ଦାନିୟେଲ 4:27 - ପବିତ୍ର ବାଇବଲ27 ତେଣୁ ହେ ମହାରାଜ, ଆପଣ ମୋର ଉପଦେଶ ଗ୍ରହଣ କରନ୍ତୁ। ଆପଣ ଧାର୍ମିକତା ବଳରେ ପାପରାଶି ଦୂର କରନ୍ତୁ ଓ ଦରିଦ୍ରମାନଙ୍କୁ ଦୟା ଦେଖାଇ ଆପଣା ଅଧର୍ମ ସକଳ ଦୂର କରନ୍ତୁ। ତାହାହେଲେ ଆପଣଙ୍କର ସଫଳତା ଓ ଶାନ୍ତିର କାଳ ବୃଦ୍ଧି ପାଇବ।” Gade chapit laପବିତ୍ର ବାଇବଲ (Re-edited) - (BSI)27 ଏହେତୁ ହେ ମହାରାଜ, ମୋର ପରାମର୍ଶ ଆପଣଙ୍କ ନିକଟରେ ଗ୍ରାହ୍ୟ ହେଉ, ଆଉ ଆପଣ ଧାର୍ମିକତା ଦ୍ଵାରା ଆପଣା ପାପସକଳ ଓ ଦରିଦ୍ରମାନଙ୍କ ପ୍ରତି ଦୟା ଦେଖାଇବା ଦ୍ଵାରା ଆପଣା ଅଧର୍ମସକଳ ଦୂର କରନ୍ତୁ; ତାହାହେଲେ ହୋଇପାରେ, ଆପଣଙ୍କ ଶାନ୍ତିର କାଳ ବୃଦ୍ଧି ପାଇବ। Gade chapit laଓଡିଆ ବାଇବେଲ27 ଏହେତୁ ହେ ମହାରାଜ, ମୋର ପରାମର୍ଶ ଆପଣଙ୍କ ନିକଟରେ ଗ୍ରାହ୍ୟ ହେଉ, ଆଉ ଆପଣ ଧାର୍ମିକତା ଦ୍ୱାରା ଆପଣା ପାପସକଳ ଓ ଦରିଦ୍ରମାନଙ୍କ ପ୍ରତି ଦୟା ଦେଖାଇବା ଦ୍ୱାରା ଆପଣା ଅଧର୍ମସକଳ ଦୂର କରନ୍ତୁ; ତାହାହେଲେ ହୋଇପାରେ, ଆପଣଙ୍କ ଶାନ୍ତିର କାଳ ବୃଦ୍ଧି ପାଇବ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT27 ଏହେତୁ ହେ ମହାରାଜ, ମୋର ପରାମର୍ଶ ଆପଣଙ୍କ ନିକଟରେ ଗ୍ରାହ୍ୟ ହେଉ, ଆଉ ଆପଣ ଧାର୍ମିକତା ଦ୍ୱାରା ଆପଣା ପାପସକଳ ଓ ଦରିଦ୍ରମାନଙ୍କ ପ୍ରତି ଦୟା ଦେଖାଇବା ଦ୍ୱାରା ଆପଣା ଅଧର୍ମସକଳ ଦୂର କରନ୍ତୁ; ତାହାହେଲେ ହୋଇପାରେ, ଆପଣଙ୍କ ଶାନ୍ତିର କାଳ ବୃଦ୍ଧି ପାଇବ।” Gade chapit la |
ନୀନିବୀ ବର୍ତ୍ତମାନ ଗର୍ବିତ ଅଟେ। ଲୋକମାନେ ନିଜକୁ ଅତି ନିରାପଦ ମନେ କରନ୍ତି। ସେମାନେ ଭାବନ୍ତି ନୀନିବୀ ପୃଥିବୀରେ ସବୁଠାରୁ ମହାନ ସ୍ଥାନ। କିନ୍ତୁ ସେହି ନଗରୀ ମଧ୍ୟ ଧ୍ୱଂସ ହେବ। ଏହା ଏକ ଶୂନ୍ୟସ୍ଥାନ ହେବ ଯେଉଁଠାରେ କେବଳ ବନ୍ୟପ୍ରାଣୀମାନେ ବିଶ୍ରାମ କରିବେ। ସେହି ବାଟ ଦେଇ ଯାଉଥିବା ଲୋକମାନେ ଶୁଶୁରି ବଜାଇବେ, ମୁଣ୍ତ ହଲାଇବେ ଯେତେବେଳେ ସେମାନେ ସେହି ନଗରୀଟିକୁ ଅତି ଶୋଚନୀୟ ଭାବରେ ଧ୍ୱଂସ ହେବାର ଦେଖିବେ।