Biblia Todo Logo
Bib sou entènèt

- Piblisite -




ଦାନିୟେଲ 2:39 - ପବିତ୍ର ବାଇବଲ

39 “ପୁଣି ଆପଣଙ୍କ ପରେ ଆପଣଙ୍କଠାରୁ ଏକ ନ୍ୟୁନ ରାଜ୍ୟ ଉଠିବ ଓ ତାହା ହେଉଛି ରୌପ୍ୟମୟ ଅଂଶ ଓ ତାହାପରେ ପିତ୍ତଳମୟ ତୃତୀୟ ଏକ ରାଜ୍ୟ ଉଠିବ, ତାହା ସମଗ୍ର ପୃଥିବୀ ଉପରେ କର୍ତ୍ତୃତ୍ୱ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

39 ପୁଣି, ଆପଣଙ୍କ ଉତ୍ତାରେ ଆପଣଙ୍କଠାରୁ ନ୍ୟୂନ ଆଉ ଗୋଟିଏ ରାଜ୍ୟ ଉଠିବ ଓ ତହିଁ ଉତ୍ତାରେ ପିତ୍ତଳମୟ ତୃତୀୟ ଏକ ରାଜ୍ୟ ଉଠିବ, ତାହା ସମୁଦାୟ ପୃଥିବୀ ଉପରେ କର୍ତ୍ତୃତ୍ଵ କରିବ।

Gade chapit la Kopi

ଓଡିଆ ବାଇବେଲ

39 ପୁଣି, ଆପଣଙ୍କ ଉତ୍ତାରେ ଆପଣଙ୍କଠାରୁ ନ୍ୟୁନ ଆଉ ଗୋଟିଏ ରାଜ୍ୟ ଉଠିବ ଓ ତହିଁ ଉତ୍ତାରେ ପିତ୍ତଳମୟ ତୃତୀୟ ଏକ ରାଜ୍ୟ ଉଠିବ, ତାହା ସମୁଦାୟ ପୃଥିବୀ ଉପରେ କର୍ତ୍ତୃତ୍ୱ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

39 ପୁଣି, ଆପଣଙ୍କ ଉତ୍ତାରେ ଆପଣଙ୍କଠାରୁ ନ୍ୟୂନ ଆଉ ଗୋଟିଏ ରାଜ୍ୟ ଉଠିବ ଓ ତହିଁ ଉତ୍ତାରେ ପିତ୍ତଳମୟ ତୃତୀୟ ଏକ ରାଜ୍ୟ ଉଠିବ, ତାହା ସମୁଦାୟ ପୃଥିବୀ ଉପରେ କର୍ତ୍ତୃତ୍ୱ କରିବ।

Gade chapit la Kopi




ଦାନିୟେଲ 2:39
14 Referans Kwoze  

ସେହି ପ୍ରତିମାର ମସ୍ତକ ଶୁଦ୍ଧ ସୁବର୍ଣ୍ଣମୟ, ତାହାର ବକ୍ଷ ଓ ବାହୁ ରୌପ୍ୟମୟ ଓ ତାହାର ଉଦର ଓ ଜଙ୍ଘ ପିତ୍ତଳମୟ ଥିଲା।


ଆମ୍ଭେ କୋରସ୍ ବିଷୟରେ କହୁ, “ତୁମ୍ଭେ ଆମ୍ଭ ମେଷପାଳକ, ତୁମ୍ଭେ ଆମ୍ଭର ମଙ୍ଗଳ କରିବ। ତୁମ୍ଭେ ଯିରୁଶାଲମ ‘ପୁନଃନିର୍ମିତ ହେବ ବୋଲି କହିବ।’ ପୁଣି ମନ୍ଦିରର ‘ମୂଳଦୁଆ ସ୍ଥାପିତ ହେବ ବୋଲି ତୁମ୍ଭେ କହିବ।’”


ତେଣୁ ସେ କହିଲେ, “ହେ ଦାନିୟେଲ, ଆମ୍ଭେ ତୁମ୍ଭ ନିକଟକୁ କାହିଁକି ଆସିଅଛୁ ତୁମ୍ଭେ ଜାଣକି? ଏବେ ଆମ୍ଭେ ପାରସ୍ୟର ଅଧିପତି ସଙ୍ଗେ ଯୁଦ୍ଧ କରିବାକୁ ଫେରିଯିବା। ଆଉ ଆମ୍ଭେ ଗଲାପରେ ଗ୍ରୀ‌‌ସ୍‌‌ର ଅଧିପତି ଆସିବ।


“ତୁମ୍ଭେ ମେଷର ଯେଉଁ ଦୁଇ ଶିଙ୍ଗ ଦେଖିଲ ସେଥିରୁ ଜଣେ ମାଦୀୟ ଓ ଅନ୍ୟ ଜଣେ ପାରସିକ ରାଜା।


କୃଷ୍ଣବର୍ଣ୍ଣ ଅଶ୍ୱଗୁଡ଼ିକ ଦ୍ୱାରା ଟଣାଯାଉଥିବା ରଥ ଉତ୍ତର ଦିଗର ଦେଶ ଆଡ଼କୁ ଯିବେ, ଲାଲ ଅଶ୍ୱଗୁଡ଼ିକ ଦ୍ୱାରା ଟଣାଯାଉଥିବା ରଥ ପୂର୍ବ ଦିଗର ଦେଶ ଆଡ଼େ, ଧଳା ଘୋଡ଼ାଗୁଡ଼ିକ ଦ୍ୱାରା ଟଣାଯାଉଥିବା ପଶ୍ଚିମ ଦିଗର ଦେଶଆଡ଼େ ଓ ପାଣ୍ତୁର ଅଶ୍ୱଗୁଡ଼ିକ ଦ୍ୱାରା ଟଣାଯାଉଥିବା ରଥ ଦକ୍ଷିଣ ଦିଗର ଦେଶଆଡ଼େ ଯିବେ।”


ଧଳା ଅଶ୍ୱଗୁଡ଼ିକ ତୃତୀୟ ରଥକୁ ଓ ଚିତ୍ରବିଚିତ୍ର ଅଶ୍ୱଗୁଡ଼ିକ ଚତୁର୍ଥ ରଥକୁ ଟାଣୁଥିଲେ। ସେଗୁଡ଼ିକ ଶକ୍ତିଶାଳୀ ଅଶ୍ୱ ଥିଲେ।


“ଆଉ ସେ ମୋତେ ବୁଝାଇ କହିଲେ, ‘ଚତୁର୍ଥ ପଶୁ ପୃଥିବୀର ଚତୁର୍ଥ ରାଜ୍ୟ ହେବ, ତାହା ଅନ୍ୟ ସମସ୍ତ ରାଜ୍ୟଠାରୁ ଭିନ୍ନ ହେବ ଓ ସମୁଦାୟ ପୃଥିବୀକୁ ଗ୍ରାସ କରିବ। ଆଉ ପାଦରେ ଦଳି ଖଣ୍ତ ଖଣ୍ତ କରି ତାହା ଭାଙ୍ଗି ପକାଇବ।


ପୃଥିବୀସ୍ଥ ମନୁଷ୍ୟ, ତନ୍ମଧ୍ୟସ୍ଥ ଭୂଚର ପଶୁଗଣ ଓ ଆକାଶର ପକ୍ଷୀଗଣ ପରମେଶ୍ୱରଙ୍କ ଶକ୍ତିଦ୍ୱାରା ତୁମ୍ଭର ଶାସନାଧୀନ ଅଟନ୍ତି। ଆଉ ସେମାନଙ୍କ ଉପରେ ଆପଣଙ୍କୁ କର୍ତ୍ତୃତ୍ୱ ଦେଇଅଛନ୍ତି। ଆପଣ ହିଁ ସେହି ପ୍ରତିମାର ସୁବର୍ଣ୍ଣମୟ ମସ୍ତକ ଅଟନ୍ତି।


ପୁଣି ତାହାପରେ ଚତୁର୍ଥରାଜ୍ୟ ଲୌହପରି ଶକ୍ତିଶାଳୀ ହେବ। ଲୌହ ଯେପରି ସମସ୍ତ ଦ୍ରବ୍ୟକୁ ଖଣ୍ତ ଖଣ୍ତ କରି ଚୂର୍ଣ୍ଣ କରେ, ସେହିପରି ସେ ରାଜ୍ୟ ଅନ୍ୟ ସମସ୍ତ ରାଜ୍ୟକୁ ଖଣ୍ତ ଖଣ୍ତ କରି ଧୂଳିସାତ୍ କରିବ।


ଆଉ ସେ ଛାଗ ହେଉଛି ଯବନ ଦେଶର ରାଜା। ସେହି ଛାଗର ଦୁଇ ଚକ୍ଷୁ ମଧ୍ୟରେ ଥିବା ବୃହତ୍ ଶିଙ୍ଗଟି ପ୍ରଥମ ରାଜା।


Swiv nou:

Piblisite


Piblisite