନ୍ତ-କାଳୀନ ରାଜ୍ୟ ଓ ଯାବତୀୟ ଶାସନକର୍ତ୍ତା ତାହାଙ୍କର ସେବା କରିବେ ଓ ତାହାଙ୍କର ଆଜ୍ଞାବହ ହେବେ।

Gade chapit la Kopi

ଓଡିଆ ବାଇବେଲ

27 ଆଉ, ଶାସନ କାଳ ଓ କର୍ତ୍ତୃତ୍ୱ ଓ ଆକାଶମଣ୍ଡଳର ଅଧଃସ୍ଥିତ ରାଜ୍ୟସମୂହର ମହିମା, ସର୍ବୋପରିସ୍ଥଙ୍କର ପବିତ୍ର ଲୋକମାନଙ୍କୁ ଦତ୍ତ ହେବ; ତାହାଙ୍କର ରାଜ୍ୟ ଅନନ୍ତ-କାଳୀନ ରାଜ୍ୟ ଓ ଯାବତୀୟ ଶାସନକର୍ତ୍ତା ତାହାଙ୍କର ସେବା କରିବେ ଓ ତାହାଙ୍କର ଆଜ୍ଞାବହ ହେବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

27 ଆଉ, ଶାସନ କାଳ ଓ କର୍ତ୍ତୃତ୍ୱ ଓ ଆକାଶମଣ୍ଡଳର ଅଧଃସ୍ଥିତ ରାଜ୍ୟସମୂହର ମହିମା, ସର୍ବୋପରିସ୍ଥଙ୍କର ପବିତ୍ର ଲୋକମାନଙ୍କୁ ଦତ୍ତ ହେବ; ତାହାଙ୍କର ରାଜ୍ୟ ଅନନ୍ତକାଳୀନ ରାଜ୍ୟ ଓ ଯାବତୀୟ ଶାସନକର୍ତ୍ତା ତାହାଙ୍କର ସେବା କରିବେ ଓ ତାହାଙ୍କର ଆଜ୍ଞାବହ ହେବେ।’

Gade chapit la Kopi




ଦାନିୟେଲ 7:27
29 Referans Kwoze  

ହଁ ସବୁ ରାଜାଗଣ ଆମ୍ଭ ରାଜାଙ୍କ ସମ୍ମୁଖରେ ନତ ମସ୍ତକ ହୁଅନ୍ତୁ। ସବୁ ଜାତିଗଣର ଲୋକମାନେ ତାଙ୍କର ସେବା କରନ୍ତୁ।


ସପ୍ତମ ଦୂତ ତାହାଙ୍କ ତୂରୀ ବଜାଇଲେ। ସ୍ୱର୍ଗରେ ଉଚ୍ଚ ସ୍ୱରମାନ ଶୁଣାଗଲା। ସେମାନେ କହିଲେ, “ଏହି ପୃଥିବୀ ବର୍ତ୍ତମାନ ଆମ୍ଭ ପ୍ରଭୁଙ୍କର ଓ ତାହା ଖ୍ରୀଷ୍ଟଙ୍କର ରାଜ୍ୟ ହେଲା। ସେ ଅନନ୍ତକାଳ ନିମନ୍ତେ ରାଜତ୍ୱ କରିବେ।”


ସେ ଅନନ୍ତକାଳ ପର୍ଯ୍ୟନ୍ତ ଯାକୁବବଂଶ ଉପରେ ରାଜତ୍ୱ କରିବେ। ଯୀଶୁଙ୍କ ରାଜ୍ୟର କେବେ ହେଲେ ଶେଷ ହେବ ନାହିଁ।”


“ତାହାଙ୍କୁ କର୍ତ୍ତୃତ୍ୱ, ମହିମା ଓ ରାଜ୍ୟ ପ୍ରଦତ୍ତ ହେଲା। ତେଣୁ ସମୁଦାୟ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନେ ତାଙ୍କର ଉପାସନା କରିବେ। ତାଙ୍କର ବିଧି ଅନନ୍ତକାଳୀନ ଓ ତାହା ଲୁପ୍ତ ହେବ ନାହିଁ। ଆଉ ତାଙ୍କର ରାଜ୍ୟ ଅବିନାଶୀ ହେବ।


ଦୂର ଦୂରାନ୍ତ ଦେଶର ଲୋକମାନେ ସଦାପ୍ରଭୁଙ୍କୁ ସ୍ମରଣ ରଖି ତାଙ୍କ ନିକଟକୁ ଆସନ୍ତୁ। ବିଦେଶର ଲୋକମାନେ ତାଙ୍କୁ ପ୍ରଣାମ କରନ୍ତୁ।


ମାତ୍ର ପରମେଶ୍ୱରଙ୍କ ପବିତ୍ର ଲୋକମାନେ ରାଜ୍ୟ ପ୍ରାପ୍ତ ହେବେ ଓ ଅନନ୍ତକାଳ ପର୍ଯ୍ୟନ୍ତ ରାଜ୍ୟ ଭୋଗ କରିବେ।’


“ଚତୁର୍ଥ ରାଜ୍ୟର ରାଜତ୍ୱ ସମୟରେ ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ। ସେହି ରାଜ୍ୟ ଅନନ୍ତକାଳସ୍ଥାୟୀ ହୋଇ ରହିବ। ଆଉ ମଧ୍ୟ ତାହା ଅନ୍ୟ ହାତକୁ ଯିବ ନାହିଁ। ଆଉ ଏହା ଅନ୍ୟ ସମସ୍ତ ରାଜ୍ୟଗୁଡ଼ିକୁ ଧ୍ୱଂସ କରି ଦେବ।


ତାଙ୍କ ରାଜ୍ୟରେ କର୍ତ୍ତୃତ୍ୱ ଓ ଶାନ୍ତି ବିରାଜମାନ କରିବ। ଏହା ଦାଉଦଙ୍କ ପରିବାରର ଶାସକଙ୍କର କ୍ଷମତା ବୃଦ୍ଧି କରିବ। ସେହି ରାଜା ନ୍ୟାୟ ଓ ଧାର୍ମିକତା ବଳରେ ଅନନ୍ତକାଳ ପର୍ଯ୍ୟନ୍ତ ରାଜ୍ୟ ଶାସନ କରିବେ। ସର୍ବଶକ୍ତିମାନ ସଦାପ୍ରଭୁଙ୍କର ତାଙ୍କ ଲୋକମାନଙ୍କ ପାଇଁ ଅନନ୍ତ ପ୍ରେମ ରହିଛି ଏବଂ ଏହି ପ୍ରେମ ଯୋଗୁଁ ସେ ଏଗୁଡ଼ିକ କରିବେ।


ହେ ସଦାପ୍ରଭୁ, ତୁମ୍ଭର ଶାସନ ଅନନ୍ତକାଳସ୍ଥାୟୀ ରହିବ। ତୁମ୍ଭେ ଅନନ୍ତକାଳ ରାଜତ୍ୱ କରିବ। ସଦାପ୍ରଭୁଙ୍କ ଉପରେ ବିଶ୍ୱାସ କରାଯାଇ ପାରିବ, ଯାହା ସେ କୁହନ୍ତି। ସେ କରୁଥିବା ସମସ୍ତ କର୍ମ ଉପରେ ବିଶ୍ୱସ୍ତ।


ହେ ପ୍ରଭୁ, ତୁମ୍ଭେ ପ୍ରତ୍ୟେକ ଦେଶଗୁଡ଼ିକୁ ସୃଷ୍ଟି କରିଛ। ସେମାନେ ଆସିବେ ଓ ମଥାନତ ହୋଇ ତୁମ୍ଭ ସମ୍ମୁଖରେ ଛିଡ଼ା ହେବେ ଏବଂ ତୁମ୍ଭର ନାମକୁ ପ୍ରଶଂସା କରିବେ।


ତାହାଙ୍କ ପୋଷାକ ଓ ଜଘଂଦେଶରେ ଏହା ଲେଖାଥିଲା: ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ


ତା'ପରେ ସେହି ବୃଦ୍ଧ ଲୋକଟି ଆସିଲେ ଓ ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କ ସପକ୍ଷରେ ଓ ଶିଙ୍ଗ ବିପକ୍ଷରେ ନ୍ୟାୟ ହେଲା। ଆଉ ପରମେଶ୍ୱର ସେହି ପବିତ୍ର ଲୋକମାନଙ୍କର ରାଜତ୍ୱ କରିବାର ସମୟ ଉପସ୍ଥିତ ହେଲା।


ସେମାନେ ମେଷପାଳକଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ। କିନ୍ତୁ ମେଷଶାବକ ସେମାନଙ୍କୁ ପରାସ୍ତ କରିବେ। କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା। ସେ ଡାକିଥିବା ଲୋକମାନଙ୍କୁ ଅର୍ଥାତ୍ ତାହାଙ୍କର ମନୋନୀତ ଓ ବିଶ୍ୱସ୍ତ ଅନୁଗାମୀମାନଙ୍କ ସହିତ ମିଶି ସେମାନଙ୍କୁ ପରାସ୍ତ କରିବେ।”


ସେହି ଦିନ ସଦାପ୍ରଭୁ ସମଗ୍ର ପୃଥିବୀ ଉପରେ ରାଜା ହେବେ। କେବଳ ସେଠାରେ ଜଣେ ସଦାପ୍ରଭୁ ଓ ତାଙ୍କର ଗୋଟିଏ ମାତ୍ର ନାମ ରହିବ।


କାରଣ ତୁମ୍ଭେ ଦକ୍ଷିଣ ଓ ବାମରେ ବ୍ୟାପି ଯିବ ଓ ତୁମ୍ଭର ବଂଶ ଅନ୍ୟ ଦେଶୀୟମାନଙ୍କୁ ଅଧିକାର କରିବେ ଏବଂ ଜନଶୂନ୍ୟ ନଗରଗୁଡ଼ିକୁ ନିଜର ବସତି ସ୍ଥାନ କରାଇବେ।


ସେଠାରେ ଆଉ କେବେ ରାତି ହେବ ନାହିଁ। ଲୋକମାନେ ପ୍ରଦୀପର କିମ୍ବା ସୂର୍ଯ୍ୟର ଆଲୋକ ଆଉ ଆବଶ୍ୟକ କରିବେ ନାହିଁ। ପ୍ରଭୁ ପରମେଶ୍ୱର ସେମାନଙ୍କୁ ଆଲୋକ ଦେବେ। ସେମାନେ ରାଜାଙ୍କ ପରି ସଦାସର୍ବଦା ପାଇଁ ରାଜତ୍ୱ କରିବେ।


ଲୋକମାନେ କହିଲେ, “ଆମ୍ଭ ବ୍ୟବସ୍ଥା କୁହେ ଯେ, ଖ୍ରୀଷ୍ଟ ଚିରଦିନ ପାଇଁ ଜୀବିତ ରହିବେ। ତେବେ ତୁମ୍ଭେ କାହିଁକି କହୁଛ ଯେ ‘ମନୁଷ୍ୟପୁତ୍ର ନିଶ୍ଚୟ ଊର୍ଦ୍ଧ୍ୱକୁ ଯିବେ?’ ଏହି ମନୁଷ୍ୟପୁତ୍ର କିଏ?”


ବିଜେତାକାରୀମାନେ ସିୟୋନ ପର୍ବତ ଉପରକୁ ଯିବେ ଏବଂ ଏଷୌ ପର୍ବତ ବାସ କରୁଥିବା ଲୋକମାନଙ୍କୁ ଶାସନ କରିବେ ଏବଂ ରାଜ୍ୟ ସଦାପ୍ରଭୁଙ୍କର ଅଧିକୃତ ହେବ।


ଅନନ୍ତର ସେହି ସମୟର ଶେଷରେ ମୁଁ ନବୂଖ‌ଦ୍‌ନିତ୍ସର, ସ୍ୱର୍ଗଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କଲି। ସେତେବେଳେ ମୋର ମନ ଠିକ୍ ବାଟକୁ ଆସିଗଲା। ତା'ପରେ ମୁଁ ସର୍ବୋପରିସ୍ଥ ପରମେଶ୍ୱରଙ୍କର ପ୍ରଶଂସା କଲି। ସେହି ଅନନ୍ତ ଜୀବିଙ୍କୁ ଧନ୍ୟବାଦ ଜଣାଇ ସମାଦର କଲି। କାରଣ ତାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ ଓ ତାଙ୍କର ରାଜ୍ୟ ପୁରୁଷାନୁକ୍ରମେ ଥାଏ।


ତା'ପରେ ମୁଁ କେତୋଟି ସିଂହାସନ ଓ ତା'ଉପରେ ଲୋକମାନଙ୍କୁ ବସିଥିବାର ଦେଖିଲି। ସେହି ଲୋକମାନଙ୍କୁ ବିଗ୍ଭର କରିବାର ଶକ୍ତି ଦିଆଯାଇଥିଲା। ଯୀଶୁଙ୍କ ପାଇଁ ସାକ୍ଷୀ ହେବା ଓ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭର କରିବା ହେତୁ ଯେଉଁମାନଙ୍କୁ ମାରି ଦିଆଯାଇଥିଲା, ମୁଁ ସେହି ଲୋକମାନଙ୍କର ଆତ୍ମାକୁ ଦେଖିଲି। ସେହି ଲୋକମାନେ ପଶୁକୁ କିମ୍ବା ତାହାର ପ୍ରତିମାକୁ ପୂଜା କରି ନ ଥିଲେ। ସେମାନେ ତାହାଙ୍କ କପାଳରେ ବା ହାତରେ ସେହି ପଶୁର ଚିହ୍ନ ଧାରଣ କରି ନ ଥିଲେ। ସେମାନେ ପୁନର୍ବାର ଜୀବିତ ହେଲେ ଓ ଖ୍ରୀଷ୍ଟଙ୍କ ସହିତ ଏକହଜାର ବର୍ଷ ପର୍ଯ୍ୟନ୍ତ ଶାସନ କଲେ।


ତା'ପରେ ଯୁଗାନ୍ତ ହେବ। ସମସ୍ତ ଶାସକ, କ୍ଷମତା ଓ ଶକ୍ତିଗୁଡ଼ିକୁ ଲୋପ କରିବା ପରେ ଖ୍ରୀଷ୍ଟ ପିତା ପରମେଶ୍ୱରଙ୍କ ରାଜତ୍ୱ ସମର୍ପଣ କରିବେ।


ତା'ପରେ ମୋତେ ବୁଲାବାଡ଼ି ଲମ୍ବର ଗୋଟିଏ ମାପଦଣ୍ଡ ଦିଆଗଲା। ମୋତେ କୁହାଗଲା, “ଯାଅ ପରମେଶ୍ୱରଙ୍କର ମନ୍ଦିର, ବେଦୀକୁ ମାପ, ଏବଂ ସେଠାରେ ଉପାସନା କରୁଥିବା ଲୋକମାନଙ୍କର ସଂଖ୍ୟା ଗଣନା କର।


ବିଦେଶୀମାନେ ଇସ୍ରାଏଲର ଲୋକଙ୍କୁ ତାଙ୍କ ଦେଶରେ ସ୍ଥାପନ କରିବେ। ଅନ୍ୟ ଗୋଷ୍ଠୀର ପୁରୁଷ ଓ ନାରୀମାନେ ଇସ୍ରାଏଲର କ୍ରୀତଦାସ ହେବେ, କାରଣ ଅତୀତରେ ସେମାନେ ଇସ୍ରାଏଲର ଲୋକମାନଙ୍କୁ ଦାସଦାସୀ କରିଥିଲେ। ମାତ୍ର ବର୍ତ୍ତମାନ ଇସ୍ରାଏଲ ସେମାନଙ୍କୁ ପରାସ୍ତ କରିବ ଓ ସେମାନଙ୍କୁ ଶାସନ କରିବ।


“ମୁଁ ଆଦେଶ ଦେଲି ଯେ, ମୋର ରାଜ୍ୟସ୍ଥ ସମୁଦାୟ ପ୍ରଦେଶର ସମସ୍ତ ଲୋକମାନେ ଦାନିୟେଲଙ୍କ ପରମେଶ୍ୱରଙ୍କୁ ଭୟ ଓ ଭକ୍ତି କରିବା ଉଚିତ୍। ସେ ଜୀବିତ ପରମେଶ୍ୱର ଓ ନିତ୍ୟସ୍ଥାୟୀ ଅଟନ୍ତି। ତାଙ୍କର ରାଜ୍ୟ ଅବିନାଶୀ ଓ ତାଙ୍କର ପ୍ରଭୁତ୍ୱର ଅନ୍ତ ନାହିଁ।


Swiv nou:

Piblisite


Piblisite