Biblia Todo Logo
Bib sou entènèt

- Piblisite -




ଦାନିୟେଲ 7:20 - ପବିତ୍ର ବାଇବଲ

20 ସେହି ଚତୁର୍ଥ ପଶୁର ମସ୍ତକରେ ଯେଉଁ ଦଶ ଶିଙ୍ଗ ଥିଲା, ଅନ୍ୟ ଯେଉଁ କ୍ଷୁଦ୍ର ଶିଙ୍ଗ ଉଠିଲା ଓ ଯାହା ସାକ୍ଷାତରେ ଦଶଶିଙ୍ଗ ମଧ୍ୟରୁ ତିନିଶିଙ୍ଗ ପଡ଼ିଗଲା, ଯେଉଁ ଶିଙ୍ଗର ଚକ୍ଷୁ ଓ ଅହଙ୍କାର ବାକ୍ୟବାଦି ମୁଖ ଥିଲା ଓ ଯାହାର ଆକାର ଅନ୍ୟମାନଙ୍କଠାରୁ ଦାମ୍ଭିକ ଥିଲା, ତାହାର ତଥ୍ୟ ଜାଣିବାକୁ ମୁଁ ଇଚ୍ଛା କଲି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ପୁଣି, ତାହାର ମସ୍ତକରେ ଯେଉଁ ଦଶ ଶୃଙ୍ଗ ଥିଲା ଓ ଅନ୍ୟ ଯେଉଁ ଶୃଙ୍ଗ ଉଠିଲା ଓ ଯାହା ସାକ୍ଷାତରେ ତିନି ଶୃଙ୍ଗ ପଡ଼ିଗଲା; ଅର୍ଥାତ୍, ସେ ଯେଉଁ ଶୃଙ୍ଗର ଚକ୍ଷୁ ଓ ଅହଙ୍କାର ବାକ୍ୟବାଦୀ ମୁଖ ଥିଲା, ଯାହାର ଆକାର ଆପଣା ସଙ୍ଗୀମାନଙ୍କ ଅପେକ୍ଷା ଦାମ୍ଭିକ ଥିଲା, ତାହାର ତଥ୍ୟ ଜାଣିବାକୁ ମୁଁ ଇଚ୍ଛା କଲି।

Gade chapit la Kopi

ଓଡିଆ ବାଇବେଲ

20 ପୁଣି, ତାହାର ମସ୍ତକରେ ଯେଉଁ ଦଶ ଶୃଙ୍ଗ ଥିଲା ଓ ଅନ୍ୟ ଯେଉଁ ଶୃଙ୍ଗ ଉଠିଲା ଓ ଯାହା ସାକ୍ଷାତରେ ତିନି ଶୃଙ୍ଗ ପଡ଼ିଗଲା; ଅର୍ଥାତ୍‍, ସେ ଯେଉଁ ଶୃଙ୍ଗର ଚକ୍ଷୁ ଓ ଅହଙ୍କାର ବାକ୍ୟବାଦୀ ମୁଖ ଥିଲା, ଯାହାର ଆକାର ଆପଣା ସଙ୍ଗୀମାନଙ୍କ ଅପେକ୍ଷା ଦାମ୍ଭିକ ଥିଲା, ତାହାର ତଥ୍ୟ ଜାଣିବାକୁ ମୁଁ ଇଚ୍ଛା କଲି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ପୁଣି, ତାହାର ମସ୍ତକରେ ଯେଉଁ ଦଶ ଶୃଙ୍ଗ ଥିଲା ଓ ଅନ୍ୟ ଯେଉଁ ଶୃଙ୍ଗ ଉଠିଲା ଓ ଯାହା ସାକ୍ଷାତରେ ତିନି ଶୃଙ୍ଗ ପଡ଼ିଗଲା; ଅର୍ଥାତ୍‍, ସେ ଯେଉଁ ଶୃଙ୍ଗର ଚକ୍ଷୁ ଓ ଅହଙ୍କାର ବାକ୍ୟବାଦୀ ମୁଖ ଥିଲା, ଯାହାର ଆକାର ଆପଣା ସଙ୍ଗୀମାନଙ୍କ ଅପେକ୍ଷା ଦାମ୍ଭିକ ଥିଲା, ତାହାର ତଥ୍ୟ ଜାଣିବାକୁ ମୁଁ ଇଚ୍ଛା କଲି।

Gade chapit la Kopi




ଦାନିୟେଲ 7:20
9 Referans Kwoze  

“ଆଉ ସେ ମୋତେ ବୁଝାଇ କହିଲେ, ‘ଚତୁର୍ଥ ପଶୁ ପୃଥିବୀର ଚତୁର୍ଥ ରାଜ୍ୟ ହେବ, ତାହା ଅନ୍ୟ ସମସ୍ତ ରାଜ୍ୟଠାରୁ ଭିନ୍ନ ହେବ ଓ ସମୁଦାୟ ପୃଥିବୀକୁ ଗ୍ରାସ କରିବ। ଆଉ ପାଦରେ ଦଳି ଖଣ୍ତ ଖଣ୍ତ କରି ତାହା ଭାଙ୍ଗି ପକାଇବ।


“ସେହି ଶିଙ୍ଗଗୁଡ଼ିକ ବିଷୟରେ ଚିନ୍ତା କରୁଥିବା ବେଳେ, ମୁଁ ଅନ୍ୟ ଏକ ଶିଙ୍ଗ ଉଠିବାର ଦେଖିଲି। ତାହା କ୍ଷୁଦ୍ର ଥିଲା ଓ ଏହା ସମ୍ମୁଖରେ ପ୍ରଥମ ଶିଙ୍ଗମାନଙ୍କ ମଧ୍ୟରୁ ତିନି ଗୋଟି ଶିଙ୍ଗକୁ ସମୂଳେ ଉତ୍ପାଟିତ କଲା। ଏହା ମନୁଷ୍ୟର ଚକ୍ଷୁତୁଲ୍ୟ ଚକ୍ଷୁ ଥିଲା ଓ କ୍ଷୁଦ୍ର ଶିଙ୍ଗରେ ଏକ ପାଟି ଥିଲା। ସେହି ପାଟିଟି ଅହଂକାରପୂର୍ଣ୍ଣ କଥା କହୁଥିଲା।


“ମୁଁ ଦେଖିବାରେ ଲାଗିଲି, ସେହି ଛୋଟ ଶିଙ୍ଗର କ’ଣ ହେବ। ଯେଉଁଟାକି ବହୁତ ଅହଂକାର କରୁଥିଲା। ଚତୁର୍ଥ ପଶୁଟି ମଲା ପର୍ଯ୍ୟନ୍ତ ଏବଂ ତାହାର ଶରୀର ଧ୍ୱଂସ କରି ଅଗ୍ନି ମଧ୍ୟକୁ ଫିଙ୍ଗି ପାଉଁଶ କରି ଦିଆଗଲା।


ସ୍ୱର୍ଗରେ ଅନ୍ୟ ଏକ ଚିହ୍ନ ଦେଖାଗଲା। ସେଠାରେ ଗୋଟିଏ ବିରାଟ ଲାଲ ରଙ୍ଗର ସାପ ମୁଁ ଦେଖିଲି। ତା'ର ସାତୋଟି ମୁଣ୍ଡ ଥିଲା ଓ ପ୍ରତି ମୁଣ୍ଡରେ ସାତୋଟି ମୁକୁଟ ଥିଲା। ତା'ର ଦଶଟି ଶିଙ୍ଗ ମଧ୍ୟ ଥିଲା।


“ଏହା ପରେ ମୁଁ ରାତ୍ରିକାଳର ଦର୍ଶନରେ ଦେଖିଲି, ମୋର ସମ୍ମୁଖରେ ଚତୁର୍ଥ ପଶୁ ଥିଲା। ସେ ଅତି ଭୟଙ୍କର, କ୍ଷମତାସମ୍ପନ୍ନ ଓ ଅତିଶୟ ବଳବାନ୍ ଥିଲା ଓ ତାହାର ବଡ଼ ବଡ଼ ଲୌହର ଦାନ୍ତ ଥିଲା। ସେ ଦୋଷୀମାନଙ୍କୁ ଗ୍ରାସ କଲା ଓ ଭାଙ୍ଗି ଚୂର୍ଣ୍ଣ କଲା। ଆଉ ଅବଶିଷ୍ଟ ଯାହା ରହିଲା ତାହା ପଦତଳେ ଦଳିତ କଲା। ସେ ପୂର୍ବବର୍ତ୍ତୀ ସବୁ ପଶୁମାନଙ୍କଠାରୁ ଭିନ୍ନ ଥିଲା ଓ ତାହାର ଦଶ ଗୋଟି ଶିଙ୍ଗ ଥିଲା।


“ତା'ପରେ ମୁଁ ଚତୁର୍ଥ ପଶୁ ସମ୍ମନ୍ଧରେ ସମସ୍ତ ତଥ୍ୟ ଜାଣିବାକୁ ଇଚ୍ଛା କଲି। ଏହା ଅତି ଭୟଙ୍କର ଥିଲା ଓ ଏହାର ଲୁହାର ଦାନ୍ତ ଓ ପିତ୍ତଳ ନଖସବୁ ଥିଲା। ସେ ସବୁକିଛି ଭାଙ୍ଗି ଚୂର୍ଣ୍ଣ କଲା ଓ ଗ୍ରାସ କଲା ଓ ଅବଶିଷ୍ଟ ସବୁ ପାଦରେ ଦଳି ଦେଲା।


ଆଉ ମୁଁ ଦେଖିଲି ସେହି ଶିଙ୍ଗ ପରମେଶ୍ୱରଙ୍କ ପବିତ୍ର ଲୋକଙ୍କୁ ଆକ୍ରମଣ କଲା ଓ ସେମାନଙ୍କୁ ବଧ କଲା।


Swiv nou:

Piblisite


Piblisite