Biblia Todo Logo
Bib sou entènèt

- Piblisite -




ଦାନିୟେଲ 7:23 - ପବିତ୍ର ବାଇବଲ

23 “ଆଉ ସେ ମୋତେ ବୁଝାଇ କହିଲେ, ‘ଚତୁର୍ଥ ପଶୁ ପୃଥିବୀର ଚତୁର୍ଥ ରାଜ୍ୟ ହେବ, ତାହା ଅନ୍ୟ ସମସ୍ତ ରାଜ୍ୟଠାରୁ ଭିନ୍ନ ହେବ ଓ ସମୁଦାୟ ପୃଥିବୀକୁ ଗ୍ରାସ କରିବ। ଆଉ ପାଦରେ ଦଳି ଖଣ୍ତ ଖଣ୍ତ କରି ତାହା ଭାଙ୍ଗି ପକାଇବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ସେ ଏହିରୂପେ କହିଲେ, ଚତୁର୍ଥ ପଶୁ ପୃଥିବୀର ଚତୁର୍ଥ ରାଜ୍ୟ ହେବ, ତାହା ଅନ୍ୟ ସକଳ ରାଜ୍ୟଠାରୁ ଭିନ୍ନ ହେବ ଓ ସମୁଦାୟ ପୃଥିବୀକି ଗ୍ରାସ କରିବ, ଆଉ ଦଳିତ କରି ଖଣ୍ତ ଖଣ୍ତ କରି ତାହା ଭାଙ୍ଗି ପକାଇବ।

Gade chapit la Kopi

ଓଡିଆ ବାଇବେଲ

23 ସେ ଏହିରୂପେ କହିଲେ, ଚତୁର୍ଥ ପଶୁ ପୃଥିବୀର ଚତୁର୍ଥ ରାଜ୍ୟ ହେବ, ତାହା ଅନ୍ୟ ସକଳ ରାଜ୍ୟଠାରୁ ଭିନ୍ନ ହେବ ଓ ସମୁଦାୟ ପୃଥିବୀକୁ ଗ୍ରାସ କରିବ, ଆଉ ଦଳିତ କରି ଖଣ୍ଡ ଖଣ୍ଡ କରିବ ଓ ତାହା ଭାଙ୍ଗି ପକାଇବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ସେ ଏହିରୂପେ କହିଲେ, ‘ଚତୁର୍ଥ ପଶୁ ପୃଥିବୀର ଚତୁର୍ଥ ରାଜ୍ୟ ହେବ, ତାହା ଅନ୍ୟ ସକଳ ରାଜ୍ୟଠାରୁ ଭିନ୍ନ ହେବ ଓ ସମୁଦାୟ ପୃଥିବୀକୁ ଗ୍ରାସ କରିବ, ଆଉ ଦଳିତ କରି ଖଣ୍ଡ ଖଣ୍ଡ କରିବ ଓ ତାହା ଭାଙ୍ଗି ପକାଇବ।

Gade chapit la Kopi




ଦାନିୟେଲ 7:23
5 Referans Kwoze  

ପୁଣି ତାହାପରେ ଚତୁର୍ଥରାଜ୍ୟ ଲୌହପରି ଶକ୍ତିଶାଳୀ ହେବ। ଲୌହ ଯେପରି ସମସ୍ତ ଦ୍ରବ୍ୟକୁ ଖଣ୍ତ ଖଣ୍ତ କରି ଚୂର୍ଣ୍ଣ କରେ, ସେହିପରି ସେ ରାଜ୍ୟ ଅନ୍ୟ ସମସ୍ତ ରାଜ୍ୟକୁ ଖଣ୍ତ ଖଣ୍ତ କରି ଧୂଳିସାତ୍ କରିବ।


“ଏହା ପରେ ମୁଁ ରାତ୍ରିକାଳର ଦର୍ଶନରେ ଦେଖିଲି, ମୋର ସମ୍ମୁଖରେ ଚତୁର୍ଥ ପଶୁ ଥିଲା। ସେ ଅତି ଭୟଙ୍କର, କ୍ଷମତାସମ୍ପନ୍ନ ଓ ଅତିଶୟ ବଳବାନ୍ ଥିଲା ଓ ତାହାର ବଡ଼ ବଡ଼ ଲୌହର ଦାନ୍ତ ଥିଲା। ସେ ଦୋଷୀମାନଙ୍କୁ ଗ୍ରାସ କଲା ଓ ଭାଙ୍ଗି ଚୂର୍ଣ୍ଣ କଲା। ଆଉ ଅବଶିଷ୍ଟ ଯାହା ରହିଲା ତାହା ପଦତଳେ ଦଳିତ କଲା। ସେ ପୂର୍ବବର୍ତ୍ତୀ ସବୁ ପଶୁମାନଙ୍କଠାରୁ ଭିନ୍ନ ଥିଲା ଓ ତାହାର ଦଶ ଗୋଟି ଶିଙ୍ଗ ଥିଲା।


ସେହି ସମୟରେ ରୋମୀୟ ଶାସନ ଅନ୍ତର୍ଗତ ସମସ୍ତ ଦେଶର ଲୋକମାନଙ୍କ ଉଦ୍ଦେଶ୍ୟରେ କାଇସର ଅଗଷ୍ଟଙ୍କର ଗୋଟିଏ ଆଜ୍ଞା ଘୋଷଣା କରାଗଲା। ଆଜ୍ଞାଟି କୁହେ ଯେ, ସମସ୍ତେ ଜନଗଣନା ପାଇଁ ନିଜ ନିଜ ନାମର ପଞ୍ଜୀକରଣ କରିବେ।


ତା'ପରେ ସେହି ବୃଦ୍ଧ ଲୋକଟି ଆସିଲେ ଓ ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କ ସପକ୍ଷରେ ଓ ଶିଙ୍ଗ ବିପକ୍ଷରେ ନ୍ୟାୟ ହେଲା। ଆଉ ପରମେଶ୍ୱର ସେହି ପବିତ୍ର ଲୋକମାନଙ୍କର ରାଜତ୍ୱ କରିବାର ସମୟ ଉପସ୍ଥିତ ହେଲା।


ପୁଣି ସେହି ଦଶ ଶିଙ୍ଗର ତାତ୍ପର୍ଯ୍ୟ ହେଉଛି ଯେ ସେହି ରାଜ୍ୟରୁ ଦଶ ରାଜା ଉତ୍ପନ୍ନ ହେବେ। ସେମାନଙ୍କ ପରେ ଆଉ ଜଣେ ଉତ୍ପନ୍ନ ହେବ ଓ ସେ ତାଙ୍କର ପୂର୍ବବର୍ତ୍ତୀମାନଙ୍କଠାରୁ ଭିନ୍ନ ହେବ ଓ ସେ ତିନି ରାଜାଙ୍କୁ ଦମନ କରିବ।


Swiv nou:

Piblisite


Piblisite