Biblia Todo Logo
Bib sou entènèt

- Piblisite -




ଦାନିୟେଲ 4:9 - ପବିତ୍ର ବାଇବଲ

9 “ମୁଁ କହିଲି, ହେ ମନ୍ତ୍ରଜ୍ଞଗଣଙ୍କ ଅଧ୍ୟକ୍ଷ ବେ‌‌ଲ୍‌‌‌‌ଟଶତ୍ସର, ମୁଁ ଜାଣେ, ପବିତ୍ର ଦେବଗଣର ଆତ୍ମା ତୁମ୍ଭ ଅନ୍ତରରେ ଅଛନ୍ତି ଓ କୌଣସି ନିଗୂଢ଼ ବାକ୍ୟ ବୁଝିବା ତୁମ୍ଭ ପାଇଁ କଷ୍ଟକର ନୁହେଁ, ଏଣୁ ଦୟାକରି ମୋତେ ମୋର ସ୍ୱପ୍ନ କଥା ଓ ତାହାର ଅର୍ଥ କୁହନ୍ତୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ହେ ମନ୍ତ୍ରବେତ୍ତାଗଣର ଅଧ୍ୟକ୍ଷ ବେଲ୍ଟଶତ୍ସର, ମୁଁ ଜାଣେ, ପବିତ୍ର ଦେବଗଣର ଆତ୍ମା ତୁମ୍ଭ ଅନ୍ତରେ ଅଛନ୍ତି ଓ କୌଣସି ନିଗୂଢ଼ ବାକ୍ୟ ତୁମ୍ଭ ପ୍ରତି କଷ୍ଟକର ହୁଏ ନାହିଁ, ଏଥିପାଇଁ ମୁଁ ସ୍ଵପ୍ନରେ ଯେ ଯେ ଦର୍ଶନ ପାଇଅଛି, ତାହା ଓ ତହିଁର ଅର୍ଥ ମୋତେ ଜଣାଅ।

Gade chapit la Kopi

ଓଡିଆ ବାଇବେଲ

9 ହେ ମନ୍ତ୍ରବେତ୍ତାଗଣର ଅଧ୍ୟକ୍ଷ ବେଲ୍‍ଟଶତ୍ସର, ମୁଁ ଜାଣେ, ପବିତ୍ର ଦେବଗଣର ଆତ୍ମା ତୁମ୍ଭ ଅନ୍ତରେ ଅଛନ୍ତି ଓ କୌଣସି ନିଗୂଢ଼ ବାକ୍ୟ ତୁମ୍ଭ ପ୍ରତି କଷ୍ଟକର ହୁଏ ନାହିଁ, ଏଥିପାଇଁ ମୁଁ ସ୍ୱପ୍ନରେ ଯେଉଁ ଯେଉଁ ଦର୍ଶନ ପାଇଅଛି, ତାହା ଓ ତହିଁର ଅର୍ଥ ମୋତେ ଜଣାଅ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ହେ ମନ୍ତ୍ରବେତ୍ତାଗଣର ଅଧ୍ୟକ୍ଷ ବେଲ୍‍ଟଶତ୍ସର, ମୁଁ ଜାଣେ, ପବିତ୍ର ଦେବଗଣର ଆତ୍ମା ତୁମ୍ଭ ଅନ୍ତରେ ଅଛନ୍ତି ଓ କୌଣସି ନିଗୂଢ଼ ବାକ୍ୟ ତୁମ୍ଭ ପ୍ରତି କଷ୍ଟକର ହୁଏ ନାହିଁ, ଏଥିପାଇଁ ମୁଁ ସ୍ୱପ୍ନରେ ଯେଉଁ ଯେଉଁ ଦର୍ଶନ ପାଇଅଛି, ତାହା ଓ ତହିଁର ଅର୍ଥ ମୋତେ ଜଣାଅ।

Gade chapit la Kopi




ଦାନିୟେଲ 4:9
18 Referans Kwoze  

ତୁମ୍ଭ ରାଜ୍ୟରେ ଜଣେ ଲୋକ ଅଛନ୍ତି, ଯାହାଙ୍କ ଅନ୍ତରରେ ପବିତ୍ର ଦେବଗଣ ଆତ୍ମା ବିରାଜିତ। ପୁଣି ତୁମ୍ଭ ପିତାଙ୍କ ସମୟରେ ଦେବଗଣର ଜ୍ଞାନତୁଲ୍ୟ ବୁଦ୍ଧି ଓ ଜ୍ଞାନଦୀପ୍ତି ତାଙ୍କଠାରେ ପ୍ରକାଶିତ ହୋଇଥିଲା। ଆଉ ତୁମ୍ଭର ପିତା ରାଜା ନବୂଖ‌ଦ୍‌ନିତ୍ସର ତାଙ୍କୁ ମନ୍ତ୍ରଜ୍ଞ, ଗଣକ, କ‌‌ଲ୍‌‌‌‌ଦୀୟ ଓ ଶୁଭାଶୁଭବାଦୀମାନଙ୍କ ଉପରେ ପ୍ରଧାନ କରି ନିଯୁକ୍ତ କରିଥିଲେ।


ତା'ପରେ ରାଜା ଦାନିୟେଲଙ୍କୁ ତାଙ୍କ ରାଜ୍ୟରେ ଏକ ମହାନ କାର୍ଯ୍ୟରେ ନିଯୁକ୍ତି କଲେ ଓ ବହୁମୂଲ୍ୟ ଉପହାରମାନ ଦେଲେ। ଆଉ ବାବିଲ ପ୍ରଦେଶ ଉପରେ ତାଙ୍କୁ ସମସ୍ତ କର୍ତ୍ତୃତ୍ୱ ପଦ ଦେଇ ବାବିଲସ୍ଥ ସବୁ ବିଦ୍ୱାନ ଲୋକଙ୍କ ଉପରେ ତାଙ୍କୁ ପ୍ରଧାନ ଅଧିପତି କଲେ।


ଅବଶେଷରେ ମୋ’ ଦେବତାର ନାମାନୁସାରେ ବେ‌‌ଲ୍‌‌‌‌ଟଶତ୍ସର ନାମ ବିଶିଷ୍ଟ ଦାନିୟେଲ ମୋ’ ନିକଟକୁ ଆସିଲେ, ତାହାଙ୍କ ଅନ୍ତରରେ ପବିତ୍ର ପରମେଶ୍ୱରଙ୍କ ଆତ୍ମା ଅଛନ୍ତି, ମୁଁ ତାଙ୍କୁ ସ୍ୱପ୍ନ ବିଷୟରେ ଜଣାଇଲି।


ମୁଁ ଗୋଟିଏ ସ୍ୱପ୍ନ ଦେଖିଲି ଓ ତାହା ମୋତେ ଭୟଭୀତ କଲା। ଆଉ ମୁଁ ଶଯ୍ୟା ଉପରେ ଥିବା ବେଳେ ମୋର ଚିନ୍ତା ଓ ମନର ଦର୍ଶନ ମୋତେ ଉ‌‌ଦ୍‌‌ବିଗ୍ନ କଲା।


ଆଉ ଜ୍ଞାନ ଓ ବୁଦ୍ଧି ସମ୍ବନ୍ଧୀୟ ଯେକୌଣସି ବିଷୟରେ ରାଜା ସେହି ଗ୍ଭରି ଯୁବକଙ୍କୁ ପଗ୍ଭରୁଥିଲେ, ସେମାନେ ବିଜ୍ଞ ଉତ୍ତର ଦେଉଥିଲେ। ରାଜା ସମଗ୍ର ରାଜ୍ୟରେ ସମସ୍ତ ମନ୍ତ୍ରଜ୍ଞ ଓ ଗଣକମାନଙ୍କ ଅପେକ୍ଷା ସେମାନେ ଦଶଗୁଣ ଅଧିକ ଜ୍ଞାନୀ ବୋଲି ଜାଣିଲେ।


ଏବଂ ତୁମ୍ଭେ ଭାବୁଛ ଯେ, ତୁମ୍ଭେ ଦାନିୟେଲଠାରୁ ଅଧିକ ଜ୍ଞାନୀ, ସମସ୍ତ ନିଗୂଢ଼ କଥା ଲୋକମାନଙ୍କଠାରୁ ତୁମ୍ଭେ ଜାଣି ପାରିବ।


ସେତେବେଳେ ଫାରୋ ସେମାନଙ୍କୁ କହିଲେ, “ମୁଁ ଭାବୁଛି ଆମ୍ଭେ ଏହି କାର୍ଯ୍ୟ ପାଇଁ ଯୋଷେଫଙ୍କଠାରୁ ଆଉ ଉତ୍ତମ ଲୋକ ପାଇପାରିବା ନାହିଁ। ପରମେଶ୍ୱରଙ୍କ ଆତ୍ମା ତା’ ମଧ୍ୟରେ ଅଛନ୍ତି।”


“ମୁଁ, ରାଜା ନବୂଖ‌ଦ୍‌ନିତ୍ସର, ଏହି ସ୍ୱପ୍ନ ଦେଖିଥିଲି। ବର୍ତ୍ତମାନ ହେ ବେ‌‌ଲ୍‌‌‌‌ଟଶତ୍ସର, ଏହାର ଅର୍ଥ ବ୍ୟାଖ୍ୟା କର। ମୋ’ ରାଜ୍ୟର ସମସ୍ତ ବିଦ୍ୱାନ ଲୋକମାନେ ଏହାର ଅର୍ଥ ବ୍ୟାଖ୍ୟା କରିବାକୁ ଅକ୍ଷମ ଅଟନ୍ତି। ମାତ୍ର ତୁମ୍ଭେ କେବଳ ଜଣେ, ଯିଏ କି ଏହା କରି ପାରିବ। କାରଣ ତୁମ୍ଭ ଅନ୍ତରରେ ପବିତ୍ର ପରମେଶ୍ୱରଙ୍କର ଆତ୍ମା ବିରାଜିତ ଅଟେ।”


ତୁମ୍ଭେ ଧାର୍ମିକତାରେ ସ୍ଥିରୀକୃତ ହେବ; ତୁମ୍ଭେ ଅତ୍ୟାଗ୍ଭରରୁ ଦୂରେଇ ରହିବ; କାରଣ ତୁମ୍ଭେ ଭୟଭୀତ ହେବ ନାହିଁ, ପୁଣି ଭୟଠାରୁ ଦୂରେଇ ରହିବ, କାରଣ ତାହା ତୁମ୍ଭ ନିକଟକୁ ଆସିବ ନାହିଁ।


ତୁମ୍ଭର ହୃଦୟ ଭୟରେ ଥରିବେ। ତୁମ୍ଭେ ଭାବିବ, “ସେହି ଗଣନାକାରୀ କାହିଁ? ସେହି ଲୋକ କାହିଁ ଯିଏ ଓଜନ କରୁଥିଲା? ସେହି ଲୋକ କେଉଁଠାରେ ଯିଏ ଦୁର୍ଗ ଗଣନା କରୁଥିଲା?


ହାୟ! ଏହି ବଳବାନ୍ ଦେବଗଣ ହସ୍ତରୁ ଆମ୍ଭମାନଙ୍କୁ କିଏ ଉଦ୍ଧାର କରିବ? ଏହି ଦେବଗଣ ପ୍ରାନ୍ତରରେ ଭୟଙ୍କର ରୋଗ ଓ ମହାମାରୀ ଦ୍ୱାରା ମିସ୍ରୀୟମାନଙ୍କୁ ଆଘାତ କରିଥିଲେ।


ତତ୍ପରେ ଦାନିୟେଲଙ୍କୁ ରାଜା କହିଲେ, “ମୁଁ ଜାଣେ ତୁମ୍ଭର ପରମେଶ୍ୱର ସମସ୍ତ ଈଶ୍ୱରଗଣର ପରମେଶ୍ୱର ଓ ରାଜଗଣର ସଦାପ୍ରଭୁ ଓ ଯେ ଗୁପ୍ତ ବିଷୟଗୁଡ଼ିକର ପ୍ରକାଶକୁ ଆଣନ୍ତି। କାରଣ ତୁମ୍ଭେ ମୋତେ ଏହି ନିଗୂଢ଼ କଥା ପ୍ରକାଶ କରିବାକୁ ସମର୍ଥ ଅଟ।”


ମୁଁ ସ୍ୱୟଂ ଇସ୍ରାଏଲର ଉଚ୍ଚତମ ପର୍ବତରେ ସେହି ଅଗ୍ରଭାଗକୁ ରୋପଣ କରିବି। ତହିଁରେ ସେହି ଅଗ୍ରଭାଗ ବଢ଼ିବ ଏବଂ ଏକ ଶାଖାବିଶିଷ୍ଟ ବୃକ୍ଷ ହେବ ଏବଂ ଏଥିରେ ଫଳ ଫଳିବ। ଏହା ଏକ ସୁନ୍ଦର ଏରସ ବୃକ୍ଷ ହେବ। ତହିଁରେ ସବୁ ଜାତିର ପକ୍ଷୀମାନେ ବସା କରିବେ। ଆଉ ମଧ୍ୟ ସେମାନେ ତାହାର ଶାଖାଗୁଡ଼ିକର ଛାୟାରେ ବାସ କରିବେ।


Swiv nou:

Piblisite


Piblisite