Biblia Todo Logo
Bib sou entènèt

- Piblisite -




ଦାନିୟେଲ 2:31 - ପବିତ୍ର ବାଇବଲ

31 “ହେ ମହାରାଜ, ଆପଣ ସ୍ୱପ୍ନରେ ଏକ ପ୍ରକାଣ୍ତ ପ୍ରତିମା ଦେଖିଲେ। ଏହା ଅତି ପରାକ୍ରମଶାଳୀ ଓ ଅତିଶୟ ତେଜୋବନ୍ତ। ସେହି ପ୍ରତିମା ଆପଣଙ୍କ ସମ୍ମୁଖରେ ଠିଆ ହେଲା ଓ ତହିଁର ଦୃଶ୍ୟ ଭୟଙ୍କର ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

31 ହେ ମହାରାଜ, ଆପଣ ଦେଖୁ ଦେଖୁ ଏକ ପ୍ରକାଣ୍ତ ପ୍ରତିମା ଦେଖିଲେ, ଅତି ବିକ୍ରମୀ ଓ ଅତିଶୟ ତେଜୋବିଶିଷ୍ଟ ସେହି ପ୍ରତିମା ଆପଣଙ୍କ ସମ୍ମୁଖରେ ଠିଆ ହେଲା ଓ ତହିଁର ଦୃଶ୍ୟ ଭୟଙ୍କର ଥିଲା।

Gade chapit la Kopi

ଓଡିଆ ବାଇବେଲ

31 ହେ ମହାରାଜ, ଆପଣ ଦେଖୁ ଦେଖୁ ଏକ ପ୍ରକାଣ୍ଡ ପ୍ରତିମା ଦେଖିଲେ, ଅତି ବିକ୍ରମୀ ଓ ଅତିଶୟ ତେଜୋବିଶିଷ୍ଟ ସେହି ପ୍ରତିମା ଆପଣଙ୍କ ସମ୍ମୁଖରେ ଠିଆ ହେଲା ଓ ତହିଁର ଦୃଶ୍ୟ ଭୟଙ୍କର ଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

31 ହେ ମହାରାଜ, ଆପଣ ଦେଖୁ ଦେଖୁ ଏକ ପ୍ରକାଣ୍ଡ ପ୍ରତିମା ଦେଖିଲେ, ଅତି ବିକ୍ରମୀ ଓ ଅତିଶୟ ତେଜୋବିଶିଷ୍ଟ ସେହି ପ୍ରତିମା ଆପଣଙ୍କ ସମ୍ମୁଖରେ ଠିଆ ହେଲା ଓ ତହିଁର ଦୃଶ୍ୟ ଭୟଙ୍କର ଥିଲା।

Gade chapit la Kopi




ଦାନିୟେଲ 2:31
11 Referans Kwoze  

ବାବିଲୀୟମାନେ ଅନ୍ୟ ଲୋକମାନଙ୍କୁ ଭୟଭୀତ କରାଇବେ। ସେମାନେ ନିଜ ପାଇଁ ଆଇନ୍ ତିଆରି କରିବେ ଏବଂ ନିଜ ପାଇଁ ବ୍ୟବହାର କରିବେ।


ମୁଁ ତୁମ୍ଭମାନଙ୍କ ବିପକ୍ଷରେ ବିଦେଶୀମାନଙ୍କୁ ଆଣିବି, ବାହାର ଦେଶରୁ ନିର୍ଦ୍ଦୟଲୋକମାନଙ୍କୁ ଆଣିବି। ତେଣୁ ସେମାନେ ତୁମ୍ଭର ସୁନ୍ଦର ବସ୍ତୁ ବିପକ୍ଷରେ ଶତ୍ରୁ ଉତ୍ତୋଳନ କରିବେ ଯାହା ତୁମ୍ଭକୁ ତୁମ୍ଭର ଜ୍ଞାନ ଆଣିଦେଇଥିଲା, ଏବଂ ତୁମ୍ଭର ଶୋଭା ବିଧ୍ୱସ୍ତ ହେବ।


ପରମେଶ୍ୱର କୁହନ୍ତି, “ପୃଥିବୀରେ ଅମଙ୍ଗଳ ଘଟିବାର ମୁଁ କାରଣ ହେବି। ମୁଁ ମନ୍ଦାଗ୍ଭରୀଙ୍କୁ ସେମାନଙ୍କର ପାପ ଲାଗି ଦଣ୍ଡ ଦେବି। ଅହଙ୍କାରୀମାନଙ୍କର ଗର୍ବକୁ ଖର୍ବ କରିବି। ବଡ଼ିମା ଦେଖାଉଥିବା ଲୋକମାନଙ୍କର ଦର୍ପ ଚୂର୍ଣ୍ଣ କରିବି।


ତା'ପରେ ଶୟତାନ ତାହାଙ୍କୁ ବହୁତ ଉପରକୁ ନେଇଯାଇ କ୍ଷଣକ ମଧ୍ୟରେ ସାରା ସଂସାରର ସମସ୍ତ ରାଜ୍ୟ ଦେଖାଇଦେଲା।


ତା'ପରେ, ସେ ଯୀଶୁଙ୍କୁ ବହୁତ ଉଚ୍ଚ ପର୍ବତ ଉପରକୁ ନେଇଗଲା ଏବଂ ତାହାଙ୍କୁ ସଂସାରର ସମସ୍ତ ରାଜ୍ୟ ଓ ସେଗୁଡ଼ିକର ଐଶ୍ୱର୍ଯ୍ୟ ଦେଖାଇଲା।


ରାଜା ନବୂଖ‌ଦ୍‌ନିତ୍ସର ଷାଠିଏ ହାତ ଉଚ୍ଚ ଓ ଛଅହାତ ପ୍ରସ୍ଥ ଏକ ସୁବର୍ଣ୍ଣମୟ ପ୍ରତିମା ନିର୍ମାଣ କଲା। ସେ ପ୍ରତିମାଟିକୁ ବାବିଲ ପ୍ରଦେଶର ଦୂରା ନାମକ ପଦାରେ ସ୍ଥାପନ କଲା।


ଆଉ ସେହି ସମୟରେ ପରମେଶ୍ୱର ମୋର ଉତ୍ତମ ବୁଦ୍ଧି ମୋତେ ଫେରାଇ ଦେଲେ। ମୋ’ ରାଜ୍ୟର ଗୌରବ ନିମନ୍ତେ ମୋର ତେଜ ଓ ପ୍ରତାପ ମୋ’ ପାଖକୁ ଫେରି ଆସିଲା। ମୋର ମନ୍ତ୍ରୀ ଓ ଅମାତ୍ୟମାନେ ପୁନର୍ବାର ମୋର ପରାମର୍ଶ ଲୋଡ଼ିଲେ। ମୁଁ ପୁନର୍ବାର ରାଜା ହେଲି ଓ ମୋର ମହିମା ପୂର୍ବାପେକ୍ଷା ଅଧିକ ବୃଦ୍ଧି ପାଇଲା।


“ସ୍ୱପ୍ନଟି ଏହି, ବର୍ତ୍ତମାନ ଆମ୍ଭେମାନେ ମହାରାଜାଙ୍କୁ ତା'ର ଅର୍ଥ ଜଣାଇବୁ।


ହେ ମହାରାଜ, ଆପଣ ଜଣେ ମହାନ ରାଜା। ସ୍ୱର୍ଗସ୍ଥ ପରମେଶ୍ୱର ଆପଣଙ୍କୁ ରାଜ୍ୟ, ପରାକ୍ରମ, କ୍ଷମତା ଓ ମହିମା ଦେଇଅଛନ୍ତି।


Swiv nou:

Piblisite


Piblisite