Biblia Todo Logo
Bib sou entènèt

- Piblisite -




ଦାନିୟେଲ 7:15 - ପବିତ୍ର ବାଇବଲ

15 “ମୁଁ, ଦାନିୟେଲ ଦ୍ୱନ୍ଦରେ ପଡ଼ିଲି ଓ ବ୍ୟସ୍ତ ହୋଇଗଲି। ଆଉ ମୋର ମାନସିକ ଦର୍ଶନ ମୋତେ ଉ‌‌ଦ୍‌‌ବିଗ୍ନ କଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ମୁଁ ଦାନିୟେଲ, ମୋର ଆତ୍ମା ମୋର ଶରୀର ମଧ୍ୟରେ ଶୋକାନ୍ଵିତ ହେଲା ଓ ମୋର ମାନସିକ ଦର୍ଶନ ମୋତେ ଉଦ୍ବିଗ୍ନ କଲା।

Gade chapit la Kopi

ଓଡିଆ ବାଇବେଲ

15 ମୁଁ ଦାନିୟେଲ, ମୋର ଆତ୍ମା ମୋର ଶରୀର ମଧ୍ୟରେ ଶୋକାନ୍ୱିତ ହେଲା ଓ ମୋର ମାନସିକ ଦର୍ଶନ ମୋତେ ଉଦ୍‍ବିଗ୍ନ କଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ମୁଁ ଦାନିୟେଲ, ମୋର ଆତ୍ମା ମୋର ଶରୀର ମଧ୍ୟରେ ଶୋକାନ୍ୱିତ ହେଲା ଓ ମୋର ମାନସିକ ଦର୍ଶନ ମୋତେ ଉଦ୍‍ବିଗ୍ନ କଲା।

Gade chapit la Kopi




ଦାନିୟେଲ 7:15
18 Referans Kwoze  

“ଏହିଠାରେ ମୋର ସ୍ୱପ୍ନ ଶେଷ ହେଲା। ମୁଁ ଦାନିୟେଲ ମୋର ଭାବନା ମୋତେ ଉ‌‌ଦ୍‌‌ବିଗ୍ନ କଲା ଓ ମୋର ମୁଖ ବିବର୍ଣ୍ଣ ହେଲା। ମାତ୍ର ମୁଁ ସେ କଥା ଅନ୍ୟ ଆଗରେ କହି ପାରିଲି ନାହିଁ।”


ମୁଁ ଜାଣେ ଯେ, ମୁଁ ଶୀଘ୍ର ମୋର ଶରୀର ତ୍ୟାଗ କରିବି। ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋତେ ତାହା ଦେଖାଇଛନ୍ତି।


ମୁଁ ଯେତେବେଳେ ଏହି କଥା ଶୁଣିଲି ମୋର ସମସ୍ତ ଶରୀର ଥରି ଉଠିଲା। ସେହି ଶବ୍ଦରେ ମୋ’ ଓଷ୍ଠରେ କମ୍ପନ ହେଲା। ମୋର ଅସ୍ଥିମଜ୍ଜାରେ ମୁଁ ଦୁର୍ବଳ ହୋଇ ପଡ଼ିଲି। ମୁଁ ସେହି କମ୍ପନ ଅବସ୍ଥାରେ ଥରିବାକୁ ଲାଗିଲି। ଯେତେବେଳେ ସେମାନେ ଲୋକମାନଙ୍କୁ ଆକ୍ରମଣ କରିବାକୁ ଆସିବେ, ମୁଁ ସେହି ଆକ୍ରମଣ ଓ ଧ୍ୱଂସର ଦିନଗୁଡ଼ିକ ଆସିବା ପାଇଁ ଧୈର୍ଯ୍ୟ ଧରି ଅପେକ୍ଷା କରିବି।


ମୁଁ, ଦାନିୟେଲ ଏହା ପରେ ବିଶେଷ କ୍ଳାନ୍ତ ହୋଇ ପଡ଼ିଲି। ସେହି ଦର୍ଶନ ପରେ ଅନେକ ଦିନ ପର୍ଯ୍ୟନ୍ତ ପୀଡ଼ିତ ହେଲି। ତା'ପରେ ମୁଁ ଉଠି ରାଜକାର୍ଯ୍ୟ କଲି। କିନ୍ତୁ ସେ ଦର୍ଶନରେ ବିବ୍ରତ ହୋଇ ପଡ଼ିଲି କାରଣ ସେ ଦର୍ଶନର ଅର୍ଥ କିଛି ବୁଝିଲି ନାହିଁ।


ବାବିଲର ରାଜା ବେ‌‌ଲ୍‌‌‌‌ଶତ୍ସରଙ୍କ ରାଜତ୍ୱର ପ୍ରଥମ ବର୍ଷରେ ଦାନିୟେଲ ଆପଣା ଶଯ୍ୟା ଉପରେ ସ୍ୱପ୍ନ ଓ ମାନସିକ ଦର୍ଶନ ପ୍ରାପ୍ତ ହେଲେ। ସେ ସେହି ସ୍ୱପ୍ନରେ ସାରକଥା ଲେଖି ରଖିଲେ।


ମୁଁ ଗୋଟିଏ ସ୍ୱପ୍ନ ଦେଖିଲି ଓ ତାହା ମୋତେ ଭୟଭୀତ କଲା। ଆଉ ମୁଁ ଶଯ୍ୟା ଉପରେ ଥିବା ବେଳେ ମୋର ଚିନ୍ତା ଓ ମନର ଦର୍ଶନ ମୋତେ ଉ‌‌ଦ୍‌‌ବିଗ୍ନ କଲା।


ରାଜା ସେମାନଙ୍କୁ କହିଲେ, “ମୁଁ ଗୋଟିଏ ସ୍ୱପ୍ନ ଦେଖିଅଛି। ଆଉ ସେହି ସ୍ୱପ୍ନ ବୁଝିବା ପାଇଁ ମୋର ଆତ୍ମା ଉ‌‌ଦ୍‌‌ବିଗ୍ନ ହେଉଅଛି।”


ଅନନ୍ତର ନବୂଖ‌ଦ୍‌ନିତ୍ସର ରାଜତ୍ୱର ଦ୍ୱିତୀୟ ବର୍ଷରେ କେତେକ ସ୍ୱପ୍ନ ଦେଖିଲେ। ଏଥିରେ ତାହାର ଆତ୍ମା ଉ‌‌ଦ୍‌‌ବିଗ୍ନ ହେଲା ଓ ସେ ଶୋଇ ପାରିଲେ ନାହିଁ।


ମୋ’ ନିମନ୍ତେ ତୁମ୍ଭ ପରେ ଅନିଷ୍ଟ ଦେଖିବା ପାଇଁ ବେଗଗାମୀ ନ ଥିଲି କିଅବା ମୁଁ ସେହି ବିଭୀଷିକାମୟ ଦିନ ଆସୁ ବୋଲି ଗ୍ଭହୁଁ ନାହିଁ। ମୋ’ ଓଷ୍ଠକୁ ଯାହା ନିର୍ଗତ ହେଲା, ତାହା ତୁମ୍ଭ ସମ୍ମୁଖରେ ଥିଲା।


ଏହା ପରେ ପ୍ରଭାତରେ ତାଙ୍କର ମନ ଉ‌ଦ୍‌ବିଗ୍ନ ହେଲା। ତେଣୁ ସେ ଲୋକ ପଠାଇ ମିଶର ଦେଶୀୟ ପ୍ରତ୍ୟେକ ମନ୍ତ୍ରଜ୍ଞ ଓ ଜ୍ଞାନୀ ଲୋକମାନଙ୍କୁ ଡକାଇଲେ। ମାତ୍ର ଫାରୋ ସେମାନଙ୍କ ନିକଟରେ ଆପଣା ସ୍ୱପ୍ନର କଥା କୁହନ୍ତେ ସେମାନଙ୍କ ମଧ୍ୟରୁ କେହି ତା'ର ଅର୍ଥ କହି ପାରିଲେ ନାହିଁ।


ତହିଁରେ ବେ‌‌ଲ୍‌‌‌‌ଟଶତ୍ସର ନାମକ ଦାନିୟେଲ କିଛିକ୍ଷଣ ଅବାକ୍ ହୋଇ ରହିଲେ। ତାଙ୍କର ଭାବନା ତାଙ୍କୁ ବ୍ୟାକୁଳିତ କଲା। ରାଜା ଉତ୍ତର କରି କହିଲା, “ହେ ବେ‌‌ଲ୍‌‌‌‌ଟଶତ୍ସର ସେହି ସ୍ୱପ୍ନ କିମ୍ବା ତାହାର ଅର୍ଥ ତୁମ୍ଭକୁ ବ୍ୟାକୁଳିତ ନ କରୁ।” ବେ‌‌ଲ୍‌‌‌‌ଟଶତ୍ସର ଉତ୍ତର କରି କହିଲେ, “ହେ ମୋର ମହାଶୟ, ଯେଉଁମାନେ ଆପଣଙ୍କୁ ଘୃଣା କରନ୍ତି ସେମାନଙ୍କ ପାଇଁ ଏହି ସ୍ୱପ୍ନ ହେଉ ଓ ଆପଣଙ୍କ ବିପକ୍ଷମାନଙ୍କ ପ୍ରତି ତାହାର ଅର୍ଥ ଘଟୁ।


ଯେତେବେଳେ ମୁଁ ଏଲମର ରାଜଧାନୀ ଶୂଶନ୍ ରେ ଥିଲି, ଏବଂ ଉଲୟ ନଦୀ ନିକଟରେ ଛିଡ଼ା ହେଉଥିଲି। ମୁଁ ଏହି ଦର୍ଶନ ପାଇଲି।


ସେତେବେଳେ ମନୁଷ୍ୟାକୃତି ଜଣେ ବ୍ୟକ୍ତି ମୋର ଓଷ୍ଠାଧର ସ୍ପର୍ଶ କଲେ। ମୋ’ ସମ୍ମୁଖରେ ଛିଡ଼ା ହୋଇଥିବା ଲୋକକୁ ମୁଁ କହିଲି, “ହେ ପ୍ରଭୁ, ଏହି ଦର୍ଶନ ଯୋଗୁଁ ମୋର ବେଦନା ମୋତେ କଷ୍ଟ ହେଉଛି। ଆଉ ମୁଁ କିଛି ବଳ ରଖି ପାରୁ ନାହିଁ।


Swiv nou:

Piblisite


Piblisite