Biblia Todo Logo
Bib sou entènèt

- Piblisite -




ଦାନିୟେଲ 5:9 - ପବିତ୍ର ବାଇବଲ

9 ରାଜା ବେ‌‌ଲ୍‌‌‌‌ଶତ୍ସରଙ୍କ ଅମାତ୍ୟଗଣ ଦ୍ୱନ୍ଦରେ ପଡ଼ିଲେ। ଆଉ ରାଜା ଅଧିକ ଉ‌‌ଦ୍‌‌ବିଗ୍ନ ହେଲେ ଓ ତାଙ୍କର ମୁଖ ବିବର୍ଣ୍ଣ ହେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ତେଣୁ ରାଜା ବେଲ୍ଶତ୍ସର ଅତିଶୟ ଉଦ୍ବିଗ୍ନ ହେଲା ଓ ତାହାର ମୁଖ ବିବର୍ଣ୍ଣ ହେଲା, ଆଉ ତାହାର ଅମାତ୍ୟଗଣ ବିସ୍ମୟାପନ୍ନ ହେଲେ।

Gade chapit la Kopi

ଓଡିଆ ବାଇବେଲ

9 ତେଣୁ ରାଜା ବେଲ୍‍ଶତ୍ସର ଅତିଶୟ ଉଦ୍‍ବିଗ୍ନ ହେଲା ଓ ତାହାର ମୁଖ ବିବର୍ଣ୍ଣ ହେଲା, ଆଉ ତାହାର ଅମାତ୍ୟଗଣ ବିସ୍ମୟାପନ୍ନ ହେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ତେଣୁ ରାଜା ବେଲ୍‍ଶତ୍ସର ଅତିଶୟ ଉଦ୍‍ବିଗ୍ନ ହେଲା ଓ ତାହାର ମୁଖ ବିବର୍ଣ୍ଣ ହେଲା, ଆଉ ତାହାର ଅମାତ୍ୟଗଣ ବିସ୍ମୟାପନ୍ନ ହେଲେ।

Gade chapit la Kopi




ଦାନିୟେଲ 5:9
12 Referans Kwoze  

ତହିଁରେ ରାଜା ଭୟଭୀତ ହେଲେ ତାଙ୍କର ମୁଖ ବିବର୍ଣ୍ଣ ହେଲା। ତାଙ୍କର ଆଣ୍ଠୁ ଥରିଲା ଓ ଆଣ୍ଠୁକୁ ଆଣ୍ଠୁ ବାଜିଲା। ତାଙ୍କର ଗୋଡ଼ ଏତେ ଦୁର୍ବଳ ହେଲା ଯେ ସେ ଛିଡ଼ା ହୋଇ ପାରିଲେ ନାହିଁ।


ଅନନ୍ତର ନବୂଖ‌ଦ୍‌ନିତ୍ସର ରାଜତ୍ୱର ଦ୍ୱିତୀୟ ବର୍ଷରେ କେତେକ ସ୍ୱପ୍ନ ଦେଖିଲେ। ଏଥିରେ ତାହାର ଆତ୍ମା ଉ‌‌ଦ୍‌‌ବିଗ୍ନ ହେଲା ଓ ସେ ଶୋଇ ପାରିଲେ ନାହିଁ।


ଆମ୍ଭେମାନେ ସେହି ସୈନ୍ୟବାହିନୀ ବିଷୟରେ ଏକ ଜନରବ ଶୁଣିଅଛୁ। ଆମ୍ଭମାନଙ୍କର ହସ୍ତ ଦୁର୍ବଳ ହୁଏ, ଯନ୍ତ୍ରଣା ଓ ପ୍ରସବକାରିଣୀ ସ୍ତ୍ରୀର ବେଦନା ତୁଲ୍ୟ ବେଦନା ଆମ୍ଭମାନଙ୍କୁ ଆକ୍ରାନ୍ତ କରେ।


ତା'ପରେ ସମସ୍ତ ଲୋକମାନେ ଗୁମ୍ଫା ଓ ପର୍ବତର ପଛପଟେ ଲୁଚିଲେ। ସେମାନଙ୍କ ଭିତରେ ପୃଥିବୀର ରାଜାମାନେ, ଶାସକମାନେ, ସେନାପତିମାନେ, ଧନୀଲୋକମାନେ ଓ ଶକ୍ତିଶାଳୀ ଲୋକମାନେ ଥିଲେ। ପ୍ରତ୍ୟେକ ବ୍ୟକ୍ତି, ଦାସ ଓ ମୁକ୍ତ ଲୋକମାନେ ନିଜକୁ ଲୁଗ୍ଭଇ ରଖିଲେ।


ରାଜା ହେରୋଦ ଯିହୂଦୀମାନଙ୍କର ଏହି ନୂଆ ରାଜାଙ୍କ କଥା ଶୁଣିଲେ, ସେଥିପାଇଁ ସେ ‌‌‌‌ଉ‌‌‌‌‌‌‌ଦ୍‌‌ବିଗ୍ନ ହେଲେ। ଯିରୁଶାଲମର ସବୁ ଲୋକ ମଧ୍ୟ ଚିନ୍ତିତ ହୋଇ ପଡ଼ିଲେ।


ତହିଁରେ ମୁଁ ଏକାକୀ ରହି ସେହି ମହା ଦର୍ଶନ ଦେଖିଲି। ମୁଁ ଅତ୍ୟନ୍ତ ଭୟଭୀତ ହୋଇ ମୋର ସମସ୍ତ ଶକ୍ତି ହରାଇଲି। ମୋର ମୁଖ ମୃତ ବ୍ୟକ୍ତିର ମୁଖପରି ରକ୍ତହୀନ ହୋଇଗଲା ଓ ମୁଁ ଅସହାୟ ବୋଧ କଲି।


“ପ୍ରତ୍ୟେକ ଲୋକଙ୍କୁ ପଗ୍ଭରି ବୁଝ, ସେମାନେ କ’ଣ ପ୍ରସବ ବେଦନା ପାଉଛନ୍ତି? ତାହା ନ ହେଲେ ପ୍ରତ୍ୟେକ ପୁରୁଷ କାହିଁକି ପ୍ରସବ ବେଦନା ପାଇଲା ପରି ଆପଣା କଟିଦେଶରେ ହସ୍ତ ରଖିଛନ୍ତି ଓ ପ୍ରତ୍ୟେକଙ୍କର ମୁଖ ମଳିନ ପଡ଼ିଛି କାହିଁକି?


ଭୟ ସେହି ରାଜାମାନଙ୍କୁ ଥରାଇ ଦେଲା ଓ ସେମାନେ ଭୟରେ ଥରି ଉଠିଲେ।


ସଦାପ୍ରଭୁ ଆପଣା ବାଣ ପ୍ରୟୋଗ କଲେ ଓ ଶତ୍ରୁମାନଙ୍କୁ ବିନାଶ କଲେ। ସେ ବିଜୁଳି ମାରି ସେମାନଙ୍କୁ ଉଚ୍ଛିନ୍ନ କଲେ। ଲୋକେ ବୁଝି ପାରିଲେ ନାହିଁ କ’ଣ ସବୁ ଘଟୁଛି।


Swiv nou:

Piblisite


Piblisite