Biblia Todo Logo
Bib sou entènèt

- Piblisite -




ଦାନିୟେଲ 2:35 - ପବିତ୍ର ବାଇବଲ

35 ତା'ପରେ ସଙ୍ଗେ ସଙ୍ଗେ ଲୌହ, ମୃତ୍ତିକା, ପିତ୍ତଳ, ରୂପା ଓ ସୁନା ଖଣ୍ତ ଖଣ୍ତ ହୋଇ ଭାଙ୍ଗି ଗଲା। ଆଉ ସେ ସବୁ ଗ୍ରୀଷ୍ମକାଳୀନ ଖଳାର ତୁଷପରି ହେଲା। ବାୟୁ ସେସବୁକୁ ଉଡ଼ାଇ ନେଇଗଲା ଓ ତା'ର କିଛି ରହିଲା ନାହିଁ। ଆଉ ସେହି ପ୍ରତିମାକୁ ଆଘାତ କରିଥିବା ପ୍ରସ୍ତର ଏକ ପର୍ବତ ପରି ବଢ଼ିଲା ଓ ତାହା ସମୁଦାୟ ପୃଥିବୀକୁ ପରିପୂର୍ଣ୍ଣ କଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

35 ଏଥିରେ ଲୌହ, ମୃତ୍ତିକା, ପିତ୍ତଳ, ରୂପା ଓ ସୁନା ଏକ ସଙ୍ଗରେ ଖଣ୍ତ ଖଣ୍ତ ହୋଇ ଭଙ୍ଗା ଗଲା, ଆଉ ଗ୍ରୀଷ୍ମକାଳୀନ ଖଳାର ତୁଷ ପରି ହେଲା; ଆଉ, ବାୟୁ ସେସବୁକୁ ଉଡ଼ାଇ ନେଇଗଲା ଓ ସେସବୁର ପାଇଁ ଆଉ ସ୍ଥାନ ମିଳିଲା ନାହିଁ; ପୁଣି, ସେହି ପ୍ରତିମାକୁ ଆଘାତ କଲା ଯେଉଁ ପ୍ରସ୍ତର, ତାହା ବଢ଼ି ଏକ ମହାପର୍ବତ ହେଲା, ଆଉ ସମୁଦାୟ ପୃଥିବୀକି ପରିପୂର୍ଣ୍ଣ କଲା।

Gade chapit la Kopi

ଓଡିଆ ବାଇବେଲ

35 ଏଥିରେ ଲୌହ, ମୃତ୍ତିକା, ପିତ୍ତଳ, ରୂପା ଓ ସୁନା ଏକ ସଙ୍ଗରେ ଖଣ୍ଡ ଖଣ୍ଡ ହୋଇ ଭଙ୍ଗା ଗଲା, ଆଉ ଗ୍ରୀଷ୍ମକାଳୀନ ଖଳାର ତୁଷ ପରି ହେଲା; ଆଉ, ବାୟୁ ସେସବୁକୁ ଉଡ଼ାଇ ନେଇଗଲା ଓ ସେସବୁର ପାଇଁ ଆଉ ସ୍ଥାନ ମିଳିଲା ନାହିଁ; ପୁଣି, ସେହି ପ୍ରତିମାକୁ ଆଘାତ କଲା ଯେଉଁ ପ୍ରସ୍ତର, ତାହା ବଢ଼ି ଏକ ମହାପର୍ବତ ହେଲା, ଆଉ ସମୁଦାୟ ପୃଥିବୀକୁ ପରିପୂର୍ଣ୍ଣ କଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

35 ଏଥିରେ ଲୌହ, ମୃତ୍ତିକା, ପିତ୍ତଳ, ରୂପା ଓ ସୁନା ଏକସଙ୍ଗରେ ଖଣ୍ଡ ଖଣ୍ଡ ହୋଇ ଭଙ୍ଗା ଗଲା, ଆଉ ଗ୍ରୀଷ୍ମକାଳୀନ ଖଳାର ତୁଷ ପରି ହେଲା; ଆଉ, ବାୟୁ ସେସବୁକୁ ଉଡ଼ାଇ ନେଇଗଲା ଓ ସେସବୁର ପାଇଁ ଆଉ ସ୍ଥାନ ମିଳିଲା ନାହିଁ; ପୁଣି, ସେହି ପ୍ରତିମାକୁ ଆଘାତ କଲା ଯେଉଁ ପ୍ରସ୍ତର, ତାହା ବଢ଼ି ଏକ ମହାପର୍ବତ ହେଲା, ଆଉ ସମୁଦାୟ ପୃଥିବୀକୁ ପରିପୂର୍ଣ୍ଣ କଲା।

Gade chapit la Kopi




ଦାନିୟେଲ 2:35
28 Referans Kwoze  

ଆଉ ଅଳ୍ପ ଦିନପରେ ଦୁଷ୍ଟ ଲୋକମାନେ ନ ଥିବେ। ତୁମ୍ଭେ ସେମାନଙ୍କୁ ଖୋଜିଲେ ବି ଆଉ ପାଇବ ନାହିଁ, କାରଣ ସେମାନେ ଆଉ ନ ଥିବେ।


ତା'ପରେ ମୁଁ ଗୋଟିଏ ବିରାଟ ଶୁଭ୍ର ସିଂହାସନ ଦେଖିଲି। ମୁଁ ଜଣେ ବ୍ୟକ୍ତିଙ୍କୁ ସେହି ସିଂହାସନରେ ବସିଥିବାର ଦେଖିଲି। ଆକାଶ ଓ ପୃଥିବୀ ତାହାଙ୍କ ପାଖରୁ ଦୌଡ଼ି ଗ୍ଭଲିଗଲେ ଓ ଉଭେଇ ଗଲେ।


ସେଥିପାଇଁ ସେହି ଲୋକମାନେ ଶୀଘ୍ର ଅଦୃଶ୍ୟ ହେବେ। ସେମାନେ ସକାଳର କୁହୁଡ଼ି ସଦୃଶ ଶୀଘ୍ର ଦେଖା ଦେବେ ଓ ଶୀଘ୍ର ଅଦୃଶ୍ୟ ହୋଇଯିବେ। ଇସ୍ରାଏଲୀୟମାନେ ଅଗାଡ଼ି ଖଳାରୁ ଉଡ଼ିଗଲା ପରି ଉଡ଼ିଯିବେ। ଚିମିନିରୁ ଧୂଆଁ ବାହାରି ଅଦୃଶ୍ୟ ହେଲାପରି ସେମାନେ ଅଦୃଶ୍ୟ ହୋଇଯିବେ।


କୌଣସି ବ୍ୟକ୍ତି ଅନ୍ୟକୁ ଆଘାତ କରିବ ନାହିଁ। ମୋର ପବିତ୍ର ପର୍ବତରେ କୌଣସି ବ୍ୟକ୍ତି ଅନିଷ୍ଟ ଚିନ୍ତା କରିବ ନାହିଁ। କାରଣ ସଦାପ୍ରଭୁଙ୍କ ବିଷୟରେ ସେମାନଙ୍କ ପରିପୂର୍ଣ୍ଣ ଜ୍ଞାନ ହେବ। ସମୁଦ୍ର ଯେପରି ଜଳରେ ପରିପୂର୍ଣ୍ଣ ପୃଥିବୀ ସେହିପରି ସଦାପ୍ରଭୁ ବିଷୟକ ଜ୍ଞାନରେ ପରିପୂର୍ଣ୍ଣ ହେବ।


କିନ୍ତୁ ବିଶାଳ ସାପ ଅଧିକ ବଳଶାଳୀ ନ ଥିବାରୁ ସେ ଓ ତାହାର ଦୂତମାନେ ପରାସ୍ତ ହେଲେ ଓ ସ୍ୱର୍ଗରେ ସ୍ଥାନ ହରାଇଲେ।


ସପ୍ତମ ଦୂତ ତାହାଙ୍କ ତୂରୀ ବଜାଇଲେ। ସ୍ୱର୍ଗରେ ଉଚ୍ଚ ସ୍ୱରମାନ ଶୁଣାଗଲା। ସେମାନେ କହିଲେ, “ଏହି ପୃଥିବୀ ବର୍ତ୍ତମାନ ଆମ୍ଭ ପ୍ରଭୁଙ୍କର ଓ ତାହା ଖ୍ରୀଷ୍ଟଙ୍କର ରାଜ୍ୟ ହେଲା। ସେ ଅନନ୍ତକାଳ ନିମନ୍ତେ ରାଜତ୍ୱ କରିବେ।”


କିନ୍ତୁ ଯେତେ ଦିନ ପର୍ଯ୍ୟନ୍ତ ପରମେଶ୍ୱର ସମସ୍ତ ଶତ୍ରୁଙ୍କୁ ଖ୍ରୀଷ୍ଟଙ୍କ ପଦତଳେ ନ ରଖିଛନ୍ତି, ସେତେଦିନ ପର୍ଯ୍ୟନ୍ତ ଖ୍ରୀଷ୍ଟ ରାଜତ୍ୱ କରିବେ।


“ସିୟୋନର କନ୍ୟା, ଉଠ ଓ ଏହି ଲୋକଙ୍କୁ ଦଳି ଦିଅ। କାରଣ ଆମ୍ଭେ ତୁମ୍ଭକୁ ଶକ୍ତିଶାଳୀ କରିବା। ଆମ୍ଭେ ବଳଦପରି ତୁମ୍ଭର ଶିଙ୍ଗକୁ ଲୌହ ସଦୃଶ ଓ ଖୁରାକୁ ପିତ୍ତଳ ସଦୃଶ କରିବା। ତୁମ୍ଭେ ତାହାର ସାହାଯ୍ୟରେ ଅନେକ ଗୋଷ୍ଠୀକୁ ଚୂର୍ଣ୍ଣ କରିବ। ସେମାନଙ୍କର ଧନସମ୍ପତ୍ତି ତୁମ୍ଭେ ସଦାପ୍ରଭୁଙ୍କୁ ଅର୍ପଣ କରିବ ଏବଂ ସେମାନଙ୍କର ଧନଭଣ୍ତାର ସମୁଦାୟ ଭୂମଣ୍ତଳର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।”


କିନ୍ତୁ ଯେତେବେଳେ ଗରମ ପବନ ବହେ, ଏହା ମରିଯାଏ। ହଠାତ୍ ତୁମ୍ଭେ କହିପାରିବ ନାହିଁ କେଉଁଠାରେ ଫୁଲ ଫୁଟିଥିଲା ବୋଲି।


ହେ ପ୍ରଭୁ, ତୁମ୍ଭେ ପ୍ରତ୍ୟେକ ଦେଶଗୁଡ଼ିକୁ ସୃଷ୍ଟି କରିଛ। ସେମାନେ ଆସିବେ ଓ ମଥାନତ ହୋଇ ତୁମ୍ଭ ସମ୍ମୁଖରେ ଛିଡ଼ା ହେବେ ଏବଂ ତୁମ୍ଭର ନାମକୁ ପ୍ରଶଂସା କରିବେ।


ସମୁଦାୟ ପୃଥିବୀ ତୁମ୍ଭର ପ୍ରଣାମ କରୁ ଏବଂ ସମୁଦାୟ ଲୋକ ତୁମ୍ଭର ନାମ ପ୍ରଶଂସା ଗାନ କରନ୍ତୁ। ପ୍ରତ୍ୟେକ ବ୍ୟକ୍ତି ଗୀତ ଦ୍ୱାରା ତୁମ୍ଭର ନାମକୁ ପ୍ରଶଂସା କରନ୍ତୁ।” ସେଲା


ସଦାପ୍ରଭୁ ଏ ପୃଥିବୀର ଯେକୌଣସି ସ୍ଥାନରେ ଗ୍ଭହିଁଲେ ଯୁଦ୍ଧ ବନ୍ଦ କରି ପାରିବେ। ଯଦି ସେ ଗ୍ଭହେଁ ସୈନିକର ଧନୁକୁ ଭାଙ୍ଗି ପାରିବେ, ସେ ବର୍ଚ୍ଛାକୁ ଖଣ୍ଡ ଖଣ୍ଡ କରି ପାରିବେ, ସେ ଢାଲକୁ ପୋଡ଼ି ଦେଇ ପାରିବେ।


କିନ୍ତୁ ସେ ଆଜି ନାହିଁ। ମୁଁ ତାଙ୍କୁ ଅନେକ ସ୍ଥାନରେ ଖୋଜିଲି କିନ୍ତୁ ତାଙ୍କୁ ପାଇଲି ନାହିଁ।


ଦୂର ଦୂରାନ୍ତ ଦେଶର ଲୋକମାନେ ସଦାପ୍ରଭୁଙ୍କୁ ସ୍ମରଣ ରଖି ତାଙ୍କ ନିକଟକୁ ଆସନ୍ତୁ। ବିଦେଶର ଲୋକମାନେ ତାଙ୍କୁ ପ୍ରଣାମ କରନ୍ତୁ।


କିନ୍ତୁ ଯେତେବେଳେ ପାଗ ଉତ୍ତପ୍ତ ଓ ଶୁଖିଲା ଥାଏ ଜଳ ପ୍ରବାହିତ ବନ୍ଦ ହୁଏ। ଏବଂ ଝରଣା ଅଦୃଶ୍ୟ ହୋଇଯାଏ।


ହେ ଗୋଷ୍ଠୀସମୂହ, ତୁମ୍ଭେମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ, ମାତ୍ର ତୁମ୍ଭେମାନେ ପରାସ୍ତ ହେବ। ହେ ଦୂର ଦେଶୀୟ ଲୋକମାନେ, ତୁମ୍ଭେମାନେ ଧ୍ୟାନପୂର୍ବକ ଶୁଣ। ତୁମ୍ଭେମାନେ ଯୁଦ୍ଧପାଇଁ ପ୍ରସ୍ତୁତ ହେଲେବି ତୁମ୍ଭେମାନେ ପରାଜିତ ହେବ।


“ଚତୁର୍ଥ ରାଜ୍ୟର ରାଜତ୍ୱ ସମୟରେ ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ। ସେହି ରାଜ୍ୟ ଅନନ୍ତକାଳସ୍ଥାୟୀ ହୋଇ ରହିବ। ଆଉ ମଧ୍ୟ ତାହା ଅନ୍ୟ ହାତକୁ ଯିବ ନାହିଁ। ଆଉ ଏହା ଅନ୍ୟ ସମସ୍ତ ରାଜ୍ୟଗୁଡ଼ିକୁ ଧ୍ୱଂସ କରି ଦେବ।


କିନ୍ତୁ ଆମ୍ଭେ ଯିରୁଶାଲମକୁ ସମସ୍ତ ଦେଶ ପାଇଁ ଏକ ଭାରି ପଥର କରିବା। ଯେଉଁମାନେ ତାକୁ ଉଠାଇବେ, ସେମାନେ ଆଘାତପ୍ରାପ୍ତ ହେବେ। ସେହି ଲୋକମାନେ ପ୍ରକୃତରେ କ୍ଷତବିକ୍ଷତ ହେବେ। କାରଣ ପୃଥିବୀର ସମଗ୍ର ଗୋଷ୍ଠୀ ଯିରୁଶାଲମ ବିରୁଦ୍ଧରେ ଏକତ୍ରିତ ହେବେ।


Swiv nou:

Piblisite


Piblisite