ଏବଂ ମୁଁ ଦେଖିଲି ଯେ ସେହି ଛାଗ ପ୍ରଚଣ୍ତ କ୍ରୋଧରେ ସେହି ମେଷ ନିକଟକୁ ଆସିଲା ଓ ଉତ୍ତେଜିତ ହୋଇ ମେଷକୁ ଆଘାତ କଲା ଓ ତାହାର ଦୁଇ ଶିଙ୍ଗ ଭାଙ୍ଗି ପକାଇଲା। ତେଣୁ ଅଣ୍ତିରା ମେଷ, ସେହି ଛାଗର ସମ୍ମୁଖୀନ ହୋଇ ପାରିଲା ନାହିଁ। ତା'ର ଠିଆ ହେବାକୁ ଶକ୍ତି ପାଇଲା ନାହିଁ। ସେହି ଛାଗ ତାକୁ ଭୂମିଶାୟୀ କରି ପାଦରେ ଦଳିଲା, ଆଉ ସେହି ଛାଗଠାରୁ ମେଷକୁ ରକ୍ଷା କରିବାକୁ କେହି ନ ଥିଲେ।