Biblia Todo Logo
Bib sou entènèt

- Piblisite -




ଦାନିୟେଲ 3:26 - ପବିତ୍ର ବାଇବଲ

26 ତା'ପରେ ନବୂଖ‌ଦ୍‌ନିତ୍ସର ପ୍ରଜ୍ୱଳିତ ଅଗ୍ନିକୁଣ୍ତ ଆଡ଼କୁ ଯାଇ କହିଲା, “ହେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ଦାସ, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋ, ତୁମ୍ଭେମାନେ ଅଗ୍ନିକୁଣ୍ତରୁ ବାହାରି ଆସ।” ତା'ପରେ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋ ଅଗ୍ନି ମଧ୍ୟରୁ ବାହାରି ଆସିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 ସେତେବେଳେ ନବୂଖଦ୍ନିତ୍ସର ପ୍ରଜ୍ଵଳିତ ଅଗ୍ନିକୁଣ୍ତର ମୁଖ ନିକଟକୁ ଯାଇ କହିଲା, ହେ ସର୍ବୋପରିସ୍ଥ ପରମେଶ୍ଵରଙ୍କର ଦାସ, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋ, ତୁମ୍ଭେମାନେ ବାହାର ହୋଇ ଏଠାକୁ ଆସ। ତହିଁରେ ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋ ଅଗ୍ନି ମଧ୍ୟରୁ ବାହାର ହୋଇ ଆସିଲେ।

Gade chapit la Kopi

ଓଡିଆ ବାଇବେଲ

26 ସେତେବେଳେ ନବୂଖଦ୍‍ନିତ୍ସର ପ୍ରଜ୍ୱଳିତ ଅଗ୍ନିକୁଣ୍ଡର ମୁଖ ନିକଟକୁ ଯାଇ କହିଲା, ହେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଦାସ, ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ, ତୁମ୍ଭେମାନେ ବାହାର ହୋଇ ଏଠାକୁ ଆସ। ତହିଁରେ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ ଅଗ୍ନି ମଧ୍ୟରୁ ବାହାର ହୋଇ ଆସିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ସେତେବେଳେ ନବୂଖଦ୍‍ନିତ୍ସର ପ୍ରଜ୍ୱଳିତ ଅଗ୍ନିକୁଣ୍ଡର ମୁଖ ନିକଟକୁ ଯାଇ କହିଲା, “ହେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଦାସ, ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ, ତୁମ୍ଭେମାନେ ବାହାର ହୋଇ ଏଠାକୁ ଆସ। ତହିଁରେ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ ଅଗ୍ନି ମଧ୍ୟରୁ ବାହାର ହୋଇ ଆସିଲେ।”

Gade chapit la Kopi




ଦାନିୟେଲ 3:26
22 Referans Kwoze  

ଯଦି ଆପଣ ଆମ୍ଭମାନଙ୍କୁ ଜ୍ୱଳନ୍ତ ଅଗ୍ନିକୁଣ୍ତରେ ନିକ୍ଷେପ କରନ୍ତି ତେବେ ଯାହାଙ୍କୁ ଆମ୍ଭେମାନେ ସେବା କରୁଅଛୁ ସେହି ପରମେଶ୍ୱର ଆମ୍ଭମାନଙ୍କୁ ରକ୍ଷା କରିବାକୁ ସମର୍ଥ ଅଟନ୍ତି, ଆଉ ହେ ମହାରାଜ, ସେ ଆପଣଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।


ସର୍ବୋପରିସ୍ଥ ପରମେଶ୍ୱର ମୋ’ ପାଇଁ ଯେଉଁ ଆଶ୍ଚର୍ଯ୍ୟ କ୍ରିୟା ସାଧନ କରିଅଛନ୍ତି, ତାହା ସବୁ ପ୍ରଗ୍ଭର କରିବାକୁ ମୁଁ ସୁଖ ବୋଧ କଲି।


ତା'ପରେ ସିଂହାସନ ମଧ୍ୟରୁ ଗୋଟିଏ ଉଚ୍ଚ ଧ୍ୱନି ଆସିଲା। ସେହି ଧ୍ୱନି କହିଲା: “ହେ ପରମେଶ୍ୱରଙ୍କର ସେବକମାନେ! ତୁମ୍ଭେମାନେ ସମସ୍ତେ ଆମ୍ଭମାନଙ୍କର ପରମେଶ୍ୱରଙ୍କର ପ୍ରଶଂସା କର! ହେ କ୍ଷୁଦ୍ର ଓ ମହାନ୍ ଲୋକମାନେ! ତୁମ୍ଭେମାନେ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରଶଂସା କର ଓ ତାହାଙ୍କୁ ସମ୍ମାନ ଦିଅ।”


ତୁମ୍ଭେମାନେ କ’ଣ ଭାବୁଛ ଯେ, ଲୋକେ ମୋତେ ଯେପରି ଗ୍ରହଣ ଓ ସମର୍ଥନ କରନ୍ତି ସେଥିପାଇଁ ମୁଁ ଚେଷ୍ଟା କରୁଛି? ନା! ଜଣେ ପରମେଶ୍ୱର ଅଛନ୍ତି, ମୁଁ କେବଳ ତାହାଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରୁଛି। ମୁଁ ଯଦି ମଣିଷମାନଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରୁଥା’ନ୍ତି, ତେବେ ଖ୍ରୀଷ୍ଟଙ୍କର ସେବକ ହୋଇ ନ ଥା’ନ୍ତି।


ସେ ପାଉଲ ଓ ଆମ୍ଭମାନଙ୍କର ଅନୁସରଣ କଲା ଓ ଜୋ‌ର୍‌‌ରେ କହିଲା, “ଏହି ଲୋକମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ସେବକ। ସେମାନେ ତୁମ୍ଭମାନଙ୍କୁ ମୁକ୍ତିର ପଥ ବିଷୟରେ କହୁଛନ୍ତି।”


ତତ୍ପରେ ଦାନିୟେଲଙ୍କୁ ରାଜା କହିଲେ, “ମୁଁ ଜାଣେ ତୁମ୍ଭର ପରମେଶ୍ୱର ସମସ୍ତ ଈଶ୍ୱରଗଣର ପରମେଶ୍ୱର ଓ ରାଜଗଣର ସଦାପ୍ରଭୁ ଓ ଯେ ଗୁପ୍ତ ବିଷୟଗୁଡ଼ିକର ପ୍ରକାଶକୁ ଆଣନ୍ତି। କାରଣ ତୁମ୍ଭେ ମୋତେ ଏହି ନିଗୂଢ଼ କଥା ପ୍ରକାଶ କରିବାକୁ ସମର୍ଥ ଅଟ।”


ତୁମ୍ଭେମାନେ ତରତର ହୋଇ ଯାଅ ନାହିଁ କିମ୍ବା ତୁମ୍ଭେମାନେ ପଳାତକପରି ପଳାୟନ କରିବ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ଆଗେ ଆଗେ ଗମନ କରିବେ, ଇସ୍ରାଏଲର ପରମେଶ୍ୱର ତୁମ୍ଭମାନଙ୍କର ଅନୁସରଣ କରିବେ।


ସଦାପ୍ରଭୁ ଯିହୋଶୂୟଙ୍କୁ ନିର୍ଦ୍ଦେଶ କରିଥିଲେ, ଲୋକମାନଙ୍କୁ କହିବା ପାଇଁ, ଯାହା ମୋଶା ଯିହୋଶୂୟଙ୍କୁ କହିଥିଲେ। ତେଣୁ ଯାଜକମାନେ ଯେଉଁମାନେ ସଦାପ୍ରଭୁଙ୍କର ସିନ୍ଦୁକ ବହୁଥିଲେ, ସମସ୍ତ ଇସ୍ରାଏଲ ଲୋକମାନେ ନଦୀ ପାର ନ ହେବା ପର୍ଯ୍ୟନ୍ତ, ସେମାନେ ସେହି ନଦୀ ଶଯ୍ୟାରେ ଠିଆ ହୋଇ ରହିଲେ।


ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ନେଇ ଯାଉଥିବା ଯାଜକଗଣ ଦୃଢ଼ ଭାବରେ ଯର୍ଦ୍ଦନ ନଦୀର ମଝିରେ ଅଟକି ଗଲେ, ଯେପର୍ଯ୍ୟନ୍ତ ଇସ୍ରାଏଲର ସମସ୍ତ ଲୋକ ଶୁଖିଲା ଭୂମିରେ ନଦୀ ପାର ହୋଇ ନାହାନ୍ତି।


କିନ୍ତୁ ପାଉଲ ସୈନିକମାନଙ୍କୁ କହିଲେ, “ସେମାନେ ଆମ୍ଭକୁ ବିନା ବିଗ୍ଭରରେ ଜନସାଧାରଣଙ୍କ ସାମନାରେ ମାରିଛନ୍ତି। ଆମ୍ଭେ ରୋମୀୟ ନାଗରିକ। କିନ୍ତୁ ଆମ୍ଭକୁ କାରାଗାରରେ ବନ୍ଦୀ କରି ରଖାଯାଇଛି। ବର୍ତ୍ତମାନ ସେମାନେ ଆମ୍ଭକୁ ଗୋପନରେ ଛାଡ଼ି ଦେବା ପାଇଁ କହୁଛନ୍ତି? ଏହା ଆଦୌ ହୋଇପାରିବ ନାହିଁ।” ତେଣୁ ସେମାନେ ନିଜେ ଆସି ବିଗ୍ଭରକର୍ତ୍ତାମାନଙ୍କୁ କହିଲେ।


ଚିନ୍ତିତ ରାଜା ଦାନିୟେଲଙ୍କୁ ବିଳାପ ସ୍ୱରରେ ଡାକିଲା, “ହେ ଜୀବିତ ପରମେଶ୍ୱରଙ୍କ ସେବକ ଦାନିୟେଲ, ତୁମ୍ଭେ ପ୍ରତିଦିନ ଯେଉଁ ପରମେଶ୍ୱରଙ୍କୁ ସେବା କରୁଅଛ, ସେହି ପରମେଶ୍ୱର ତୁମ୍ଭକୁ ସିଂହମାନଙ୍କଠାରୁ ଉଦ୍ଧାର କରିଛନ୍ତି କି?”


ସେଥିପାଇଁ ମୋର ପ୍ରଭୁ ସଦାପ୍ରଭୁ କୁହନ୍ତି, “ଦେଖ, ମୁଁ ସିୟୋନରେ ଏକ ଭିତ୍ତିମୂଳ ପ୍ରସ୍ତର ସ୍ଥାପନ କରୁଛି, ଏହା ଏକ ପରୀକ୍ଷାସିଦ୍ଧ ପ୍ରସ୍ତର ଓ ବହୁମୂଲ୍ୟବାନ କୋଣ ପ୍ରସ୍ତର। ଏହା ଉପରେ ସବୁକିଛି ଏହି ଗୁରୁତ୍ୱପୂର୍ଣ୍ଣ ପର୍ବତ ଉପରେ ନିର୍ମିତ ହେବ। ଯେକେହି ଏହି ପ୍ରସ୍ତର ଉପରେ ବିଶ୍ୱାସ ରଖେ ସେ ହତାଶ ହେବ ନାହିଁ।


ସେମାନେ ଏହି ଉତ୍ତର ଆମ୍ଭମାନଙ୍କୁ ଦେଲେ, “ଆମ୍ଭେମାନେ ସ୍ୱର୍ଗ ଓ ପୃଥିବୀର ପରମେଶ୍ୱରଙ୍କ ଦାସ, ଆମ୍ଭେ ଏହି ଯେଉଁ ମନ୍ଦିର ନିର୍ମାଣ କରୁଅଛୁ, ଏହା ଅନେକ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା। ଇସ୍ରାଏଲର ଏକ ମହାରାଜ ତାହା ନିର୍ମାଣ କରି ସମାପ୍ତ କରିଥିଲେ।


ଶାଲମର ରାଜା ମ‌ଲ୍‌କୀଷେଦକ ଅବ୍ରାମଙ୍କୁ ସାକ୍ଷାତ କରିବା ପାଇଁ ଗଲେ। ସେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଯାଜକ। ମ‌ଲ୍‌କୀଷେଦକ ରୋଟୀ ଓ ଦ୍ରାକ୍ଷାରସ ଘେନି ଆସିଲେ।


ମୁଁ ଯେଉଁ ପରମେଶ୍ୱରଙ୍କର ସେବା କରେ, ତାହାଙ୍କର ଜଣେ ଦୂତ ଗତକାଲି ରାତିରେ ମୋ’ ପାଖରେ ଠିଆ ହୋଇ କହିଲେ,


କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କୁ ଏକ ଲୁହା ତରଳା ଯାଉଥିବା ଚୁଲ୍ଲାରୁ କାଢ଼ି ଆଣିବା ତୁଲ୍ୟ, ମିଶରରୁ ବାହାର କରି ଆଣିଛନ୍ତି। ଏବଂ ସେ ତୁମ୍ଭମାନଙ୍କୁ ତାଙ୍କର ମୂଲ୍ୟବାନ ଲୋକ ହେବା ପାଇଁ ଆଣିଛନ୍ତି, ତୁମ୍ଭେମାନେ ଯେପରି ଆଜି ହୋଇଛ।


ମନେରଖ ଯେ, ସେମାନେ ତୁମ୍ଭର ଲୋକ ଓ ତୁମ୍ଭେ ସେମାନଙ୍କୁ ମିଶରରୁ ବାହାର କରି ଆଣିଅଛ। ଏହା ଏପରି ସଦୃଶ୍ୟ ଯେ, ତୁମ୍ଭେ ସେମାନଙ୍କୁ ଗରମ ଚୁଲ୍ଲୀରୁ ଟାଣି ଆଣି ରକ୍ଷା କରିଅଛ।


ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିଶରରୁ ଯେତେବେଳେ ଆଣିଲୁ ତାହା ଏକ ଲୌହ ଅଗ୍ନିକୁଣ୍ଡ ସଦୃଶ ନାନା ଦୁଃଖ ଦୁର୍ବିପାକରେ ପୂର୍ଣ୍ଣ ଥିଲା।’ ସେତିକି ବେଳେ ସେମାନଙ୍କୁ ବାହାର କରି ଆଣି ଏହି ଆଦେଶ ଦେଇଥିଲୁ, ‘ତୁମ୍ଭେମାନେ ଆମ୍ଭର ଆଜ୍ଞା ପାଳନ କର। ତାହାହେଲେ ତୁମ୍ଭେମାନେ ଆମ୍ଭର ଲୋକ ହେବ ଓ ଆମ୍ଭେ ତୁମ୍ଭର ପରମେଶ୍ୱର ହେବା।’


ଏବଂ ସେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ବିରୁଦ୍ଧରେ କଥା କହିବ ଓ ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କୁ ବଧ କରିବ। ଆଉ ସେ ସମୟ ଓ ଆଜ୍ଞାର ପରିବର୍ତ୍ତନ କରିବାକୁ ଚିନ୍ତା କରିବ। ସାଢ଼େ ତିନି ବର୍ଷ ପାଇଁ ସେମାନେ ତା’ ହସ୍ତରେ ସମର୍ପିତ ହେବେ।


ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ସେମାନଙ୍କର ଘୋଡ଼ାରେ ଚଢ଼ି ଆମ୍ଭମାନଙ୍କ ମସ୍ତକ ଉପରେ ଯିବାକୁ ଦେଇଛ। ତୁମ୍ଭେ ଅଗ୍ନି ଓ ଜଳ ମଧ୍ୟଦେଇ ଗ୍ଭଲିବାକୁ କହିଛ। କିନ୍ତୁ ତୁମ୍ଭେ ଆମ୍ଭମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଆସିଛ।


ଦାନିୟେଲ ଉତ୍ତର କଲେ, “ହେ ରାଜା ଚିରଜୀବୀ ହୁଅନ୍ତୁ।


Swiv nou:

Piblisite


Piblisite