Biblia Todo Logo
Bib sou entènèt

- Piblisite -




ଦାନିୟେଲ 2:44 - ପବିତ୍ର ବାଇବଲ

44 “ଚତୁର୍ଥ ରାଜ୍ୟର ରାଜତ୍ୱ ସମୟରେ ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ। ସେହି ରାଜ୍ୟ ଅନନ୍ତକାଳସ୍ଥାୟୀ ହୋଇ ରହିବ। ଆଉ ମଧ୍ୟ ତାହା ଅନ୍ୟ ହାତକୁ ଯିବ ନାହିଁ। ଆଉ ଏହା ଅନ୍ୟ ସମସ୍ତ ରାଜ୍ୟଗୁଡ଼ିକୁ ଧ୍ୱଂସ କରି ଦେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

44 ପୁଣି, ସେହି ରାଜଗଣର ସମୟରେ ସ୍ଵର୍ଗସ୍ଥ ପରମେଶ୍ଵର ଗୋଟିଏ ରାଜ୍ୟ ସ୍ଥାପନ କରିବେ, ତାହା କଦାଚ ବିନଷ୍ଟ ହେବ ନାହିଁ, କିଅବା ତହିଁର ଆଧିପତ୍ୟ ଅନ୍ୟ ଗୋଷ୍ଠୀର ହସ୍ତରେ ଛଡ଼ା ଯିବ ନାହିଁ; ମାତ୍ର ତାହା ଏହିସବୁ ରାଜ୍ୟକୁ ଖଣ୍ତ ଖଣ୍ତ ଓ ନଷ୍ଟ କରି ଆପେ ଚିରସ୍ଥାୟୀ ହେବ।

Gade chapit la Kopi

ଓଡିଆ ବାଇବେଲ

44 ପୁଣି, ସେହି ରାଜାଗଣର ସମୟରେ ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ, ତାହା କଦାଚ ବିନଷ୍ଟ ହେବ ନାହିଁ, କିଅବା ତହିଁର ଆଧିପତ୍ୟ ଅନ୍ୟ ଗୋଷ୍ଠୀର ହସ୍ତରେ ଛଡ଼ା ଯିବ ନାହିଁ; ମାତ୍ର ତାହା ଏହିସବୁ ରାଜ୍ୟକୁ ଖଣ୍ଡ ଖଣ୍ଡ ଓ ନଷ୍ଟ କରି ଆପେ ଚିରସ୍ଥାୟୀ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

44 ପୁଣି, ସେହି ରାଜାଗଣର ସମୟରେ ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ, ତାହା କଦାପି ବିନଷ୍ଟ ହେବ ନାହିଁ, କିଅବା ତହିଁର ଆଧିପତ୍ୟ ଅନ୍ୟ ଗୋଷ୍ଠୀର ହସ୍ତରେ ଛଡ଼ାଯିବ ନାହିଁ; ମାତ୍ର ତାହା ଏହିସବୁ ରାଜ୍ୟକୁ ଖଣ୍ଡ ଖଣ୍ଡ ଓ ନଷ୍ଟ କରି ଆପେ ଚିରସ୍ଥାୟୀ ହେବ।

Gade chapit la Kopi




ଦାନିୟେଲ 2:44
38 Referans Kwoze  

ତେଣୁ ଯୀଶୁ ସେମାନଙ୍କ ପାଖକୁ ଆସି କହିଲେ, “ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଛି।


ହେ ସଦାପ୍ରଭୁ, ତୁମ୍ଭର ଶାସନ ଅନନ୍ତକାଳସ୍ଥାୟୀ ରହିବ। ତୁମ୍ଭେ ଅନନ୍ତକାଳ ରାଜତ୍ୱ କରିବ। ସଦାପ୍ରଭୁଙ୍କ ଉପରେ ବିଶ୍ୱାସ କରାଯାଇ ପାରିବ, ଯାହା ସେ କୁହନ୍ତି। ସେ କରୁଥିବା ସମସ୍ତ କର୍ମ ଉପରେ ବିଶ୍ୱସ୍ତ।


“ମୁଁ ଆଦେଶ ଦେଲି ଯେ, ମୋର ରାଜ୍ୟସ୍ଥ ସମୁଦାୟ ପ୍ରଦେଶର ସମସ୍ତ ଲୋକମାନେ ଦାନିୟେଲଙ୍କ ପରମେଶ୍ୱରଙ୍କୁ ଭୟ ଓ ଭକ୍ତି କରିବା ଉଚିତ୍। ସେ ଜୀବିତ ପରମେଶ୍ୱର ଓ ନିତ୍ୟସ୍ଥାୟୀ ଅଟନ୍ତି। ତାଙ୍କର ରାଜ୍ୟ ଅବିନାଶୀ ଓ ତାଙ୍କର ପ୍ରଭୁତ୍ୱର ଅନ୍ତ ନାହିଁ।


“ଆମ୍ଭେ ସେହି ନଗରର ‘ପଙ୍ଗୁ’ ଲୋକମାନଙ୍କୁ ଅବଶିଷ୍ଟାଂଶ ରୂପେ ରଖିବା ଓ ବିତାଡ଼ିତ ହୋଇଥିବା ସେହି ଲୋକମାନଙ୍କୁ ପୁଣି ଶକ୍ତିଶାଳୀ ଗୋଷ୍ଠୀରେ ପରିଣତ କରିବା।” ସଦାପ୍ରଭୁ ସେମାନଙ୍କର ରାଜା ହେବେ ଏବଂ ସେ ସିୟୋନ ପର୍ବତ ଉପରେ ଏବେଠାରୁ ଚିରକାଳ ପର୍ଯ୍ୟନ୍ତ ସେମାନଙ୍କ ଉପରେ ଶାସନ କରିବେ।


ସପ୍ତମ ଦୂତ ତାହାଙ୍କ ତୂରୀ ବଜାଇଲେ। ସ୍ୱର୍ଗରେ ଉଚ୍ଚ ସ୍ୱରମାନ ଶୁଣାଗଲା। ସେମାନେ କହିଲେ, “ଏହି ପୃଥିବୀ ବର୍ତ୍ତମାନ ଆମ୍ଭ ପ୍ରଭୁଙ୍କର ଓ ତାହା ଖ୍ରୀଷ୍ଟଙ୍କର ରାଜ୍ୟ ହେଲା। ସେ ଅନନ୍ତକାଳ ନିମନ୍ତେ ରାଜତ୍ୱ କରିବେ।”


ଆଉ ରାଜତ୍ୱ, କର୍ତ୍ତୃତ୍ୱ ଓ ରାଜ୍ୟ ସମୂହର ମହିମା ସର୍ବୋପରିସ୍ଥ ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କୁ ଦତ୍ତ ହେବ। ତାଙ୍କର ରାଜ୍ୟ ଅନନ୍ତ କାଳ ପାଇଁ ସ୍ଥାୟୀ ହେବ ଓ ଅନ୍ୟ ସମସ୍ତ ଶାସକ ଗୋଷ୍ଠୀ ତାଙ୍କର ସେବା କରିବେ ଓ ତାଙ୍କର ଆଜ୍ଞାବହ ହେବେ।’


ଅନନ୍ତର ସେହି ସମୟର ଶେଷରେ ମୁଁ ନବୂଖ‌ଦ୍‌ନିତ୍ସର, ସ୍ୱର୍ଗଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କଲି। ସେତେବେଳେ ମୋର ମନ ଠିକ୍ ବାଟକୁ ଆସିଗଲା। ତା'ପରେ ମୁଁ ସର୍ବୋପରିସ୍ଥ ପରମେଶ୍ୱରଙ୍କର ପ୍ରଶଂସା କଲି। ସେହି ଅନନ୍ତ ଜୀବିଙ୍କୁ ଧନ୍ୟବାଦ ଜଣାଇ ସମାଦର କଲି। କାରଣ ତାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ ଓ ତାଙ୍କର ରାଜ୍ୟ ପୁରୁଷାନୁକ୍ରମେ ଥାଏ।


କାରଣ ଯେଉଁ ଦେଶ ଓ ରାଜା ତୁମ୍ଭର ସେବା କରିବ ନାହିଁ, ସେ ବିନଷ୍ଟ ହେବ। ସେହି ଦେଶଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପ୍ରାପ୍ତ ହେବେ।


ପରମେଶ୍ୱରଙ୍କ ଚମତ୍କାରସବୁ ଶକ୍ତିଶାଳୀ, ଅ‌‌ଦ୍‌‌ଭୂତ ଅଟେ। ସେ ଅନନ୍ତକାଳ ପାଇଁ ଶାସନ କରିବେ ଓ ତାଙ୍କର ରାଜ୍ୟ କେବେ ସମାପ୍ତ ହେବ ନାହିଁ।


ହେ ମହାରାଜ, ଆପଣ ଜଣେ ମହାନ ରାଜା। ସ୍ୱର୍ଗସ୍ଥ ପରମେଶ୍ୱର ଆପଣଙ୍କୁ ରାଜ୍ୟ, ପରାକ୍ରମ, କ୍ଷମତା ଓ ମହିମା ଦେଇଅଛନ୍ତି।


ଶୀଲୋର ଆଗମନ ପର୍ଯ୍ୟନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତା'ର ଚରଣ ଦ୍ୱୟ ମଧ୍ୟରୁ ବିଗ୍ଭରକର୍ତ୍ତାର ଯଷ୍ଟି ଯିବ ନାହିଁ। ତା'ର ନିକଟରେ ଲୋକମାନେ ଅଧୀନତା ସ୍ୱୀକାର କରିବେ।


ମାତ୍ର ସ୍ୱର୍ଗସ୍ଥ ପରମେଶ୍ୱର ହିଁ କେବଳ ନିଗୂଢ଼ ବିଷୟମାନ ପ୍ରକାଶ କରି ପାରିବେ। ଆଉ ପରବର୍ତ୍ତୀ ସମୟରେ ଯାହା ଯାହା ଘଟିବ ତାହା ମଧ୍ୟ ପରମେଶ୍ୱର ନବୂଖ‌ଦ୍‌ନିତ୍ସରଙ୍କୁ ଜଣାଇ ଅଛନ୍ତି। ଏହିସବୁ ଆପଣଙ୍କ ସ୍ୱପ୍ନ ଥିଲା ଏବଂ ଏହି ଗୁଡ଼ିକୁ ଆପଣ ବିଛଣାରେ ଶୋଇଥିବା ବେଳେ ଦେଖିଲେ।


ଏବଂ ମୁଁ ମୋର ଦାସ ଯାକୁବକୁ ଯେଉଁ ଦେଶ ଦେଇଥିଲି ଓ ଯେଉଁଠାରେ ସେମାନଙ୍କ ପୂର୍ବପୁରୁଷଗଣ ବାସ କରୁଥିଲେ, ସେହି ଦେଶରେ ସେମାନେ ବାସ କରିବେ। ସେମାନେ, ସେମାନଙ୍କର ସନ୍ତାନମାନେ ଓ ସେମାନଙ୍କର ସନ୍ତାନମାନଙ୍କର ସନ୍ତାନମାନେ ସଦାକାଳ ସେଠାରେ ବାସ କରିବେ। ଏବଂ ମୋର ଦାସ ଦାଉଦ ସଦାକାଳ ସେମାନଙ୍କର ଅଧିପତି ହେବେ।


“ସେ ଲୌହଦଣ୍ଡରେ ସେମାନଙ୍କୁ ଶାସନ କରିବ। ସେ ସେମାନଙ୍କୁ ମାଟିପାତ୍ର ଭଳି ଭାଙ୍ଗି ଖଣ୍ଡ-ଖଣ୍ଡ କରିଦେବ।”


ଲୋକମାନେ କହିଲେ, “ଆମ୍ଭ ବ୍ୟବସ୍ଥା କୁହେ ଯେ, ଖ୍ରୀଷ୍ଟ ଚିରଦିନ ପାଇଁ ଜୀବିତ ରହିବେ। ତେବେ ତୁମ୍ଭେ କାହିଁକି କହୁଛ ଯେ ‘ମନୁଷ୍ୟପୁତ୍ର ନିଶ୍ଚୟ ଊର୍ଦ୍ଧ୍ୱକୁ ଯିବେ?’ ଏହି ମନୁଷ୍ୟପୁତ୍ର କିଏ?”


“ପୁଣି ସେ ନିଜର କୌଶଳ, ଛଳ, ଜ୍ଞାନ ଓ ମିଥ୍ୟା ବଳରେ ସଫଳକାମୀ ହେବ। ସେ ନିଜ ଅନ୍ତଃକରଣରେ ନିଜକୁ ବଡ଼ ମନେ କରିବ ଓ ନିରାପଦ ସମୟରେ ଅନେକଙ୍କୁ ବିନାଶ କରିବ। ଆଉ ଅଧିପତିଙ୍କର ଅଧିପତିଙ୍କ ପ୍ରତିକୂଳରେ ଠିଆ ହେବ। ମାତ୍ର ସେ ମଣିଷ ହସ୍ତରେ ବିନାଶ ହେବ ନାହିଁ।


ଆପଣ ପ୍ରତିମାଟିକୁ ନିରୀକ୍ଷଣ କରୁଥିବା ସମୟରେ କର୍ତ୍ତିତ ହୋଇ ନ ଥିବା ଏକ ପ୍ରସ୍ତର ଶୂନ୍ୟରେ ଉଡ଼ିଆସି ସେହି ପ୍ରତିମାର ଲୌହ ଓ ମୃତ୍ତିକାମୟ ପାଦକୁ ଆଘାତ କରି ଖଣ୍ତ ବିଖଣ୍ତିତ କଲା।


ଅତଏବ, ଆମ୍ଭେ ଧନ୍ୟବାଦ ଦେବା କଥା ଯେ, ଯେଉଁ ସାମ୍ରାଜ୍ୟ ଆମ୍ଭକୁ ଦିଆଯାଇଛି, ତାହା ଟଳମଳ ହୋଇ ପାରିବ ନାହିଁ। ଆମ୍ଭେ ତାହାଙ୍କୁ ଧନ୍ୟବାଦ ଅର୍ପଣ କରିବା ଉଚିତ୍, ଓ ଏପରି ପଦ୍ଧତିରେ ଉପାସନା କରିବା କଥା ଯେ ସେ ଯେପରି ପ୍ରସନ୍ନ ରହିବେ। ପରମେଶ୍ୱରଙ୍କୁ ଆମ୍ଭେ ଉପାସନା କରିବା, ଓ ଭୟ ସହିତ ତାହାଙ୍କୁ ସମ୍ମାନ କରିବା।


ତା'ପରେ ସଙ୍ଗେ ସଙ୍ଗେ ଲୌହ, ମୃତ୍ତିକା, ପିତ୍ତଳ, ରୂପା ଓ ସୁନା ଖଣ୍ତ ଖଣ୍ତ ହୋଇ ଭାଙ୍ଗି ଗଲା। ଆଉ ସେ ସବୁ ଗ୍ରୀଷ୍ମକାଳୀନ ଖଳାର ତୁଷପରି ହେଲା। ବାୟୁ ସେସବୁକୁ ଉଡ଼ାଇ ନେଇଗଲା ଓ ତା'ର କିଛି ରହିଲା ନାହିଁ। ଆଉ ସେହି ପ୍ରତିମାକୁ ଆଘାତ କରିଥିବା ପ୍ରସ୍ତର ଏକ ପର୍ବତ ପରି ବଢ଼ିଲା ଓ ତାହା ସମୁଦାୟ ପୃଥିବୀକୁ ପରିପୂର୍ଣ୍ଣ କଲା।


କିନ୍ତୁ ଲୌହ ଯେପରି ମୃତ୍ତିକାରେ ସମ୍ପୂର୍ଣ୍ଣ ଭାବରେ ମିଶ୍ରିତ ହୁଏ ନାହିଁ, ସେହିପରି ରାଜ୍ୟଗୁଡ଼ିକର ଲୋକମାନେ ମିଶି ଯିବେ ମାତ୍ର ଏକତ୍ରିତ ହୋଇ ପାରିବେ ନାହିଁ।


ଆମ୍ଭେ ସମସ୍ତ ଦେଶକୁ ଥରାଇ ଦେବା ଏବଂ ସେମାନେ ଧନସମ୍ପଦ ଧରି ତୁମ୍ଭ ନିକଟକୁ ଆସିବେ। ତା'ପରେ ଆମ୍ଭେ ଏହି ମନ୍ଦିରକୁ ମହିମାରେ ପୂର୍ଣ୍ଣ କରିବା।’ ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଛନ୍ତି।


ସେ ମୋ’ ନାମରେ ଏକ ମନ୍ଦିର ନିର୍ମାଣ କରିବ। ଏବଂ ମୁଁ ତା'ର ରାଜ୍ୟକୁ ଚିରଦିନ ପାଇଁ ଶକ୍ତିଶାଳୀ କରିବି।


ତୁମ୍ଭ ପରିବାର ଓ ତୁମ୍ଭ ରାଜତ୍ୱ ଓ ତୁମ୍ଭ ସମ୍ମୁଖରେ ଅନନ୍ତକାଳ ସ୍ଥିରିକୃତ ହେବ। ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ ହେବ।’”


ସେ ଲୋକମାନଙ୍କୁ ଉଦ୍ଧାର କରନ୍ତି ଓ ରକ୍ଷା କରନ୍ତି। ସେ ସ୍ୱର୍ଗରେ ଓ ପୃଥିବୀରେ ଅ‌‌ଦ୍‌‌ଭୂତ ଓ ଅଲୌକିକ କାର୍ଯ୍ୟ ସମ୍ପାଦନ କରନ୍ତି। ସେ ଦାନିୟେଲଙ୍କୁ ସିଂହମାନଙ୍କଠାରୁ ଉଦ୍ଧାର କରିଅଛନ୍ତି।”


ଆମ୍ଭେ ବହୁ ରାଜ୍ୟ ଓ ରାଜାଙ୍କୁ ଓଲଟାଇ ଦେବା, ଆମ୍ଭେ ରାଜ୍ୟର ଅନ୍ୟ ଲୋକମାନଙ୍କର କ୍ଷମତାକୁ ଲୋପ କରିବା, ସେମାନଙ୍କର ରଥ ଓ ଆରୋହୀଙ୍କୁ ଧ୍ୱଂସ କରିବା। ଆମ୍ଭେ ସେମାନଙ୍କର ଯୁଦ୍ଧ ଅଶ୍ୱ ଓ ଆରୋହୀଙ୍କୁ ପରାସ୍ତ କରିବା। ସେ ସୈନିକମାନେ ବର୍ତ୍ତମାନ ପରସ୍ପର ବନ୍ଧୁଭାବରେ ଅଛନ୍ତି। କିନ୍ତୁ ସେମାନେ ପରସ୍ପର ବିରୁଦ୍ଧରେ ଯିବେ ଏବଂ ପରସ୍ପର ଖଣ୍ଡାରେ ହଣାହଣି ହୋଇ ମରିବେ।”


Swiv nou:

Piblisite


Piblisite