Biblia Todo Logo
Bib sou entènèt

- Piblisite -




ଦାନିୟେଲ 3:19 - ପବିତ୍ର ବାଇବଲ

19 ଏଥିରେ ନବୂଖ‌ଦ୍‌ନିତ୍ସର ଅତ୍ୟନ୍ତ କ୍ରୋଧାନ୍ୱିତ ହେଲା। ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପ୍ରତିକୂଳରେ ତା'ର ମୁଖ ବିକଟାକାର ହେଲା। ତେଣୁ ସେ ଅଗ୍ନିକୁଣ୍ତକୁ ସାଧାରଣ ଉତ୍ତାପଠାରୁ ସାତଗୁଣ ଉତ୍ତପ୍ତ କରିବାକୁ ଆଜ୍ଞା ଦେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ଏଥିରେ ନବୂଖଦ୍ନିତ୍ସର କୋପରେ ପରିପୂର୍ଣ୍ଣ ହେଲା ଓ ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପ୍ରତିକୂଳରେ ତାହାର ମୁଖ ବିକଟାକାର ହେଲା। ଏଥିପାଇଁ ଅଗ୍ନିକୁଣ୍ତକୁ ସାଧାରଣ ପରିମାଣ ଅପେକ୍ଷା ସାତ ଗୁଣ ଉତ୍ତପ୍ତ କରିବା ପାଇଁ ସେ ଆଜ୍ଞା ଦେଲା।

Gade chapit la Kopi

ଓଡିଆ ବାଇବେଲ

19 ଏଥିରେ ନବୂଖଦ୍‍ନିତ୍ସର କୋପରେ ପରିପୂର୍ଣ୍ଣ ହେଲା ଓ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋର ପ୍ରତିକୂଳରେ ତାହାର ମୁଖ ବିକଟାକାର ହେଲା। ଏଥିପାଇଁ ଅଗ୍ନିକୁଣ୍ଡକୁ ସାଧାରଣ ପରିମାଣ ଅପେକ୍ଷା ସାତ ଗୁଣ ଉତ୍ତପ୍ତ କରିବା ପାଇଁ ସେ ଆଜ୍ଞା ଦେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ଏଥିରେ ନବୂଖଦ୍‍ନିତ୍ସର କୋପରେ ପରିପୂର୍ଣ୍ଣ ହେଲା ଓ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋର ପ୍ରତିକୂଳରେ ତାହାର ମୁଖ ବିକଟାକାର ହେଲା। ଏଥିପାଇଁ ଅଗ୍ନିକୁଣ୍ଡକୁ ସାଧାରଣ ପରିମାଣ ଅପେକ୍ଷା ସାତ ଗୁଣ ଉତ୍ତପ୍ତ କରିବା ପାଇଁ ସେ ଆଜ୍ଞା ଦେଲା।

Gade chapit la Kopi




ଦାନିୟେଲ 3:19
26 Referans Kwoze  

ଏହି ସମ୍ବାଦ ଶୁଣି ନବୂଖ‌ଦ୍‌ନିତ୍ସର କ୍ରୋଧାନ୍ୱିତ ହୋଇ ତାଙ୍କର ଲୋକମାନଙ୍କୁ ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋକୁ ଆଣିବା ପାଇଁ ପଠାଇଲେ। ତେଣୁ ତାଙ୍କର ଲୋକମାନେ ସେମାନଙ୍କୁ ରାଜାଙ୍କର ବିଗ୍ଭରାଳୟ ଛାମୁକୁ ଆଣିଲେ।


ଆମ୍ଭେ ତୁମ୍ଭମାନଙ୍କର ପ୍ରତିକୂଳାଚରଣ କରିବା ଓ ତୁମ୍ଭମାନଙ୍କ ପାପ ସକାଶେ ଆମ୍ଭେ ତୁମ୍ଭମାନଙ୍କୁ ସାତଗୁଣ ଦଣ୍ତିତ କରିବା।


ଅହଙ୍କାରୀ ଓ ଦାମ୍ଭିକ ଲୋକ ନିନ୍ଦକ ନାମରେ ବିଖ୍ୟାତ। ସେ ଆତ୍ମଗର୍ବ ଦେଖାଏ।


ତେବେ ଆମ୍ଭେ କ୍ରୋଧରେ ତୁମ୍ଭମାନଙ୍କର ପ୍ରତିକୂଳାଚରଣ କରିବା ଓ ତୁମ୍ଭମାନଙ୍କ ପାପ ଯୋଗୁଁ ତୁମ୍ଭମାନଙ୍କୁ ସାତଗୁଣ ଶାସ୍ତି ଦେବା।


ଯିହୂଦୀୟ ନେତାମାନେ ଏ କଥା ଶୁଣି ଭୀଷଣ ରାଗିଗଲେ ଓ ପ୍ରେରିତମାନଙ୍କୁ ହତ୍ୟା କରିବା ପାଇଁ ଯୋଜନା କଲେ।


ତହିଁରେ ରାଜା ଭୟଭୀତ ହେଲେ ତାଙ୍କର ମୁଖ ବିବର୍ଣ୍ଣ ହେଲା। ତାଙ୍କର ଆଣ୍ଠୁ ଥରିଲା ଓ ଆଣ୍ଠୁକୁ ଆଣ୍ଠୁ ବାଜିଲା। ତାଙ୍କର ଗୋଡ଼ ଏତେ ଦୁର୍ବଳ ହେଲା ଯେ ସେ ଛିଡ଼ା ହୋଇ ପାରିଲେ ନାହିଁ।


ହେ ପରମେଶ୍ୱର, ଯେତେବେଳେ ତୁମ୍ଭେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ, ଲୋକମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି। ତୁମ୍ଭେ ଆପଣା କ୍ରୋଧ ପ୍ରକାଶ କର ଏବଂ ତିଷ୍ଟି ରହିବା ଲୋକମାନେ ଶକ୍ତିଶାଳୀ ହୁଅନ୍ତୁ।


“ଆଉ ଯଦି ତୁମ୍ଭେମାନେ ପୁନର୍ବାର ଆମ୍ଭର ପ୍ରତିକୂଳାଚରଣ କରିବ, ତେବେ ଆମ୍ଭେ ତୁମ୍ଭମାନଙ୍କୁ ସାତଗୁଣ କ୍ଳେଶ ଦେବା। ତୁମ୍ଭେମାନେ ଯେତେ ଅଧିକ ପାପ କରିବ ସେତେ ଅଧିକ ଦଣ୍ତ ପାଇବ।


“ଏସବୁ ହେଲା ପରେ ଯେବେ ତୁମ୍ଭେ ଆମ୍ଭ ବାକ୍ୟରେ ମନୋଯୋଗ ନ କରିବ ତେବେ ଆମ୍ଭେ ତୁମ୍ଭମାନଙ୍କର ପାପ ଯୋଗୁଁ ତୁମ୍ଭମାନଙ୍କୁ ସାତଗୁଣ ଅଧିକ ଦଣ୍ତ ଦେବା।


ଯିହୂଦୀ ନେତାମାନେ ଏହା ଶୁଣି ସ୍ତିଫାନଙ୍କର ଉପରେ ଭୀଷଣ ରାଗି ଦାନ୍ତ କଡ଼ମଡ଼ କଲେ।


ତା'ପରେ ରାଜା ଦାନିୟେଲଙ୍କ ବିରୁଦ୍ଧରେ ଅଭିଯୋଗକାରୀଙ୍କୁ ଆଣିବାକୁ ଆଜ୍ଞା କଲା। ତେଣୁ ସେମାନଙ୍କର ସ୍ତ୍ରୀମାନଙ୍କୁ ଓ ପିଲାମାନଙ୍କ ସହିତ ସମସ୍ତଙ୍କୁ ଆଣି ସିଂହମାନଙ୍କ ଗୁମ୍ଫାରେ ନିକ୍ଷେପ କଲେ। ତଳେ ନ ପଡ଼ୁଣୁ ସିଂହମାନେ ସେମାନଙ୍କୁ ଭକ୍ଷ୍ୟଣ କରି ସେମାନଙ୍କର ଅସ୍ଥିଗୁଡ଼ିକୁ ଚର୍ବଣ କଲେ।


ଯେଉଁମାନେ ତୁମ୍ଭକୁ କ୍ଳେଶ ଦେଇଛନ୍ତି, ସେହିମାନଙ୍କ ବିପକ୍ଷରେ ଆମ୍ଭେ ଯିବା। ସେମାନେ ତୁମ୍ଭକୁ କହିଛନ୍ତି, ‘ତୁମ୍ଭେ ନଇଁପଡ଼, ଆମ୍ଭେ ତୁମ୍ଭ ଉପରେ ଗମନ କରିବୁ।’ ପୁଣି ତୁମ୍ଭେମାନେ ଭୂମି ଓ ସଡ଼କପରି ପିଠି ପାତି ଦେଇଛ ଏବଂ ସେମାନେ ତୁମ୍ଭମାନଙ୍କ ଉପରେ ଗମନା ଗମନ କରିଛନ୍ତି।”


ରାଜାଙ୍କର କ୍ରୋଧ ମୃତ୍ୟୁର ଦୂତପରି। ମାତ୍ର ଜ୍ଞାନୀଲୋକ ତାହା ଶାନ୍ତ କରେ।


ଆଉ ରାଜା କ୍ରୋଧରେ ଦ୍ରାକ୍ଷାରସ ପାନ ଶାଳାରୁ ଉଠି ରାଜଗୃହର ଉଦ୍ୟାନକୁ ଗଲା। ତହିଁରେ ରାଜାଦ୍ୱାରା ଆପଣାର ଅମଙ୍ଗଳ ନିଶ୍ଚିତ ହୋଇଅଛି, ଏହା ଜାଣି ହାମନ୍ ଏଷ୍ଟର ରାଣୀ ନିକଟରେ ଆପଣା ପ୍ରାଣଭିକ୍ଷା ମାଗିଲା।


ଏହା ପରେ ଯାକୁବ ଜାଣି ପାରିଲେ ଯେ ଲାବନ ପୂର୍ବପରି ତା’ ସହିତ ବ୍ୟବହାର କରୁ ନାହିଁ।


ଏହି କାରଣରୁ ରାଜା କ୍ରୋଧିତ ଓ କୋପାନ୍ୱିତ ହୋଇ ବାବିଲର ସକଳ ବିଦ୍ୱାନ ଲୋକଙ୍କୁ ବଧ କରିବାକୁ ଆଜ୍ଞା ଦେଲେ।


ତା'ପରେ ନବୂଖ‌ଦ୍‌ନିତ୍ସର ଆପଣା ସୈନ୍ୟବାହିନୀ ମଧ୍ୟରୁ କେତେକ ବଳବାନ ସୈନ୍ୟକୁ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋକୁ ବାନ୍ଧି ଜ୍ୱଳନ୍ତ ଅଗ୍ନିକୁଣ୍ତରେ ପକାଇବାକୁ ଆଜ୍ଞା ଦେଲେ।


ଯେତେବେଳେ ହାମନ୍ ଦେଖିଲା ମର୍ଦ୍ଦଖୟ ନତ ହେଲା ନାହିଁ, କି ତାହାକୁ ପ୍ରଣାମ କଲା ନାହିଁ। ସେତେବେଳେ ସେ ଅତି କ୍ରୋଧାନ୍ନିତ ହେଲା।


Swiv nou:

Piblisite


Piblisite