Biblia Todo Logo
Bib sou entènèt

- Piblisite -




ଦାନିୟେଲ 2:1 - ପବିତ୍ର ବାଇବଲ

1 ଅନନ୍ତର ନବୂଖ‌ଦ୍‌ନିତ୍ସର ରାଜତ୍ୱର ଦ୍ୱିତୀୟ ବର୍ଷରେ କେତେକ ସ୍ୱପ୍ନ ଦେଖିଲେ। ଏଥିରେ ତାହାର ଆତ୍ମା ଉ‌‌ଦ୍‌‌ବିଗ୍ନ ହେଲା ଓ ସେ ଶୋଇ ପାରିଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅନନ୍ତର ନବୂଖଦ୍ନିତ୍ସରର ରାଜତ୍ଵର ଦ୍ଵିତୀୟ ବର୍ଷରେ, ନବୂଖଦ୍ନିତ୍ସର ସ୍ଵପ୍ନ ଦେଖିଲା; ତହିଁରେ ତାହାର ଆତ୍ମା ଉଦ୍ବିଗ୍ନ ହେଲା ଓ ତାହାର ନିଦ୍ରା ଭଗ୍ନ ହେଲା।

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ନବୂଖଦ୍‍ନିତ୍ସରର ଶାସନ କାଳର ଦ୍ୱିତୀୟ ବର୍ଷରେ, ନବୂଖଦ୍‍ନିତ୍ସର ସ୍ୱପ୍ନ ଦେଖିଲା; ତହିଁରେ ତାହାର ଆତ୍ମା ଉଦ୍‍ବିଗ୍ନ ହେଲା ଓ ତାହାର ନିଦ୍ରା ଭଗ୍ନ ହେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ନବୂଖଦ୍‍ନିତ୍ସରର ଶାସନ କାଳର ଦ୍ୱିତୀୟ ବର୍ଷରେ, ନବୂଖଦ୍‍ନିତ୍ସର ସ୍ୱପ୍ନ ଦେଖିଲା; ତହିଁରେ ତାହାର ଆତ୍ମା ଉଦ୍‍ବିଗ୍ନ ହେଲା ଓ ତାହାର ନିଦ୍ରା ଭଗ୍ନ ହେଲା।

Gade chapit la Kopi




ଦାନିୟେଲ 2:1
14 Referans Kwoze  

ମୁଁ ଗୋଟିଏ ସ୍ୱପ୍ନ ଦେଖିଲି ଓ ତାହା ମୋତେ ଭୟଭୀତ କଲା। ଆଉ ମୁଁ ଶଯ୍ୟା ଉପରେ ଥିବା ବେଳେ ମୋର ଚିନ୍ତା ଓ ମନର ଦର୍ଶନ ମୋତେ ଉ‌‌ଦ୍‌‌ବିଗ୍ନ କଲା।


ସେହି ରାତ୍ରିରେ ରାଜା ଶୋଇ ପାରିଲେ ନାହିଁ। ଏଣୁ ସେ କଚେରୀ ବୃତ୍ତାନ୍ତ ପୁସ୍ତକ ଆଣିବାକୁ ଆଜ୍ଞା କଲେ, ଏବଂ ତାହା ରାଜାଙ୍କ ସମ୍ମୁଖରେ ପାଠ କରାଗଲା।


ରାଜା ସେମାନଙ୍କୁ କହିଲେ, “ମୁଁ ଗୋଟିଏ ସ୍ୱପ୍ନ ଦେଖିଅଛି। ଆଉ ସେହି ସ୍ୱପ୍ନ ବୁଝିବା ପାଇଁ ମୋର ଆତ୍ମା ଉ‌‌ଦ୍‌‌ବିଗ୍ନ ହେଉଅଛି।”


ବାବିଲର ରାଜା ନବୂଖ‌ଦ୍‌ନିତ୍ସରର ଅଧିକାରର ପ୍ରଥମ ବର୍ଷରେ ଓ ଯୋଶିୟର ପୁତ୍ର, ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ର ଅଧିକାରର ଚତୁର୍ଥ ବର୍ଷରେ, ଯିହୁଦାର ସମଗ୍ର ଲୋକ ବିଷୟରେ ଯିରିମିୟଙ୍କ ନିକଟରେ ଏହି ବାକ୍ୟ ଉପସ୍ଥିତ ହେଲା।


ତା'ପରେ ରାଜା ଆପଣା ପ୍ରାସାଦକୁ ଯାଇ ଉପବାସରେ ରାତ୍ରି ଯାପନ କଲେ। ଆଉ ବାଦ୍ୟଯନ୍ତ୍ର ବଜାଇ ତାଙ୍କ ଆଗକୁ ଆସିବାକୁ କାହାରିକୁ ଅନୁମତି ମିଳିଲା ନାହିଁ। ରାତ୍ରିସାରା ସେ ଉଜାଗର ରହିଲେ।


ରାଜା ବେ‌‌ଲ୍‌‌‌‌ଶତ୍ସରଙ୍କ ଅମାତ୍ୟଗଣ ଦ୍ୱନ୍ଦରେ ପଡ଼ିଲେ। ଆଉ ରାଜା ଅଧିକ ଉ‌‌ଦ୍‌‌ବିଗ୍ନ ହେଲେ ଓ ତାଙ୍କର ମୁଖ ବିବର୍ଣ୍ଣ ହେଲା।


ବାବିଲର ରାଜା ବେ‌‌ଲ୍‌‌‌‌ଶତ୍ସରଙ୍କ ରାଜତ୍ୱର ପ୍ରଥମ ବର୍ଷରେ ଦାନିୟେଲ ଆପଣା ଶଯ୍ୟା ଉପରେ ସ୍ୱପ୍ନ ଓ ମାନସିକ ଦର୍ଶନ ପ୍ରାପ୍ତ ହେଲେ। ସେ ସେହି ସ୍ୱପ୍ନରେ ସାରକଥା ଲେଖି ରଖିଲେ।


ସର୍ବୋପରିସ୍ଥ ପରମେଶ୍ୱର ମୋ’ ପାଇଁ ଯେଉଁ ଆଶ୍ଚର୍ଯ୍ୟ କ୍ରିୟା ସାଧନ କରିଅଛନ୍ତି, ତାହା ସବୁ ପ୍ରଗ୍ଭର କରିବାକୁ ମୁଁ ସୁଖ ବୋଧ କଲି।


“ମୁଁ, ଦାନିୟେଲ ଦ୍ୱନ୍ଦରେ ପଡ଼ିଲି ଓ ବ୍ୟସ୍ତ ହୋଇଗଲି। ଆଉ ମୋର ମାନସିକ ଦର୍ଶନ ମୋତେ ଉ‌‌ଦ୍‌‌ବିଗ୍ନ କଲା।


Swiv nou:

Piblisite


Piblisite