Biblia Todo Logo
Bib sou entènèt

- Piblisite -




ଦାନିୟେଲ 2:12 - ପବିତ୍ର ବାଇବଲ

12 ଏହି କାରଣରୁ ରାଜା କ୍ରୋଧିତ ଓ କୋପାନ୍ୱିତ ହୋଇ ବାବିଲର ସକଳ ବିଦ୍ୱାନ ଲୋକଙ୍କୁ ବଧ କରିବାକୁ ଆଜ୍ଞା ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଏହି କାରଣରୁ ରାଜା କ୍ରୁଦ୍ଧ ଓ ପ୍ରଚଣ୍ତ କୋପାନ୍ଵିତ ହୋଇ ବାବିଲର ସକଳ ବିଦ୍ଵାନ୍ ଲୋକଙ୍କୁ ବଧ କରିବାକୁ ଆଜ୍ଞା ଦେଲା।

Gade chapit la Kopi

ଓଡିଆ ବାଇବେଲ

12 ଏହି କାରଣରୁ ରାଜା କ୍ରୁଦ୍ଧ ଓ ପ୍ରଚଣ୍ଡ କୋପାନ୍ୱିତ ହୋଇ ବାବିଲର ସକଳ ବିଦ୍ୱାନ୍‍ ଲୋକଙ୍କୁ ବଧ କରିବାକୁ ଆଜ୍ଞା ଦେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଏହି କାରଣରୁ ରାଜା କ୍ରୁଦ୍ଧ ଓ ପ୍ରଚଣ୍ଡ କୋପାନ୍ୱିତ ହୋଇ ବାବିଲର ସକଳ ବିଦ୍ୱାନ୍‍ ଲୋକଙ୍କୁ ବଧ କରିବାକୁ ଆଜ୍ଞା ଦେଲା।

Gade chapit la Kopi




ଦାନିୟେଲ 2:12
14 Referans Kwoze  

ଏହି ସମ୍ବାଦ ଶୁଣି ନବୂଖ‌ଦ୍‌ନିତ୍ସର କ୍ରୋଧାନ୍ୱିତ ହୋଇ ତାଙ୍କର ଲୋକମାନଙ୍କୁ ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋକୁ ଆଣିବା ପାଇଁ ପଠାଇଲେ। ତେଣୁ ତାଙ୍କର ଲୋକମାନେ ସେମାନଙ୍କୁ ରାଜାଙ୍କର ବିଗ୍ଭରାଳୟ ଛାମୁକୁ ଆଣିଲେ।


ହେରୋଦ ଦେଖିଲେ ଯେ, ପଣ୍ଡିତମାନେ ତାହାଙ୍କୁ ବୋକା ବନେଇ ଦେଇଛନ୍ତି। ସେ ଖୁବ୍ ରାଗିଗଲେ। ସେ ପଣ୍ଡିତମାନଙ୍କଠାରୁ ଶିଶୁପୁତ୍ରଟିର ଜନ୍ମ ସମୟ ଜାଣିଥିଲେ। ତାହା ଦୁଇ ବର୍ଷ ତଳର କଥା ହୋଇଥିବାରୁ ସେ ବେ‌‌‌‌‌‌ଥ୍‌‌‌‌‌‌ଲେହିମ ଓ ତା’ ଆଖପାଖ ଅଞ୍ଚଳର ଦୁଇ ବର୍ଷ ବା ତା'ଠାରୁ କମ୍ ବୟସର ସବୁ ଶିଶୁପୁତ୍ରଙ୍କୁ ହତ୍ୟା କରିବାକୁ ଆଦେଶ ଦେଲେ।


ଏଥିରେ ନବୂଖ‌ଦ୍‌ନିତ୍ସର ଅତ୍ୟନ୍ତ କ୍ରୋଧାନ୍ୱିତ ହେଲା। ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପ୍ରତିକୂଳରେ ତା'ର ମୁଖ ବିକଟାକାର ହେଲା। ତେଣୁ ସେ ଅଗ୍ନିକୁଣ୍ତକୁ ସାଧାରଣ ଉତ୍ତାପଠାରୁ ସାତଗୁଣ ଉତ୍ତପ୍ତ କରିବାକୁ ଆଜ୍ଞା ଦେଲା।


ହେ ପରମେଶ୍ୱର, ଯେତେବେଳେ ତୁମ୍ଭେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ, ଲୋକମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି। ତୁମ୍ଭେ ଆପଣା କ୍ରୋଧ ପ୍ରକାଶ କର ଏବଂ ତିଷ୍ଟି ରହିବା ଲୋକମାନେ ଶକ୍ତିଶାଳୀ ହୁଅନ୍ତୁ।


ରାଜା କ‌‌ଲ୍‌‌‌‌ଦୀୟମାନଙ୍କୁ କହିଲେ, “ମୁଁ ଯାହା ସପ୍ନ ଦେଖିଥିଲି, ସେ ବିଷୟରେ ତୁମ୍ଭେମାନେ ମୋତେ କହିବା ଉଚିତ୍। ଏବଂ ତା'ପରେ ତୁମ୍ଭେମାନେ ମୋତେ ଏହାର ଅର୍ଥ କହିବା ଉଚିତ୍। ଯଦି ତୁମ୍ଭେମାନେ ସ୍ୱପ୍ନ ବିଷୟରେ ବା ଏହାର ଅର୍ଥ ମୋତେ ନ କୁହ, ମୁଁ ତୁମ୍ଭମାନଙ୍କୁ ହତ୍ୟା କରିବାକୁ ଆଦେଶ ଦେବି। ଏବଂ ତୁମ୍ଭର ଗୃହସବୁ ଧୂଳିସାତ କରି ଖତରେ ପରିଣତ କରାଯିବ।


ରାଗିଲୋକ ସର୍ବଦା ବିଶୃଙ୍ଖଳା ବାତାବରଣ ସୃଷ୍ଟି କରନ୍ତି। ରାଗି ଲୋକମାନେ କେତେକ ପାପ କରିବସନ୍ତି।


ରାଜାଙ୍କର ରାଗ ସିଂହର ଗର୍ଜନ ପରି, ଯେ ତାଙ୍କର କ୍ରୋଧ ଜନ୍ମାଏ, ସେ ନିଜେ ତା'ର ଜୀବନ ପ୍ରତି ବିପଦ ଆଣେ।


ରାଜାର କ୍ରୋଧ ସିଂହର ଗର୍ଜନ ସଦୃଶ। କିନ୍ତୁ ତା'ର ଅନୁଗ୍ରହ ତୃଣ ଉପରେ ଥିବା କାକର ତୁଲ୍ୟ।


ରାଜାଙ୍କର କ୍ରୋଧ ମୃତ୍ୟୁର ଦୂତପରି। ମାତ୍ର ଜ୍ଞାନୀଲୋକ ତାହା ଶାନ୍ତ କରେ।


ଜଣେ ନିର୍ବୋଧଲୋକର ରାଗ ହିଁ ତାକୁ ହତ୍ୟା କରେ ଓ କ୍ରୋଧ ନିରୀହ ଲୋକକୁ ବଧ କରେ।


କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନେ ଅନ୍ୟଉପରେ ରାଗ ନାହିଁ, କାରଣ ପ୍ରତ୍ୟେକ ଲୋକ ତୁମ୍ଭର ଭାଇ ପରି ଅଟେ। ତେଣୁ ଯଦି ତୁମ୍ଭେ ଅନ୍ୟ ଉପରେ ରାଗିବ, ତେବେ ତୁମ୍ଭେ ମଧ୍ୟ ବିଗ୍ଭରାଳୟରେ ବିଗ୍ଭରିତ ହେବ। ତୁମ୍ଭେମାନେ ଯଦି ଅନ୍ୟକୁ ଅପମାନ ଦେଇ ଖରାପ କଥା କୁହ, ତେବେ ତୁମ୍ଭକୁ ଯିହୂଦୀୟ ସର୍ବୋଚ୍ଚ ବିଗ୍ଭରାଳୟରେ ବିଗ୍ଭରିତ ହେବାକୁ ହେବ। ଯଦି ଅନ୍ୟକୁ ମୂର୍ଖ ବୋଲି କୁହ, ତେବେ ତୁମ୍ଭକୁ ନର୍କର ନିଆଁ ଭିତରେ ପକାଇ ଦିଆଯିବ।


ଦାନିୟେଲ ଅରିୟୋ‌କ୍‌କୁ ଅନୁରୋଧ କଲେ ଯିଏ କି ବାବିଲୀୟ ବିଦ୍ୱାନଗଣଙ୍କୁ ବିନାଶ କରିବା ନିମନ୍ତେ ନିଯୁକ୍ତ ହୋଇଥିଲେ, “ଦୟାକରି ବାବିଲୀୟ ବିଦ୍ୱାନମାନଙ୍କୁ ହତ୍ୟା କର ନାହିଁ। ମୋତେ ରାଜାଙ୍କ ଛାମୁକୁ ନେଇ ଗ୍ଭଲ। ମୁଁ ରାଜାଙ୍କର ସ୍ୱପ୍ନ ବିଷୟରେ କହିବି ଓ ତାହାର ଅର୍ଥ ମଧ୍ୟ ପ୍ରକାଶ କରିବି।”


ପରମେଶ୍ୱର ତାଙ୍କୁ ଏପରି ମହିମାନ୍ୱିତ କଲେ ଯେ ସକଳ ଗୋଷ୍ଠୀ, ନାନା ଦେଶୀୟ ଓ ଭାଷାବାଦୀ ଲୋକମାନେ ତାଙ୍କ ଛାମୁରେ କମ୍ପିତ ହୋଇ ଭୟ କଲେ। ସେ ଯାହାକୁ ମାରିବାକୁ ଗ୍ଭହିଁଲେ ତାକୁ ବଧ କଲେ। ପୁଣି ଯାହାକୁ ବଞ୍ଚିବାକୁ ଗ୍ଭହିଁଲେ, ସେ ଜୀବିତ ରହିଲା। ତାଙ୍କରି ଇଚ୍ଛାନୁସାରେ ଜଣେ ଉନ୍ନତ ହେଲା ଓ ତାଙ୍କର ଇଚ୍ଛାନୁସାରେ ଜଣେ ଅବନତ ହେଲା।


Swiv nou:

Piblisite


Piblisite