Biblia Todo Logo
Bib sou entènèt

- Piblisite -




ଦାନିୟେଲ 4:2 - ପବିତ୍ର ବାଇବଲ

2 ସର୍ବୋପରିସ୍ଥ ପରମେଶ୍ୱର ମୋ’ ପାଇଁ ଯେଉଁ ଆଶ୍ଚର୍ଯ୍ୟ କ୍ରିୟା ସାଧନ କରିଅଛନ୍ତି, ତାହା ସବୁ ପ୍ରଗ୍ଭର କରିବାକୁ ମୁଁ ସୁଖ ବୋଧ କଲି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ସର୍ବୋପରିସ୍ଥ ପରମେଶ୍ଵର ମୋର ପକ୍ଷରେ ଯେ ଯେ ଚିହ୍ନ ଓ ଆଶ୍ଚର୍ଯ୍ୟ କ୍ରିୟା ସାଧନ କରିଅଛନ୍ତି, ତାହାସବୁ ପ୍ରଚାର କରିବାକୁ ମୋର ବିହିତ ବୋଧ ହେଲା।

Gade chapit la Kopi

ଓଡିଆ ବାଇବେଲ

2 ସର୍ବୋପରିସ୍ଥ ପରମେଶ୍ୱର ମୋର ପକ୍ଷରେ ଯେଉଁ ଯେଉଁ ଚିହ୍ନ ଓ ଆଶ୍ଚର୍ଯ୍ୟ କ୍ରିୟା ସାଧନ କରିଅଛନ୍ତି, ତାହାସବୁ ପ୍ରଚାର କରିବାକୁ ମୋର ଉଚିତ୍ ବୋଧ ହେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସର୍ବୋପରିସ୍ଥ ପରମେଶ୍ୱର ମୋର ପକ୍ଷରେ ଯେଉଁ ଯେଉଁ ଚିହ୍ନ ଓ ଆଶ୍ଚର୍ଯ୍ୟକ୍ରିୟା ସାଧନ କରିଅଛନ୍ତି, ତାହାସବୁ ପ୍ରଚାର କରିବାକୁ ମୋର ଉଚିତ ବୋଧ ହେଲା।

Gade chapit la Kopi




ଦାନିୟେଲ 4:2
19 Referans Kwoze  

ତା'ପରେ ନବୂଖ‌ଦ୍‌ନିତ୍ସର ପ୍ରଜ୍ୱଳିତ ଅଗ୍ନିକୁଣ୍ତ ଆଡ଼କୁ ଯାଇ କହିଲା, “ହେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ଦାସ, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋ, ତୁମ୍ଭେମାନେ ଅଗ୍ନିକୁଣ୍ତରୁ ବାହାରି ଆସ।” ତା'ପରେ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋ ଅଗ୍ନି ମଧ୍ୟରୁ ବାହାରି ଆସିଲେ।


ହେ ସମସ୍ତ ଲୋକ, ଯେଉଁମାନେ ପରମେଶ୍ୱରଙ୍କୁ ଉପାସନା କର, ଆସ ଏବଂ ମୁଁ ତୁମ୍ଭମାନଙ୍କୁ କହିବି ପରମେଶ୍ୱର ମୋ’ ପାଇଁ କ’ଣ ସବୁ କରିଛନ୍ତି।


ବର୍ତ୍ତମାନ ମୁଁ ବୃଦ୍ଧ ଓ ମୋର ବାଳ ପାଚିଯାଇଛି। ମୋତେ ପରିତ୍ୟାଗ କର ନାହିଁ, ପରମେଶ୍ୱର। ମୋ’ ସାଙ୍ଗରେ ରୁହ, ମୁଁ ଯେପରି ତୁମ୍ଭର ଶକ୍ତି ଏବଂ ମହାନତା ବିଷୟରେ ଭବିଷ୍ୟତ ବଂଶଧରଙ୍କ ଆଗରେ କହି ପାରିବି।


ହେ ପରମେଶ୍ୱର, ମୃତ୍ୟୁ ଦଣ୍ଡରୁ ମୋତେ ରକ୍ଷା କର। ହେ ମୋର ପରମେଶ୍ୱର, ଆପଣ ହେଉଛନ୍ତି ଏକମାତ୍ର ଯେକି ମୋତେ ରକ୍ଷା କରି ପାରିବେ! ତୁମ୍ଭେ ମୋ’ ପାଇଁ କରିଥିବା ଧର୍ମ ବିଷୟର କାର୍ଯ୍ୟସବୁ ମୁଁ ଗାନ କରିବି।


ତା'ପରେ ଯିହୋଶୂୟ ଆଖ‌ନ୍‌କୁ କହିଲେ, “ହେ ମୋହର ପୁତ୍ର, ବିନୟ କରୁଅଛି, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଗୌରବ ଦିଅ ଓ ତାହାଙ୍କ ନିକଟରେ ସ୍ୱୀକାର କର, ତୁମ୍ଭେ କ’ଣ କରିଛ ମୋତେ କୁହ ସେ କଥା ଲୁଗ୍ଭଅ ନାହିଁ।”


ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେମାନେ ଅଲୌକିକ ଓ ଆଶ୍ଚର୍ଯ୍ୟଜନକ କାର୍ଯ୍ୟମାନ ନ ଦେଖିଲେ ତୁମ୍ଭେମାନେ ମୋତେ ବିଶ୍ୱାସ କରିବ ନାହିଁ।”


“ଜଣେ ପବିତ୍ର ସ୍ୱର୍ଗଦୂତ ଏହି ଦଣ୍ତ ଘୋଷଣା କଲେ। ସମସ୍ତ ଲୋକ ଏହା ଜାଣିବେ ଯେ, ମନୁଷ୍ୟମାନଙ୍କ ଉପରେ ସର୍ବୋପରିସ୍ଥ ପରମେଶ୍ୱର ଶାସନ କରନ୍ତି, ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି। ପରମେଶ୍ୱର ନମ୍ର ଲୋକକୁ ରାଜ୍ୟ ଶାସନ ପାଇଁ ନିଯୁକ୍ତ କରନ୍ତି। ତେଣୁ ପୃଥିବୀର ଜୀବିତ ଲୋକମାନେ ତାଙ୍କର ଏ ମହିମା ଜାଣିବେ।


“ହେ ମହାରାଜ, ଏଥିର ଅର୍ଥ ଏହି। ଆଉ ସର୍ବୋପରିସ୍ଥ ମୋର ସଦାପ୍ରଭୁ ମହାରାଜାଙ୍କ ପ୍ରତି ଏହା ଘଟିବ ବୋଲି ନିରୂପଣ କରିଛନ୍ତି।


ତୁମ୍ଭେ ମନୁଷ୍ୟମାନଙ୍କ ସଙ୍ଗ ମଧ୍ୟରୁ ବିତାଡ଼ିତ ହେବ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସହିତ ବାସ କରିବ ଏବଂ ଆଉ ତୁମ୍ଭେ ଗୋରୁମାନଙ୍କ ପରି ତୃଣ ଭୋଜନ କରି ବଞ୍ଚିବ ଓ ଆକାଶର କାକରରେ ତିନ୍ତିବ। ଏହିରୂପେ ତୁମ୍ଭ ଉପରେ ସାତ ବର୍ଷ ଅତିକ୍ରମ କରିବ। ଶେଷରେ ତୁମ୍ଭେ ଅନୁଭବ କରିବ ଯେ, ସେ ସର୍ବୋପରିସ୍ଥ ପରମେଶ୍ୱର ଯାହାକୁ ଇଚ୍ଛା କରନ୍ତି, ତାକୁ ରାଜ୍ୟ ଦାନ କରନ୍ତି।


ଅନନ୍ତର ସେହି ସମୟର ଶେଷରେ ମୁଁ ନବୂଖ‌ଦ୍‌ନିତ୍ସର, ସ୍ୱର୍ଗଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କଲି। ସେତେବେଳେ ମୋର ମନ ଠିକ୍ ବାଟକୁ ଆସିଗଲା। ତା'ପରେ ମୁଁ ସର୍ବୋପରିସ୍ଥ ପରମେଶ୍ୱରଙ୍କର ପ୍ରଶଂସା କଲି। ସେହି ଅନନ୍ତ ଜୀବିଙ୍କୁ ଧନ୍ୟବାଦ ଜଣାଇ ସମାଦର କଲି। କାରଣ ତାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ ଓ ତାଙ୍କର ରାଜ୍ୟ ପୁରୁଷାନୁକ୍ରମେ ଥାଏ।


“ହେ ମହାରାଜା, ସର୍ବୋପରିସ୍ଥ ପରମେଶ୍ୱର ଆପଣଙ୍କ ପିତା ନବୂଖ‌ଦ୍‌ନିତ୍ସରଙ୍କୁ ରାଜ୍ୟ, ମହିମା, ଗୌରବ ଓ ପ୍ରତାପ ଦେଲେ।


ସେ ଲୋକମାନଙ୍କୁ ଉଦ୍ଧାର କରନ୍ତି ଓ ରକ୍ଷା କରନ୍ତି। ସେ ସ୍ୱର୍ଗରେ ଓ ପୃଥିବୀରେ ଅ‌‌ଦ୍‌‌ଭୂତ ଓ ଅଲୌକିକ କାର୍ଯ୍ୟ ସମ୍ପାଦନ କରନ୍ତି। ସେ ଦାନିୟେଲଙ୍କୁ ସିଂହମାନଙ୍କଠାରୁ ଉଦ୍ଧାର କରିଅଛନ୍ତି।”


ଏବଂ ସେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ବିରୁଦ୍ଧରେ କଥା କହିବ ଓ ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କୁ ବଧ କରିବ। ଆଉ ସେ ସମୟ ଓ ଆଜ୍ଞାର ପରିବର୍ତ୍ତନ କରିବାକୁ ଚିନ୍ତା କରିବ। ସାଢ଼େ ତିନି ବର୍ଷ ପାଇଁ ସେମାନେ ତା’ ହସ୍ତରେ ସମର୍ପିତ ହେବେ।


କିନ୍ତୁ ହେ ପରମେଶ୍ୱର, ମୋର ଶୟନ ସମୟରେ ତୁମ୍ଭେ ମୋତେ ସ୍ୱପ୍ନରେ ଭୟ ଦେଖାଉଛ। ତା'ପରେ ତୁମ୍ଭେ ମୋତେ ଦର୍ଶନରେ ଡରାଉଛ।


ତୁମ୍ଭେ ପୃଥିବୀର ଯତ୍ନ ନିଅ। ତୁମ୍ଭେ ପୃଥିବୀରେ ବର୍ଷା କରାଇ ଭୂମିକୁ ବହୁତ ଉର୍ବର କରାଅ। ହେ ପରମେଶ୍ୱର, ତୁମ୍ଭେ ଝରଣାରେ ଜଳ ସୃଷ୍ଟି କର। ତୁମ୍ଭେ ଶସ୍ୟକ୍ଷେତ୍ରମାନ ବଢ଼ାଇ ଥାଅ।


ଅନନ୍ତର ନବୂଖ‌ଦ୍‌ନିତ୍ସର ରାଜତ୍ୱର ଦ୍ୱିତୀୟ ବର୍ଷରେ କେତେକ ସ୍ୱପ୍ନ ଦେଖିଲେ। ଏଥିରେ ତାହାର ଆତ୍ମା ଉ‌‌ଦ୍‌‌ବିଗ୍ନ ହେଲା ଓ ସେ ଶୋଇ ପାରିଲେ ନାହିଁ।


Swiv nou:

Piblisite


Piblisite