Biblia Todo Logo
Bib sou entènèt

- Piblisite -




ଦାନିୟେଲ 4:4 - ପବିତ୍ର ବାଇବଲ

4 ମୁଁ ନବୂଖ‌ଦ୍‌ନିତ୍ସର ମୋର ନିଜ ପ୍ରାସାଦରେ ଶାନ୍ତି ଓ ଶକ୍ତିଶାଳୀ ଥିଲି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ମୁଁ ନବୂଖଦ୍ନିତ୍ସର ଆପଣା ଗୃହରେ ଶାନ୍ତିରେ ଥିଲି ଓ ଆପଣା ପ୍ରାସାଦରେ ତେଜସ୍ଵୀ ଥିଲି।

Gade chapit la Kopi

ଓଡିଆ ବାଇବେଲ

4 ମୁଁ ନବୂଖଦ୍‍ନିତ୍ସର ଆପଣା ଗୃହରେ ଶାନ୍ତିରେ ଥିଲି ଓ ଆପଣା ପ୍ରାସାଦରେ ତେଜସ୍ୱୀ ଥିଲି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ମୁଁ ନବୂଖଦ୍‍ନିତ୍ସର ଆପଣା ଗୃହରେ ଶାନ୍ତିରେ ଥିଲି ଓ ଆପଣା ପ୍ରାସାଦରେ ତେଜସ୍ୱୀ ଥିଲି।

Gade chapit la Kopi




ଦାନିୟେଲ 4:4
13 Referans Kwoze  

“ସେହି ଦିନ ଆମ୍ଭେ ଗୋଟିଏ ପ୍ରଦୀପ ନେଇ ଯିରୁଶାଲମ ମଧ୍ୟରେ ଖୋଜିବା। ଓ ସେହି ଆତ୍ମତୃପ୍ତ ଲୋକମାନଙ୍କୁ ବାଛିବା ଯେଉଁମାନେ ସେମାନଙ୍କ ଶୈଳୀରେ ଜୀବନ ଧାରଣ କରିବା ପାଇଁ ସନ୍ତୁଷ୍ଟ। ସେହି ଲୋକମାନେ କୁହନ୍ତୁ, ‘ସଦାପ୍ରଭୁ କାହାରିକୁ ସାହାଯ୍ୟ କରନ୍ତି ନାହିଁ କି କାହାରିକୁ ଆଘାତ କରନ୍ତି ନାହିଁ।’ ଆମ୍ଭେ ସେମାନଙ୍କୁ ଖୋଜି ବାହାର କରିବା ଓ ଦଣ୍ତ ଦେବା।


ଆଉ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “‘ହେ ମିଶରର ରାଜା ଫାରୋ, ମୁଁ ତୁମ୍ଭର ବିପକ୍ଷ ଅଟେ। ତୁମ୍ଭେ ଆପଣା ସ୍ରୋତ ସମୂହ ମଧ୍ୟରେ ଶୟନକାରୀ ପ୍ରକାଣ୍ଡ ଜୀବ କୁମ୍ଭୀର ସଦୃଶ। ତୁମ୍ଭେ କହିଅଛ, “ଏ ନଦୀ ମୋର, ମୁଁ ନିଜ ପାଇଁ ଏହାକୁ ସୃଷ୍ଟି କରିଅଛି।”


ତୁମ୍ଭର ସୌନ୍ଦର୍ଯ୍ୟ ହେତୁ ତୁମ୍ଭେ ଅହଙ୍କାରୀ ହୋଇଅଛ। ତୁମ୍ଭର ଜ୍ଞାନ ତୁମ୍ଭର ମହିମା ଦ୍ୱାରା ଭ୍ରଷ୍ଟ ହୋଇଅଛି। ମୁଁ ତୁମ୍ଭକୁ ଧୂଳିକୁ ଫିଙ୍ଗି ଦେଲି ଯେପରି ରାଜା ତୁମ୍ଭର ଧ୍ୱଂସ ଦେଖିଲେ।


“ମୋୟାବ ଜନ୍ମରୁ ଦୁଃଖ କଷ୍ଟ ଜାଣି ନାହିଁ। ମୋୟାବ ଏକ ପାତ୍ରସ୍ଥ ମଦ ତୁଲ୍ୟ ସୁସ୍ଥିର ଅଛି। ସେ ଏକ ପାତ୍ରରୁ ଅନ୍ୟ ପାତ୍ରକୁ ଢଳା ଯାଇ ନାହିଁ। କିଅବା ସେ ବନ୍ଦୀ ହୋଇ ଯାଇ ନାହିଁ, ଏଣୁ ତା'ର ସ୍ୱାଦ ତା’ ମଧ୍ୟରେ ଅଛି। ତାହାର ସୁବାସ ବିକୃତ ହୋଇ ନାହିଁ।”


ପ୍ରତ୍ୟେକ କୁହନ୍ତି, “ଆସ, ଆମ୍ଭେ ଦ୍ରାକ୍ଷାରସ ଆଣିବା ଓ ସୁରାପାନରେ ମତ୍ତ ହେବା; ପୁନଶ୍ଚ ଆଜି ଯେପରି ହେବ କାଲି ମଧ୍ୟ ସେହିପରି ହେବ ଏବଂ ତାହା ଅପରିମିତ ମହାଦିନ ହେବ।”


ତହିଁରେ ବେ‌‌ଲ୍‌‌‌‌ଟଶତ୍ସର ନାମକ ଦାନିୟେଲ କିଛିକ୍ଷଣ ଅବାକ୍ ହୋଇ ରହିଲେ। ତାଙ୍କର ଭାବନା ତାଙ୍କୁ ବ୍ୟାକୁଳିତ କଲା। ରାଜା ଉତ୍ତର କରି କହିଲା, “ହେ ବେ‌‌ଲ୍‌‌‌‌ଟଶତ୍ସର ସେହି ସ୍ୱପ୍ନ କିମ୍ବା ତାହାର ଅର୍ଥ ତୁମ୍ଭକୁ ବ୍ୟାକୁଳିତ ନ କରୁ।” ବେ‌‌ଲ୍‌‌‌‌ଟଶତ୍ସର ଉତ୍ତର କରି କହିଲେ, “ହେ ମୋର ମହାଶୟ, ଯେଉଁମାନେ ଆପଣଙ୍କୁ ଘୃଣା କରନ୍ତି ସେମାନଙ୍କ ପାଇଁ ଏହି ସ୍ୱପ୍ନ ହେଉ ଓ ଆପଣଙ୍କ ବିପକ୍ଷମାନଙ୍କ ପ୍ରତି ତାହାର ଅର୍ଥ ଘଟୁ।


ଏବଂ ମହାରାଜ ଏକ ଅସାଧାରଣ ପ୍ରଶ୍ନ କରିଛନ୍ତି। କେବଳ ଦେବତାମାନେ ସେହି ପ୍ରଶ୍ନର ଉତ୍ତର ଦେଇ ପାରିବେ। କିନ୍ତୁ ଦେବତାମାନେ ଲୋକମାନଙ୍କ ସହିତ ବାସ କରନ୍ତି ନାହିଁ।”


ତେଣୁ ରାଜାଙ୍କର ସମସ୍ତ ବିଦ୍ୱାନ ଲୋକ ଭିତରକୁ ଯଦିଓ ଆସିଲେ, ସେମାନେ ଲେଖା ପଢ଼ି ପାରିଲେ ନାହିଁ କି ତାହାର ଅର୍ଥ ବୁଝିଲେ ନାହିଁ।


Swiv nou:

Piblisite


Piblisite