Biblia Todo Logo
Bib sou entènèt

- Piblisite -




ଦାନିୟେଲ 2:6 - ପବିତ୍ର ବାଇବଲ

6 ଆଉ ଯେବେ ତୁମ୍ଭେମାନେ ସ୍ୱପ୍ନ ଓ ତାହାର ଅର୍ଥ ପ୍ରକାଶ କର, ତେବେ ତୁମ୍ଭେମାନେ ମୋ'ଠାରୁ ଉପହାର, ପୁରସ୍କାର ଓ ସମ୍ମାନ ପାଇବ। ଏଣୁ ସେହି ସ୍ୱପ୍ନ ଓ ତାହାର ଅର୍ଥ ମୋତେ କୁହ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ମାତ୍ର ଯେବେ ତୁମ୍ଭେମାନେ ସ୍ଵପ୍ନ ଓ ତହିଁର ଅର୍ଥ ପ୍ରକାଶ କର, ତେବେ ତୁମ୍ଭେମାନେ ମୋʼଠାରୁ ଦାନ, ପାରିତୋଷିକ ଓ ମହାସମାଦର ପାଇବ; ଏଥିପାଇଁ ସେହି ସ୍ଵପ୍ନ ଓ ତହିଁର ଅର୍ଥ ମୋʼ ନିକଟରେ ପ୍ରକାଶ କର।

Gade chapit la Kopi

ଓଡିଆ ବାଇବେଲ

6 ମାତ୍ର ଯଦି ତୁମ୍ଭେମାନେ ସ୍ୱପ୍ନ ଓ ତହିଁର ଅର୍ଥ ପ୍ରକାଶ କର, ତେବେ ତୁମ୍ଭେମାନେ ମୋ’ଠାରୁ ଦାନ, ପୁରସ୍କାର ଓ ମହାସମାଦର ପାଇବ; ଏଥିପାଇଁ ସେହି ସ୍ୱପ୍ନ ଓ ତହିଁର ଅର୍ଥ ମୋ’ ନିକଟରେ ପ୍ରକାଶ କର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ମାତ୍ର ଯଦି ତୁମ୍ଭେମାନେ ସ୍ୱପ୍ନ ଓ ତହିଁର ଅର୍ଥ ପ୍ରକାଶ କର, ତେବେ ତୁମ୍ଭେମାନେ ମୋʼ ଠାରୁ ଦାନ, ପୁରସ୍କାର ଓ ମହାସମାଦର ପାଇବ; ଏଥିପାଇଁ ସେହି ସ୍ୱପ୍ନ ଓ ତହିଁର ଅର୍ଥ ମୋʼ ନିକଟରେ ପ୍ରକାଶ କର।”

Gade chapit la Kopi




ଦାନିୟେଲ 2:6
8 Referans Kwoze  

ଗଣକ, କ‌‌ଲ୍‌‌‌‌ଦୀୟ ଓ ଶୁଭାଶୁଭବାଦୀମାନଙ୍କୁ ତାଙ୍କ ସମ୍ମୁଖକୁ ରାଜା ଡକାଇଲେ। ସେ ବାବିଲନୀୟ ବିଦ୍ୱାନମାନଙ୍କୁ କହିଲେ, “ଯେକେହି ଏହି ଲେଖା ପଢ଼ିପାରିବ ଓ ତାହାର ଅର୍ଥ ବାହାର କରି ପାରିବ, ତାଙ୍କୁ ମୁଁ ବାଇଗଣିଆ ରଙ୍ଗର ବସ୍ତ୍ର ଉପହାର ଦେବି ଓ ତାଙ୍କ କଣ୍ଠରେ ସୁବର୍ଣ୍ଣର ହାର ପିନ୍ଧାଇ ଦେବି। ଆଉ ସେ ରାଜ୍ୟର ତୃତୀୟ ସର୍ବୋଚ୍ଚ ଶାସନକର୍ତ୍ତା ହେବ।”


ତା'ପରେ ରାଜା ଦାନିୟେଲଙ୍କୁ ତାଙ୍କ ରାଜ୍ୟରେ ଏକ ମହାନ କାର୍ଯ୍ୟରେ ନିଯୁକ୍ତି କଲେ ଓ ବହୁମୂଲ୍ୟ ଉପହାରମାନ ଦେଲେ। ଆଉ ବାବିଲ ପ୍ରଦେଶ ଉପରେ ତାଙ୍କୁ ସମସ୍ତ କର୍ତ୍ତୃତ୍ୱ ପଦ ଦେଇ ବାବିଲସ୍ଥ ସବୁ ବିଦ୍ୱାନ ଲୋକଙ୍କ ଉପରେ ତାଙ୍କୁ ପ୍ରଧାନ ଅଧିପତି କଲେ।


ବେ‌‌ଲ୍‌‌‌‌ଶତ୍ସର ଆଜ୍ଞାରେ ଲୋକମାନେ ଦାନିୟେଲଙ୍କୁ ବାଇଗଣିଆ ବସ୍ତ୍ର ପିନ୍ଧାଇଲେ ଓ ତାଙ୍କ କଣ୍ଠରେ ସୁବର୍ଣ୍ଣର ହାର ଦେଲେ। ଆଉ ସେ ରାଜ୍ୟର ତୃତୀୟ ସର୍ବୋଚ୍ଚ ଶାସନକର୍ତ୍ତା ହେବେ ବୋଲି ଘୋଷଣା କଲେ।


ଏଣୁ ତୁମ୍ଭେ ଆପଣା ସ୍ଥାନକୁ ଯାଅ। ତୁମ୍ଭକୁ ଅତି ସମ୍ଭ୍ରାନ୍ତ କରିବାକୁ ଆମ୍ଭର ବିଗ୍ଭର ଥିଲା। ମାତ୍ର ସଦାପ୍ରଭୁ ତୁମ୍ଭକୁ ସମ୍ମାନ ପାଇବାରୁ ବଞ୍ଚିତ କଲେ।”


ବାଲାକ୍ ବିଲିୟମକୁ କହିଲେ, “ମୁଁ ତୁମ୍ଭକୁ ମୋର କୁଳିନମାନଙ୍କ ମାଧ୍ୟମରେ ନିମନ୍ତ୍ରଣ କଲି। କିନ୍ତୁ ତୁମ୍ଭେ ଆସିଲ ନାହିଁ। ମୁଁ କ’ଣ ତୁମ୍ଭକୁ ପୁରସ୍କାର ଦେବାକୁ ସମର୍ଥ ନୁହେଁ କି?”


ତୁମ୍ଭେ ଯଦି ମୋତେ ସାହାଯ୍ୟ କର, ମୁଁ ତୁମ୍ଭକୁ ବହୁତ ଭଲ ଭାବରେ ପୁରସ୍କାର ଦେବି। ତୁମ୍ଭେ ମୋତେ ଯାହା କହିବ ତାହା ମୁଁ କରିବି, ଏଣୁ ପ୍ରାର୍ଥନା କରି ମୁଁ ବିନୟ କରୁଅଛି, ମୋ’ ନିମନ୍ତେ ଏହି ଲୋକମାନଙ୍କୁ ଅଭିଶାପ ଦିଅ।”


ତହୁଁ ମୋୟାବର ଓ ମିଦିୟନର ପ୍ରାଚୀନବର୍ଗ ଉପହାର ନେଇ ଆସିଲେ। ସେମାନେ ବିଲିୟମ ନିକଟରେ ଉପସ୍ଥିତ ହୋଇ ବାଲାକ ଯାହା କହିଥିଲେ ତାହା କହିଲେ।


Swiv nou:

Piblisite


Piblisite