Biblia Todo Logo
Bib sou entènèt

- Piblisite -




ଦାନିୟେଲ 6:16 - ପବିତ୍ର ବାଇବଲ

16 ତହୁଁ ରାଜାଙ୍କ ଆଦେଶରେ ସେମାନେ ଦାନିୟେଲଙ୍କୁ ଆଣି ସିଂହମାନଙ୍କ ଗର୍ତ୍ତରେ ନିକ୍ଷେପ କଲେ। କିନ୍ତୁ ରାଜା ଦାନିୟେଲଙ୍କୁ କହିଲେ, “ତୁମ୍ଭେ ଯେଉଁ ପରମେଶ୍ୱରଙ୍କର ଉପାସନା କରୁଛ, ସେ ତୁମ୍ଭକୁ ଉଦ୍ଧାର କରିବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ତହୁଁ ରାଜା ଆଜ୍ଞା କରନ୍ତେ, ସେମାନେ ଦାନିୟେଲଙ୍କୁ ଆଣି ସିଂହମାନଙ୍କ ଗର୍ତ୍ତରେ ନିକ୍ଷେପ କଲେ। ପୁଣି, ରାଜା ଦାନିୟେଲଙ୍କୁ କହିଲା, ତୁମ୍ଭେ ନିତ୍ୟ ନିତ୍ୟ ଯେଉଁ ପରମେଶ୍ଵରଙ୍କର ସେବା କରୁଅଛ, ସେ ତୁମ୍ଭଙ୍କୁ ଉଦ୍ଧାର କରିବେ।

Gade chapit la Kopi

ଓଡିଆ ବାଇବେଲ

16 ତହୁଁ ରାଜା ଆଜ୍ଞା କରନ୍ତେ, ସେମାନେ ଦାନିୟେଲଙ୍କୁ ଆଣି ସିଂହମାନଙ୍କ ଗର୍ତ୍ତରେ ନିକ୍ଷେପ କଲେ। ପୁଣି, ରାଜା ଦାନିୟେଲଙ୍କୁ କହିଲା, ତୁମ୍ଭେ ନିତ୍ୟ ନିତ୍ୟ ଯେଉଁ ପରମେଶ୍ୱରଙ୍କର ସେବା କରୁଅଛ, ସେ ତୁମ୍ଭଙ୍କୁ ଉଦ୍ଧାର କରିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ତହୁଁ ରାଜା ଆଜ୍ଞା କରନ୍ତେ, ସେମାନେ ଦାନିୟେଲଙ୍କୁ ଆଣି ସିଂହମାନଙ୍କ ଗର୍ତ୍ତରେ ନିକ୍ଷେପ କଲେ। ପୁଣି, ରାଜା ଦାନିୟେଲଙ୍କୁ କହିଲା, “ତୁମ୍ଭେ ନିତ୍ୟ ନିତ୍ୟ ଯେଉଁ ପରମେଶ୍ୱରଙ୍କର ସେବା କରୁଅଛ, ସେ ତୁମ୍ଭଙ୍କୁ ଉଦ୍ଧାର କରିବେ।”

Gade chapit la Kopi




ଦାନିୟେଲ 6:16
28 Referans Kwoze  

ସେ ତୁମ୍ଭକୁ ବିପଦରୁ ଉଦ୍ଧାର କରି ପାରିବେ। ହଁ, ଦରକାର ପଡ଼ିଲେ ବିନା ଆଘାତରେ ସାତୋଟି ଦୁର୍ବିପାକରୁ ରକ୍ଷା କରି ପାରିବେ।


ତା'ପରେ ନବୂଖ‌ଦ୍‌ନିତ୍ସର କହିଲା, “ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପରମେଶ୍ୱର ଧନ୍ୟ, ଯେହେତୁ ସେ ଆପଣା ଦୂତ ପଠାଇଲେ ଓ ଆପଣା ଦାସମାନଙ୍କୁ ଅଗ୍ନିରୁ ଉଦ୍ଧାର କଲେ। ଆଉ ଏହି ତିନି ଜଣ ଆପଣା ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖିଲେ ଓ ତାଙ୍କ ଭିନ୍ନ ଅନ୍ୟ କୌଣସି ଦେବତାଙ୍କର ପୂଜା କଲେ ନାହିଁ କି ପ୍ରଣାମ କଲେ ନାହିଁ। ଆଉ ମଧ୍ୟ ରାଜବାକ୍ୟ ଅମାନ୍ୟ କରି ଆପଣା ପରମେଶ୍ୱରଙ୍କ ସେବା କଲେ।


ତୁମ୍ଭେ ଯେତେବେଳେ ଦୁଃଖରେ ପଡ଼ିବ, ଆମ୍ଭେ ତୁମ୍ଭର ସହବର୍ତ୍ତୀ ହେବୁ। ଜଳ ମଧ୍ୟରେ ଗମନ କଲାବେଳେ ତୁମ୍ଭର ସଙ୍ଗୀ ହେବୁ। ଫଳରେ ତୁମ୍ଭେ ଜଳରେ ମଗ୍ନ ହେବ ନାହିଁ। ଅଗ୍ନିରେ ଗମନ କଲାବେଳେ ଦ‌ଗ୍‌ଧିଭୂତ ହେବ ନାହିଁ ଓ ଅଗ୍ନିଶିଖା ତୁମ୍ଭର କ୍ଷତି କରିବ ନାହିଁ।


ମୁଁ ରାଜା ରୂପେ ଅଭିଷିକ୍ତ ହେଲେ ହେଁ ତଥାପି ମୁଁ ଆଜି ଦୁର୍ବଳ। ଏହି ସରୁୟାର ପୁତ୍ରମାନେ ମୋତେ ଅତି ଦୁଃଖର କାରଣ ଦେଲେ। ସଦାପ୍ରଭୁ ଏହି କୁକାର୍ଯ୍ୟ କରିଥିବା ଲୋକମାନଙ୍କୁ ତାଙ୍କର କୁକର୍ମ ଅନୁସାରେ ଦଣ୍ତ ଦିଅନ୍ତୁ।”


ଯଦି ଆପଣ ଆମ୍ଭମାନଙ୍କୁ ଜ୍ୱଳନ୍ତ ଅଗ୍ନିକୁଣ୍ତରେ ନିକ୍ଷେପ କରନ୍ତି ତେବେ ଯାହାଙ୍କୁ ଆମ୍ଭେମାନେ ସେବା କରୁଅଛୁ ସେହି ପରମେଶ୍ୱର ଆମ୍ଭମାନଙ୍କୁ ରକ୍ଷା କରିବାକୁ ସମର୍ଥ ଅଟନ୍ତି, ଆଉ ହେ ମହାରାଜ, ସେ ଆପଣଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।


ଚିନ୍ତିତ ରାଜା ଦାନିୟେଲଙ୍କୁ ବିଳାପ ସ୍ୱରରେ ଡାକିଲା, “ହେ ଜୀବିତ ପରମେଶ୍ୱରଙ୍କ ସେବକ ଦାନିୟେଲ, ତୁମ୍ଭେ ପ୍ରତିଦିନ ଯେଉଁ ପରମେଶ୍ୱରଙ୍କୁ ସେବା କରୁଅଛ, ସେହି ପରମେଶ୍ୱର ତୁମ୍ଭକୁ ସିଂହମାନଙ୍କଠାରୁ ଉଦ୍ଧାର କରିଛନ୍ତି କି?”


ମୁଁ ଯଦି କୌଣସି ଦୋଷ କରିଥାଏ, ଓ ମୃତ୍ୟୁ ଯୋଗ୍ୟ କୌଣସି କାର୍ଯ୍ୟ କରିଥାଏ, ତେବେ ମୁଁ ମୃତ୍ୟୁ ବରଣ କରିବା ପାଇଁ ପ୍ରସ୍ତୁତ ଅଛି। କିନ୍ତୁ ଯଦି ଏ ଅଭିଯୋଗକାରୀ ମାନଙ୍କର କଥାରେ ସତ୍ୟତା ନାହିଁ ତେବେ ମୋତେ କେହି ସେମାନଙ୍କ ହାତରେ ସମର୍ପଣ କରି ପାରିବେ ନାହିଁ। ତେଣୁ ମୁଁ କାଇସରଙ୍କ ନିକଟରେ ବିଗ୍ଭର ପାଇଁ ଆବେଦନ କରୁଛି।”


ଲୋକଭୟ ଫାନ୍ଦଜନକ, ମାତ୍ର ସଦାପ୍ରଭୁଙ୍କଠାରେ ଯେ ନିର୍ଭର ରଖେ, ସେ ସୁରକ୍ଷିତ ହେବ।


ଯେଉଁମାନେ ଠିକ୍ କାମ କରନ୍ତି, ଶାସକଙ୍କୁ ଭୟ କରିବାର କୌଣସି କାରଣ ସେମାନଙ୍କଠାରେ ନାହିଁ, କିନ୍ତୁ ଯେଉଁମାନେ ମନ୍ଦ ବା ଭୁଲ୍ କାମ କରନ୍ତି ସେମାନେ ଭୟ କରିବାକୁ ବାଧ୍ୟ। ଶାସକ ମାନଙ୍କ ଭୟରୁ ମୁକ୍ତି କରିବା ପାଇଁ ଏକ ମାତ୍ର ଉପାୟ ହେଉଛି ଭଲ କାମ କରିବା। ଭଲ କାମ କଲେ ଶାସକମାନେ ତୁମ୍ଭର ପ୍ରଶଂସା କରିବେ।


ତଦାରଖକାରୀଗଣ, ରାଜପ୍ରତିନିଧିଗଣ, ସୁବେଦାରଗଣ ଓ ମନ୍ତ୍ରୀଗଣ ସମସ୍ତେ ଅଜଣା ଭାବରେ ରାଜି ହେଲେ ଯେ, ଏକ ରାଜକୀୟ ଘୋଷଣା ପତ୍ର ହେବା ଉଚିତ୍। ଯଦି କେହି ତିରିଶ୍ ଦିନ ପର୍ଯ୍ୟନ୍ତ ମହାରାଜା ବିନା କୌଣସି ଦେବତା ବା ମନୁଷ୍ୟ ନିକଟରେ ପ୍ରାର୍ଥନା କରିବ, ତେବେ ତାକୁ ସିଂହର ଗୁମ୍ଫାକୁ ଫିଙ୍ଗାଯିବ।


ଯେତେବେଳେ ତୂରୀ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ, ମୃଦଙ୍ଗ ଓ ସବୁପ୍ରକାର ବାଦ୍ୟ ଶୁଣ, ତୁମ୍ଭେମାନେ ସୁବର୍ଣ୍ଣ ପ୍ରତିମାକୁ ମୁଣ୍ତ ନୁଆଁଇ ପ୍ରଣାମ କରିବ। ଯଦି ତୁମ୍ଭେମାନେ ପୂଜା ନ କର ତେବେ ତୁମ୍ଭମାନଙ୍କୁ ଜ୍ୱଳନ୍ତ ଅଗ୍ନି କୁଣ୍ଡରେ ଫିଙ୍ଗା ଯିବ। ଆଉ ଏପରି କୌଣସି ଦେବତା ନାହାନ୍ତି ଯେ କି ମୋ'ଠାରୁ ତୁମ୍ଭମାନଙ୍କୁ ଉଦ୍ଧାର କରିବ।”


ତେଣୁ ରାଜା ସିଦିକିୟ ସେହି ଅଧିପତିମାନଙ୍କୁ କହିଲେ, “ଦେଖ, ଯିରିମିୟ ବର୍ତ୍ତମାନ ତୁମ୍ଭମାନଙ୍କ ଅଧୀନରେ ଅଛି। ତୁମ୍ଭେମାନେ ତା’ ବିରୁଦ୍ଧରେ ଯାହା କରିବ ମୁଁ ବାରଣ କରିବି ନାହିଁ।”


ଆଉ ମୋ’ ସମ୍ବନ୍ଧରେ ହେଉଛି, ମୁଁ ତୁମ୍ଭମାନଙ୍କ ହସ୍ତରେ ଅଛି, ଯାହା ତୁମ୍ଭମାନଙ୍କ ଦୃଷ୍ଟିରେ ଉତ୍ତମ ଓ ଯଥାର୍ଥ ତାହା ମୋ’ ପ୍ରତି କର।


କିନ୍ତୁ ଫେଷ୍ଟ ଯିହୂଦୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପଗ୍ଭରିଲେ, “ତୁମ୍ଭେ ମୋ’ ଦ୍ୱାରା ଏହି ଅଭିଯୋଗ ସମ୍ବନ୍ଧରେ ବିଗ୍ଭର କରାଯିବା ପାଇଁ ଯିରୁଶାଲମ ଯିବା ପାଇଁ କି?”


କିନ୍ତୁ ଏହିପରି ଦୁଇ ବର୍ଷ ବିତିଗଲାପରେ ପର୍କିୟ ଫେଷ୍ଟ ରାଜ୍ୟପାଳ ହେଲେ। ଫେଲୀ‌କ୍‌ସ୍ ଆଉ ରାଜ୍ୟପାଳ ପଦରେ ରହିଲେ ନାହିଁ। ତେଣୁ ଫେଲୀ‌କ୍‌ସ୍ ଯିହୂଦୀୟମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପାଉଲଙ୍କୁ ବନ୍ଦୀ ଅବସ୍ଥାରେ କାରାଗାରରେ ରଖି ଗ୍ଭଲିଗଲେ।


ପରମେଶ୍ୱର ଆମ୍ଭମାନଙ୍କୁ ମୃତ୍ୟୁର ଏହି ଭୟଙ୍କର ବିପଦରୁ ଉଦ୍ଧାର କଲେ। ପରମେଶ୍ୱର ସର୍ବଦା ଏପରି ଉଦ୍ଧାର କରିବେ। ଆମ୍ଭେ ତାହାଙ୍କ ଉପରେ, ଆଶାବାନ ଓ ସେ ଆମ୍ଭମାନଙ୍କୁ ସର୍ବଦା ଉଦ୍ଧାର କରିବେ।


ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ। ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର। ଆମ୍ଭେ ତୁମ୍ଭକୁ ସବଳ କରିବା, ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବା। ପୁଣି ଆମ୍ଭେ ଆପଣା ଧର୍ମସ୍ୱରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବା।


ଏଣୁ ସେମାନେ ଯିରିମିୟଙ୍କୁ ନେଇ ପ୍ରହରୀ ପ୍ରାଙ୍ଗଣସ୍ଥିତ ମ‌‌ଲ୍‌‌କିୟ ରାଜପୁତ୍ରର କୂପରେ ପକାଇ ଦେଲେ। ସେମାନେ ରଜ୍ଜୁରେ ଯିରିମିୟଙ୍କୁ କୂପ ମଧ୍ୟକୁ ଓହ୍ଲାଇ ଦେଲେ। ପୁଣି ସେହି କୂପରେ ଜଳ ନ ଥିଲା, କେବଳ ପଙ୍କ ଥିଲା। ଯିରିମିୟ ସେହି ପଙ୍କରେ ନିମଗ୍ନ ହେଲେ।


ମାତ୍ର ସଦାପ୍ରଭୁ କହନ୍ତି, ‘ସେଦିନ ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା। ଆଉ ତୁମ୍ଭେ ଯେଉଁ ଲୋକମାନଙ୍କୁ ଭୟ କରୁଛ, ସେମାନଙ୍କ ହସ୍ତରେ ତୁମ୍ଭେ ସମର୍ପିତ ହେବ ନାହିଁ।


Swiv nou:

Piblisite


Piblisite