Biblia Todo Logo
Bib sou entènèt

- Piblisite -




ଦାନିୟେଲ 2:40 - ପବିତ୍ର ବାଇବଲ

40 ପୁଣି ତାହାପରେ ଚତୁର୍ଥରାଜ୍ୟ ଲୌହପରି ଶକ୍ତିଶାଳୀ ହେବ। ଲୌହ ଯେପରି ସମସ୍ତ ଦ୍ରବ୍ୟକୁ ଖଣ୍ତ ଖଣ୍ତ କରି ଚୂର୍ଣ୍ଣ କରେ, ସେହିପରି ସେ ରାଜ୍ୟ ଅନ୍ୟ ସମସ୍ତ ରାଜ୍ୟକୁ ଖଣ୍ତ ଖଣ୍ତ କରି ଧୂଳିସାତ୍ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

40 ପୁଣି, ଚତୁର୍ଥ ରାଜ୍ୟ ଲୌହ ତୁଲ୍ୟ ଦୃଢ଼ ହେବ; କାରଣ ଲୌହ ଯେପରି ସକଳ ଦ୍ରବ୍ୟ ଖଣ୍ତ ଖଣ୍ତ କରି ଆୟତ୍ତ କରେ ଓ ଲୌହ ଯେପରି ଏହିସବୁକୁ ଚୂର୍ଣ୍ଣ କରେ, ସେପରି ସେହି ରାଜ୍ୟ ଖଣ୍ତ ଖଣ୍ତ କରି ଭାଙ୍ଗି ସବୁ ଚୂର୍ଣ୍ଣ କରିବ।

Gade chapit la Kopi

ଓଡିଆ ବାଇବେଲ

40 ପୁଣି, ଚତୁର୍ଥ ରାଜ୍ୟ ଲୌହ ତୁଲ୍ୟ ଦୃଢ଼ ହେବ; କାରଣ ଲୌହ ଯେପରି ସକଳ ଦ୍ରବ୍ୟ ଖଣ୍ଡ ଖଣ୍ଡ କରି ଆୟତ୍ତ କରେ ଓ ଲୌହ ଯେପରି ଏହିସବୁକୁ ଚୂର୍ଣ୍ଣ କରେ, ସେହିପରି ସେହି ରାଜ୍ୟ ଖଣ୍ଡ ଖଣ୍ଡ କରି ଭାଙ୍ଗି ସବୁ ଚୂର୍ଣ୍ଣ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

40 ପୁଣି, ଚତୁର୍ଥ ରାଜ୍ୟ ଲୌହ ତୁଲ୍ୟ ଦୃଢ଼ ହେବ; କାରଣ ଲୌହ ଯେପରି ସକଳ ଦ୍ରବ୍ୟ ଖଣ୍ଡ ଖଣ୍ଡ କରି ଆୟତ୍ତ କରେ ଓ ଲୌହ ଯେପରି ଏହିସବୁକୁ ଚୂର୍ଣ୍ଣ କରେ, ସେହିପରି ସେହି ରାଜ୍ୟ ଖଣ୍ଡ ଖଣ୍ଡ କରି ଭାଙ୍ଗି ସବୁ ଚୂର୍ଣ୍ଣ କରିବ।

Gade chapit la Kopi




ଦାନିୟେଲ 2:40
12 Referans Kwoze  

“ଏହା ପରେ ମୁଁ ରାତ୍ରିକାଳର ଦର୍ଶନରେ ଦେଖିଲି, ମୋର ସମ୍ମୁଖରେ ଚତୁର୍ଥ ପଶୁ ଥିଲା। ସେ ଅତି ଭୟଙ୍କର, କ୍ଷମତାସମ୍ପନ୍ନ ଓ ଅତିଶୟ ବଳବାନ୍ ଥିଲା ଓ ତାହାର ବଡ଼ ବଡ଼ ଲୌହର ଦାନ୍ତ ଥିଲା। ସେ ଦୋଷୀମାନଙ୍କୁ ଗ୍ରାସ କଲା ଓ ଭାଙ୍ଗି ଚୂର୍ଣ୍ଣ କଲା। ଆଉ ଅବଶିଷ୍ଟ ଯାହା ରହିଲା ତାହା ପଦତଳେ ଦଳିତ କଲା। ସେ ପୂର୍ବବର୍ତ୍ତୀ ସବୁ ପଶୁମାନଙ୍କଠାରୁ ଭିନ୍ନ ଥିଲା ଓ ତାହାର ଦଶ ଗୋଟି ଶିଙ୍ଗ ଥିଲା।


ଯଦି ଆମ୍ଭେ ତାକୁ ଏଭଳି କାର୍ଯ୍ୟ କରିବା ପାଇଁ ଛାଡ଼ିଦେବା, ତାହାକୁ ସମସ୍ତେ ବିଶ୍ୱାସ କରିବେ। ତା'ପରେ ରୋମୀୟମାନେ ଆସି ଆମ ମନ୍ଦିର ଓ ଆମ୍ଭ ଜାତି ଉଭୟକୁ ନଷ୍ଟ କରିଦେବେ।”


ସଦାପ୍ରଭୁ ଏହି କଥା କହନ୍ତି: “ଦମ୍ମେଶକର ଲୋକମାନେ କରିଥିବା ଦୋଷାବହ କାର୍ଯ୍ୟ ପାଇଁ ଆମ୍ଭେ ନିଶ୍ଚିତ ଭାବରେ ସେମାନଙ୍କୁ ଦଣ୍ତ ଦେବା। କାରଣ ସେମାନେ ଶସ୍ୟ ଦଳନ ଲୌହ ଯନ୍ତ୍ରରେ ଗିଲିୟଦର ଲୋକମାନଙ୍କୁ ଦଳନ କରିଥିଲେ।


ପୁଣି ବାଷଠି ସପ୍ତାହ ପରେ ଅଭିଷିକ୍ତ ବ୍ୟକ୍ତି ଉଚ୍ଛିନ୍ନ ଓ ଅକିଞ୍ଚନ ହେବେ। ଆଉ ଆଗାମୀ ଅଧିପତିର ଲୋକମାନେ ନଗର ଓ ପବିତ୍ର ସ୍ଥାନ ନଷ୍ଟ କରିବେ। ବନ୍ୟାରେ ତାହା ଶେଷ ହେବ। ପୁଣି ଶେଷ ପର୍ଯ୍ୟନ୍ତ ଯୁଦ୍ଧ ହେବ। ଆଉ ପରମେଶ୍ୱର ସେ ସ୍ଥାନର ସମ୍ପୂର୍ଣ୍ଣ ବିନାଶ ପାଇଁ ଆଦେଶ କରିଛନ୍ତି।


ସେ ବଳରେ ଅତି ପରାକ୍ରମୀ ହେବ। ମାତ୍ର ତାହାର ନିଜ ବଳରେ ନୁହେଁ। ସେ ଭୟଙ୍କର ବିନାଶର କାରଣ ହେବ ଓ ଶକ୍ତିଶାଳୀ ହୋଇ ସ୍ୱେଚ୍ଛାଗ୍ଭରୀ ଭାବରେ କାର୍ଯ୍ୟ କରିବ। ଆଉ ସେ ପରାକ୍ରମୀ ଓ ପବିତ୍ର ଲୋକମାନଙ୍କୁ ବିନାଶ କରିବ।


ତାହାର ଗୋଡ଼ଗୁଡ଼ିକ ଲୌହରେ ନିର୍ମିତ ହୋଇଥିଲା ଓ ପାଦର କିଛି ଅଂଶ ଲୌହରେ ଓ କିଛି ଅଂଶ ମୃତ୍ତିକାରେ ତିଆରି ହୋଇଥିଲା।


“ହେ ଯିରିମିୟ, ତୁମ୍ଭେ ଜାଣ ଯେ, ଲୁହା ଭାଙ୍ଗିବା ଅସମ୍ଭବ। ନିର୍ଦ୍ଦିଷ୍ଟ ଭାବରେ ଉତ୍ତର ଦେଶୀୟ ଲୌହ ଓ ପିତ୍ତଳକୁ।


ପରମେଶ୍ୱର ମୋତେ ଚକଟି ଦେବା ପାଇଁ ଝଡ଼ ପଠାଇବେ, କୌଣସି କାରଣ ନ ଥାଇ ସେ ମୋତେ ଅଧିକ ଆଘାତ କରିବେ।


“ପୁଣି ଆପଣଙ୍କ ପରେ ଆପଣଙ୍କଠାରୁ ଏକ ନ୍ୟୁନ ରାଜ୍ୟ ଉଠିବ ଓ ତାହା ହେଉଛି ରୌପ୍ୟମୟ ଅଂଶ ଓ ତାହାପରେ ପିତ୍ତଳମୟ ତୃତୀୟ ଏକ ରାଜ୍ୟ ଉଠିବ, ତାହା ସମଗ୍ର ପୃଥିବୀ ଉପରେ କର୍ତ୍ତୃତ୍ୱ କରିବ।


“ଆପଣ ଯେପରି ଦେଖିଲେ ସେ ପାଦ ଓ ପାଦର ଅଙ୍ଗୁଳି ଆଂଶିକ ଲୌହମୟ ଓ ଆଂଶିକ ମୃତ୍ତିକାମୟ ଥିଲା। ସେହିପରି ସେ ରାଜ୍ୟ ବିଭକ୍ତ ହେବ। ମାତ୍ର ତହିଁରେ ଲୌହର ଦୃଢ଼ତା ରହିବ କାରଣ କର୍ଦ୍ଦମରେ ଲୌହ ମିଶ୍ରିତ ଥିବାର ଆପଣ ଦେଖିଲେ।


Swiv nou:

Piblisite


Piblisite