Biblia Todo Logo
Bib sou entènèt

- Piblisite -




ଦାନିୟେଲ 2:34 - ପବିତ୍ର ବାଇବଲ

34 ଆପଣ ପ୍ରତିମାଟିକୁ ନିରୀକ୍ଷଣ କରୁଥିବା ସମୟରେ କର୍ତ୍ତିତ ହୋଇ ନ ଥିବା ଏକ ପ୍ରସ୍ତର ଶୂନ୍ୟରେ ଉଡ଼ିଆସି ସେହି ପ୍ରତିମାର ଲୌହ ଓ ମୃତ୍ତିକାମୟ ପାଦକୁ ଆଘାତ କରି ଖଣ୍ତ ବିଖଣ୍ତିତ କଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

34 ଆପଣ ନିରୀକ୍ଷଣ କରୁ କରୁ ଶେଷରେ ହସ୍ତ ବିନା ଚ୍ଛେଦିତ ଏକ ପ୍ରସ୍ତର ସେହି ପ୍ରତିମାର ଲୌହ ଓ ମୃତ୍ତିକାମୟ ପାଦକୁ ଆଘାତ କରି ଖଣ୍ତ ଖଣ୍ତ କରି ଭାଙ୍ଗି ପକାଇଲା।

Gade chapit la Kopi

ଓଡିଆ ବାଇବେଲ

34 ଆପଣ ନିରୀକ୍ଷଣ କରୁ କରୁ ଶେଷରେ ହସ୍ତ ବିନା ଚ୍ଛେଦିତ ଏକ ପ୍ରସ୍ତର ସେହି ପ୍ରତିମାର ଲୌହ ଓ ମୃତ୍ତିକାମୟ ପାଦକୁ ଆଘାତ କରି ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

34 ଆପଣ ନିରୀକ୍ଷଣ କରୁ କରୁ ଶେଷରେ ହସ୍ତ ବିନା ଚ୍ଛେଦିତ ଏକ ପ୍ରସ୍ତର ସେହି ପ୍ରତିମାର ଲୌହ ଓ ମୃତ୍ତିକାମୟ ପାଦକୁ ଆଘାତ କରି ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଲା।

Gade chapit la Kopi




ଦାନିୟେଲ 2:34
25 Referans Kwoze  

“ପୁଣି ସେ ନିଜର କୌଶଳ, ଛଳ, ଜ୍ଞାନ ଓ ମିଥ୍ୟା ବଳରେ ସଫଳକାମୀ ହେବ। ସେ ନିଜ ଅନ୍ତଃକରଣରେ ନିଜକୁ ବଡ଼ ମନେ କରିବ ଓ ନିରାପଦ ସମୟରେ ଅନେକଙ୍କୁ ବିନାଶ କରିବ। ଆଉ ଅଧିପତିଙ୍କର ଅଧିପତିଙ୍କ ପ୍ରତିକୂଳରେ ଠିଆ ହେବ। ମାତ୍ର ସେ ମଣିଷ ହସ୍ତରେ ବିନାଶ ହେବ ନାହିଁ।


କିନ୍ତୁ ଆମ୍ଭେ ଯିରୁଶାଲମକୁ ସମସ୍ତ ଦେଶ ପାଇଁ ଏକ ଭାରି ପଥର କରିବା। ଯେଉଁମାନେ ତାକୁ ଉଠାଇବେ, ସେମାନେ ଆଘାତପ୍ରାପ୍ତ ହେବେ। ସେହି ଲୋକମାନେ ପ୍ରକୃତରେ କ୍ଷତବିକ୍ଷତ ହେବେ। କାରଣ ପୃଥିବୀର ସମଗ୍ର ଗୋଷ୍ଠୀ ଯିରୁଶାଲମ ବିରୁଦ୍ଧରେ ଏକତ୍ରିତ ହେବେ।


କାରଣ ଯେଉଁ ଦେଶ ଓ ରାଜା ତୁମ୍ଭର ସେବା କରିବ ନାହିଁ, ସେ ବିନଷ୍ଟ ହେବ। ସେହି ଦେଶଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପ୍ରାପ୍ତ ହେବେ।


ଆପଣ ଜାଣନ୍ତି ଯେ, ଆମ୍ଭର ଶରୀରରୂପ ତମ୍ବୁ ଯେଉଁଥିରେ ଆମ୍ଭେ ରହିଛୁ, ତାହା ନଷ୍ଟ ହେବ। ଏପରି ଘଟିଲା ପରେ ପରମେଶ୍ୱରଙ୍କ ସହିତ ବାସ କରିବା ନିମନ୍ତେ ଏକ ଗୃହ ଆମ୍ଭକୁ ଦେବେ। ଏହା ମଣିଷ ଦ୍ୱାରା ନିର୍ମିତ ନୁହେଁ।


ସେ କହିଲେ, “ଏହା ଯିରୁବ୍ବାବିଲଙ୍କ ପ୍ରତି ସଦାପ୍ରଭୁଙ୍କ ବାର୍ତ୍ତା, ‘ଏହା ପରାକ୍ରମ କି ବଳଦ୍ୱାରା ନୁହେଁ, ଆମ୍ଭର ଆତ୍ମାରୁ ଆସିବ।’ ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କୁହନ୍ତି।


ଆଉ ରାଜତ୍ୱ, କର୍ତ୍ତୃତ୍ୱ ଓ ରାଜ୍ୟ ସମୂହର ମହିମା ସର୍ବୋପରିସ୍ଥ ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କୁ ଦତ୍ତ ହେବ। ତାଙ୍କର ରାଜ୍ୟ ଅନନ୍ତ କାଳ ପାଇଁ ସ୍ଥାୟୀ ହେବ ଓ ଅନ୍ୟ ସମସ୍ତ ଶାସକ ଗୋଷ୍ଠୀ ତାଙ୍କର ସେବା କରିବେ ଓ ତାଙ୍କର ଆଜ୍ଞାବହ ହେବେ।’


ସେଥିପାଇଁ ମୋର ପ୍ରଭୁ ସଦାପ୍ରଭୁ କୁହନ୍ତି, “ଦେଖ, ମୁଁ ସିୟୋନରେ ଏକ ଭିତ୍ତିମୂଳ ପ୍ରସ୍ତର ସ୍ଥାପନ କରୁଛି, ଏହା ଏକ ପରୀକ୍ଷାସିଦ୍ଧ ପ୍ରସ୍ତର ଓ ବହୁମୂଲ୍ୟବାନ କୋଣ ପ୍ରସ୍ତର। ଏହା ଉପରେ ସବୁକିଛି ଏହି ଗୁରୁତ୍ୱପୂର୍ଣ୍ଣ ପର୍ବତ ଉପରେ ନିର୍ମିତ ହେବ। ଯେକେହି ଏହି ପ୍ରସ୍ତର ଉପରେ ବିଶ୍ୱାସ ରଖେ ସେ ହତାଶ ହେବ ନାହିଁ।


ତୁମ୍ଭ ଭଳି ବିଶ୍ୱାସୀମାନଙ୍କ ଲାଗି ସେ ପଥରଟି (ଯୀଶୁ) ଅତି ମୂଲ୍ୟବାନ। କିନ୍ତୁ ଯୀଶୁ ଅବିଶ୍ୱାସୀମାନଙ୍କ ଲାଗି: “ଗୃହ ନିର୍ମାଣକାରୀମାନେ ଯେଉଁ ପଥରଟିକୁ ଅଗ୍ରାହ୍ୟ କଲେ ସେହି ପଥରଟି ଅତି ବହୁମୂଲ୍ୟ ପଥର ହୋଇଗଲା।”


ମୁଁ ମଧ୍ୟ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ହେଉଛ ପିତର ଏବଂ ମୁଁ ଏହି ପଥର ଉପରେ ମୋର ମଣ୍ଡଳୀ ତୋଳିବି। ମୃତ୍ୟୁଶକ୍ତି ମୋର ମଣ୍ଡଳୀକୁ ପରାଜିତ କରିବାକୁ ସମର୍ଥ ହୋଇପାରିବ ନାହିଁ।


ନିର୍ମାଣକାରୀମାନେ ଯେଉଁ ପଥର ସବୁ ଅଗ୍ରାହ୍ୟ କଲେ। ତାହା କୋଣର ପ୍ରଧାନ ପଥର ହୋଇଅଛି।


ସେମାନେ ମେଷପାଳକଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ। କିନ୍ତୁ ମେଷଶାବକ ସେମାନଙ୍କୁ ପରାସ୍ତ କରିବେ। କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା। ସେ ଡାକିଥିବା ଲୋକମାନଙ୍କୁ ଅର୍ଥାତ୍ ତାହାଙ୍କର ମନୋନୀତ ଓ ବିଶ୍ୱସ୍ତ ଅନୁଗାମୀମାନଙ୍କ ସହିତ ମିଶି ସେମାନଙ୍କୁ ପରାସ୍ତ କରିବେ।”


ସପ୍ତମ ଦୂତ ତାହାଙ୍କ ତୂରୀ ବଜାଇଲେ। ସ୍ୱର୍ଗରେ ଉଚ୍ଚ ସ୍ୱରମାନ ଶୁଣାଗଲା। ସେମାନେ କହିଲେ, “ଏହି ପୃଥିବୀ ବର୍ତ୍ତମାନ ଆମ୍ଭ ପ୍ରଭୁଙ୍କର ଓ ତାହା ଖ୍ରୀଷ୍ଟଙ୍କର ରାଜ୍ୟ ହେଲା। ସେ ଅନନ୍ତକାଳ ନିମନ୍ତେ ରାଜତ୍ୱ କରିବେ।”


ଖ୍ରୀଷ୍ଟ ମହାପବିତ୍ର ସ୍ଥାନ ଭିତରକୁ ଗଲେ। କିନ୍ତୁ ସେ ମନୁଷ୍ୟ ହସ୍ତନିର୍ମିତ ମହାପବିତ୍ର ସ୍ଥାନକୁ ଗଲେ ନାହିଁ। ଏହି ପରମ ପବିତ୍ର ସ୍ଥାନଟି ପ୍ରକୃତ ସ୍ଥାନର ପ୍ରତିକୃତି ମାତ୍ର। ଯୀଶୁ ସ୍ୱର୍ଗ ଭିତରକୁ ଗଲେ।


ଯୀଶୁ ହେଉଛନ୍ତି ‘ସେହି ପଥର ଯାହାଙ୍କୁ ତୁମ୍ଭେ, ଅତଏବ ନିର୍ମାଣ କର୍ତ୍ତାମାନେ, ହେୟଜ୍ଞାନ କରିଥିଲ। କିନ୍ତୁ ସେହି ପଥର ଆଜି ମୂଖ୍ୟ ପଥର ହୋଇ ପାରିଛି।’


ହଁ, ସେମାନେ ପରମେଶ୍ୱରଙ୍କ ସନ୍ତାନ ହେଲେ। ସେହି ସନ୍ତାନମାନେ ଅନ୍ୟ ଶିଶୁ ପିଲାମାନଙ୍କ ପରି ଶାରୀରିକ ଭାବେ ଜନ୍ମ ହେଲେ ନାହିଁ କିମ୍ବା ପିତା-ମାତାଙ୍କର ଇଚ୍ଛା ଏବଂ ଯୋଜନା ଅନୁସାରେ ଜନ୍ମ ଗ୍ରହଣ କରି ନ ଥିଲେ, କିନ୍ତୁ ପରମେଶ୍ୱରଙ୍କ ନିଜେ ସେମାନଙ୍କୁ ଆପଣା ସନ୍ତାନ କଲେ।


ହେ ଗୋଷ୍ଠୀସମୂହ, ତୁମ୍ଭେମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ, ମାତ୍ର ତୁମ୍ଭେମାନେ ପରାସ୍ତ ହେବ। ହେ ଦୂର ଦେଶୀୟ ଲୋକମାନେ, ତୁମ୍ଭେମାନେ ଧ୍ୟାନପୂର୍ବକ ଶୁଣ। ତୁମ୍ଭେମାନେ ଯୁଦ୍ଧପାଇଁ ପ୍ରସ୍ତୁତ ହେଲେବି ତୁମ୍ଭେମାନେ ପରାଜିତ ହେବ।


ତାହାର ଗୋଡ଼ଗୁଡ଼ିକ ଲୌହରେ ନିର୍ମିତ ହୋଇଥିଲା ଓ ପାଦର କିଛି ଅଂଶ ଲୌହରେ ଓ କିଛି ଅଂଶ ମୃତ୍ତିକାରେ ତିଆରି ହୋଇଥିଲା।


“ହେ ମିଶର, ତୁମ୍ଭେ ମଧ୍ୟ ଅସୁନ୍ନତମାନଙ୍କ ମଧ୍ୟରେ ବିନାଶ ହେବ ଓ ‌‌ଖ‌ଡ଼୍‌ଗରେ ନିହତ ଲୋକମାନଙ୍କ ସହିତ ଶୟନ କରିବ।


ତାହାପରେ ସେ ଆଉ 1,000 ହାତ ମାପିଲେ। ସେତେବେଳେ ତାହା ଏକ ଗଭୀର ନଦୀ ହେଲା ଓ ମୁଁ ତାହା ମଧ୍ୟଦେଇ ଗମନ କରିପାରିଲି ନାହିଁ। କାରଣ ଜଳ ଏତେ ଗଭୀର ଥିଲା ଯେ, ଜଣକୁ ପହଁରିବା ପାଇଁ ପଡ଼ିଥା’ନ୍ତା, କିନ୍ତୁ କେହି ପାର ହୋଇ ପାରିବେ ନାହିଁ।


Swiv nou:

Piblisite


Piblisite